UAE - The Sakala
ଡ୍ରୋନ୍ ଆକ୍ରମଣ ପରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ବିମାନ ଚଳାଚଳ ବାତିଲ
ନୂଆଦିଲ୍ଲୀ: ଇରାନର ଡ୍ରୋନ୍ ଆକ୍ରମଣ ଯୋଗୁଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ବାତିଲ କରାଯାଇଛି। ଉପସାଗରୀୟ ଅଞ୍ଚଳରେ ଏବେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଥିବା ବେଳେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆମେରିକା ଏବଂ ଇସ୍ରାଏଲ୍ ଦ୍ୱାରା ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରତିଶୋଧ ନେବାକୁ ଯାଇ ଇରାନ ଏବେ ଉପସାଗରୀୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଜାରି ରଖିଛି। ଏହି ଡ୍ରୋନ୍ ଆକ୍ରମଣ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ତଥା ପ୍ରମୁଖ ଆର୍ଥିକ ହବ୍ ନିକଟରେ ହୋଇଛି। ତେହେରାନର ଏହି ବର୍ଦ୍ଧିତ ଆକ୍ରମଣ ଏବେ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ସହର ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।
ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ସୂଚନା ମିଳିଛି। ସାଧାରଣ ପ୍ରତିରକ୍ଷା ଦଳ (ସିଭିଲ୍ ଡିଫେନ୍ସ ଟିମ୍) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଆଁକୁ ସଫଳତାର ସହ ଆୟତ୍ତ କରିଛନ୍ତି। ଫଳରେ ନିକଟରେ ଥିବା ଏକ ଇନ୍ଧନ ଟାଙ୍କିକୁ ବଡ଼ ବିପଦରୁ ରକ୍ଷା କରାଯାଇପାରିଛି। ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ବିମାନବନ୍ଦର କମ୍ପ୍ଲେକ୍ସରୁ ଭୟଙ୍କର ଅଗ୍ନିଶିଖା ଏବଂ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।
ୟୁଏଇରେ ଫସିଲେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା: କହିଲେ, ମୁଁ ଶୀଘ୍ର ଘରକୁ ଫେରିବାକୁ ଚାହୁଁଛି
ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି। ଏହି ସଂଘର୍ଷ ମଧ୍ୟରେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ବର୍ତ୍ତମାନ ୟୁଏଇରେ ଫସି ରହିଛନ୍ତି। ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ହୋଇଥିବା ଆକ୍ରମଣ ପରେ ସାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିମାନ ଚଳାଚଳ ବନ୍ଦ ଥିବା କାରଣରୁ ଇଶାଙ୍କ ସମେତ ଅନେକ ଭାରତୀୟ ସେଠାରେ ଅଟକି ରହିଛନ୍ତି ଏବଂ ନିଜ ଦେଶକୁ ଫେରିବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି।
ୟୁଏଇ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା
ଅଭିନେତ୍ରୀ ଇଶା ଗୁପ୍ତା ନିଜର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ନିଜର ସୁରକ୍ଷା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସେଠାକାର ପରିସ୍ଥିତି ଜଟିଳ ଥିଲେ ମଧ୍ୟ ୟୁଏଇ ସରକାର ଫସିଥିବା ଲୋକଙ୍କର ସମସ୍ତ ପ୍ରକାର ଯତ୍ନ ନେଉଛନ୍ତି। ଏୟାରପୋର୍ଟରେ ଅଟକିଥିବା ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ହୋଟେଲରେ ରହିବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଅତି ସୁନ୍ଦର ଭାବେ କରାଯାଇଛି। ଆବୁଧାବିରେ ସ୍ଥିତିକୁ ଯେଉଁଭଳି ଭାବେ ନିୟନ୍ତ୍ରଣ କରାଯାଉଛି, ତାହା ଦେଶର ଶକ୍ତି ଏବଂ ଶାନ୍ତି ବଜାୟ ରଖିବା ପ୍ରକ୍ରିୟାକୁ ଦର୍ଶାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ଶୀଘ୍ର ଘରକୁ ଫେରିବାକୁ ଆଶା
