Railway Station - The Sakala
ପ୍ରୟାଗରାଜରେ ଧରାପଡିଲା ନକଲି ଆରପିଏଫ୍ ଦାରୋଗା: ଚାକିରି ପାଇଁ ପରିବାରର ଚାପ ଯୋଗୁଁ ପିନ୍ଧିଥିଲା ବର୍ଦ୍ଦି
ଉତ୍ତରପ୍ରଦେଶର ପ୍ରୟାଗରାଜ ରେଳ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନକଲି ଆରପିଏଫ୍ (RPF) ସବ୍-ଇନ୍ସପେକ୍ଟର ବା ଦାରୋଗା ସାଜି ଲୋକଙ୍କୁ ଠକୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଜିଆରପି (GRP) ଏବଂ ଆରପିଏଫ୍ର ମିଳିତ ଟିମ୍ ଉକ୍ତ ଯୁବକଙ୍କୁ ପ୍ରୟାଗରାଜ ଜଙ୍କସନର ପ୍ଲାଟଫର୍ମ ନମ୍ବର ୧ରୁ ଗିରଫ କରିଛି।
ପରିବାର ଲୋକଙ୍କୁ ଖୁସି କରିବାକୁ ସାଜିଥିଲା ନକଲି ଏସଆଇ
ପୋଲିସର ପଚରାଉଚରା ବେଳେ ଗିରଫ ଯୁବକ ନିଜର ପରିଚୟ ଗାଜିପୁର ଜିଲ୍ଲା ବରେସର ଥାନା ଅନ୍ତର୍ଗତ ରେଙ୍ଗା ଗ୍ରାମର ଦିବ୍ୟାଂଶୁ କୁମାର (୨୨) ବୋଲି ଦେଇଛି। ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା। ଦିବ୍ୟାଂଶୁ ପୋଲିସକୁ କହିଛି ଯେ, ତାଙ୍କ ପରିବାର ଲୋକେ ବାରମ୍ବାର ଚାକିରି ବିଷୟରେ ପଚାରି ତାଙ୍କ ଉପରେ ଚାପ ପକାଉଥିଲେ। ଚାକିରି ନ ମିଳିବାରୁ ପରିବାର ଲୋକଙ୍କୁ ସନ୍ତୁଷ୍ଟ କରିବା ଏବଂ ଟ୍ରେନରେ ମାଗଣାରେ ଯାତ୍ରା କରିବା ଉଦ୍ଦେଶ୍ୟରେ ସେ ଆରପିଏଫ୍ ଦାରୋଗାର ବର୍ଦ୍ଦି ସିଲାଇ କରିଥିଲା। ବଜାରରୁ ସେ ଦାରୋଗାଙ୍କ ବର୍ଦ୍ଦି, ଷ୍ଟାର୍, ବ୍ୟାଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣି ପିନ୍ଧିବା ଆରମ୍ଭ କରିଦେଇଥିଲା।
ପରିବାରକୁ କରାଇଥିଲା ସଙ୍ଗମ ସ୍ନାନ
ଦିବ୍ୟାଂଶୁ ଗତ ତିନି ମାସ ଧରି ନକଲି ଦାରୋଗା ସାଜି ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିଲା। ଏପରିକି, ସେ ମାଘ ମେଳା ସମୟରେ ନିଜ ପରିବାର ଲୋକଙ୍କୁ ପ୍ରୟାଗରାଜ ଆଣି ସଙ୍ଗମରେ ସ୍ନାନ ମଧ୍ୟ କରାଇଥିଲା। ରବିବାର ଦିନ ଷ୍ଟେସନରେ ଯାତ୍ରୀମାନଙ୍କୁ ଚେକିଂ କରିବା ବାହାନାରେ ସେ ନିଜର ଦବଦବା ଦେଖାଉଥିବା ସମୟରେ ଆରପିଏଫ୍ ଇନ୍ସପେକ୍ଟର ଅକଲେଶ କୁମାର ସିଂହ ଏବଂ ତାଙ୍କ ଟିମର ସନ୍ଦେହ ଘେରକୁ ଆସିଯାଇଥିଲା।
ପ୍ଲାଟଫର୍ମ ନମ୍ବର ୧ରୁ ଗିରଫ ଓ ଜବତ ସାମଗ୍ରୀ
ପୋଲିସ ଦିବ୍ୟାଂଶୁକୁ ଷ୍ଟେସନରୁ ଧରି ତଲାସୀ ନେବା ପରେ ତା' ନିକଟରୁ ନଗଦ ୬୫୦ ଟଙ୍କା, ଆଧାର କାର୍ଡ ଏବଂ ଏଟିଏମ୍ (ATM) କାର୍ଡ ଜବତ କରିଛି। ଏହା ସହିତ ତା' ଦେହରେ ଥିବା ନକଲି ବର୍ଦ୍ଦି, ମୋନୋଗ୍ରାମ, ବେଲ୍ଟ ଏବଂ ଲାଲ୍ ରଙ୍ଗର ଜୋତାକୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି। ଜିଆରପି ଥାନାରେ ଅଭିଯୁକ୍ତ ବିରୋଧରେ ସମ୍ପୃକ୍ତ ଦଫା ଅନୁଯାୟୀ ମାମଲା ରୁଜୁ କରାଯାଇ ତାକୁ ଜେଲ୍ ପଠାଇ ଦିଆଯାଇଛି।
