Off The Rocks - The Sakala

ମଦ୍ୟପାନ ଅଭ୍ୟାସକୁ ନେଇ ମିଥ୍ୟା ଗୁଜବ ଉପରେ ଚୁପି ଭାଙ୍ଗିଲେ ଜାହ୍ନବୀ କପୁର: ଦେଲେ କଡ଼ା ଜବାବ
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ତାଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବ ଉପରେ କଡ଼ା ଜବାବ ଦେଇଛନ୍ତି। ରାଜ ଶାମାନୀଙ୍କ ପଡକାଷ୍ଟରେ ଦେଇଥିବା ଏକ ସାକ୍ଷାତକାରର କିଛି ଅଂଶକୁ ଭୁଲ୍ ଉପାୟରେ ଉପସ୍ଥାପନ କରାଯିବା ପରେ ସେ ଆଲକୋହଲ୍ ବା ମଦ ନିଶାର ଶିକାର ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହି ମିଥ୍ୟା ଖବରକୁ ନିନ୍ଦା କରିବା ସହ ଜାହ୍ନବୀ ଏକ ସ୍ପଷ୍ଟୀକରଣ ଦେଇଛନ୍ତି।

ମିଥ୍ୟା ଖବର ଉପରେ କଡ଼ା ପ୍ରତିକ୍ରିୟା

ଏହି ବିବାଦ ବଢ଼ିବା ପରେ ମାନସିକ ସ୍ୱାସ୍ଥ୍ୟ ସଂସ୍ଥା ଅମାହା (Amaha) ଏବଂ ଅଫ୍ ଦ ରକ୍ସ (Off The Rocks) ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି, ଯାହାକୁ ଜାହ୍ନବୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ, "ଆମେ ଦେଖିବାକୁ ପାଇଛୁ ଯେ କିଛି ମିଡିଆ ପେଜ୍ ଜାହ୍ନବୀ କପୁରଙ୍କ ମନ୍ତବ୍ୟକୁ ଭୁଲ୍ ଢଙ୍ଗରେ ଉପସ୍ଥାପନ କରୁଛନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଜାହ୍ନବୀ ଏହି ଆଲୋଚନାରେ କେବଳ ଜଣେ 'କେୟାରଗିଭର୍' (ଯତ୍ନ ନେଉଥିବା ବ୍ୟକ୍ତି) ଏବଂ ସମର୍ଥକ ଭାବରେ ସାମିଲ ହୋଇଛନ୍ତି। ମଦ୍ୟପାନ କିମ୍ବା ନିଶା ସହ ତାଙ୍କର କୌଣସି ବ୍ୟକ୍ତିଗତ ଅଭିଜ୍ଞତା ନାହିଁ। କ୍ଲିକ୍-ବେଟ୍ ପାଇଁ ଏଭଳି ମିଥ୍ୟା ଖବର ପ୍ରସାରଣ କରିବା ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଅସମ୍ମାନ ଅଟେ।"

ପଡକାଷ୍ଟରେ କ'ଣ କହିଥିଲେ ଜାହ୍ନବୀ?

ରାଜ ଶାମାନୀଙ୍କ ସହ ଆଲୋଚନା ବେଳେ ଜାହ୍ନବୀ କହିଥିଲେ ଯେ ସେ ନିୟମିତ ମଦ୍ୟପାନ କରନ୍ତି ନାହିଁ, ବରଂ ମଝିରେ ମଝିରେ ପିଅନ୍ତି। ତେବେ କୋଭିଡ୍ ମହାମାରୀ ସମୟରେ ନିଜ ଜୀବନର ଏକ ଅତି କଷ୍ଟଦାୟକ ଘଟଣା ପରେ ସେ ପ୍ରାୟ ଗୋଟିଏ ବର୍ଷ ଧରି ଅଧିକ ମଦ୍ୟପାନ କରିବା ଆରମ୍ଭ କରିଥିଲେ। ସେ ସ୍ପଷ୍ଟ କରିଥିଲେ, "ମୁଁ ମଦ ନିଶାରେ ଅଭ୍ୟସ୍ତ ନଥିଲି କିମ୍ବା ଏହାର ଅପବ୍ୟବହାର କରୁନଥିଲି, କିନ୍ତୁ ସେହି ସମୟରେ ବାରମ୍ବାର ପିଉଥିଲି"। ପରେ ଏହା ତାଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଉଥିବା ଅନୁଭବ କରି ସେ ଏଥିରୁ ନିବୃତ୍ତ ହୋଇଥିଲେ। ହ୍ୟାଙ୍ଗଓଭର୍ ଏବଂ ମଦର ଗନ୍ଧ ତାଙ୍କୁ ବିରକ୍ତ କରୁଥିଲା ବୋଲି ସେ ସାକ୍ଷାତକାରରେ ପ୍ରକାଶ କରିଥିଲେ।

ସେ ନିଜ ପ୍ରିୟଜନଙ୍କୁ ମଦ୍ୟପାନ ସମସ୍ୟା ସହ ସଂଘର୍ଷ କରୁଥିବା ଦେଖିଛନ୍ତି ବୋଲି କହିଥିଲେ, ଯାହାକୁ ନେଇ କିଛି ଗଣମାଧ୍ୟମ ତାଙ୍କୁ ହିଁ ନିଶାଗ୍ରସ୍ତ ବୋଲି ପ୍ରଚାର କରିଥିଲେ।