ୟୁଏଇରେ ଫସି ରହିଥିବାରୁ ଇଶା କାହାର ଫୋନ କିମ୍ବା ମେସେଜର ଉତ୍ତର ଦେଇପାରୁ ନାହାନ୍ତି, ଯେଉଁଥିପାଇଁ ସେ କ୍ଷମା ମାଗିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, "ମୁଁ ବର୍ତ୍ତମାନ କେବଳ ଶୀଘ୍ର ଘରକୁ ଫେରିବାକୁ ଚାହୁଁଛି।" ଇଶାଙ୍କ ବ୍ୟତୀତ ସୋନାଲ ଚୌହାନ ଏବଂ ତାମିଲ ସୁପରଷ୍ଟାର ଅଜିତ କୁମାର ମଧ୍ୟ ୟୁଏଇରେ ଅଟକି ରହିଥିବା ଜଣାପଡିଛି। ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନିଶ୍ଚିତତା ଦେଖାଦେଇଥିବା ବେଳେ ସମସ୍ତେ ବିମାନ ଚଳାଚଳ ସ୍ୱାଭାବିକ ହେବାକୁ ଅପେକ୍ଷା କରିଛନ୍ତି।
Ranveer Singh's Dhurandhar Banned; ବକ୍ସ ଅଫିସରେ ଧମାଲ୍ ଭିତରେ ‘ଧୁରନ୍ଧର’କୁ ଲାଗିଲା ବଡ଼ ଝଟକା: ଏହି ୬ଟି ଦେଶରେ ବ୍ୟାନ୍ ହେଲା ରଣବୀରଙ୍କ ଫିଲ୍ମ
ମୁମ୍ବାଇ: ବକ୍ସ ଅଫିସରେ ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର’ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ନିର୍ମାତାଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ ତଥା ବିଦେଶରେ ଫିଲ୍ମଟି ଭଲ ଆୟ କରୁଥିଲେ ମଧ୍ୟ ଗଲ୍ଫ ଦେଶ (Gulf Countries) ଗୁଡ଼ିକରେ ଏହାକୁ ମୁକ୍ତିଲାଭ କରିବାକୁ ଅନୁମତି ମିଳିନାହିଁ। ଏହି କାରଣରୁ ଫିଲ୍ମର ବିଦେଶ ଆୟରେ ବଡ଼ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
କେଉଁ ଦେଶରେ ଲାଗିଲା କଟକଣା?
ରିପୋର୍ଟ ଅନୁଯାୟୀ, ୬ଟି ପ୍ରମୁଖ ଗଲ୍ଫ ଦେଶ ଯଥା- ବାହାରିନ୍, କୁଏତ୍, ଓମାନ, କାତାର, ସାଉଦି ଆରବ ଏବଂ ୟୁଏଇ (UAE)ରେ ଫିଲ୍ମ ଉପରେ କଟକଣା ଲଗାଯାଇଛି। ଫଳରେ ଏହି ଦେଶଗୁଡ଼ିକରେ ଫିଲ୍ମଟି ରିଲିଜ୍ ହୋଇପାରି ନାହିଁ।
କାହିଁକି ଲାଗିଲା ବ୍ୟାନ୍?
ରିପୋର୍ଟ ମୁତାବକ, ଫିଲ୍ମର କାହାଣୀକୁ ‘ପାକିସ୍ତାନ ବିରୋଧୀ’ (Anti-Pakistan) ବୋଲି ବିବେଚନା କରାଯାଇଛି।
ଗଲ୍ଫ ଦେଶର ସେନସର ବୋର୍ଡର ଆଶଙ୍କା ରହିଛି ଯେ ଏହି ଫିଲ୍ମ ଯୋଗୁଁ ସେଠାକାର ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।
ନିର୍ମାତାମାନେ ଚେଷ୍ଟା କରିଥିଲେ ସୁଦ୍ଧା, ସେଠାକାର ପ୍ରଶାସନ ଫିଲ୍ମର ବିଷୟବସ୍ତୁ (Theme) କୁ ଅନୁମୋଦନ ଦେଇନାହାନ୍ତି।
ପୂର୍ବରୁ ଏହି ଫିଲ୍ମ ଗୁଡ଼ିକ ଉପରେ ମଧ୍ୟ ଲାଗିଥିଲା କଟକଣା
କେବଳ ‘ଧୁରନ୍ଧର’ ନୁହେଁ, ଗତ କିଛି ବର୍ଷ ହେବ ଗଲ୍ଫ ଦେଶଗୁଡ଼ିକ ଭାରତୀୟ ସ୍ପାଏ-ଥ୍ରିଲର ଫିଲ୍ମ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।
ଫାଇଟର (୨୦୨୪): ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ ପାକିସ୍ତାନ ବିରୋଧୀ ଦର୍ଶାଇ ବ୍ୟାନ୍ କରାଯାଇଥିଲା। ୟୁଏଇରେ ରିଲିଜ୍ ପାଇଁ କିଛି ଦୃଶ୍ୟ କାଟିବାକୁ କୁହାଯାଇଥିଲେ ମଧ୍ୟ ଶେଷରେ ଏହାକୁ ଅନୁମତି ମିଳିନଥିଲା।