ପୁରୀ ରେଳ ଷ୍ଟେସନଠାରେ ନିର୍ମାଣାଧୀନ ଛାତ ଭୁଶୁଡି ୩ ଶ୍ରମିକ ଆହତ
ପୁରୀ: ପୁରୀ ରେଳ ଷ୍ଟେସନରେ ଅଘଟଣ । ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ । ଦୁର୍ଘଟଣାରେ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ପୁରୀରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ପାଇଁ କାମ ଚାଲିଥିବା ବେଳେ ଅଘଟଣ । କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା । ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ନିର୍ମାଣାଧୀନ କୋଠାରେ ୪ ଜଣ ଶ୍ରମିକ କାମ କରୁଥିବାବେଳେ ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡି ପଡିଛି । ଯାହାଫଳରେ କି ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍‌ପି ଏବଂ ଆରପିଏଫ୍‌ ବାହିନୀ ମୁତୟନ ରହିଛନ୍ତି । ଏବେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।
ଲଗାଣ ବର୍ଷା ଯୋଗୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଦ୍ୟୁତ ଖୁଣ୍ଟରୁ କରେଣ୍ଟ ମାରି ଜଣେ ମହିଳାଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଅଘଟଣ । ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଷ୍ଟ ଦିଲ୍ଲୀର ସାକ୍ଷୀ ଆହୁଜା । ରାଜଧାନୀରେ ମୌସୁମୀ ଜନିତ ବର୍ଷା ଯୋଗୁ ରେଳ ଷ୍ଟେସନ ନିକଟରେ ବର୍ଷା ପାଣି ଜମି ରହିଥିଲା । ରାସ୍ତାରେ ଜମି ରହିଥିବା ପାଣିରେ ନପଶିବା ପାଇଁ ସାକ୍ଷୀ ଏକ ଇଲେକ୍ଟ୍ରି ପୋଲକୁ ଧରିପକାଇବା ଯୋଗୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ।
ସୂଚନା ଅନୁସାରେ, ଭୋପାଳ ଯାଉଥିବା ଶତାବ୍ଦୀ ଟ୍ରେନରେ ଯିବା ପାଇଁ ସାଢ଼େ ୫ଟା ବେଳେ ଅନ୍ୟ ଜଣେ ମହିଳା ଓ ତିନି ଜଣ ପିଲାଙ୍କ ସହ ନୂଆଦିଲ୍ଲୀ ରେଳଷ୍ଟେସନକୁ ଆସିଥିଲେ ସାକ୍ଷୀ । ବିଭିନ୍ନ ସ୍ଥାନରେ ପାଣି ଜମି ଥିବାରୁ ସେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖି ଶୁଖିଲା ସ୍ଥାନକୁ ଯିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କୁ ଜୋର୍‌ରେ କରେଣ୍ଟ ମାରିଥିଲେ। ସେ ତଳେ ଛିଟିକି