Cyclone Threat - The Sakala

ମେ' ଦ୍ୱିତୀୟ ସପ୍ତାହରେ ବାତ୍ୟା ଆଶଙ୍କା ! ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ...
ଭୁବନେଶ୍ୱର: ମେ' ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଗ୍ଲୋବାଲ୍ ଫୋରକାଷ୍ଟ୍ ସିଷ୍ଟମ୍ (GFS) ର ଆକଳନ ଅନୁଯାୟୀ, ମେ' ମାସର ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ମଡେଲ ଅନୁଯାୟୀ, ମେ' ୧୧ ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଆଶଙ୍କା ରହିଛି। ଆଗାମୀ ଦିନରେ ଏହି ସିଷ୍ଟମ୍ ଆହୁରି ସକ୍ରିୟ ହୋଇ ସାମୁଦ୍ରିକ ବାତ୍ୟା ବା ସାଇକ୍ଲୋନ୍ ରୂପ ନେଇପାରେ ବୋଲି ମଡେଲ୍ ସୂଚାଇଛି। ବାୟୁମଣ୍ଡଳରେ ବର୍ତ୍ତମାନ ଯେଉଁଭଳି ଅସ୍ଥିରତା ଦେଖାଦେଉଛି, ତାହା ଏକ ଶକ୍ତିଶାଳୀ ସିଷ୍ଟମ୍ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ତିଆରି କରୁଛି ।

ତେବେ ଏହି ପାଣିପାଗ ସିଷ୍ଟମର ଗତିବିଧି କିମ୍ବା ବାତ୍ୟା ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପୂର୍ବାନୁମାନ କିମ୍ବା ସ୍ପଷ୍ଟୀକରଣ ଦିଆଯାଇନାହିଁ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଦୀର୍ଘମିଆଦୀ ମଡେଲ୍ ଗୁଡ଼ିକରେ ବାରମ୍ବାର ପରିବର୍ତ୍ତନ ଦେଖାଯାଏ। ତେଣୁ ଆଗାମୀ ଦିନରେ ଏହି ସିଷ୍ଟମର ପ୍ରକୃତ ଗତିପଥ ଏବଂ ପ୍ରଭାବ ବିଷୟରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ।

ବିଭିନ୍ନ ବିଶ୍ୱ ପାଣିପାଗ ମଡେଲ୍ ଦର୍ଶାଉଛି ଯେ ମେ' ୧୦ ରୁ ୧୫ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବ ବର୍ଷଗୁଡ଼ିକରେ ମେ' ମାସରେ ସୃଷ୍ଟି ହୋଇଥିବା ଏଭଳି ଲଘୁଚାପଗୁଡ଼ିକ ଅବପାତରେ ପରିଣତ ହୋଇ ମିଆଁମାର ଆଡ଼କୁ ଗତି କରିଥିଲା। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ କେବଳ ପାଣିପାଗ ମଡେଲ ଉପରେ ନିର୍ଭର ନକରି ପାଣିପାଗ ବିଭାଗର ଆନୁଷ୍ଠାନିକ ସୂଚନା ଏବଂ ଅପଡେଟ୍ ଉପରେ ନଜର ରଖିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।