ଏହା ବ୍ୟତୀତ ସଲମାନ ଖାନଙ୍କ ‘ଟାଇଗର-୩’, ଅକ୍ଷୟ କୁମାରଙ୍କ ‘ସ୍କାଏ ଫୋର୍ସ’ ଏବଂ ଜନ୍ ଆବ୍ରାହମଙ୍କ ‘ଦ ଡିପ୍ଲୋମାଟ୍’ ଭଳି ଫିଲ୍ମ ଗୁଡ଼ିକ ମଧ୍ୟ ସମାନ କାରଣରୁ ଗଲ୍ଫ ଦେଶରେ ରିଲିଜ୍ ହୋଇପାରି ନଥିଲା।
ଏସିଆ କପ୍‌-୨୦୨୫: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ୟୁଏଇ କରିବ ପ୍ରଥମେ ବ୍ୟାଟିଂ
ଦୁବାଇ: ଏସିଆ କପ୍‌ କ୍ରିକେଟ୍‌-୨୦୨୫ରେ ଭାରତର ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିଛି। ଏହି ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ୟୁଏଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ।
ଭାରତୀୟ ଟିମ୍‌: ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ।
ୟୁଏଇ ଟିମ୍‌: ମହମ୍ମଦ ୱାସିମ (ଅଧିନାୟକ), ଆଲିସାନ ସାଫୁ, ରାହୁଲ ଚୋପ୍ରା (ୱିକେଟ୍‌ରକ୍ଷକ), ଆସିଫ ଖାନ୍, ମହମ୍ମଦ ଫାରୁକ୍, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା,  ହାଇଦର ଅଲୀ, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ।
ନୂଆଦିଲ୍ଲୀ: ଜଣେ ଭାରତୀୟ ମହିଳାଙ୍କୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଫାଶୀ ଦିଆଯାଇଛି। ଉତ୍ତର ପ୍ରଦେଶ ବାନ୍ଦାର ଏହି ମହିଳା ଶହଜାଦି ଖାନ (୩୩)ଙ୍କ ବିରୋଧରେ ଶିଶୁ (୪) ହତ୍ୟା ମାମଲା ଲାଗିଥିଲା। ସେ ଦୁଇ ବର୍ଷ ହେଲା ଦୁବାଇ ଜେଲ୍ରେ ବନ୍ଦୀ ଥିଲେ। କୋର୍ଟ ୪ ମାସ ତଳେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଫେବୃଆରୀ ୧୫ରେ ଏହି ମହିଳାଙ୍କୁ ଫାଶୀ ଦିଆଯାଇଥିଲା। ୧୩ ଦିନ ପରେ ଏହାର ସୂଚନା ଭାରତୀୟ ଦୂତାବାସ ପାଇଥିଲା। ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୋମବାର ଦିଲ୍ଲୀ ହାଇକୋର୍ଟଙ୍କୁ ଏହି ସୂଚନା ଦିଆଯାଇଛି। ୫ ତାରିଖରେ ମହିଳାଙ୍କ ଅନ୍ତିମ ସଂସ୍କାର ହେବ ବୋଲି କୁହାଯାଇଛି। ମହିଳାଙ୍କ ସମ୍ପର୍କୀୟଙ୍କୁ ଆବୁଧାବି ଯିବାରେ ସହାୟତା ଦିଆଯିବ ବୋଲି ଦୂତାବାସ ପକ୍ଷରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି।
ଦୁଇ ଦିନ ତଳେ ଶହଜାଦିଙ୍କ ବାପା ଏହି ମାମଲାରେ ବିଦେଶ ମନ୍ତ୍ରାଳୟର ହସ୍ତକ୍ଷେପ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଏର କରିଥିଲେ। ଆବେଦନରେ ପିତା ଦର୍ଶାଇ ଥିଲେ ଯେ ଗତ ୧୪ ତାରିଖରେ ଝିଅ ତାଙ୍କୁ ଫୋନ୍ କରିଥିଲେ। ଫାଶୀ ଦେବା ପାଇଁ ତାଙ୍କୁ ଜେଲ୍ରୁ ହସ୍ପିଟାଲକୁ ନିଆ ଯାଇଥିବା କହିଥିଲେ। ପରେ ଆବୁଧାବି ଆଇନ ଅନୁଯାୟୀ କ୍ଷମାଦେବାକୁ ତାଙ୍କ ବାପା ବିଦେଶ ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଥିଲେ। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ସୂଚନା ଅନୁଯାୟୀ ଶହଜାଦି ବାନ୍ଦା ଅନ୍ତର୍ଗତ ଗୋୟରା ମୁଗଲି ଗ୍ରାମର ବାସିନ୍ଦା। ପିଲାଦିନେ ତାଙ୍କର ଗୋଟିଏ ପାଖ ମୁହଁ ପୋଡ଼ି ଯାଇଥିଲା। ୨୦୨୧ରେ ଫେସବୁକ୍ରେ ଆଗ୍ରାର ଉଜୈର ସହ ତାଙ୍କର ଭେଟ ହୋଇଥିଲା। ଉଜୈର ତାଙ୍କୁ ପ୍ରେମଜାଲରେ ଫସାଇ ଚିକିତ୍ସା କରାଇବା ନାମରେ ଦୁବାଇ ନେଇଥିଲା। ୨୦୨୧ ନଭେମ୍ବରରେ ଶେହଜାଦିଙ୍କୁ ସେ ବିକ୍ରି କରିଦେଇଥିଲେ।
ରିଜର୍ଭ ବ୍ୟାଙ୍କ, ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ବୁଝାମଣା: ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇହେବ ଟଙ୍କା