ପଡ଼ିବାରୁ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାକ୍ଷୀ ଯେଉଁ ବିଦ୍ୟୁତ ଖୁଣ୍ଟ ଉପରେ ଗୋଡ଼ ରଖିଥିଲେ, ତା’ର ତଳ ଭାଗରେ ତାର ଗୁଡ଼ିକ ଖୋଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ସମ୍ଭବତଃ ପାଣି ସଂସ୍ପର୍ଶରେ ଆସି ଏଠାରେ କରେଣ୍ଟ ଚାର୍ଜ ହୋଇଯାଇ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି ।
ରେଲୱେ ଷ୍ଟେସନରେ ଫୁଟ୍‌ ଓଭର ବ୍ରିଜ୍‌ ସ୍ଲାବ୍‌ ଖସି ଜଣେ ମୃତ, ୨୦ ଯାତ୍ରୀ ଆହତ
ମୁମ୍ବାଇ: ମହାରାଷ୍ଟ୍ରରେ ରବିବାର ଅପରାହ୍ନରେ ଏକ ରେଲୱେ ଷ୍ଟେସନରେ ଫୁଟ ଓଭର ବ୍ରିଜ୍‌ ସ୍ଲାବ୍‌ ଖସିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଷ୍ଟେସନର ଫୁଟ ଓଭର ବ୍ରିଜ୍‌ରେ ଯାତ୍ରୀମାନେ ଯାଉଥିବା ବେଳେ ଅଚାନକ ଭାବେ ଗ୍ରାଉଣ୍ଡ ସ୍ଲାବ ଖସିପଡ଼ିଥିଲା। ଫଳରେ ଏହି ବ୍ରିଜ୍‌ରେ ଯାଉଥିବା ଯାତ୍ରୀମାନେ ପ୍ରାୟ ୬୦ ଫୁଟ୍‌ ତଳକୁ ଟ୍ରାକ୍‌ରେ ପଡ଼ିଥିଲେ। କିଛି ଯାତ୍ରୀ ସ୍ଲାବ ତଳେ ଚାପି ହୋଇଯାଇଥିଲା ବେଳେ ଆଉ କିଛି ଯାତ୍ରୀ ଟ୍ରାକ୍‌ ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ସମୟରେ ସଂପୃକ୍ତ ଟ୍ରାକ୍‌ ଦେଇ କୌଣସି ଟ୍ରେନ ଆସୁ ନଥିଲା। ନଚେତ ଅନେକ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥାଆନ୍ତା ବୋଲି କୁହାଯାଉଛି। ତଥାପି ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ କ’ଣ ଥିଲା ତାହାର ଯାଞ୍ଚ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକାଂଶ ରେଳ ଷ୍ଟେସନ୍‌ରେ ଏକ କଳା ରଙ୍ଗର ବାକ୍ସ ଦେଖିବାକୁ ମିଳିଥାଏ। ତେବେ ଏହା କାହିଁକି ରଖା ଯାଇଥାଏ ? ଏହା ଭିତରେ ଏପରି କ’ଣ ଅଛି ଯାହାକୁ ଏକ ସର୍ବସାଧାରଣ ସ୍ଥାନରେ ରଖାଯାଉଛି? ବାକ୍ସ ପଛରେ କାହାଣୀ କ’ଣ? ଏହି କଳା ରଙ୍ଗର ବାକ୍ସକୁ ଦେଖି,ଏପରି ଅନେକ ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ। ତେବେ ଏହି ବାକ୍ସକୁ ‘ଲାଇନ୍‌-ବକ୍ସ’ କୁହାଯାଏ। ଯେପରି ସୈନିକମାନଙ୍କୁ ସୀମାରେ ଲଢ଼ିବା ପାଇଁ ଅସ୍ତ୍ରଶସ୍ତ୍ର, ଗୁଳି ଓ ବାରୁଦ ଆଦି ଆବଶ୍ୟକ ପଡ଼ିଥାଏ, ସେହିଭଳି ଟ୍ରେନକୁ ସୁରୁଖୁରୁରେ ଏବଂ ନିରାପଦରେ ଚଳାଇବା ପାଇଁ ଟ୍ରେନ୍ ଗାର୍ଡ ଏବଂ ଲୋକୋ ପାଇଲଟ୍ ମଧ୍ୟ କିଛି ଯନ୍ତ୍ରପାତି ଆବଶ୍ୟକ କରନ୍ତି। ବାକ୍ସଟିରେ ଥିବା ସମସ୍ତ ସାମଗ୍ରୀକୁ ବ୍ୟକ୍ତିଗତ ଭଣ୍ଡାର କୁହାଯାଏ ଏବଂ ଏହାକୁ ରେଲୱେ ପକ୍ଷରୁ ଯୋଗାଇ ଦିଆଯାଇଥାଏ।
ଏ ସମସ୍ତ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ତାଲାର ବ୍ୟବହାର କରାଯାଇଥାଏ। ଏହି କଳାରଙ୍ଗର ବାକ୍ସକୁ ବଡ଼ ବଡ଼ ଷ୍ଟେସନ୍‌ ଏବଂ ଜଙ୍କସନ୍‌ ଆଦିରେ ରଖାଯାଇଥାଏ। ଏହାକୁ ଟ୍ରେନ୍‌ରେ ଲୋଡ୍‌ କରିବା ପାଇଁ ବକ୍ସ-ବୟ ନିଯୁକ୍ତି ହୋଇଥାନ୍ତି। ଏହି ବାକ୍ସଗୁଡ଼ିକ ସମ୍ପର୍କରେ ଜାଣିବା ପାଇଁ ଗାର୍ଡ ତଥା ଲୋକୋ ପାଇଲଟ୍‌ଙ୍କ ସମ୍ପୂର୍ଣ୍ଣ ନାମ, ପଦବୀ ଏବଂ ମୁଖ୍ୟାଳୟର ନାମ କ୍ୟାପିଟାଲ୍ ଅକ୍ଷରରେ ଧଳା ରଙ୍ଗରେ ଲେଖାଯାଇଥାଏ। ଫଳରେ ସଠିକ୍‌ ଟ୍ରେନ୍‌ରେ, ସଠିକ୍‌ ବାକ୍ସକୁ ଲୋଡ୍‌ କରାଯାଇଥାଏ। ଏହି ବାକ୍ସରେ ଦୁର୍ଘଟଣା ନିୟମାବଳୀ ପୁସ୍ତକ, ସହାୟକ ନିୟମ ପୁସ୍ତକ, ଦୁଇଟି ଲାଲ୍ ଏବଂ ଗୋଟିଏ ସବୁଜ ପତାକା, ପ୍ୟାଡ୍‌ ଲକ୍‌ ଏବଂ ଚାବି, ଏମ୍‌ ୟୁ ପାଇପ୍ ପାଇଁ ରବର୍‌ ୱାସର-୩, ପାର୍ସଲ୍ ଲୋଡିଙ୍ଗ୍ ମାନୁଆଲ୍, ଏଲଇଡି ଟେଲ୍ ଲ୍ୟାମ୍ପ୍‌ ଏବଂ ଟେଲ୍ ବୋର୍ଡ, ତିନି ପ୍ରକାରର ଯଥା ସବୁଜ, ନାଲି ଏବଂ ଧଳା ଜଳୁଥିବା ଏଲ୍‌ଇଡି ଟର୍ଚ୍ଚ ଆଦି ଥାଏ। ଏହାବ୍ୟତୀତ ଏହି ବାକ୍ସରେ ଆହୁରି ଅନେକ ସାମଗ୍ରୀ ଥାଏ।
ଭୁବନେଶ୍ବର ରେଳ ଷ୍ଟେସନରେ ‘ଆତ୍ମା’ କରିବ ଟିକେଟ ଚେକିଂ
ଭୁବନେଶ୍ୱର: କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି । ଯାହାର ନାମ ରହିଛି ‘ଆତ୍ମା’। ‘ଆତ୍ମା ହେଉଛି ଏକ ଅଟୋମେଟିକ ଚେକିଂ ଆକ୍ସେସ୍ ମେସିନ। ଭୁବନେଶ୍ବର ରେଳ ଷ୍ଟେସନରେ ଟଚ୍- ଫ୍ରି ଟିକେଟ୍ ଚେକିଂ କରିବା ଏହାର ଉଦ୍ଦେଶ୍ୟ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । ଏହାଦ୍ୱାରା କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ ।
କୋଭିଡ୍‌ ଗାଇଡ଼ଲାଇନକୁ ରକ୍ଷା କରିବା ସହ ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ, ତାହା ହିଁ ଏହି ମେସିନର ମୂଳ ଲକ୍ଷ୍ୟ। ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ଡିଟେଲ ଜାଣିବ ।
ଉକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ସିଷ୍ଟମ । ଆସନ୍ତାକାଲି ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହିଭଳି ଆଉ ଏକ ମେସିନ ସ୍ଥାପନ କରାଯିବ । ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ, ବିଶେଷକରି ଯେଉଁମାନେ ଟିକେଟ ଚେକିଂ ପାଇଁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ସଂକ୍ରମଣରୁ ସୁରକ୍ଷିତ ରହିବେ ।