Hinjili Murder Case - The Sakala

ହିଞ୍ଜିଳି ଗର୍ଭବତୀ ହତ୍ୟା ଘଟଣା: ୨ ବର୍ଷର ଶିଶୁକୁ ବାଳାଶ୍ରମକୁ ହସ୍ତାନ୍ତର, ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଲେ ନବୀନ
ବ୍ରହ୍ମପୁର: ହିଞ୍ଜିଳି ଖରିଡ଼ାରେ ଅନ୍ତଃସତ୍ବା ମହିଳା ପୂଜା ସ୍ୱାଇଁଙ୍କୁ ହତ୍ୟା ପରେ ଅନାଥ ହୋଇଯାଇଛି ତାଙ୍କ ଦୁଇ ବର୍ଷର ଝିଅ। ମାଆର ମୃତ୍ୟୁ ପରେ ହିଞ୍ଜିଳି ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ଉତ୍କଳ ବାଳାଶ୍ରମକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଜାରି ରଖିଛି। ଆଜି ଉକ୍ତ ଦୁଇ ବର୍ଷର ଝିଅକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ହତ୍ୟାକାଣ୍ଡ ଘଟାଇଥିବା ସମ୍ପୃକ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ।

ଆଜି ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ସୋରଡ଼ା ପୂର୍ବତନ ବିଧାୟକ ପୂର୍ଣ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ବ୍ରହ୍ମପୁର ମେୟର ତଥା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ମଣ୍ଡଳ ଗୋଶାଣୀନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରେ ପହଂଚି ଉକ୍ତ ଶିଶୁ କନ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହିତ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପ୍ରଦାନ କରିଥିବା ୧ ଲକ୍ଷ ଟଙ୍କାକୁ କୌଣସି ଏକ ବ୍ୟାଙ୍କ ସହିତ ଆଲୋଚନା କରି ଫିକ୍ସଡ଼ କରାଯିବ। ଶିଶୁକନ୍ୟା କୁ ୧୮ ବର୍ଷ ହେବାପରେ ଉକ୍ତ ଟଙ୍କାକୁ ଉଠାଇ ପାରିବେ ବୋଲି ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡ଼ା. ରମେଶଚନ୍ଦ୍ର ପଟ୍ଟନାୟକ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରୁଲି ମୋହନ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, ମହାନଗର ବିଜେଡି ସଭାନେତ୍ରୀ ସୋନାଲି ଗନ୍ତାୟତ ପ୍ରମୁଖ ଉତ୍କଳ ବାଳାଶ୍ରମ ଗସ୍ତ କରିଥିଲୋ

ସୂଚନାଯୋଗ୍ୟ, ପତ୍ନୀ ଅଧିକାର ଦାବିରେ ୪ ମାସର ଗର୍ଭବତୀ ପୂଜା ସ୍ୱାଇଁ ଖରିଡ଼ାଗ୍ରାମ ଜିଣ୍ଟୁ ଓରଫ୍ ଚିଣ୍ଟୁ ଗୌଡ଼ଙ୍କ ଘର ଆଗରେ ଧାରଣା ଦେଇଥିଲେ । ମାତ୍ର ଚିଣ୍ଟୁଙ୍କ ସାନଭାଇ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ହତ୍ୟା ଘଟଣାରେ ପୁଲିସ ଚିଣ୍ଟୁଙ୍କ ସାନଭାଇ ତଥା ଅଭିଯୁକ୍ତ ନାବାଳକ ଦିଅର ଓ ତାଙ୍କ ସହଯୋଗୀଙ୍କୁ ଛତ୍ରପୁର ଜେଜେବି (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ)ରେ ହାଜର କରିଥିଲା । ପରେ ଉଭୟଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ ।

ହିଞ୍ଜିଳିରେ ଗର୍ଭବତୀଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କଲେ ନବୀନ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର: ହିଞ୍ଜିଳିରେ ଗର୍ଭବତୀଙ୍କୁ ନିର୍ମମ ହତ୍ୟା ଘଟଣା । ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ । ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ବ୍ୟକ୍ତିଗତ ହସ୍ତକ୍ଷେପ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି । ହିଞ୍ଜିଳି ଖରିଦାରେ ଘଟିଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ । ଗଣମାଧ୍ୟମ ଓ ଭିଡିଓ ଫୁଟେଜରୁ ବର୍ବରତା ସ୍ପଷ୍ଟ ।

ସୂଚନାଯୋଗ୍ୟ, ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଭାଇ ଆକ୍ରମଣ କରି ହତ୍ୟା କରିଥିଲେ। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ସମଗ୍ର ଓଡ଼ିଶାର ହୃଦୟକୁ ଆଘାତ ଦେଇଛି। ବିରୋଧୀ ଦଳ ନେତା ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ସେହିପରି ଘଟଣାର ସାକ୍ଷୀ ହୋଇଥିବା ୩ ବର୍ଷର ଶିଶୁକୁ ତୁରନ୍ତ ରାଜ୍ୟ ପକ୍ଷରୁ ଚିକିତ୍ସା, ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇବାକୁ ଚିଠିରେ ଦାବି କରିଛନ୍ତି ନବୀନ ।