ଆବୁଧାବି: ସ୍ଥାନୀୟ କରେନ୍ସି(ମୁଦ୍ରା)ରେ କାରବାର ପାଇଁ ଭାରତ ଏବଂ ମିଳିତ ଆରବ ଏମିରାତ୍‌(ୟୁଏଇ) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାଏଦଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ୟୁଏଇ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଖଲିଦ ମହମ୍ମଦ ବାଲାମାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସହଜରେ କାରବାର କରାଯାଇପାରିବ ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ଅର୍ଥନୈତିକ ସହଯୋଗକୁ ଆହୁରି ସୁଦୃଢ କରାଯାଇପାରିବ।
ଏଥିମଧ୍ୟରୁ ଗୋଟିଏ ବୁଝାମଣାପତ୍ର ଅନୁଯାୟୀ, ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିପାରିବେ। ଏହିକ୍ରମରେ ଉଭୟ ଦେଶ ମଧ୍ୟରେ ‘ଲୋକାଲ କରେନ୍ସି ସେଟଲମେଣ୍ଟ ସିଷ୍ଟମ୍‌(ଏଲସିଏସଏସ୍‌) କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା କରେଣ୍ଟ ଆକାଉଣ୍ଟ ଟ୍ରାନଜାକ୍ସନ ଏବଂ ଅନୁମୋଦିତ କ୍ୟାପିଟାଲ ଆକାଉଣ୍ଟ ଟ୍ରାନଜାକ୍ସନ ସହଜରେ କରାଯାଇପାରିବ। ଏହା ଫଳରେ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଓ ୟୁଏଇ ମୁଦ୍ରା ଦିରହାମ(ଏଇଡି)ସ୍ଥିତି ଆହୁରି ସୁଦୃଢ ହୋଇପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉଭୟ ଦେଶ ମଧ୍ୟରେ ହେଉଥିବା ଅର୍ଥ କାରବାର ପାଇଁ ବ୍ୟୟ ହାର କମ ରହିବ। ସେହିପରି ଯେଉଁ ଭାରତୀୟମାନେ ୟୁଏଇ ରୁ ଭାରତକୁ ଅର୍ଥ ପଠାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିନିମୟ ଖର୍ଚ୍ଚ ହ୍ରାସ ପାଇବ।ଦ୍ବିତୀୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।
ଏଥିପାଇଁ ଭାରତର ଫାଷ୍ଟ ପେମେଣ୍ଟ ସିଷ୍ଟମ ଭାବେ ପରିଚିତ ୟୁପିଆଇ ଏବଂ ୟୁଏଇର ଇନଷ୍ଟାଣ୍ଟ ପେମେଣ୍ଟ ପ୍ଳାଟଫର୍ମ(ଆଇପିପି) ମଧ୍ୟରେ ଉତ୍ତମ ସମନ୍ବୟ ରଖି କାରବାର କରାଯାଇପାରିବ।ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ୟୁଏଇ ଗସ୍ତର ମୁଖ୍ୟ ଲକ୍ଷ୍ୟ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବୁଝାମଣା ଲାଗି ଉଦ୍ଦିଷ୍ଟ ରହିଛି ବୋଲି ଜଣାପଡିଛି । ଏହି ସମୟରେ ଉଭୟ ଦେଶ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ।
ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୫ରେ ୟୁଏଇ ଗସ୍ତ
ନୂଆଦିଲ୍ଲୀ: ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଫ୍ରାନ୍ସ ବାହାରିବା ପୂର୍ବରୁ ମୋଦି ଏକ ବୟାନ ଜାରି କରି ତାଙ୍କ ଫ୍ରାନ୍ସ ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି। ନରେନ୍ଦ୍ର ମୋଦି ଡଟ ଇନରେ ଦିଆଯାଇଥିବା ବୟାନରେ ସେ କହିଛନ୍ତି, ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ମୁଁ ଜୁଲାଇ ୧୩-୧୪ରେ ଫ୍ରାନ୍ସ ଗସ୍ତ କରୁଛି। ଏହି ଯାତ୍ରା ସ୍ବତନ୍ତ୍ର କାରଣ ମୁଁ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ କିମ୍ବା ବୈଷ୍ଟିଲ ଦିବସ ଉତ୍ସବରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଏକ ବିଶେଷ ଅତିଥି ଭାବରେ ଯୋଗଦେବି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ତ୍ରି-ସେବା ଦଳ ବୈଷ୍ଟିଲ ଡେ ପ୍ୟାରେଡର ଅଂଶ ହେବ ଏବଂ ଏହି ଅବସରରେ ଭାରତୀୟ ବାୟୁସେନା ବିମାନ ଫ୍ଲାଇ-ପାଷ୍ଟ କରିବ। ଚଳିତ ବର୍ଷ ଆମର ରଣନୀତିକ ସହଭାଗୀତାର ୨୫ ତମ ବାର୍ଷିକୀ ପାଳନ କରାଯାଉଛି। ଗଭୀର ବିଶ୍ୱାସ ଏବଂ ପ୍ରତିବଦ୍ଧତାର ମୂଳଦୁଆ, ଆମର ଦୁଇ ଦେଶ ପ୍ରତିରକ୍ଷା, ସ୍ଥାନ, ବ୍ଲୁ ଇକନିମି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶିକ୍ଷା, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରନ୍ତି । ଆମେ ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଏକତ୍ର କାର୍ଯ୍ୟ କରୁ।
ମୋଦି କହିଛନ୍ତି ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟିବାକୁ ଏବଂ ଆଗାମୀ ୨୫ବର୍ଷ ମଧ୍ୟରେ ଏହି ଦୀର୍ଘସ୍ଥାୟୀ ତଥା ପରିପକ୍ୱ ଭାଗିଦାରୀକୁ ଆଗକୁ ନେବାକୁ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ୨୦୨୨ ମସିହାରେ ମୋର ଶେଷ ସରକାରୀ ଗସ୍ତ ପରଠାରୁ, ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅନେକ ଥର ଭେଟିବାର ସୁଯୋଗ ପାଇଛି । ନିକଟରେ ଆମେ ଜି -୭ ଶିଖର ସମ୍ମିଳନୀରେ ମେ ୨୦୨୩ରେ ଜାପାନର ହିରୋସିମା ଠାରେ ଭେଟିଥିଲୁ ।
ନୂଆଦିଲ୍ଳୀ: ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ୟୁଏଇ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛନ୍ତି । ଯେଉଁ ଯାତ୍ରୀଙ୍କ ଭାରତୀୟ ପାସପୋର୍ଟରେ ସିଙ୍ଗଲ ନାଁ ରହିଥିବ, ସେମାନଙ୍କୁ ୟୁଏଇକୁ କିମ୍ବା ୟୁଏଇରୁ ଉଡ଼ାଣ ପାଇଁ ଅନୁମତି ମିଳିବ ନାହିଁ। ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯେକୌଣସି ଭିସା ଥିଲେ ମଧ୍ୟ ସିଙ୍ଗଲ ନାମଧାରୀମାନେ ୟୁଏଇରେ ପ୍ରବେଶ କରିପାରିବେ ନାହିଁ। ସୋମବାର ଠାରୁ ତତ୍କାଳ ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉଥିବା ୟୁଏଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାର ଅର୍ଥ ଯାତ୍ରୀଙ୍କୁ ନିଜର ନାଁ ସହ ସରନେମ ସ୍ପଷ୍ଟ ଭାବେ ଘୋଷଣା କରିବାକୁ ପଡ଼ିବ।
ୟୁଏଇର ସରକାରଙ୍କ ସୂଚନା ଅନୁସାରେ, ସବୁ ଯାତ୍ରୀଙ୍କ ପାସପୋର୍ଟରେ ପ୍ରଥମ ଓ ଶେଷ ଦୁଇଟି ନାଁ ସ୍ପଷ୍ଟ ହେବା ଦରକାର। ୨୧ ନଭେମ୍ବରରୁ ୟୁଏଇ ଏହି ନୂଆ ନିୟମ ଲାଗୁ ମଧ୍ୟ କରିଦେଇଛି। ୟୁଏଇ ପ୍ରଶାସନର ନିର୍ଦେଶ ଅନୁସାରେ, ଯେଉଁ ଯାତ୍ରୀଙ୍କ ପାସପୋର୍ଟରେ ସିଙ୍ଗିଲ ନାଁ ରହିଥିବ, ସେ ଟୁରିଷ୍ଟ ହୁଅନ୍ତୁ କିମ୍ବା ଅନ୍ୟ ଭିସାରେ ଆସିଥାନ୍ତୁ, ତାଙ୍କୁ ଯାତ୍ରା କରିବାର ଅନୁମତି ଦିଆଯିବ ନାହିଁ।
ପାସ୍‌ପୋର୍ଟରେ ବ୍ୟକ୍ତିଙ୍କର ପ୍ରଥମ ନାଁ ଏବଂ ଶେଷ ନାଁ ରହିବା ଅନିବାର୍ଯ୍ୟ କରାଯାଇଛି । ଯଦି ଏହି ଦୁଇଟି ନାମ ନ ଥାଏ, କିମ୍ବା ଗୋଟିଏ ଥାଏ ତେବେ କୌଣସି ପରିସ୍ଥିତିରେ ସେ ଯାତ୍ରା କରି ପାରିବେ ନାହିଁ କିମ୍ବା ସେଠାରୁ ଭାରତକୁ ଆସି ପାରିବେ ନାହିଁ। ୟୁଏଇ ସରକାର ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍‌ସକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଣ୍ଡିଗୋ ଏୟାରଲାଇନ୍‌ସ ମଧ୍ୟ କହିଛି, ‘ଯେଉଁ ଯାତ୍ରୀମାନଙ୍କ ପାଖରେ ପାସ୍‌ପୋର୍ଟରେ ସିଙ୍ଗଲ ନେମ୍‌ ରହିଛି, ସେମାନଙ୍କୁ ଯାତ୍ରାର ଅନୁମତି ଦିଆଯିବ ନାହିଁ ।
