Fuel Costs Surge - The Sakala

ପେଟ୍ରୋଲ୍ ଓ ଡିଜେଲ୍ ଦର ୫ ରୁ ୧୦ ଟଙ୍କା ବୃଦ୍ଧି ଆଶଙ୍କା !, ଚିନ୍ତାରେ ସାଧାରଣ ଖାଉଟି
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବା ଆରମ୍ଭ କରିଛି। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଯାଇଛି। ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାରରେ ପଡ଼ିବା ଆରମ୍ଭ ହୋଇଛି, ଯେଉଁ କାରଣରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି।

ବେସରକାରୀ ତୈଳ କମ୍ପାନୀ ବଢ଼ାଇଲେ ଦର

ସୂଚନା ଅନୁଯାୟୀ, ଦେଶର ପ୍ରମୁଖ ଘରୋଇ ତୈଳ ବିକ୍ରେତା କମ୍ପାନୀ ନାୟରା ଏନର୍ଜି (Nayara Energy) ନିଜର ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୩୦ ପଇସା ଏବଂ ଡିଜେଲ ଦର ୩ ଟଙ୍କା ବୃଦ୍ଧି କରିସାରିଛି। ଅନ୍ୟପକ୍ଷରେ, ସରକାରୀ ତୈଳ କମ୍ପାନୀ ଯଥା ଆଇଓସି (IOC), ବିପିସିଏଲ (BPCL), ଏବଂ ଏଚପିସିଏଲ (HPCL) ସାଧାରଣ ପେଟ୍ରୋଲ ଦରକୁ ସ୍ଥିର ରଖିଥିଲେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଏବଂ ଇଣ୍ଡଷ୍ଟ୍ରିଆଲ ଡିଜେଲ ଦରରେ ବୃଦ୍ଧି ଘଟିଛି। ଇଣ୍ଡଷ୍ଟ୍ରିଆଲ ଡିଜେଲ ଦର ଲିଟର ପିଛା ପ୍ରାୟ ୨୨ ଟଙ୍କା ବଢ଼ିଥିବା ବେଳେ ପ୍ରିମିୟମ ପେଟ୍ରୋଲ ଦର ମଧ୍ୟ ୨ ଟଙ୍କା ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଗ୍ରାହକଙ୍କ ମଧ୍ୟରେ କୋକୁଆ ଭୟ, ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼

ତେଲ ଦରରେ ଅହେତୁକ ବୃଦ୍ଧି ଓ ସମ୍ଭାବ୍ୟ ଅଭାବକୁ ନେଇ ଗ୍ରାହକମାନେ ଆତଙ୍କିତ ଅଛନ୍ତି। ବିଭିନ୍ନ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ଏବଂ ବିଶେଷକରି ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଏହି ସ୍ଥିତି ଅଧିକ ଗମ୍ଭୀର ରହିଛି। ଅନ୍ୟପଟେ କେନ୍ଦ୍ର ସରକାର ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଦେଶରେ ପେଟ୍ରୋଲ ବା ଡିଜେଲର କୌଣସି ଅଭାବ ନାହିଁ ଏବଂ ଗ୍ରାହକମାନେ ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଇଛି।

ଆଗକୁ କ'ଣ ହେବ ସ୍ଥିତି?

ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୋଗାଣ ଶୃଙ୍ଖଳା ବାଧା ଏବଂ 'ଷ୍ଟ୍ରେଟ୍ ଅଫ୍ ହରମୁଜ୍' ଦେଇ ପରିବହନ ବନ୍ଦ ହେବା ଯୋଗୁଁ ଆଗାମୀ ଦିନରେ ଦର ଆହୁରି ବଢ଼ିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି। ମୁମ୍ବାଇ, କୋଲକାତା ଏବଂ ଭୁବନେଶ୍ୱର ଭଳି ପ୍ରମୁଖ ସହରମାନଙ୍କରେ ପେଟ୍ରୋଲ ଦର ବର୍ତ୍ତମାନ ୧୦୦ ଟଙ୍କା ଉପରେ ଥିବାବେଳେ ଏହି ନୂତନ ବୃଦ୍ଧି ସାଧାରଣ ଯାତ୍ରୀ ଏବଂ ଗ୍ରାହକଙ୍କ ଉପରେ ଏକ ବଡ଼ ଆର୍ଥିକ ବୋଝ ପକାଇବ।