Cape Verde - The Sakala

ହାଣ୍ଟାଭାଇରସ୍ ଆତଙ୍କ: କ୍ରୁଜ୍ ସିପ୍‌ରେ ବ୍ୟାପିଲା ସଂକ୍ରମଣ, ୩ ମୃତ ଓ ବିଶ୍ୱବ୍ୟାପୀ ହାଇ ଆଲର୍ଟ
କୋଭିଡ୍ ମହାମାରୀର କିଛି ବର୍ଷ ପରେ ଏବେ ସାରା ବିଶ୍ୱରେ ଏକ ନୂଆ ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଆଟଲାଣ୍ଟିକ୍ ମହାସାଗରରେ ଯାତ୍ରା କରୁଥିବା ଏକ କ୍ରୁଜ୍ ସିପ୍‌ରେ ହାଣ୍ଟାଭାଇରସ୍ (Hantavirus) ସଂକ୍ରମଣ ବ୍ୟାପିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ତରରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହି ପ୍ରସଙ୍ଗରେ ତୁରନ୍ତ ଏକ ପ୍ରେସ୍ ବ୍ରିଫିଙ୍ଗ୍ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଥିବା କୁହାଯାଇଛି।

କ୍ରୁଜ୍ ସିପ୍‌ରେ କେମିତି ବ୍ୟାପିଲା ସଂକ୍ରମଣ

ରିପୋର୍ଟ ଅନୁଯାୟୀ, ଡଚ୍ ପତାକାବାହୀ କ୍ରୁଜ୍ ସିପ୍ ଏମଭି ହୋଣ୍ଡିୟସ୍ (MV Hondius) ୨୩ଟି ଦେଶର ପ୍ରାୟ ୧୫୦ ଜଣ ପର୍ଯ୍ୟଟକଙ୍କୁ ନେଇ ମାର୍ଚ୍ଚ ମାସରେ ଆର୍ଜେଣ୍ଟିନାର ଉସୁଆୟାରୁ ଯାତ୍ରା ଆରମ୍ଭ କରିଥିଲା। ଏହି ଜାହାଜର ଯାତ୍ରା ତାଲିକାରେ ଆଣ୍ଟାର୍କଟିକା ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗରର କିଛି ଦ୍ୱୀପପୁଞ୍ଜ ସାମିଲ ଥିଲା। ଏପ୍ରିଲ୍ ୬ ତାରିଖରେ ଜଣେ ୭୦ ବର୍ଷୀୟ ଡଚ୍ ନାଗରିକଙ୍କର ପ୍ରଥମେ ମୃତ୍ୟୁ ହୋଇଥିଲା। ଏହାପରେ ଏପ୍ରିଲ୍ ୨୬ରେ ତାଙ୍କ ପତ୍ନୀଙ୍କର ଦକ୍ଷିଣ ଆଫ୍ରିକାର ଏକ ବିମାନବନ୍ଦରରେ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ଅନ୍ୟ ଜଣେ ଜର୍ମାନୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଜୋହାନ୍ସବର୍ଗରେ ଜଣେ ବ୍ରିଟିଶ୍ ନାଗରିକଙ୍କ ଶରୀରରେ ହାଣ୍ଟାଭାଇରସ୍ ଚିହ୍ନଟ ହୋଇଛି। ମେ' ୨ ତାରିଖରେ ଏହି ଭାଇରସ୍‌ର ପ୍ରଥମ ମାମଲା ସ୍ପଷ୍ଟ ହୋଇଥିଲା।

'ହୁ' (WHO) ପକ୍ଷରୁ କ'ଣ କୁହାଯାଇଛି

ଏହି ଘଟଣାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। 'ହୁ' ସ୍ପଷ୍ଟ କରିଛି ଯେ, ହାଣ୍ଟାଭାଇରସ୍ ସାଧାରଣତଃ ମୂଷାମାନଙ୍କ ଦ୍ୱାରା ବ୍ୟାପିଥାଏ। ଏହା ଗୋଟିଏ ମଣିଷଠାରୁ ଅନ୍ୟ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ବହୁତ କମ୍। ତେଣୁ ସାଧାରଣ ଲୋକେ ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପୀୟ ଆଞ୍ଚଳିକ ନିର୍ଦ୍ଦେଶକ ଡ. ହାନ୍ସ ହେନରି ପି. କ୍ଲୁଗ୍ ମଧ୍ୟ କହିଛନ୍ତି ଯେ, ଏହାକୁ ନେଇ ଭୟଭୀତ ହେବା କିମ୍ବା ଯାତ୍ରା କଟକଣା ଲାଗୁ କରିବାର କୌଣସି ଆବଶ୍ୟକତା ନାହିଁ।

ବନ୍ଦରରେ ନଙ୍ଗର ପକାଇବାକୁ ମନା କଲା କେପ୍ ଭର୍ଡେ

ଏହି ଭାଇରସ୍ ବ୍ୟାପିବା ପରେ କ୍ରୁଜ୍ ସିପ୍‌ରେ ଥିବା ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେପ୍ ଭର୍ଡେ (Cape Verde) କର୍ତ୍ତୃପକ୍ଷ ନିଜ ଦେଶର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଜାହାଜକୁ ପ୍ରାୟା ବନ୍ଦରରେ ନଙ୍ଗର ପକାଇବାକୁ ଅନୁମତି ଦେଇନାହାନ୍ତି। ଫଳରେ ଜାହାଜରେ ଥିବା ପ୍ରାୟ ୧୪୯ ଜଣ ଯାତ୍ରୀ ଏବେ ସମୁଦ୍ର ମଝିରେ ଫସି ରହିଛନ୍ତି। ସେପଟେ ଡଚ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାହାଜରେ ଥିବା ଅସୁସ୍ଥ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ସ୍ଥାନାନ୍ତର କରିବା ପାଇଁ ସ୍ପେନ୍‌ର କାନାରି ଆଇଲ୍ୟାଣ୍ଡସ୍ ସହ ଆଲୋଚନା ଚାଲିଛି।