ପର୍‌ମାନେଣ୍ଟ ଭିସା ଥିବା ଯାତ୍ରୀଙ୍କ ପାଇଁ ରହିଛି ସୁବିଧା:
ଯଦି କାହା ପାଖରେ ୟୁଏଇର ସ୍ଥାୟୀ ଭିସା ରହିଛି, ତେବେ ତାଙ୍କୁ ଯାତ୍ରାର ସୁବିଧା ନିଶ୍ଚିତ ମିଳିବ। କିନ୍ତୁ ତାଙ୍କର ପ୍ରଥମ ଏବଂ ଶେଷ ନାମକୁ ଅପଡେଟ୍‌ କରିବା ନିହାତି ଦରକାର । ଇଣ୍ଡିଗୋ ଏୟାରଲାଇନ୍‌ସ କହିଛି, ଏ ବିଷୟରେ ଅଧିକ ସୂଚନା ପାଇଁ େଓ୍ଵବ୍‌ସାଇଟ୍‌ ଚେକ୍‌ କରନ୍ତୁ । ୟୁଏଇ ସରକାରଙ୍କ ଏହି ନିର୍ଦ୍ଦେଶନାମା ପରେ ଅନେକ ଏୟାରଲାଇନ୍‌ସ କମ୍ପାନିଗୁଡ଼ିକ ପାସ୍‌ପୋର୍ଟରେ ତ୍ରୁଟି ଥିବା ବ୍ୟକ୍ତିଙ୍କୁ ବାହାର କରି ଦେଉଛି । ଏମିତିରେ ଅନେକ ଭାରତୀୟଙ୍କୁ ୟୁଏଇରୁ ଆସିବା ପାଇଁ ମଧ୍ୟ ଦିଆଯାଉ ନାହିଁ । ଭିସା ଆପ୍ଲାଇ କରୁଥିବା ଏଜେଣ୍ଟ ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରିବା ପାଇଁ କହୁଛନ୍ତି ।
ଦୁବାଇରେ ବନ୍ୟା ବିତ୍ପାତ; ବୁଡ଼ିଲା ଶହ ଶହ ଲଗ୍‌ଜୁରୀ କାର୍‌, ଭାଙ୍ଗିଲା ଘର
ଆବୁଧାବି: ମରୁଭୂମି ସହରରେ ପ୍ରଳୟଙ୍କାରୀ ବନ୍ୟା । ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା। ବର୍ଷା ପାଣିରେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ପକ୍କା ଚିକ୍କଣ ରାସ୍ତା ମଧ୍ୟ ସମୁଦ୍ର ପରି ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା ଧୋଇ ହୋଇଛି ତ ପୁଣି କେଉଁଠି ଭାସୁଛି ଶହ ଶହ ଦାମୀ କାର । ପ୍ରାୟ ୨୭ ବର୍ଷ ପରେ ଆରବ ଏମିରେଟରେ ଏଭଳି ବୃଷ୍ଟିପାତ ହୋଇଥିବା କୁହାଯାଉଛି। ଇୟୁରୋପୀୟ ଦେଶମାନଙ୍କରେ ଚଳିତବର୍ଷ ଗ୍ରୀଷ୍ମରେ ନିଆଁ ବର୍ଷୁଥିବା ବେଳେ ଏବେ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଚକିତ କରିଛି।
ୟୁଏଇର ରାସ ଅଲ ଖେମାହ, ସାରାଜାହା, ଫୁଜରା ଓ ଦୁବାଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଏଭଳି ହୋଇଛି କି ଲୋକମାନେ ଘର ଦ୍ୱାରା ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସହରରୁ ସହ ଯୋଗାଯୋଗ ବିଚ୍ଛିନ ମଧ୍ୟ ହୋଇଛି । ସହରର ପ୍ରବେଶ ପଥ ପାଣିରେ ଧୋଇ ହୋଇଛି । ଏଠାରେ ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏଥିଲାଗି ୫୦ଟି ସ୍ୱତନ୍ତ୍ର ବସ୍‌କୁ ନିୟୋଜିତ କରାଯାଇଛି। ସାରାଜାହା ଓ ଫୁଜେରିଆରେ ପ୍ରାୟ ୪ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାଣି ଭିତରୁ ୯୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।
ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାସ୍ତାଘାଟ ଧୋଇଯିବା ସହ ବିତ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ତୁରନ୍ତ ମରାମତି ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମି କିଛି ଦିନ ଯାଏଁ ଏଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଭାରତ, ଆମେରିକା , ୟୁଏଇ ଓ ଇସ୍ରାଏଲର ନୂଆ ଗୋଷ୍ଠୀ ‘ଆଇ୨ୟୁ୨’
