Odia director - The Sakala

ଓଡ଼ିଶାର ଟେକ ରଖିଲେ ଓଡ଼ିଆ ଝିଅ ଅଭୀପ୍ସା: ‘ମଇଳା ଚାଦର’କୁ ‘ଅନରେବଲ୍‌ ଜୁରି ମେନ୍‌ସନ୍‌’ ସମ୍ମାନ
ଭୁବନେଶ୍ୱର: ଓଡ଼ିଶାର ଟେକ ରଖିଲେ ଓଡ଼ିଆ ଝିଅ। ଅଭୀପ୍ସା ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମଇଳା ଚାଦର’ ୧୬ତମ ଦାଦାସାହେବ ଫାଲ୍‌କେ ଚଳଚ୍ଚିତ୍ର ମହୋତ୍ସବ-୨୦୨୬ରେ ‘ଅନରେବଲ୍‌ ଜୁରି ମେନ୍‌ସନ୍‌’ ସମ୍ମାନ ଗ୍ରହଣ କରିଛି। ଗତ ୩୦ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଚଳଚ୍ଚିତ୍ର ମହୋତ୍ସବରେ ସିନେମାଟିକୁ ସମ୍ମାନିତ କରାଯାଇଛି। ୧୯୮୦ ଦଶକର ଗ୍ରାମୀଣ ଓଡ଼ିଶା ପୃଷ୍ଠଭୂମିରେ ଆଧାରିତ ଏହି ଫିଲ୍ମଟି ଏକାଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ୱୀକୃତିଲାଭ କରିଛି।

୧୯୮୦ ଦଶକର ଗ୍ରାମୀଣ ଓଡ଼ିଶାର ପୃଷ୍ଠଭୂମିରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜଣେ ଯୁବ ସ୍କୁଲ ଶିକ୍ଷୟିତ୍ରୀ ଏବଂ ଜଣେ ବୃଦ୍ଧା (ସେବିକା)ଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ଜୀବନର ଦୁଇଟି ଭିନ୍ନ ପର୍ଯ୍ୟାୟରେ ଥିବା ଏହି ଦୁଇ ମହିଳାଙ୍କ ପଥ ହଠାତ୍‌ ଏକାଠି ହୁଏ ଏବଂ ସେମାନଙ୍କ ମଧ୍ୟରେ ଏକ ଅପ୍ରତ୍ୟାଶିତ ବନ୍ଧୁତା ଗଢ଼ିଉଠେ। ଜଣେ ନିଜ ମୃତ ମା’ଙ୍କୁ ଚିଠି ଲେଖନ୍ତି, ଯାହା କେବେ ପଠାଯିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଅନ୍ୟ ଜଣେ କାଗଜ ଖଣ୍ଡରେ କବିତା ଲେଖନ୍ତି ଏବଂ ଏକ ପୁରୁଣା ସାଲ୍‌ ପିନ୍ଧନ୍ତି, ଯାହା ବର୍ଷବର୍ଷ ଧରି ସ୍ମୃତି ଓ ବ୍ୟବହାରରେ ସିଲେଇ ହୋଇ ରହିଛି। ସେମାନେ ପରସ୍ପର ମଧ୍ୟରେ ସେହି ସାହାରା ଖୋଜି ପାଆନ୍ତି ଯାହା ନିଃସଙ୍ଗତା ଦେଇପାରେ ନାହିଁ। ଏହି ଚଳଚ୍ଚିତ୍ରଟି ନିର୍ଦ୍ଦେଶିକାଙ୍କ ନିଜ ମା’ ସସ୍ମିତା ସାହୁଙ୍କ ଦ୍ୱାରା ପ୍ରାୟ ୨୦ବର୍ଷ ବୟସରେ ଲେଖାଯାଇଥିବା ଏକ କ୍ଷୁଦ୍ର ଗଳ୍ପର ରୂପାନ୍ତର। ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଇ ଅଭୀପ୍ସା କହିଛନ୍ତି ଯେ ଦୁଇପିଢ଼ିର ଏହି ସହଯୋଗ ହିଁ ସମଗ୍ର ପ୍ରକ୍ରିୟାର ହୃଦୟ ଥିଲା। ଅଭୀପ୍ସା ଜନସ୍ୱାସ୍ଥ୍ୟ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରନ୍ତି, ନିଜର ବୃତ୍ତିଗତ କାମ ସହିତ ‘ମଇଳା ଚାଦର୍‌‘ ପ୍ରସ୍ତୁତ କରିଛନ୍ତି। ନିର୍ଦ୍ଦେଶିକା ଏହି ଚଳଚ୍ଚିତକୁ ଅତି ଶାନ୍ତ ଓ ଭାବପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି। ସେ ନିଃସଙ୍ଗତାକୁ ଅଧିକ ନାଟକୀୟ ନକରି ତା’ର ଗଭୀରତାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଚଳଚ୍ଚିତ୍ରର ଶୀର୍ଷକ ‘ଚାଦର’ କେବଳ ଏକ ପୋଷାକ ନୁହେଁ, ବରଂ ସ୍ମୃତି, ପରିଶ୍ରମ ଏବଂ ଅଦୃଶ୍ୟ ଜୀବନର ଏକ ପ୍ରତୀକ।