Laurel Hubbard - The Sakala

ଅଲିମ୍ପିକ୍ସକୁ ମନୋନୀତ ହେଲେ ପ୍ରଥମ କିନ୍ନର ଲୌରା ହୁବାର୍ଡ
ଅକ୍‌ଲାଣ୍ଡ: ଲୌରା ହୁବାର୍ଡ ପ୍ରଥମ କିନ୍ନର ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସ ଲାଗି ମନୋନୀତ ହୋଇଛନ୍ତି। ଏହି ୪୩ ବର୍ଷୀୟ ଆଥଲେଟଙ୍କୁ ନ୍ୟୁଜିଲାଣ୍ଡ ମହିଳା ଭାରୋତ୍ତୋଳନ ଟିମ୍‌ରେ ସାମିଲ କରାଯାଇଛି ଓ ସେ ୮୭ କିଲୋରୁ ଅଧିକ ଓଜନ କାଟାଗୋରୀରେ ଅଂଶଗ୍ରହଣ କରିବେ । ହୁବାର୍ଡଙ୍କୁ ମହିଳା କାଟାଗୋରୀରେ ସାମିଲ କରାଯିବା ପରେ ଏହାକୁ ନେଇ ବିଶ୍ଵରେ ପୁଣି ଏକ ବିତର୍କ ସୃଷ୍ଟି ହୋଇଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିୟମ ଅନୁଯାୟୀ ଯେଉଁ କିନ୍ନରଙ୍କ ଟେଷ୍ଟୋଷ୍ଟୋରେନ ସ୍ତର ଏକ ଲିଟରରେ ୧୦ ନାନୋମୋଲ୍ସ ତଳେ ଏକ ବର୍ଷ ପର୍ଯ୍ୟନ୍ତ ରହିବ ସେମାନେ ମହିଳା ବିଭାଗରେ ଅଂଶଗ୍ରହଣ କରିପାରିବେ । ଏ ସବୁ ନିୟମକୁ ପୂରଣ କରୁଥିବାରୁ ଲୌରା ହୁବାର୍ଡଙ୍କୁ ନ୍ୟୁଜିଲାଣ୍ଡ ମହିଳା ଦଳରେ ସାମିଲ କରାଯାଇଛି।

କିନ୍ତୁ ତାଙ୍କୁ ସାମିଲ କରାଯିବା ଅର୍ଥ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ବୋଲି ଅନେକ ମହିଳା ସଂଗଠନ ଓ ଆଥଲେଟ ଅଭିଯୋଗ କରିଛନ୍ତି। ହୁବାର୍ଡ ୨୦୧୩ ପର୍ଯ୍ୟନ୍ତ ପୁରୁଷ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହାପରେ ତାଙ୍କ ଲିଙ୍ଗ ପରିବର୍ତ୍ତନର ସୂଚନା ମିଳିବା ପରେ ଅସ୍ତ୍ରୋପଚାର କରାଯାଇ ମହିଳା ବା କିନ୍ନରରେ ପରିଣତ ହୋଇଥିଲେ। ଏହାପରେ ସେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ଜିତିବାରେ ମଧ୍ୟ ସମର୍ଥ ହୋଇ ସାରିଲେଣି। ଏହା ସତ୍ତ୍ବେ ସେ ମହିଳା ପ୍ରତିଯୋଗୀଙ୍କଠାରୁ ଶକ୍ତିଶାଳୀ ଓ ତାଙ୍କୁ ଅଧିକ ସଫଳତା ମିଳିବ ବୋଲି ଏବେ ମଧ୍ୟ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ସେ ଯାହା ହେଉ ନିୟମ ଅନୁଯାୟୀ ତାଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ନ୍ୟୁଜିଲାଣ୍ଡ ଅଲିମ୍ପିକ୍ କମିଟି ପକ୍ଷରୁ ଘୋଷଣା କରାଯାଇଛି।