ୱାଶିଂଟନ : ଭାରତ, ଆମେରିକା, ଇସ୍ରାଏଲ ଏବଂ ମିଳିତ ଆରବ ଆମିରାତ(ୟୁଏଇ) ‘ଆଇ୨ୟୁ୨’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହିତ ଏହାର ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକ ଆସନ୍ତା ମାସରେ ଆୟୋଜନ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବାଇଡେନ୍ ପ୍ରଶାସନ ପକ୍ଷରୁ ବୁଧବାର କୁହାଯାଇଛି।
ଆସନ୍ତା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫ୍ତାଲି ବେନେଟ୍ ଏବଂ ୟୁଏଇ ରାଷ୍ଟ୍ରପତି ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ଯୋଗ ଦେବେ । ଏଥÒରେ ବିଶ୍ବ ଖାଦ୍ୟସଙ୍କଟ ସମସ୍ୟା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ହ୍ବାଇଟ୍ ହାଉସର ଜଣେ ବରିଷ୍ଠ ଅଧÒକାରୀ ପ୍ରକାଶ କରିଛନ୍ତି।
ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ଦେହାନ୍ତ, ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ଆଜି ୭୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସେ ଗମ୍ଭୀର ରୋଗରେ ପୀଡିତ ଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି ।
ଏହା ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତିନି ଦିନିଆ ଛୁଟି ଘୋଷଣା କରାଯା ଇଛି । କହିରଖୁ କି, ୨୦୦୪ ମସିହାରୁ ଖଲିଫା ରାଷ୍ଟ୍ରପତି ଭାର ସମ୍ଭାଳି ଆସିଥିଲେ । ଯେବେକି ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ଦାୟିତ୍ୱରେ ଥିଲେ । ଶେଖ ଖଲିଫା ବିନ ଜାୟଦ ୧୯୪୮ରେ ଜନ୍ମ ହୋଇଥିଲେ । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସେ କାମ କରୁଥିଲେ । ଆବୁଧାବିର ୧୬ ତମ ଶାସକ ଭାବେ ସେ କ୍ଷମତାରେ ଥିଲେ । ଦେଶର ରାଷ୍ଟ୍ରପତି ହେବା ପରେ ସେ ସଂଘୀୟ ସରକାର ଏବଂ ଆବୁଧାବିର ସରକାର ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲେ ।
ତେବେ ରାଷ୍ଟ୍ରପତିଙ୍କ ବିୟୋଗ ପରେ ଦୁବାଇ ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ତଥା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରଶିଦ ଅଲ୍ ମଖତୁମ କାମଚଳା ରାଷ୍ଟ୍ରପତି ହେବେ। ସେହିପରି ନିୟମ ଅନୁସାରେ ୩୦ ଦିନ ଭିତରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ।
ଆଜିଠାରୁ ଆଇପିଏଲ୍ ମହାସମରର ଦ୍ଵିତୀୟ ପର୍ଯ୍ୟାୟ; ସନ୍ଧ୍ୟା ସାଢେ ୭ଟାରେ ମୁହାଁମୁହିଁ ହେବେ ଧୋନି-ରୋହିତ
ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଆଜିଠାରୁ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିଲାବେଳେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ଏହାକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଚଳିତବର୍ଷ ଏପ୍ରିଲ-ମେ’ରେ ପ୍ରଥମ ପର୍ଯ୍ୟାୟରେ ୨୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଭାରତରେ ଏହା ଆଉ ସମ୍ଭବ ନହେବାରୁ ୟୁଏଇରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିଲା। ଏଠାରେ ଗତବର୍ଷ ସଫଳତାର ସହ ଆଇପିଏଲ୍-୨୦୨୦ ଆୟୋଜିତ ହୋଇଥିବାରୁ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସୂଚାରୁରୂପେ ଏଠାରେ ଆୟୋଜିତ ହେବ ବୋଲି ବିସିସିଆଇ ଆଶା ରଖୁଛି। ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତଙ୍କ ସ୍ବାର୍ଥକୁ ଆଖିଆଗରେ ରଖ୍ ବିସିସିଆଇ ଏହି ପ୍ରତିଯୋଗିତାରେ ଆଉ କିଛି ଅଘଟଣ ଯେପରି ନହୁଏ, ସେଥ୍ପ୍ରତି ଯଥେଷ୍ଟ ଗୁରୁତ୍ବ ଦେଉଛି । ବିଶ୍ବରେ ଏହା ସର୍ବଶ୍ରେଷ୍ଠ ଟି-୨୦ ପ୍ରତିଯୋଗିତ ହୋଇଥିବାରୁ ସମସ୍ତଙ୍କର ଏହା ଉପରେ ନଜର ରହିଛି । ଏହିଠାରେ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ ଚୟନ ସରିଛି । କିନ୍ତୁ ଆଇପିଏଲ୍‌ରେ ଭଲ ଖେଳ ପ୍ରଦର୍ଶନ କଲେ, ଚୟନକର୍ତ୍ତାଙ୍କ ନଜରକୁ ଆସିବା ନିଶ୍ଚିତ। ଅକ୍ଟୋବର ୧୦କୁ ଖେଳାଳି ପରିବର୍ତ୍ତନ କରିବାକୁ ଆଇସିସି ଚୁଡ଼ାନ୍ତ ଦିନ ଧାର୍ଯ୍ୟକରିଛି। ଆହତ କିମ୍ବା କରୋନା ଆକ୍ରାନ୍ତ ହେଲେ ଖେଳାଳି ବାଦ୍ ପଡ଼ିଲେ ଆଇପିଏଲ୍‌ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ନିଶ୍ଚିତ ସୁଯୋଗ ମିଳିବ।
ରବିବାର ଆଇପିଏଲ୍-୨୦୨୧ର ୩୦ତମ ମୁକାବିଲା ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ପ୍ରଥମ ପର୍ଯ୍ୟାୟ ଖେଳ ବନ୍ଦ ରହିଲା ବେଳକୁ ବରିଷ୍ଠ ଖେଳାଳିମାନଙ୍କୁ ନେଇ ଗଠିତ ଚେନ୍ନାଇ ଟିମ୍ ୭ ମ୍ୟାଚ୍ରୁ ୫ଟିରେ ବିଜୟୀ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ପଛକୁ ହିତୀୟ ସ୍ଥାନରେ ରହିଛି। ବିଶ୍ବର ଅନେକ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଗଠିତ ମୁମ୍ବଇ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୪ଟି ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି। ଟୁର୍ଣ୍ଣାମେଣ୍ଟରେ ଧାରାକୁ ଦେଖିଲେ ମୁମ୍ବଇ ଦ୍ଵିତୀୟାର୍ଦ୍ଧରେ ଭଲ ଖେଳିଥାଏ। ଏବେ ଦଳର ଅଧିନାୟକ ରୋହିତ ଶର୍ମା ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଥିଲାବେଳେ ଆତ୍ମବିଶ୍ଵାସର ସହ ଅଭିଯାନ ଆରମ୍ଭ କରିବେ । ଦଳର ପ୍ରସଦ୍ଧ ମିଡଲ ଅର୍ଡର ଏଯାଏ କ୍ଲିକ୍ କରିନାହିଁ । ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ହାସଲ କରିବା ପରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିସାନ ଓ ଲେଗ ସ୍ପିନର ରାହୁଲ ଚନ୍ଦର ଅଧିକ ଆତ୍ମବିଶ୍ବାସ ନେଇ ଏହି ଟୁଣ୍ଡାମେଣ୍ଟ ଖେଳିବେ| ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ଓ ତାଙ୍କ ବଡ଼ ଭାଇ ଜୁନାଲଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି। ସମସ୍ତ ବୋଲର ଭଲ ଫର୍ମରେ ଥିବାରୁ ଏମାନଙ୍କ ବିରୋଧରେ ଲଢେଇ କରିବା ଏତେଟା ସହଜ ନୁହେଁ |
ଅନ୍ୟପକ୍ଷରେ ଚେନ୍ନାଇ ଟିମ୍‌ରେ ଯୁବ ଖେଳାଳି ତୁରାଜ ଗାଏକ୍ୱାଡ଼ ଓ ସାମ କୁରାନ ପ୍ରଥମ ପର୍ଯ୍ୟାୟରେ ବେଶ ସଫଳ ହୋଇଥିଲେ। ଦଳର ସ୍ପିନ୍ ବାହିନୀ ଇମ୍ରାନ ତାହିର, ରବୀନ୍ଦ୍ର ଜାଡେଜା ଓ ମୋଇନ୍ ଅଲ୍ଲୀ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଲାଗି କଣ୍ଟା ହୋଇଛନ୍ତି। ମୋଇନ୍ ଓ ଜାଡେଜା ବ୍ୟାଟିଂରେ ମଧ୍ୟ କ୍ଲିକ୍ କରିଥିଲେ। ଏବେ ଦଳ ସଫଳତା ପାଇବାକୁ ହେଲେ ସିନିୟର ଖେଳାଳି ତଥା ଅଧିନାୟକ ଧୋନି, ଫାପ୍‌ ଡୁପ୍ଲେସି ଓ ସୁରେଶ ରାଇନାଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।