Hantavirus - The Sakala

ହଣ୍ଟାଭାଇରସ୍ କେତେ ଦିନ ପର୍ଯ୍ୟନ୍ତ ମଣିଷ ଶରୀରରେ ରହେ? ଜାଣି ନାହାନ୍ତି ବୈଜ୍ଞାନିକ, ସ୍ବତନ୍ତ୍ର ଅଧ୍ୟୟନ କରୁଛି 'WHO'
ମଣିଷ ଶରୀରରେ ଆଣ୍ଡିଜ୍ ହଣ୍ଟାଭାଇରସ୍ (Andes Hantavirus) କେତେ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ ଏବଂ ଜଣେ ସଂକ୍ରମିତ ବ୍ୟକ୍ତି କେତେ ଦିନ ଯାଏଁ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ, ସେନେଇ ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନଙ୍କ ପାଖରେ ସ୍ପଷ୍ଟ ସୂଚନା ନାହିଁ। ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହି ଭାଇରସର ଗଭୀର ଅନୁଧ୍ୟାନ କରାଯାଉଛି। ନିକଟରେ ଏମଭି ହୋଣ୍ଡିୟସ୍ (MV Hondius) ନାମକ କ୍ରୁଜ୍ ଜାହାଜରେ ଏହି ଭାଇରସ୍ ବ୍ୟାପିବା କାରଣରୁ ୧୧ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।

ଏକାଧିକ ମାଧ୍ୟମରେ ବ୍ୟାପିପାରେ ସଂକ୍ରମଣ

ପୂର୍ବରୁ କେବଳ ମୂଷା ଏବଂ ବାୟୁ ମାଧ୍ୟମରେ ହଣ୍ଟାଭାଇରସ୍ ବ୍ୟାପୁଥିବା କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ମଣିଷ ଶରୀରର ବିଭିନ୍ନ ତରଳ ପଦାର୍ଥରୁ ମଧ୍ୟ ଏହା ବ୍ୟାପିପାରେ ବୋଲି ଜଣାପଡିଛି। ଏହି ତାଲିକାରେ ଲାଳ, ମାଆ କ୍ଷୀର ଏବଂ ଶୁକ୍ରାଣୁ (Sperm) ସାମିଲ ରହିଛି। କ୍ରୁଜ୍ ଜାହାଜରେ ଘଟିଥିବା ଘଟଣା ପରେ ବୈଜ୍ଞାନିକମାନେ ଅଧିକ ଚିନ୍ତିତ ହୋଇପଡିଛନ୍ତି, କାରଣ ଯୌନ ସମ୍ପର୍କ ଏବଂ ନିକଟତର ସମ୍ପର୍କ ମାଧ୍ୟମରେ ମଧ୍ୟ ଏହା ବ୍ୟାପିବାର ଆଶଙ୍କା ରହିଛି। ଗୋଟିଏ ଅଧ୍ୟୟନ ଅନୁଯାୟୀ, ସୁସ୍ଥ ହେବା ପରେ ମଧ୍ୟ ପୁରୁଷମାନଙ୍କ ଶୁକ୍ରାଣୁରେ ହଣ୍ଟାଭାଇରସ୍ ୬ ବର୍ଷ ପର୍ଯ୍ୟନ୍ତ ରହିପାରେ। ତେବେ ଜଣେ ବ୍ୟକ୍ତି ସଂକ୍ରମିତ ହେବାର କେତେ ସମୟ ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିବ, ତାହାର କୌଣସି ସଠିକ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିପାରିନାହିଁ।

'WHO' ପକ୍ଷରୁ ସ୍ୱତନ୍ତ୍ର 'ନେଚୁରାଲ୍ ହିଷ୍ଟ୍ରି ଷ୍ଟଡି' ଆରମ୍ଭ

ଏହି ଭୟାନକ ଭାଇରସ୍ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ WHO ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏମର୍ଜିଂ ଡିଜିଜ୍ ଏବଂ ଜୁନୋସିସ୍ ୟୁନିଟ୍ ମୁଖ୍ୟ ମାରିଆ ଭାନ୍ କେରଖୋଭ୍ (Maria Van Kerkhove) ସୂଚନା ଦେଇଛନ୍ତି ଯେ, ଆଣ୍ଡିଜ୍ ହଣ୍ଟାଭାଇରସ୍ ଉପରେ ଏବେ ଏକାଧିକ ଗବେଷଣା ଚାଲିଛି। ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି 'ନେଚୁରାଲ୍ ହିଷ୍ଟ୍ରି ଷ୍ଟଡି (Natural History Study)'। ଏହି ଅଧ୍ୟୟନ ମାଧ୍ୟମରେ ଭାଇରସର ଜୀବନଚକ୍ରକୁ ବୁଝିବା ପାଇଁ ପ୍ରୟାସ କରାଯାଉଛି। କ୍ୱାରେଣ୍ଟାଇନରେ ଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ନିୟମିତ ନମୁନା ସଂଗ୍ରହ କରି ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛନ୍ତି କି ନାହିଁ ତାହାର ଯାଞ୍ଚ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ହଣ୍ଟାଭାଇରସ୍ ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ, ତେଣୁ ଏହି ଅଧ୍ୟୟନର ଫଳାଫଳ ଆଗାମୀ ଦିନରେ ସଂକ୍ରମଣକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ଆଟଲାଣ୍ଟିକ ମହାସାଗରରେ କ୍ରୁଜ୍ ଜାହାଜରେ ହାଣ୍ଟାଭାଇରସ୍ ଆତଙ୍କ: ୩ ମୃତ, ଜଣେ ଗୁରୁତର
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସୂଚନା ଅନୁଯାୟୀ, ଆଟଲାଣ୍ଟିକ ମହାସାଗରରେ ଯାତ୍ରା କରୁଥିବା ଏକ କ୍ରୁଜ୍ ଜାହାଜରେ ଏକାଧିକ ଯାତ୍ରୀ ମାରାତ୍ମକ ହାଣ୍ଟାଭାଇରସ୍ (Hantavirus) ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଯାତ୍ରୀ ଦକ୍ଷିଣ ଆଫ୍ରିକାରେ ଗୁରୁତର ଅବସ୍ଥାରେ ଆଇସିୟୁ (ICU) ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

