Rajeev Chandrasekhar - The Sakala

କେରଳ ବିଧାନସଭା ନିର୍ବାଚନ ଫଳାଫଳ: ସରକାର ଗଠନ ଦିଗରେ UDF, LDFର ହ୍ୟାଟ୍ରିକ ସ୍ୱପ୍ନ ଧୂଳିସାତ
କେରଳ: କେରଳ ବିଧାନସଭା ନିର୍ବାଚନ ୨୦୨୬ ର ଭୋଟ୍ ଗଣତି ଜାରି ରହିଛି। ରାଜ୍ୟର ମୋଟ ୧୪୦ଟି ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ମତଦାନର ଫଳାଫଳ ଆସିବାରେ ଲାଗିଛି। ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ UDF ଏଠାରେ ସରକାର ଗଠନ କରିବା ଦିଗରେ ଅଗ୍ରସର ହେଉଥିବା ବେଳେ କ୍ଷମତାସୀନ ବାମପନ୍ଥୀ ଶିବିର LDFକୁ ଶକ୍ତ ଝଟକା ଲାଗିଛି। ପ୍ରାଥମିକ ଭୋଟ୍ ଗଣତିରେ UDF ୯୪ଟି ଆସନରେ ଆଗୁଆ ଥିବାବେଳେ LDF ୪୧ଟି ଆସନରେ ଆଗୁଆ ରହିଛି ।

ସଦ୍ୟତମ ଫଳାଫଳରେ ବିଜୟର ସଂଖ୍ୟା ପାର କରିବା ପରେ କଂଗ୍ରେସ ନେତାମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଛନ୍ତି। ଥିରୁଭାନନ୍ତପୁରମ୍ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ, ବରିଷ୍ଠ ନେତା ରମେଶ ଚେନ୍ନିଥାଲା ଏବଂ ବରିଷ୍ଠ ସାଂସଦ ଶଶି ଥରୁର ବିଜୟ ଉତ୍ସବ ମନାଇଛନ୍ତି। ଉଭୟ ଭେଣୁଗୋପାଳ ଏବଂ ଚେନ୍ନିଥାଲା ପରସ୍ପରକୁ ଆଲିଙ୍ଗନ କରି ଦଳର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦଳ ଏବେ ସରକାର ଗଠନ କରିବାକୁ ପୂରା ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଛି।

ଚଳିତ ନିର୍ବାଚନରେ ସବୁଠାରୁ ଆକର୍ଷଣୀୟ ଟ୍ରେଣ୍ଡ୍ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରଦର୍ଶନ। ଏଥର ରାଜ୍ୟରେ ଏକ କଡ଼ା ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି। ବାମପନ୍ଥୀଙ୍କ ଗଡ଼ରେ ବିଜେପିର ସ୍ଥିତି ମଜବୁତ ହୋଇଛି ଏବଂ ଦଳ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନରେ ଆଗୁଆ ରହିଛି। ଏହି ନିର୍ବାଚନରେ ବିଶେଷକରି ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ, ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ସିପିଆଇ(ଏମ) ନେତୃତ୍ୱାଧୀନ ଏଲଡିଏଫ (LDF) ପାଇଁ ଏହି ଫଳାଫଳ ନିରାଶାଜନକ ରହିଛି, ଯାହା ପାଖରେ ପୂର୍ବ ବିଧାନସଭାରେ ୯୯ଟି ଆସନ ଥିଲା।

ସୂଚନାଯୋଗ୍ୟ ଯେ, ଏଥର କେରଳ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ବେଶ୍ ଉତ୍ସାହର ସହ ମତଦାନ କରିଥିଲେ। ରାଜ୍ୟର ପ୍ରାୟ ୨.୭୧ କୋଟି ପଞ୍ଜିକୃତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ରାଜ୍ୟରେ ମୋଟ ୭୮% ରୁ ଅଧିକ ଭୋଟ୍ ଦାନ ହୋଇଥିଲା, ଯାହା କେରଳବାସୀଙ୍କ ଉଚ୍ଚ ରାଜନୈତିକ ସଚେତନତାକୁ ଦର୍ଶାଉଛି। ଏଥର ନିର୍ବାଚନ ମୈଦାନରେ ବିଭିନ୍ନ ଦଳର ସମୁଦାୟ ୮୮୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କର ରାଜନୈତିକ ଭାଗ୍ୟର ନିଷ୍ପତ୍ତି ଘୋଷଣା ହେଉଛି।