Martyrs - The Sakala

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣରେ ୩ ଡିଆରଜି ଯବାନ ଶହୀଦ, ଜଣେ ଗୁରୁତର
ଛତିଶଗଡ଼: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶନିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଏକ ଆଇଇଡି (IED) ବିସ୍ଫୋରଣ ହେବା ଫଳରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG) ର ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ (ଡି-ମାଇନିଂ) ଅପରେସନ୍ ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ, କାଙ୍କେର-ନାରାୟଣପୁର ସୀମାନ୍ତ ଅଞ୍ଚଳରେ ଏହି ଘଟଣା ଘଟିଛି। ଛୋଟେବେଠିଆ ପୋଲିସ ଷ୍ଟେସନରୁ ଏକ ଟିମକୁ ଡି-ମାଇନିଂ, ଏରିଆ ଡୋମିନେସନ୍ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ପଠାଯାଇଥିଲା। ଅପରେସନ୍ ସମୟରେ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଏକ ଆଇଇଡିକୁ ନିଷ୍କ୍ରିୟ କରାଯାଉଥିବା ବେଳେ ହଠାତ୍ ତାହା ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ୪ ଜଣ ଡିଆରଜି ଯବାନ ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଶହୀଦ ଯବାନମାନଙ୍କୁ ଇନ୍ସପେକ୍ଟର ସୁଖରାମ ବଟ୍ଟି, କନଷ୍ଟେବଲ କ୍ରିଷ୍ଣା କୋମରା ଏବଂ କନଷ୍ଟେବଲ ସଞ୍ଜୟ ଗଢପାଲେ ଭାବରେ ଚିହ୍ନଟ କରାଯାଇଛି। ସେହିପରି ଗୁରୁତର ଆହତ ହୋଇଥିବା ଅନ୍ୟ ଜଣେ ଯବାନ କନଷ୍ଟେବଲ ପରମାନନ୍ଦ କୋମରାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି।

ଏହି ଘଟଣାକୁ ନେଇ ବସ୍ତର ରେଞ୍ଜର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ ନିକଟ ଅତୀତରେ ସୁରକ୍ଷା କର୍ମୀମାନେ ଗୁଇନ୍ଦା ସୂଚନା ଆଧାରରେ ଶହ ଶହ ଆଇଇଡି ଜବତ କରି ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି। ତେବେ ଅଞ୍ଚଳକୁ ସୁରକ୍ଷିତ କରିବା ପାଇଁ ଚାଲିଥିବା ଉଦ୍ୟମ ମଧ୍ୟରେ ଆଜିର ଏହି ଘଟଣା ଏକ ଦୁଃଖଦ ଦୁର୍ଘଟଣା ବୋଲି ସେ ଅଭିହିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ଆରମ୍ଭରେ କାଙ୍କେର ଜିଲ୍ଲାର ସେହି ଛୋଟେବେଠିଆ ପୋଲିସ ଷ୍ଟେସନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ମାଓବାଦୀଙ୍କ ଜଣେ ଏରିଆ କମାଣ୍ଡର ରୂପି ନିହତ ହୋଇଥିଲା। ତା' ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି କାଙ୍କେର ଏସପି ନିଖିଲ ରାଖେଚା ସୂଚନା ଦେଇଥିଲେ।