କେମିତି ହେଲା ସଂକ୍ରମଣ?

ମିଳିଥିବା ସୂଚନା ମୁତାବକ, ନେଦରଲ୍ୟାଣ୍ଡ୍‌ସ୍‌ର ଓସେନୱାଇଡ୍ ଏକ୍ସପିଡିସନ୍ସ ଦ୍ୱାରା ପରିଚାଳିତ ଏମଭି ହୋଣ୍ଡିୟସ୍ (MV Hondius) ନାମକ ଏକ କ୍ରୁଜ୍ ଜାହାଜ ଆର୍ଜେଣ୍ଟିନାର ଉଶୁଆଇଆ ରୁ କେପ୍ ଭର୍ଡେ (Cape Verde) ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଜାହାଜରେ ଏକ ଅଜଣା ଶ୍ୱାସକ୍ରିୟା ଜନିତ ରୋଗ ବ୍ୟାପିଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଗୋଟିଏ ହାଣ୍ଟାଭାଇରସ୍ ମାମଲା ଲାବୋରେଟୋରୀରୁ ପ୍ରମାଣିତ ହୋଇଛି ଏବଂ ଅନ୍ୟ ୫ଟି ସନ୍ଦିଗ୍ଧ ମାମଲା ରହିଛି। ଆକ୍ରାନ୍ତ ୬ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଏହି ଜାହାଜଟି କେପ୍ ଭର୍ଡେର ଉପକୂଳରେ ଛିଡ଼ା ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ଜାହାଜରୁ ଓହ୍ଲାଇବା ପାଇଁ ଏଯାଏଁ ଅନୁମତି ପ୍ରଦାନ କରାଯାଇନାହିଁ। ଅନ୍ୟ ୨ ଜଣ କର୍ମଚାରୀ ମଧ୍ୟ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଜଣାପଡ଼ିଛି।

କ'ଣ ଏହି ହାଣ୍ଟାଭାଇରସ୍?

ହାଣ୍ଟାଭାଇରସ୍ ହେଉଛି ଏକ ବିପଜ୍ଜନକ ଭୂତାଣୁ, ଯାହାକି ମୁଖ୍ୟତଃ ମୂଷାମାନଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପିଥାଏ। ସଂକ୍ରମିତ ମୂଷାର ମଳ, ମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ କିମ୍ବା ଏହା ଦ୍ୱାରା ଦୂଷିତ ପବନ ପ୍ରଶ୍ୱାସରେ ନେଲେ ମଣିଷ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେ ପ୍ରଥମେ ପ୍ରବଳ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଏବଂ କ୍ଳାନ୍ତି ଭଳି ସାଧାରଣ ଫ୍ଲୁ ଲକ୍ଷଣ ଦେଖାଯାଏ। ତେବେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଶ୍ୱାସରୋଗ ବା ହାଣ୍ଟାଭାଇରସ୍ ପଲମୋନାରୀ ସିଣ୍ଡ୍ରୋମ୍ ରେ ପରିଣତ ହୋଇପାରେ, ଯେଉଁଥିରେ ଫୁସଫୁସରେ ପାଣି ଜମିଯିବା କାରଣରୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହି ରୋଗ ମଣିଷରୁ ମଣିଷକୁ ବ୍ୟାପିବା ବିରଳ ହୋଇଥିଲେ ସୁଦ୍ଧା ଅତ୍ୟନ୍ତ ମାରାତ୍ମକ ଅଟେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପଦକ୍ଷେପ

ଏହି ସମ୍ବେଦନଶୀଳ ଘଟଣାକୁ ନେଇ WHO ବିଭିନ୍ନ ଦେଶର ଜାତୀୟ କର୍ତ୍ତୃପକ୍ଷ ଏବଂ ଜାହାଜ ପରିଚାଳକମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହିଛି। ଜାହାଜରେ ଥିବା ରୋଗୀଙ୍କ ଜେନେଟିକ୍ ସିକ୍ୱେନ୍ସିଂ (Genetic sequencing) ଏବଂ ଅଧିକ ଲାବୋରେଟୋରୀ ଟେଷ୍ଟିଂ ଜାରି ରହିଛି। ରୋଗୀମାନଙ୍କର ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଉଦ୍ୟମ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି |