Flight Service - The Sakala

ଏପ୍ରିଲ ୧ରୁ ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ
ଭୁବନେଶ୍ୱର: ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ । ଏପ୍ରିଲ ୧ରୁ ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ । ଆସନ୍ତା ଅପ୍ରେଲ୍‌ ୧ ତାରିଖ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ଘରୋଇ ବିମାନ କଂପାନି ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ।

ଆଜିଠୁ ଝାରସୁଗୁଡ଼ା-ଦିଲ୍ଲୀ ବିମାନସେବା ବନ୍ଦ
ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ତା’ର ସମ୍ପୂର୍ଣ୍ଣ ବିମାନ ସେବା ଅପସାରଣ କରିନେଇଛି ସ୍ସାଇସ୍‌‌ ଜେଟ୍‌‌। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ମାର୍ଚ୍ଚ ୩୧ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରିଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଯାତ୍ରୀମାନେ ନିରାଶ ହୋଇଛନ୍ତି।

ଗତ ୨୦୨୧ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍‌ ପର୍ବ ପାଳନ କରିଥିଲେ। କିନ୍ତୁ ଝାରସୁଗୁଡ଼ା ବିମାନବନ୍ଦରରରୁ ଉଡ଼ାନ ଯୋଜନା ଶେଷ ହେବା ପରେ ଧୀରେଧୀରେ ସ୍ପାଇସ୍‌‌ ଜେଟ୍‌‌ ଓ ଏଲାଏନ୍ସ ଏୟାର ତା’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଛି। ପ୍ରଥମେ ଏଲାଏନ୍ସ-ଏୟାର ରାୟପୁର, କୋଲକାତା ବିମାନସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଥିଲା। ପରେ ଭୁବନେଶ୍ୱର ବିମାନ ଚଳାଚଳ ମଧ୍ୟ ବନ୍ଦ କରିଥିଲା। ଏବେ ପୁଣିଥରେ ଏଲାୟନ୍ସ ଏୟାର ଆସନ୍ତା ୧ତାରିଖରୁ କେବଳ ଝାରସୁଗୁଡ଼ା-ଭୁବନେଶ୍ୱର ସପ୍ତାହକୁ ତିନି ଦିନ ବିମାନସେବା ଯୋଗାଇବାକୁ ରାଜି ହୋଇଛି। ଅନ୍ୟପକ୍ଷରେ ସ୍ପାଇସ ଜେଟ୍‌‌ ପର୍ଯ୍ୟାୟକ୍ରମେ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇ ବନ୍ଦ କରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି।

ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ୱଲପୁର ଓଡ଼ିଶାର ବୃହତ୍ତର ଶିଳ୍ପ କରିଡର୍‌ ହୋଇଥିବାରୁ ପ୍ରତିଦିନ ଅନେକ କର୍ପୋରେଟ୍‌ ଯାତ୍ରୀ ଝାରସୁଗୁଡ଼ା-ଦିଲ୍ଲୀ ମଧ୍ୟରେ ଯାତାୟାତ କରନ୍ତି। ସମ୍ୱଲପୁରରେ ଆଇଆଇଏମ୍‌ ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ, ରାଉରକେଲାରେ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନକୁ ପ୍ରାୟତଃ ଫାକଲ୍ଟି ଓ ଅନ୍ୟାନ୍ୟ ଅତିଥି ଦିଲ୍ଲୀରୁ ଆସିଥା’ନ୍ତି। ରାଉରକେଲାରେ ଥିବା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌କୁ ଝାରସୁଗୁଡ଼ା ବିମାନବନ୍ଦରରୁ ସଂଯୋଗ ରହିଛି, ଯାହା ମାଧ୍ୟମରେ ଦିଲ୍ଲୀରୁ ଖେଳାଳି ଓ ଅଫିସିଆଲ ଆସନ୍ତି। ଇଣ୍ଡିଗୋ ବିମାନସେବା ଝାରସୁଗୁଡ଼ାରୁ କେବଳ କୋଲକାତା ଓ ବେଙ୍ଗାଲୁରୁ ବିମାନ ଚଳାଚଳ କରୁଛି। ଇଣ୍ଡିଗୋ ଆସନ୍ତା ସମର ସିଡ୍ୟୁଲରେ ଦିଲ୍ଲୀ ବିମାନସେବା ଆରମ୍ଭ କରିବ ବୋଲି ଶୁଣାଯାଉଥିଲା। କିନ୍ତୁ ତାହା ମଧ୍ୟ ହୋଇ ପାରିନାହିଁ। ଫଳରେ ଝାରସୁଗୁଡ଼ା-ଦିଲ୍ଲୀ ରୁଟ୍‌‌ରେ ବିମାନସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ସେବା ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି।

ଆଜି ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି: ପୂରଣ ହେବ ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଏଣିକି ମାଲକାନଗିରି ଆକାଶରେ ବି ଉଡ଼ିବ ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦରର ଲୋକାର୍ପଣ କରିବେ। ନବନିର୍ମିତ ଏହି ବିମାନବନ୍ଦର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ଏଠାରେ ଟ୍ରାଏଲ୍‌-ରନ୍‌ ସଫଳତାର ସହ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ ।

ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ରନଓ୍ବେ ରହିଛି । ଆବଶ୍ୟକସ୍ଥଳେ ୩କିଲୋମିଟର ପର୍ଯ୍ୟନ୍ତ ଏହାକୁ ସଂପ୍ରସାରଣ ହୋଇପାରିବ । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏୟାରପୋର୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି ।

ଗତକାଲି ଏକ ସ୍ୱତନ୍ତ୍ର ହେଲିକପ୍ଟର୍‌ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ମାଲକାନଗିରି ଜିଲ୍ଲାରେ ପହଞ୍ଚି ଏହି ବିମାନବନ୍ଦର ଓ ଆୟୋଜିତ ହେବାକୁ ଥିବା ଲୋକାର୍ପଣ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ, ଏସ୍‌ପି ନୀତେଶ ୱାଧାନୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ବିମାନବନ୍ଦର ନିକଟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ କେସିସି ବ୍ୟାଙ୍କ ସଭାପତି ତଥା ବରିଷ୍ଠ ବିଜେଡି ନେତା ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ବିକାଶ ପରିଷଦ ଅଧକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାମାରି ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡ଼କାମୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସ୍ଥିତି ପରଖିଥିଲେ। ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦର ଚତୁଃପାର୍ଶ୍ବରେ ପୁଲିସ ଛାଉଣୀ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅପରପକ୍ଷେ ମାଲକାନଗିରି ଜିଲ୍ଲା ବିମାନ ସେବାରେ ଯୋଡ଼ି ହେବାକୁ ଯାଉଥିବାରୁ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି।

ଜାନୁଆରୀରେ ମାଲକାନଗିରିକୁ ଉଡ଼ିବ ବିମାନ; ରୂପାନ୍ତରଣର ନୂଆ ଅଧ୍ୟାୟ ଲେଖିବ ସ୍ୱାଭିମାନ ଅଞ୍ଚଳ
ଭୁବନେଶ୍ୱର: ବିମାନ ଦେଖିବ ରାଜ୍ୟର ସବୁଠାରୁ ଉପାନ୍ତ ଜିଲ୍ଲା ମାଲକାନଗିରି। ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ଏ ନେଇ କ୍ରୀଡ଼ା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ଜାନୁଆରୀରେ ମାଲକାନଗିରିରୁ ବିମାନ ଚଳାଚଳ ଆରମ୍ଭ ହେବା ନେଇ ପ୍ରଥମେ ‘ସକାଳ’ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରି ଜିଲ୍ଲା ଆଜି ରକ୍ତପାତର ଆତଙ୍କରୁ ବାହାରି ରୂପାନ୍ତରଣ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ କରିବା ପରେ ସ୍ଥାନୀୟ ଲୋକେ ଆର୍ଥିକ ଓ ସମାଜିକ ବିକାଶର ନୂଆ ପରିଭାଷା ଜାଣିଲେ। ଓଡ଼ିଶାର ଅତ୍ୟନ୍ତ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ମାଲକାନଗିରି ଆଜି ସଫଳତାର ପାହାଚ ଅତିକ୍ରମ କରିବାରେ ଲାଗିଛି। ଏପରିସ୍ଥଳେ ବିମାନ ସେବା ଆରମ୍ଭ ହେବା ଜିଲ୍ଲା ପାଇଁ ବଡ଼ ଉପଲବ୍ଧି କୁହାଯାଉଛି।

ହସ୍ତଗତ ସୂଚନା ଅନୁସାରେ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଠାରେ ୧୫୦୦/୩୦ ମିଟର୍‌ ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତି ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି। ଆସନ୍ତା ୨୮ ତାରିଖ ଦିନ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚପଦସ୍ତ ଟିମ୍‌ ମାଲକାନଗିରି ବିମାନବନ୍ଦର ଗସ୍ତ କରି ପ୍ରସ୍ତୁତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ା ଠାରେ ଥିବା ଏହି ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଜାନୁଆରୀ ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍‌କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାକୁ ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ପୁଞ୍ଜିୁନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ।

ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଆରମ୍ଭ ହେବ ବିମାନସେବା
ଝାରସୁଗୁଡ଼ା: ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବ ଝାରସୁଗୁଡ଼ା । କୋଲକାତାକୁ ୭୨ ସିଟ ବିଶିଷ୍ଟ ATR-72 ବିମାନ ଚଳାଚଳ କରିବ । ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l

ସେହିପରି ଆସନ୍ତା ୧୫ ତାରିଖରୁ ବେଙ୍ଗାଳୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ । ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଳୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି ।

ଆଜିଠୁ ଭୁବନେଶ୍ୱର-ଦୁବାଇ ବିମାନ ସେବା; ନିଜ ଉଦ୍ୟମରେ ବିଦେଶକୁ ବିମାନ ଉଡ଼ାଣରେ ଓଡ଼ିଶା ପ୍ରଥମ ରାଜ୍ୟ
ଭୁବନେଶ୍ୱର: ଶେଷ ହୋଇଛି ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଯାତ୍ରାର ପ୍ରତୀକ୍ଷା। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଭୁବନେଶ୍ୱର-ଦୁବାଇ ବିମାନ ଯାତ୍ରା ପାଇଁ ପଥ ପରିଷ୍କାର କରିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ। ଏହି ପଦକ୍ଷେପ ପରେ ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।

ଆଜି ସନ୍ଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ ଓ ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ। ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ଉକ୍ତ ବିମାନରେ ପ୍ରମୁଖ ବିଭାଗର ଅଧିକାରୀ, ମିଶନଶକ୍ତି ମହିଳା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ବୈଜ୍ଞାନିକମାନଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ମଧ୍ୟ ଗସ୍ତ କରିବେ। ସେହିଭଳି ମଙ୍ଗଳବାର ଦୁବାଇରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଦୁବାଇରେ ରହୁଥିବା ଭାରତର କନସୁଲ ଜେନେରାଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଯାତ୍ରୀଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ। ଦୁବାଇରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ବିମାନ ବନ୍ଦରରେ ଉପସ୍ଥିତ ରହିବେ। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ସହ ଯୋଡ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ପଶ୍ଚିମ ଦେଶକୁ ଯିବା ପାଇଁ ଦୁବାଇ ପ୍ରବେଶ ଦ୍ୱାର ହୋଇଥିବା ବେଳେ ପୂର୍ବ ଏସୀୟ ଦେଶକୁ ଯିବା ଆସିବା ପାଇଁ ସିଙ୍ଗାପୁର ଓ ବ୍ୟାଙ୍କକ୍‌‌ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ସିଙ୍ଗାପୁର ଓ ଦୁବାଇ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି।

ଦୁବାଇଗସ୍ତ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ମୁଖ୍ୟମନ୍ତ୍ରୀ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ସିଧାସଳଖ ବିମାନ ସେବା ଆରମ୍ଭ କରୁଛନ୍ତି। ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱର-ସିଙ୍ଗାପୁର-ବ୍ୟାଙ୍କକ୍‌‌ ବିମାନ ସେବା ଆରମ୍ଭ ହେବ। ଏଥିପାଇ ଇଣ୍ଡିଗୋ ଏୟାର ଲାଇନ୍ସ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଛି। ଭୁବନେଶ୍ୱର-ଦୁବାଇ ମଧ୍ୟରେ ଯିବା ଆସିବା ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସପ୍ତାହରେ ତିନି ଦିନ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ କରିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନ ଚଳାଚଳ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨କୁ ପ୍ରସ୍ତୁତ କରାଯାଇଛି। ଇମିଗ୍ରେସନ୍‌‌ ଓ କଷ୍ଟମ ବିଭାଗର କାଉଣ୍ଟର ଖୋଲାଯାଇଛି।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ବିକାଶର ଏକ ବଡ଼ ଭାଗ। ଏମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ିବା ଉଦ୍ଦେଶ୍ୟରେ ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଉଛି। ସେହିଭଳି ପ୍ରବାସୀ ଓଡ଼ିଆମାନଙ୍କ ମାଧ୍ୟମରେ ରାଜ୍ୟକୁ ବିଦେଶୀ ମୁଦ୍ରା ଆସିଥାଏ। ବିଦେଶୀ ମୁଦ୍ରାର ଆମଦାନୀ ବଢ଼଼ିଲେ ରାଜ୍ୟର ପ୍ରଗତିଶୀଳ ହେବ। ଏହା ବ୍ୟତୀତ ପ୍ରବାସୀ ଭାରତୀୟମାନଙ୍କ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଶିଳ୍ପ ସମ୍ପର୍କରେ ଦୁବାଇ ବାସିନ୍ଦାମାନେ ଜାଣିପାରିବେ। ବିଶ୍ୱର ପଶ୍ଚିମ ଭାଗକୁ ଯାତ୍ରା କରୁଥିବା ଏସୀୟ ଦେଶଗୁଡ଼ିକ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଯାତ୍ରା କରନ୍ତି। ସେହିଭଳି ପୂର୍ବୀୟ ଦେଶଗୁଡ଼ିକୁ ଯିବା ପାଇଁ ସିଙ୍ଗାପୁର ଏକ ପ୍ରମୁଖ ମାଧ୍ୟମ। ଏହି ଦୁଇ ଦେଶକୁ ବିମାନ ଚଳାଚଳ ପର୍ଯ୍ୟଟନ ବିଭାଗକୁ ଉତ୍ସାହିତ କରିଛି। ସେଠାରେ ଥିବା ଓଡ଼ିଆ ସମାଜ ସହ ଆମେ ସୁଦୃଢ଼ ଯୋଗାଯୋଗ ସ୍ଥାପନ କରିବାକୁ ଚାହୁଁଛି। ସ୍ଥାନୀୟ ଟୁରିଷ୍ଟ ଏଜେଣ୍ଟମାନଙ୍କ ସହାୟତାରେ ଏକ ଇକୋ ସିଷ୍ଟମ ଡେଭଲପ୍‌‌ କରାଯାଉଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସ୍ୱତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିଛି। ଯାତ୍ରୀମାନେ ଆସି ରହିବାଠାରୁ ଆରମ୍ଭ କରି ରହଣି, ଖାଦ୍ୟପେୟ ଓ ଫେରିବା ପର୍ଯ୍ୟନ୍ତର ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସେହିଭଳି ଦୁବାଇରେ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରଚାର ପ୍ରସାର କରାଯିବା ସହ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଦେଶ ଭାବେ ଜଣାଶୁଣା ସିଙ୍ଗାପୁର ସହ ସମ୍ପର୍କ ସାଧନ ସମ୍ଭବପର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

ଉତ୍କଳ ଦିବସରୁ ଦୁବାଇକୁ ଉଡ଼ିବ ବିମାନ, ଟର୍ମିନାଲ-୨ର ପୁନଃ ନିର୍ମାଣ ଶେଷକୁ ଅପେକ୍ଷା
ଭୁବନେଶ୍ୱର: ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତା ଉତ୍କଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ। ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ। ବିଦେଶକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ବିମାନ ପାଇଁ ଟିକଟ ବୁକିଂ ଆରମ୍ଭ ହୋଇ ନାହିଁ। ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବାରୁ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ଆଶାବାଦୀ ଥିବା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପରେ ପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଇଛି।

ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯଥେଷ୍ଟ ଆବଶ୍ୟକତା ରହିଥିଲା। ଅପରପକ୍ଷେ ଦୁବାଇ ଗସ୍ତ ସମୟରେ ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନଙ୍କ ଅନୁରୋଧ ରକ୍ଷା କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ଦୁବାଇ, ବ୍ୟାଙ୍ଗକକ୍‌‌ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଇବା ପାଇଁ ଟେଣ୍ଡର ଜରିଆରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦେଇଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲା। ତେବେ କୋଭିଡ୍‌‌ ପରଠାରୁ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବା ଟର୍ମିନାଲ-୨ ବନ୍ଦ ହୋଇ ରହିଛି। କିଛି ମାସ ତଳେ ସ୍ଥାନୀୟ ଏଏଆଇ କର୍ତ୍ତୃପକ୍ଷ ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ। ଫେବୃଆରୀ ମାସ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବା କଥା। ତେଣୁ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କାମ ଶେଷ ହେବା ପାଇଁ ଆହୁରି ମାସେ ଦରକାର। ତେଣୁ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଢ଼ାଣ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି। ତଥାପି ଟର୍ମିନାଲର ମରାମତି କାର୍ଯ୍ୟ ଶେଷ ହେବା ଉପରେ ସବୁ କିଛି ନିର୍ଭର କରୁଛି। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଡିଜିସିଏକୁ ସ୍ଲଟ୍‌‌ ମାଗିଥିବା ବେଳେ ତାହା ମିଳି ସାରିଛି। ତେଣୁ କେବଳ ବିଧିବଦ୍ଧ ଘୋଷଣା ଏବଂ ଟିକଟ ବୁକିଂ ଆରମ୍ଭକୁ ଅପେକ୍ଷା ରହିଛି।

ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ତିନିଟି ଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି। ପର୍ଯ୍ୟାୟକ୍ରମେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‌‌କୁ ଯଥାକ୍ରମେ ତିନିଟି ଏବଂ ଦୁଇଟି ୧୮୬ ସିଟ୍‌‌ ଥିବା ବିମାନ ଉଡ଼ାଣ କରିବ। ରାଜ୍ୟ ସରକାର ବିମାନର ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ ଟିକଟ ମୂଲ୍ୟ ରାଜ୍ୟ ସରକାର ରଖିବେ। ଫଳରେ ଟିକଟ ମୂଲ୍ୟ ଅପେକ୍ଷାକୃତ ଶସ୍ତା ହେବା ସମ୍ଭାବନା ଅଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିମାନ ଇନ୍ଧନ ଏଭିଏସନ୍‌‌ ଟର୍ବାଇନ୍‌‌ ଫ୍ୟୁଏଲ୍‌‌ (ଏଟିଏଫ୍‌‌) ଉପରୁ ଭାଟ୍‌‌ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ପୂର୍ବରୁ ଏହାକୁ ୫%କୁ ହ୍ରାସ କରିଥିଲେ। ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି ଦୃଷ୍ଟିରୁ ଏହି ଅନ୍ତର୍ଜାତୀୟ ଉଡ଼ାଣ ବେଶ୍‌‌ ମହତ୍ୱ ବହନ କରୁଛି। ୨୦୧୭ ମସିହାରେ ଏୟାର ଏସିଆ ହବ୍‌‌ ଆଣ୍ଡ ସ୍ପୋକ୍‌‌ ମଡେଲ୍‌‌ରେ ଭୁବନେଶ୍ୱର-କୁଆଲାଲୁମ୍ପୁର ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲା। ତେବେ ୨୦୨୦ ମାର୍ଚ୍ଚରେ କୋଭିଡ୍‌‌ ସଂକ୍ରମଣ ଦୃଷ୍ଟିରୁ ଏହି ସେବାକୁ ବନ୍ଦ ରଖାଯାଇଛି।

ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଉରକେଲା: ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ । ଆଜି ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ସେବାର ଶୁଭାରମ୍ଭ ହେବ । ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ଆଲାଏନ୍ସ ଏୟାର ପକ୍ଷରୁ ଏଟିଆର -୭୨ ବିମାନ ଚଳାଚଳ ଆରମ୍ଭ କରାଯାଉଛି। ପୂର୍ବାହ୍ନ ୧୦ ଟା ୪୫ ମିନିଟ୍‌‌ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏହି ଅବସରରେ ଏକ ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଏହାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନ୍‌‌ଫରେନ୍ସସିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଏହି ଉଡ଼ାଣର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିବେ। ଏହି ବିମାନ ଭୁବନେଶ୍ୱର ବିମାନବନ୍ଦର ଛାଡ଼ିଲାପରେ ରାଉରକେଲାରେ ୫୫ ମିନିଟ ପରେ ଅର୍ଥାତ୍‌‌ ୧୧ଟା ୪୦ ମିନିଟ୍‌‌ରେ ପହଞ୍ଚିବ। ଏହାପରେ ୧୨ ଟା ୫ ମିନିଟରେ ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟାରେ ପହଞ୍ଚିବ।

ତେବେ ଆସନ୍ତା ୧୨ ତାରିଖରୁ ଦୈନିକ ଉଡ଼ାଣ ଜାରି ରହିବ ବୋଲି ସୂଚନା ମିଳିଛି। ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ ଟା ୫୫ ମିନିଟ୍‌‌ରେ ଛାଡ଼ିବ ଏବଂ ରାଉରକେଲା ବିମାନବନ୍ଦରରେ ୩ ଟା ୫୦ ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ ଟା ୧୫ ମିନିଟ୍‌‌ରେ ବାହାରି ଭୁବନେଶ୍ୱରରେ ୫ ଟା ୧୦ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱରରୁ ରାଉରକେଲା ପର୍ଯ୍ୟନ୍ତ ବିମାନରେ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ ମୂଲ୍ୟ ୨୮୨୧ ଟଙ୍କା ରହିଥିବା ସୂଚନା ମିଳିଛି। ଟର୍ମିନାଲ ସେଣ୍ଟର, ରନ୍‌‌ ୱେ, ଏୟାର ସିଗ୍ନାଲ ଆଦିର ନବୀକରଣ ସରିଯାଇଛି।

ପାର୍କିଂସ୍ଥଳର ମଧ୍ୟ କାମ ସରିଯାଇଛି। ଏୟାରପୋର୍ଟ ପାଖରେ ଲୁହାର ଏକ ବିଶାଳକାୟ ତୋରଣ ନିର୍ମାଣ କରାଯାଉଛି। ସୁରକ୍ଷା ଦାୟିତ୍ୱରେ ସିଆଇଏସ୍‌‌ଏଫ ରହିଛନ୍ତି। ଆସନ୍ତା ୭ ଦିନ ପାଇଁ ଟିକେଟ ବୁକିଂ ହୋଇଯାଇଥିବା ଜଣାପଡ଼ିଛି। ଶନିବାର ଆଉ ଦୁଇଟି ଚାର୍ଟାର୍ଡ ପ୍ଲେନରେ ନ୍ୟୁଜଲ୍ୟାଣ୍ଡ ଓ ମାଲେସିଆର ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରୁ ରାଉରକେଲା ଆସୁଛନ୍ତି।

ରାଉରକେଲା ବିମାନବନ୍ଦରରେ ଏଟିଆର୍-୭୨ ବିମାନର ପରୀକ୍ଷଣ ଅବତରଣ ସଫଳତାର ସହ ସମ୍ପର୍ଣ୍ଣ
ରାଉରକେଲା/ଭୁବନେଶ୍ୱର: ଜାନୁଆରୀ ୭ ତାରିଖରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଉଡ଼ାଣ ହେବ। ଆଜି ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲିଆନ୍ସ ଏୟାର ଏଟିଆର-୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇ ଯାଇଛି ।

ଏହି ଅବସରରେ ଓଡିଶା ସରକାରଙ୍କର ଦକ୍ଷତା ବିକାଶ, ବାଣିଜ୍ୟ ଏବଂ ପରିବହନ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଶ୍ରୀ ଆର ଭିନୀଲ କ୍ରୀଷ୍ଣା, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ, ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ଦେବଦତ୍ତା ସୁରନଜିତା ଜେନା, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଗଭାଲି ପରାଗ ହର୍ଷଦ,ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଂକର ମହାପାତ୍ର, ରାଉରକେଲାର ଏସପି ଶ୍ରୀ ମୁକେଶ କୁମାର ଭାମୁ, ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି କେ ଶତପଥୀ, ରାଜ୍ୟ ସରକାର, ଆରଏସପି ଓ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ ତଥା ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ। ବିମାନର ସୁଗମ ଅବତରଣ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ପାଇଲଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେପରେ ବିମାନଟି ବିମାନ ବନ୍ଦରରୁ ଝାରସୁଗୁଡାକୁ ଫେରିଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ବିମାନ ବନ୍ଦର, ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ୨୦୨୨ ଡିସେମ୍ବର ୧୯ ତାରିଖରେ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ ୨ସି ଲାଇସେନ୍ସ ପାଇଥିଲା। ସଫଳ ପରୀକ୍ଷଣ ଅବତରଣ ଏବଂ ଏଟିଆର୍-୭୨ ବିମାନର ଅବତରଣ ସହିତ ବିମାନ ବନ୍ଦରରୁ ନିୟମିତ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।

ଆସନ୍ତା ଜୁନ ୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ଆରମ୍ଭ ହେବ ବିମାନ ସେବା
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବନ୍ଦ ରହିଥିବା ବିମାନ ଉଡାଣ ସେବା ଆସନ୍ତା ୨୩ରୁ ପୁଣିଥରେ ଚାଲିବ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା ।

ଏମିରେଟସ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୩ ତାରିଖରୁ ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ୟୁଏଇ ଦ୍ବାରା ସ୍ବୀକୃତି ପ୍ରାପ୍ତ ଟିକାର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯାତ୍ରୀମାନେ ହିଁ ଦୁବାଇ ଯାଇପାରିବେ। ଏହା ସହ ଯାତ୍ରୀ ମାନଙ୍କ ପାଇଁ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ରିପୋର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। କୋଭିଡ ପୂର୍ବରୁ ୟୁଏଇ ଓ ଭାରତ ମଧ୍ୟରେ ସପ୍ତାହରେ ୩୦୦ରୁ ଅଧିକ ବିମାନ ଯାତାୟତ କରୁଥିଲା । ହେଲେ କରୋନା ସଂକ୍ରମଣ ଯୋଗୁଁ ଗତ ଏପ୍ରିଲରୁ ବିମାନ ସେବା ବନ୍ଦ ରହିଥିଲା ।