ଆଟଲାଣ୍ଟିକ ମହାସାଗରରେ କ୍ରୁଜ୍ ଜାହାଜରେ ହାଣ୍ଟାଭାଇରସ୍ ଆତଙ୍କ: ୩ ମୃତ, ଜଣେ ଗୁରୁତର
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସୂଚନା ଅନୁଯାୟୀ, ଆଟଲାଣ୍ଟିକ ମହାସାଗରରେ ଯାତ୍ରା କରୁଥିବା ଏକ କ୍ରୁଜ୍ ଜାହାଜରେ ଏକାଧିକ ଯାତ୍ରୀ ମାରାତ୍ମକ ହାଣ୍ଟାଭାଇରସ୍ (Hantavirus) ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଯାତ୍ରୀ ଦକ୍ଷିଣ ଆଫ୍ରିକାରେ ଗୁରୁତର ଅବସ୍ଥାରେ ଆଇସିୟୁ (ICU) ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

କେମିତି ହେଲା ସଂକ୍ରମଣ?

ମିଳିଥିବା ସୂଚନା ମୁତାବକ, ନେଦରଲ୍ୟାଣ୍ଡ୍‌ସ୍‌ର ଓସେନୱାଇଡ୍ ଏକ୍ସପିଡିସନ୍ସ ଦ୍ୱାରା ପରିଚାଳିତ ଏମଭି ହୋଣ୍ଡିୟସ୍ (MV Hondius) ନାମକ ଏକ କ୍ରୁଜ୍ ଜାହାଜ ଆର୍ଜେଣ୍ଟିନାର ଉଶୁଆଇଆ ରୁ କେପ୍ ଭର୍ଡେ (Cape Verde) ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଜାହାଜରେ ଏକ ଅଜଣା ଶ୍ୱାସକ୍ରିୟା ଜନିତ ରୋଗ ବ୍ୟାପିଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଗୋଟିଏ ହାଣ୍ଟାଭାଇରସ୍ ମାମଲା ଲାବୋରେଟୋରୀରୁ ପ୍ରମାଣିତ ହୋଇଛି ଏବଂ ଅନ୍ୟ ୫ଟି ସନ୍ଦିଗ୍ଧ ମାମଲା ରହିଛି। ଆକ୍ରାନ୍ତ ୬ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଏହି ଜାହାଜଟି କେପ୍ ଭର୍ଡେର ଉପକୂଳରେ ଛିଡ଼ା ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ଜାହାଜରୁ ଓହ୍ଲାଇବା ପାଇଁ ଏଯାଏଁ ଅନୁମତି ପ୍ରଦାନ କରାଯାଇନାହିଁ। ଅନ୍ୟ ୨ ଜଣ କର୍ମଚାରୀ ମଧ୍ୟ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଜଣାପଡ଼ିଛି।

କ'ଣ ଏହି ହାଣ୍ଟାଭାଇରସ୍?

ହାଣ୍ଟାଭାଇରସ୍ ହେଉଛି ଏକ ବିପଜ୍ଜନକ ଭୂତାଣୁ, ଯାହାକି ମୁଖ୍ୟତଃ ମୂଷାମାନଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପିଥାଏ। ସଂକ୍ରମିତ ମୂଷାର ମଳ, ମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ କିମ୍ବା ଏହା ଦ୍ୱାରା ଦୂଷିତ ପବନ ପ୍ରଶ୍ୱାସରେ ନେଲେ ମଣିଷ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେ ପ୍ରଥମେ ପ୍ରବଳ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଏବଂ କ୍ଳାନ୍ତି ଭଳି ସାଧାରଣ ଫ୍ଲୁ ଲକ୍ଷଣ ଦେଖାଯାଏ। ତେବେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଶ୍ୱାସରୋଗ ବା ହାଣ୍ଟାଭାଇରସ୍ ପଲମୋନାରୀ ସିଣ୍ଡ୍ରୋମ୍ ରେ ପରିଣତ ହୋଇପାରେ, ଯେଉଁଥିରେ ଫୁସଫୁସରେ ପାଣି ଜମିଯିବା କାରଣରୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହି ରୋଗ ମଣିଷରୁ ମଣିଷକୁ ବ୍ୟାପିବା ବିରଳ ହୋଇଥିଲେ ସୁଦ୍ଧା ଅତ୍ୟନ୍ତ ମାରାତ୍ମକ ଅଟେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପଦକ୍ଷେପ

ଏହି ସମ୍ବେଦନଶୀଳ ଘଟଣାକୁ ନେଇ WHO ବିଭିନ୍ନ ଦେଶର ଜାତୀୟ କର୍ତ୍ତୃପକ୍ଷ ଏବଂ ଜାହାଜ ପରିଚାଳକମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହିଛି। ଜାହାଜରେ ଥିବା ରୋଗୀଙ୍କ ଜେନେଟିକ୍ ସିକ୍ୱେନ୍ସିଂ (Genetic sequencing) ଏବଂ ଅଧିକ ଲାବୋରେଟୋରୀ ଟେଷ୍ଟିଂ ଜାରି ରହିଛି। ରୋଗୀମାନଙ୍କର ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଉଦ୍ୟମ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି |