Central Govt - The Sakala
ନୂଆଦିଲ୍ଲୀ: ବର୍ଣ୍ଣଭିଟା ସମେତ ଅନ୍ୟ ସମସ୍ତ ମୃଦୁ ପାନୀୟଗୁଡିକୁ ହେଲ୍‌ଥ ଡ୍ରିଙ୍କ୍ସ ବର୍ଗରୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ନିଜ ନିଜ ପ୍ଲାଟଫର୍ମରୁ ଏହି ସବୁ ସାମଗ୍ରୀ ପାଇଁ ହେଲ୍‌ଥ ଡ୍ରିଙ୍କ୍‌ ଶବ୍ଦ ହଟାଇବାକୁ ମନ୍ତ୍ରଣାଳୟ କହିଛି।
ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଶିଶୁ ଅଧିକାର ସୁରକ୍ଷା ଅଧିନିୟମ(ସିପିସିଆର୍) ୨୦୦୫ର ଧାରା ୩ ଅନୁଯାୟୀ ଗଠିତ ହୋଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସିପିସିଆର୍ ଆଇନର ଧାରା ୧୪ ଅନୁସାରେ ତଦନ୍ତ କରି ଜାଣିବାକୁ ପାଇଛନ୍ତି ଯେ ଏଫ୍ଏସ୍ଏସ୍ଏଆଇ ୨୦୦୬ ଅଧିନିୟମ ଅନୁସାରେ ଏଗୁଡ଼ିକମଧ୍ୟରୁ କୌଣସି ଟି ବି ହେଲ୍‌ଥ ଡ୍ରିଙ୍କସ ବର୍ଗରେ ଯାଉନାହାନ୍ତି। ସିପିସିଆର୍ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, କୌଣସି ହେଲ୍‌ଥ ଡ୍ରିଙ୍କ୍ସରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ କୌଣସି ପୋଷକ ତତ୍ତ୍ୱ ନାହିଁ। ଏଫ୍ଏସ୍ଏସ୍ଏଆଇ ଓ ମଣ୍ଡଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଦିଆଯାଇଥିବା କୌଣସି ନିୟମ ସହ ମେଳ ଖାଉ ନାହିଁ। ଏହା ଜଣାପଡ଼ିବା ପରେ ଏପ୍ରିଲ ୨ ତାରିଖରେ ଏଫ୍ଏସ୍ଏସ୍ଏଆଇ ସମସ୍ତ ଇ-କମର୍ସ କମ୍ପାନୀଗୁଡିକୁବିକ୍ରି କରୁଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଇ-କମର୍ସ କମ୍ପାନୀଗୁଡ଼ିକ ଦୁଗ୍ଧଜାତୀୟ, ମୃଦୁପାନୀୟ, ଶସ୍ୟ ଜାତୀୟ ମାଲ୍ଟ ଜାତୀୟ ପାନୀୟଗୁଡ଼ିକ ଏଫ୍ଏସ୍ଏସ୍ଏଆଇ ୨୦୦୬ ମାନକ ପୂରା ନ କରୁଥିଲେ ବି ଏଗୁଡ଼ିକୁ ହେଲ୍ଥ ଡ୍ରିଙ୍କ୍ ଟ୍ୟାଗ୍ ଦେଇ ବିକ୍ରି କରାଯାଉଛି। ତେଣୁ ନିୟମ ଅନୁସାରେ ଏହିସବୁ ଉତ୍ପାଦଗୁଡ଼ିକୁ ଉଚିତ ବର୍ଗରେ ବିକ୍ରି କରିବାକୁ ନିର୍ଦ୍ଦେଶ ଏଫ୍ଏସ୍ଏସ୍ଏଆଇ କହିଥିଲା। ଏବେ କେନ୍ଦ୍ର ସରକାର ମଧ୍ୟ ଇ-କମର୍ସ କମ୍ପାନୀଗୁଡ଼ିକ ପାଇଁ ଏହିସବୁ ପାନୀୟକୁ ହେଲ୍‌ଥ ଡ୍ରିଙ୍କ୍‌ ବର୍ଗରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚୀନ୍‌ କବ୍‌ଜାରେ ଲଦାଖର ୪ ହଜାର ବର୍ଗକିମି ଜମି; କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ: ଭାରତରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସ୍ବରାଷ୍ଟ୍ର, ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରାଳୟକୁ ଜବାବ ମାଗିଛନ୍ତି। ଜାନୁଆରୀ ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀଙ୍କ ଆବେଦନ ଉପରେ ଏହି ନୋଟିସ ଜାରି କରାଯାଇଛି। ଚୀନ୍‌ ସେନା ଲଦାଖର ୪ ହଜାର ବର୍ଗ କିମି ଜମି ହଡ଼ପ କରି ନେଇଛି ବୋଲି କହିଛନ୍ତି। ଏହାକୁ ନେଇ ସେ ଗତ ବର୍ଷ ନଭେମ୍ବର ମାସରେ ଆର୍‌ଟିଆଇ ଦାଏର କରି ଜବାବ ମାଗିଥିଲେ। କୌଣସି ଜବାବ ନ ମିଳିବାରୁ ସୁବ୍ରମଣ୍ୟନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଚୀନ୍‌ କବ୍ଜାର ସୂଚନା ସହିତ ଜମିର ନକ୍ସା ବିଷୟରେ ବିସ୍ତୃତ ସୂଚନା ମାଗିଥିଲେ। ତେବେ ଆବେଦନକୁ ଅଲଗା ଅଲଗା ବିଭାଗକୁ ହସ୍ତାନ୍ତର କରିଦିଆଯାଇଥିଲା।
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଆଉ ଜଣେ ମନ୍ତ୍ରୀଙ୍କ ବଦଳିଲା ବିଭାଗ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଗଲେ ଏସପି ସିଂହ ବଘେଲ
ନୂଆଦିଲ୍ଲୀ: ଆଜି ଅଚାନକ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହୋଇଛି । ପ୍ରଥମେ ଆଇନମନ୍ତ୍ରୀ କିରଣ ରିଜଜୁ ଓ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଜ୍ୟ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଦୁଇ ମନ୍ତ୍ରୀଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଇଲେ ମୋଦି ସରକାର । ବଘେଲ୍‌ ଏବେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ନେବେ । ପୂର୍ବରୁ ସେ ଆଇନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ । ବାଘେଲଙ୍କ ସ୍ଥାନରେ ଆଇନ ମନ୍ତ୍ରଣାଳୟର ଅର୍ଜୁନ ରାମ ମେଘୱାଲଙ୍କୁ ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ଭାବେ ନିଯୁକ୍ତ କରାଯାଇଛି । ଅର୍ଜୁନ ରାମ ମେଘାୱଲ ଏବେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟ ମନ୍ତ୍ରୀ ଅଛନ୍ତି । ମେଘାୱଲଙ୍କୁ ତାଙ୍କ ବିଭାଗ ସହିତ ଅତିରିକ୍ତ ଭାବେ ଆଇନ ଓ ନ୍ୟାୟାଳୟ ମନ୍ତ୍ରଣାଳୟର ମନ୍ତ୍ରୀ (ରାଜ୍ୟ) ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବିଚାରପତିଙ୍କ ନିଯୁକ୍ତିକୁ ନେଇ କଲେଜିୟମ ବ୍ୟବସ୍ଥା ଉପରେ ସରକାର ଏବଂ କୋର୍ଟଙ୍କ ମଧ୍ୟରେ ଅନେକ ବୟାନବାଜି ଦେଖିବାକୁ ମିଳିଥିଲା । ଏହା ମାମଲାରେ ନିଜ ବୟାନ ପାଇଁ ଆଇନ ମନ୍ତ୍ରୀ କିରଣ ରିଜିଜୁ ଚର୍ଚ୍ଚାରେ ଥିଲେ । ତେବେ ସରକାରଙ୍କ ପକ୍ଷରୁ କିରଣ ରିଜିଜୁ ଏବଂ ଏସପି ସିଂ ବଘେଲଙ୍କ ବିଭାଗ ପରିବର୍ତ୍ତନକୁ ନେଇ କୌଣସି ବୟାନ ଆସି ନାହିଁ ।
ସହରାଞ୍ଚଳ ଘର ନିର୍ମାଣରେ ଉତ୍ତମ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କଠୁ ପୁରସ୍କୃତ ହେବ ଓଡ଼ିଶା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ (ସହର) ନିର୍ମାଣ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଓଡ଼ିଶା ପୁରସ୍କୃତ ହେବ। କେନ୍ଦ୍ର ନଗର ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ୱତନ୍ତ୍ର ବର୍ଗ ପୁରସ୍କାର କ୍ଷେତ୍ରରେ ଓଡ଼ିଶା ‘ବେଷ୍ଟ ପଲିସି ଇନିସିଏଟିଭ୍‌‌’ ପାଇଁ ପୁରସ୍କୃତ ହେବ। ଗରିବ ଲୋକମାନଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଦାନ କରାଯାଉଥିବା ସରକାରୀ ସହୟତାରେ କେମିତି ଲୋକମାନେ ତୁରନ୍ତ ଗୃହ ନିର୍ମାଣ କରିବେ ଓ ଏହି ଅର୍ଥ ସେମାନେ ପାଇପାରିବେ ସେନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମଏୱାଇ-ୟୁ ପୁରସ୍କାର-୨୦୨୧ ରେ ୧୫୦ ଦିନର ଚ୍ୟାଲେଞ୍ଜ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ୧୫୦ ଦିନରେ ହିତାଧିକାରୀମାନେ କିପରି ଘର କରିବେ ଓ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଅନ୍ୟମାନେ ଉତ୍ସାହିତ ହେବା ସହିତ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ମିଳିବ ବୋଲି ଲକ୍ଷ୍ୟ ରହିଛି। ଏହି ଆଧାରରେ ଓଡ଼ିଶା ପୁରସ୍କୃତ ହେବା ସହିତ ଓଡ଼ିଶାର ୩ ଜଣ ହିତାଧିକାରୀ ମଧ୍ୟ ପୁରସ୍କୃତ ହେବେ। ଉତ୍ତମ ଗୃହ ନିର୍ମାଣ ଶ୍ରେଣୀ ପୁରସ୍କାର କ୍ଷେତ୍ରରେ ଏହି ୩ ଜଣ ପୁରସ୍କୃତ ହେବେ। ଧାମନଗର ଏନ୍‌‌ଏସିର ବାଇନ ଜେନା, ଚୌଦାର ମ୍ୟୁନିସିପାଲଟିର ବାବନ ଖିଲାର ଓ କାଶିନଗର ଏନ୍‌‌ଏସିର ପୋଲକି ସଞ୍ଜୀବ ରାଓଙ୍କୁ ପୁରସ୍କୃତ କରାଯିବ। ଆସନ୍ତା ୧୭-୧୯ ତାରିଖ ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଭାରତୀୟ ସହରାଞ୍ଚଳ ଗୃହ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଓଡ଼ିଶା ସମେତ ପୁରସ୍କାର ପାଇଥିବା ହିତାଧିକାରୀମାନଙ୍କୁ ପୁରସ୍କୃତ କରିବେ ବୋଲି ଜଣାପଡ଼ିଛି।
କେନ୍ଦ୍ରର IAS ଏବଂ IPS ଅଫିସର ଡେପୁଟେସନ ନିୟମ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶାର ବିରୋଧ
ଭୁବନେଶ୍ୱର: କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । କେନ୍ଦ୍ର ସରକାର ଚାହିଁଲେ, ଯେ କୌଣସି IAS ଏବଂ IPS ଅଫିସରଙ୍କୁ ଡେପୁଟେସନରେ ନେଇ ପାରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସହ ଥିବା ଯୁଗ୍ମ ଅଧିକାର ବଳରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଆଇଏଏସ ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ପାରିବେ । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ଓଡିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଆପତି କରିଥିବା ଜଣାପଡିଛି । ଏନେଇ ସମସ୍ତ ରାଜ୍ୟଙ୍କୁ ଜାନୁଆରୀ ୨୫ ତାରିଖ ସୁଦ୍ଧା ମତାମତ ମଗାଯାଇଥିଲା ।
କିନ୍ତୁ ପୂର୍ବ ପ୍ରଚଳିତ ନିୟମ ସପକ୍ଷରେ ରାଜ୍ୟ ସରକାର ମତ ଦେଇଛନ୍ତି । ଏହା IPS ଏବଂ IPS ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଓଡ଼ିଶା ଜଣାଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହାଦ୍ୱାରା ବାଧା ପ୍ରାପ୍ତ ହେବ ବୋଲି କହିଛି ଓଡ଼ିଶା । ଡେପୁଟେସନରେ ଯିବା ପାଇଁ ସମ୍ପୃକ୍ତ ଅଫିସରଙ୍କ ଇଚ୍ଛା ଥିବା ମଧ୍ୟ ଦରକାର । କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କୌଣସି ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରିଛନ୍ତି ।
ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସି । ସେ କହିଛନ୍ତି ଯେ, ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ।
ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ ‘୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ କରିପାରିବ, ବ୍ୟବସାୟ କରପାରିବ, ପ୍ରଧାନମନ୍ତ୍ରୀ ଚୟନ କରିପାରିବ ଏବଂ ଏମପି ଓ ଏମଏଲଏ ବାଛିପାରିବ। ହେଲେ ଜୀବନସାଥୀ ବାଛି ପାରିବ ନାହିଁ। ଏହା ଏକ ଅଜବ ବିଷୟ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଶୁକ୍ରବାର ସଂସଦରେ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଜାରି କରି ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି। ଆଇୟୁଏମ୍ଏଲ୍ କହିଛି ଯେ ଏହା ମୁସଲିମ ନିୟମର ଉଲ୍ଲଂଘନ ।
କେରଳର ଅନେକ ମୁସଲମାନ ସଂଗଠନ ମଧ୍ୟ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ କରିଛନ୍ତି। ମୁସଲିମ ଲିଗ୍ ନେତା ଇଟି ମହମ୍ମଦ ବଶୀର ଶୁକ୍ରବାର ଲୋକସଭାରେ ବାଳିକାମାନଙ୍କ ବିବାହ ବୟସ ବଢାଇବା ନିଷ୍ପତ୍ତି ବିରୋଧରେ ମୁଲତବୀ ନୋଟିସ୍ ଦେଇଥିଲେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ମୁସଲିମ ପର୍ସନାଲ୍ ଲ’ ର ବିରୁଦ୍ଧାଚରଣ କରୁଛି । ଝିଅମାନଙ୍କର ବିବାହ ବୟସ ବଢାଇ ସରକାର ଏକକ ନାଗରିକ ସଂହିତା ଆଡ଼କୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ଆମେ ଏହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ତୈଳ ଦର ଏବଂ ରୋଷେଇ ଗ୍ୟାସ ମୂଲ୍ୟବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ୱାୟନାଡ ସାଂସଦ ଶନିବାର ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ବିକାଶ ଗାଡ଼ି ପଛ ଗିଅରରେ ଚାଲିଛି ଏବଂ ଏହା ବ୍ରେକ ଫେଲ୍ ହୋଇଯାଇଛି। ଏକ ଖବରକାଗଜ ଆଧାରରେ ଏଲପିଜି ମୂଲ୍ୟ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ ପରିବାର ପୁଣି ଚୁଲି ଫୁଙ୍କିବାକୁ ବାଧ୍ୟ ହୋଇଥିବା ସେ ଦାବି କରିଛନ୍ତି। ରାହୁଲ ଟ୍ଵିଟ କରି କହିଛନ୍ତି ଯେ ବିକାଶକୁ ନେଇ ବାସ୍ତବତା ବହୁଦୂରରେ ରହିଛି, ଲକ୍ଷ ଲକ୍ଷ ପରିବାର ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି | ମୋଦୀଜୀଙ୍କ ବିକାଶ ଗାଡ଼ି ରିଭର୍ସ ଗିଅରରେ ଚାଲିଛି ଏବଂ ବ୍ରେକ ମଧ୍ୟ ଫେଲ୍‌ ହୋଇଯାଇଛି। ରାହୁଲ ଯେଉଁ ଖବରକାଗଜ ରିପୋର୍ଟ ଉଲ୍ଲେଖ କରିଛନ୍ତି ସେଥିରେ କୁହାଯାଇଛି ଯେ ରୋଷେଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁଁ ୪୨ ପ୍ରତିଶତ ପରିବାର ପୁଣି ଚୁଲିଜାଳି ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରାହୁଲ କେନ୍ଦ୍ରକୁ କଟାକ୍ଷ କରି କହିଥିଲେ ଯେ ପେଟ୍ରୋଲ ମୂଲ୍ୟରେ ଟିକସ ଡକାୟତି ବଢିବାରେ ଲାଗିଛି । ଯଦି କେଉଁଠାରେ ନିର୍ବାଚନ ହୁଏ ତେବେ କିଛିଟା ଆଶ୍ବସ୍ତି ମିଳିପାରେ।
କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ: ‘କରଦାତାଙ୍କ ଟଙ୍କାରେ ଚାଲିଛି ଟିକାକରଣ, ମାଗଣା କେମିତି ହେଲା’
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣକୁ ୧୦୦ କୋଟି ଟପିଛି । ଏହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ, ଏହି ଦେଶରେ କିଛି ବି‌ ମାଗଣା ନୁହେଁ। କରଦାତାଙ୍କ ଟଙ୍କାରେ ଟିକାକରଣ ଚାଲିଛି | କରଦାତାଙ୍କ ଟଙ୍କା କେବଳ କରଦାତାଙ୍କ ପାଇଁ ଖର୍ଚ୍ଚ ହେଉଛି । ସେଥିପାଇଁ ଏହା ମାଗଣା ନୁହେଁ । ଯଦି ବିଜେପି ନିଜ ନିର୍ବାଚନୀ ଫଣ୍ଡରୁ ମିଳିଥିବା ଟଙ୍କାରେ ଟିକାକରଣ ଅଭିଯାନ ଚଳାଇଥାନ୍ତା ତେବେ ଏହାକୁ ମାଗଣା କୁହାଯାଇଥାନ୍ତା ବୋଲି ସେ କହିଛନ୍ତି ।
ଗୌରବ ବଲ୍ଲଭ କହିଛନ୍ତି କହିଛନ୍ତି, ‘୩୩ ଲକ୍ଷ କୋଟି ଟଙ୍କା ଆପଣ କେବଳ ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ ଆକାରରେ ସଂଗ୍ରହ କରିଛନ୍ତି | ଏହାର ମାତ୍ର ଦୁଇ ପ୍ରତିଶତରୁ କମ୍ ଅର୍ଥାତ୍ ପ୍ରାୟ ୩୫ ହଜାର କୋଟି ଟଙ୍କା ଟିକାକରଣ ପାଇଁ ଖର୍ଚ୍ଚ ହୋଇଛି। ଟିକାକରଣ ପ୍ରମାଣପତ୍ରରେ ପିଏମ ମୋଦିଙ୍କ ଫଟୋ ରହିବା ଉଚିତ ନୁହେଁ, ବରଂ ତେଲ ଉତ୍ପାଦନ କରି ଟିକାକରଣକୁ ଫଣ୍ଡିଂ କରୁଥିବା ବ୍ୟକ୍ତିଙ୍କ ଫଟୋ ରହିବା ଉଚିତ ।
କେନ୍ଦ୍ର ଉପରେ ଆକ୍ରମଣ କରି ଗୌରବ ବଲ୍ଲଭ କହିଛନ୍ତି, ‘ଏକ ଧାରଣା ସୃଷ୍ଟି ହୋଇଛି ଯେ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ୧୦୦ କୋଟି ଟିକା ଦିଆଯାଇଛି। ୧୬ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଚାଇନାର ୮୦% ଜନସଂଖ୍ୟାକୁ ଉଭୟ ଡୋଜ୍ ଟିକା ଦିଆଯାଇଛି। ୧୬ ସେପ୍ଟେମ୍ବର ସୁଦ୍ଧା ଚାଇନାରେ ୨୧୬ କୋଟି ଡୋଜ୍ ଦିଆଯାଇଥିଲା। ଦ୍ୱିତୀୟତଃ, ଦୁନିଆର କେବଳ ଦୁଇଟି ଦେଶ ଚୀନ୍ ଏବଂ ଭାରତର ଜନସଂଖ୍ୟା ୫୦ କୋଟିରୁ ଅଧିକ | ତେବେ ଯେଉଁ ଦେଶ ଜନସଂଖ୍ୟାର ମାତ୍ର ତିନି କୋଟି, ସେହି ଦେଶ ସହିତ ଆମେ କ’ଣ ତୁଳନା କରିବାର କୌଣସି ଆବଶ୍ୟକତା ନାହିଁ ।
ବାସ୍ତବତା ହେଉଛି ଆମ ଦେଶର ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଟିକାର ଗୋଟିଏ ବି ଡୋଜ୍ ପାଇନାହାଁନ୍ତି | ତେବେ ଏତେ ଉଲ୍ଲସିତ ହେବାର‌କଣ କାରଣ ? ଦେଶରେ ଏପର୍ଯ୍ୟନ୍ତ ୨୧ ପ୍ରତିଶତ ଲୋକ ଉଭୟ ଡୋଜ୍ ଗ୍ରହଣ କରିଛନ୍ତି, କିନ୍ତୁ ଚାଇନାରେ ଏକ ମାସ ପୂର୍ବରୁ ୮୦ ପ୍ରତିଶତ ଲୋକ ଉଭୟ ଡୋଜ ପାଇଛନ୍ତି। ପିଲାମାନଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ନାହିଁ। ଏଥି ସହିତ ଗତ ୧୦ ଦିନ ଧରି ଟୀକାକରଣ ହାର ହ୍ରାସ ପାଇଛି ବୋଲି ଏହି କଂଗ୍ରେସ ମୁଖପାତ୍ର କହିଛନ୍ତି ।
ରେଳାବାଇରେ ଘରୋଇକରଣର ପ୍ରଭାବ: ପ୍ଲାଟଫର୍ମ ଟିକଟ ମୂଲ୍ୟ ଥିଲା ୧୦, ହେଲା ୫୦
ନୂଆଦିଲ୍ଲୀ: ସରକାରୀ ସଂସ୍କାର ଘରୋଇକରଣର ପ୍ରଭାବ ଲୋକଙ୍କ ଉପରେ ଅନୁଭୂତ ହେବାରେ ଲାଗିଛି। କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିବା ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍‌ଏମ୍‌ପି) ପ୍ଲାନ୍ ଅନୁଯାୟୀ ଦେଶରେ ୬ ଲକ୍ଷ କୋଟି ଟଙ୍କାର ସରକାରୀ ସମ୍ପରି ବିକ୍ରି କରାଯିବ । ଏହି ସମ୍ପରି ବିକ୍ରି ତାଲିକାରେ ଦେଶର ପ୍ରମୁଖ ବନ୍ଦର, ବିମାନ ବନ୍ଦର, ଟ୍ରେନ, ରେଳ ଷ୍ଟେସନ୍, ଖଣି ଏବଂ ଷ୍ଟାଡିୟମ୍ ଆଦି ରହିଛି । କିନ୍ତୁ ଏହି ପ୍ଲାନ୍ ଲାଗୁ କରାଯିବା ପରେ ଏହାର ଫଳ ଯାତ୍ରୀଙ୍କୁ ଭୋଗିବାକୁ ପଡୁଛି। ରେଳ ଷ୍ଟେସନଗୁଡିକର ପ୍ଲାଟଫର୍ମ ଟିକଟ ଦର ଆକାଶଛୁଆଁ ହୋଇଯାଇଛି। ଯେଉଁ ପ୍ଲାଟଫର୍ମ ଟିକଟ ମୂଲ୍ୟ ପୂର୍ବରୁ ୧୦ ଟଙ୍କା ରହିଥିଲା ଘରୋଇକରଣ ପରେ ତାହା ଏବେ ୫୦ ଟଙ୍କା ହୋଇଯାଇଛି । ଏହା ଘରୋଇ ସଂସ୍ଥାର ଏକଚାଟିଆ କାର୍ଯ୍ୟକୁ ପ୍ରତିପାଦିତ କରୁଛି ।
ଘରୋଇକରଣ ପରେ ଭୋପାଳର ହବିବଗଞ୍ଜ ଷ୍ଟେସନ ପ୍ରଥମ କରି ନିର୍ମାଣ କରାଯାଇଛି। ବ୍ୟକ୍ତିଗତ ହାତକୁ ଯିବା ପୂର୍ବରୁ ଏହାର ପ୍ଲାଟଫର୍ମ ଟିକେଟ୍ ଦର ୧୦ ଟଙ୍କା ରହିଥିଲା, ବର୍ତ୍ତମାନ ଏହାକୁ ୫୦ ଟଙ୍କା କରାଯାଇଛି । ହବିବଗଞ୍ଜ ଷ୍ଟେସନକୁ ପ୍ରତିଦିନ ହାରାହାରି ୪୦,୦୦୦ ଲୋକ ଆସନ୍ତି । ଏକ ଆକଳନ ଅନୁଯାୟୀ, ଏଠାକୁ ଆସୁଥିବା ୫୦%ରୁ ଅଧିକ ଯାତ୍ରୀ ସେମାନଙ୍କ ପରିବାର ସଦସ୍ୟ କିମ୍ବା ସାଙ୍ଗ ମାନଙ୍କ ସହିତ ଆସନ୍ତି ହେଲେ ପ୍ଲାଟଫର୍ମ ଭିତରକୁ ଯାଆନ୍ତିନାହିଁ। ସେମାନେ ବାହାରୁ ଫେରିଯାଆନ୍ତି। କାରଣ ଏହି ରେଳ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ହେଉଛି । ୫୦ ଟଙ୍କା । ବର୍ତ୍ତମାନ କେନ୍ଦ୍ର ସରକାର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବେସରକାରୀ କମ୍ପାନୀମାନଙ୍କୁ ୪୦୦ ଷ୍ଟେସନର ଦାୟିତ୍ୱ ଦେବାକୁ ଯାଇଛନ୍ତି। କାଲକା-ସିମଳା, ପର୍ଯ୍ୟଟନ ସ୍ଥାନ ସହିତ ଦାର୍ଜିଲିଂ ରେଳପଥର ଚଳାଚଳ ଦାୟିତ୍ୱ ଘରୋଇ ଅନୁଷ୍ଠାନକୁ ଦିଆଯିବ । ୧୪୦୦ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକ୍ ମଧ୍ୟ ଲିଜରେ ଦିଆଯିବ ।
ସେହିଭଳି ସରକାର ଘରୋଇ କମ୍ପାନୀ ହାତକୁ ତେଜସ୍ ଟ୍ରେନ ଦେଇଛନ୍ତି । ଡାଇନାମିକ୍ ଭଡା ବ୍ୟବସ୍ଥା ମାଧ୍ୟମରେ ଏହାର ଟିକେଟ୍‌ ଉପଲବ୍ଧ । ଏହାର ଅର୍ଥ ହେଉଛି ଚାହିଦା ଯେତେ ଅଧିକ, ଟିକେଟ୍ ସେତେ ମହଙ୍ଗା ହେବ । ୨୩ ସେପ୍ଟେମ୍ବର ୨୦୧୯ରେ ଅନେକ ଲୋକ ଦିଲ୍ଲୀରୁ ଲକ୍ଷ୍ନୌକୁ ୪୩୦୦ ଟଙ୍କାରେ ଟିକଟ କିଣିଥିଲେ | ସାଧାରଣ ଦିନରେ ଏହାର ଭଡ଼ା ୧୭୦୦ ଟଙ୍କା । ବର୍ତମାନ ସରକାର ୯୦ଟି ଯାତ୍ରାବାହୀ ଟ୍ରେନ୍‌ ବ୍ୟକ୍ତିଗତ ହାତରେ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅର୍ଥାତ୍ ଯଦି ଟ୍ରେନ୍ ଘରୋଇ କମ୍ପାନୀ ହାତରେ ଥାଏ, ତେବେ ଟିକେଟ ଦୁଇଗୁଣରୁ ଅଧିକ ହେବ | କାରଣ ରେଳ ସମ୍ପତ୍ତିକୁ ଭଡାରେ ଦେଇ ସରକାର ୧.୫ ଲକ୍ଷ କୋଟି ଟଙ୍କା ପାଇବେ। ଏଠାରେ ସୂଚନାଯୋଗ୍ୟ ଯେ ଜାତୀୟ ମୁଦ୍ରାକରଣ ପାଇପଲାଇନ୍ (ଏନ୍ଏମ୍) ପ୍ଲାନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ପାରାଦୀପ ବନ୍ଦର ରହିଥିବାବେଳେ ଭୁବନେଶ୍ୱରର କଳିଙ୍ଗ ଅଶୋକା ହୋଟେଲ ଏବଂ ପୁରୀର ହୋଟେଲ ନୀଳାଚଳ ଅଶୋକ ରହିଛି ।
୬ ଲକ୍ଷ କୋଟିର ସରକାରୀ ସମ୍ପତ୍ତି ବିକିବ କେନ୍ଦ୍ର, ବିକ୍ରି ତାଲିକାରେ ବନ୍ଦର,ଖଣି, ରେଳ ଷ୍ଟେସନ୍‌, ଷ୍ଟାଡିୟମ୍‌
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ପୂର୍ବ ଘୋଷଣା ଅନୁଯାୟୀ, ଆଜି ଜାତୀୟ ମୁଦ୍ରୀକରଣ ପାଇପ୍‌ଲାଇନ୍‌ ଆରମ୍ଭ କରିଛନ୍ତି। ଜାତୀୟ ବିମୁଦ୍ରୀକରଣ ପାଇପ୍‌ଲାଇନ୍‌ରେ କେନ୍ଦ୍ର ସରକାର ଦେଶର ଜାତୀୟ ସମ୍ପତ୍ତି ଗୁଡିକୁ ବିକ୍ରି କରିଦେବେ। ଏଥିରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିଦେବେ। ଏହି ସମ୍ପତ୍ତି ବିକ୍ରି ପ୍ରକ୍ରିୟା ୨୦୨୨ ରୁ ୨୦୨୫ ଆର୍ଥିକବର୍ଷ ମଧ୍ୟରେ ସମ୍ପନ୍ନ ହେବ ବୋଲି ଅର୍ଥ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ସମ୍ପତ୍ତି ବିକ୍ରି ତାଲିକାରେ ବିକ୍ରି ତାଲିକାରେ ଦେଶର ପ୍ରମୁଖ ବନ୍ଦର, ଟ୍ରେନ, ରେଳ ଷ୍ଟେସନ୍‌ ଏବଂ ଷ୍ଟାଡିୟମ୍‌ ଆଦି ରହିଛି। ଆହୁରିମଧ୍ୟ ଏଥିରେ ସଡକ, ପରିବହନ ଏବଂ ରାଜପଥ, ରେଳ, ଶକ୍ତି, ପାଇପଲାଇନ ଏବଂ ପ୍ରାକୃତିକ ଗ୍ୟାସ, ବେସାମରିକ ବିମାନ ଚଳାଚଳ, ଜଳପଥ, ଟେଲି ଯୋଗାଯୋଗ, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ, ଖଣି, କୋଇଲା ,ଗୃହ ଏବଂ ସହରାଞ୍ଚଳ ମନ୍ତ୍ରାଳୟର ସମ୍ପତ୍ତି ରହିଛି।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ପରିସମ୍ପତ୍ତି ମୁଦ୍ରୀକରଣ ପାଇପ ଲାଇନ (ଏନଏମପିର ଭଲ୍ୟୁମ ୧ ଏବଂ ୨)ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୁଦ୍ରୀକରଣ ବା ସମ୍ପତ୍ତି ବିକ୍ରି କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବଜେଟରେ ସମ୍ଭାବ୍ୟ ବ୍ରାଉନଫିଲ୍ଡ ସମ୍ପତ୍ତିଗୁଡ଼ିକର ଜାତୀୟ ମୁଦ୍ରୀକରଣ ପାଇପଲାଇନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।
୨୦୨୨ ଆର୍ଥିକ ବର୍ଷ ଠାରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୁଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି। ନୂତନ ଭିତ୍ତିଭୂମି ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶ ଆକୃଷ୍ଟ କରିବା ଦିଗରେ ଏହା ସହାୟକ ହୋଇପାରିବ। ନିଯୁକ୍ତି ସୁଯୋଗ ସୃଷ୍ଟି, ଉଚ୍ଚ ଆର୍ଥିକ ଅଭିବୃଦ୍ଧି, ଗ୍ରାମୀଣ ଓ ଉପସହରାଞ୍ଚଳ କ୍ଷେତ୍ରକୁ ବାଧାମୁକ୍ତ ଭାବେ ସାର୍ବଜନୀନ ଜନ କଲ୍ୟାଣ ପାଇଁ ସମନ୍ବିତ କରିବା ଲାଗି ଏହା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ। ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ, ସରକାର କେବଳ ଅଣ-ବ୍ୟବହୃତ ସମ୍ପତ୍ତି ବିକ୍ରି କରିବେ। ଏହାର ଅଧିକାର ସରକାରଙ୍କ ପାଖରେ ରହିବ ଏବଂ ବେସରକାରୀ କ୍ଷେତ୍ରର ଅଂଶୀଦାରମାନେ ନିର୍ଦ୍ଦିଷ୍ଟ ସମୟ ପରେ ଏହାକୁ ବାଧ୍ୟତାମୂଳକ ଭାବେ ଫେରସ୍ତ କରିବାକୁ ପଡ଼ିବ। ସେ କହିଛନ୍ତି ଯେ, ଆମେ କୌଣସି ଜମି ବିକ୍ରି କରୁନାହୁଁ। ବିକ୍ରି ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ରମୁଖ ବନ୍ଦର ଏବଂ ୨ ଟି ଜାତୀୟ ଷ୍ଟାଡିୟମ୍ ୧୫ ରେଳ ଷ୍ଟାଡିୟମ, ୨୫ ବିମାନ ବନ୍ଦର ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି। ୧୨ଟି ଲାଇନ ମନ୍ତ୍ରାଳୟର ୨୦ରୁ ଅଧିକ ସମ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି। ସାମଗ୍ରୀକ ରଣନୀତି ଭାବେ ସମ୍ପତ୍ତିର ଗୁରୁତ୍ବପୂର୍ଣ୍ଣ ଅଂଶଧନ ସରକାରଙ୍କ ସହିତ ରହିବ। ସରକାର ଆବଶ୍ୟକ ନୀତିଗତ ଏବଂ ନିୟାମକ ହସ୍ତକ୍ଷେପ ଜରିଆରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ। ଯାହାଫଳରେ ସମ୍ପତିର ମୂଦ୍ରୀକରଣ ପ୍ରଭାବୀ ଓ ଦକ୍ଷ ପ୍ରକ୍ରିୟାରେ ହୋଇପାରିବ। ‘ମୁଦ୍ରୀକରଣ ଜରିଆରେ ଭିତ୍ତିଭୂମି ସୃଷ୍ଟି’ ଏହି ଯୋଜନାର ଲକ୍ଷ୍ୟ, ଯେଉଁଥିରେ ଘରୋଇ ଓ ସରକାରୀ କ୍ଷେତ୍ରର ସହଭାଗିତା ରହିଥିବ। ଏହା ଦେଶର ନାଗରିକମାନଙ୍କ ପାଇଁ ସାମାଜିକ ଆର୍ଥିକ ଅଭିବୃଦ୍ଧି ଆଣିବା ସହିତ ସେମାନଙ୍କ ଜୀବନଧାରଣ ଗୁଣବତ୍ତାରେ ସୁଧାର ଆଣିପାରିବ।
‘ରାଜ୍ୟର ବିପର୍ଯ୍ୟୟ ଯୋଦ୍ଧା’ ଢାଞ୍ଚାରେ କେନ୍ଦ୍ର ଗଢ଼ିବ ‘ଆପଦା ମିତ୍ର’
ଭୁୁବନେଶ୍ୱର: ବିପର୍ଯ୍ୟୟ ପ୍ରଶମନର ସିଦ୍ଧାନ୍ତ ହେଉଛି ବିପର୍ଯ୍ୟୟକୁ ପ୍ରଥମେ ସାମ୍ନା କରୁଥିବା ପକ୍ଷ ହେଉଛି ଜନତା ବା ଗୋଷ୍ଠୀ। ଉଦ୍ଧାର ବା ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାକୁ କିଛି ସମୟ ଲାଗେ। ତେଣୁ ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ସହ ପ୍ରତ୍ୟେକ ପରିବାରରେ ଜଣେ ଜଣେ ‘ଯୋଦ୍ଧା’ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ‘ବିପର୍ଯ୍ୟୟ ଯୋଦ୍ଧା’ ଢାଞ୍ଚାରେ କେନ୍ଦ୍ର ସରକାର ଗଢ଼ିବାକୁ ଯାଉଛନ୍ତି ଅନୁରୂପ ସ୍ୱେଚ୍ଛାସେବୀ। ଯେଉଁମାନେ ‘ଆପଦା ମିତ୍ର’ ଭାବରେ ପରିଚିତି ପାଇବେ।
ପ୍ରତି ବର୍ଷ ଓଡ଼ିଶା ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଝଡ଼ ବାତ୍ୟାରେ ରାଜ୍ୟର ବିପୁଳ ସମ୍ପତ୍ତି ନଷ୍ଟ ହେଉଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ସିଦ୍ଧାନ୍ତକୁ ଆଧାର କରି ପ୍ରଶାସନ ସର୍ବଦା ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦେଇ ଆସୁଛି। ଏନଡ଼ିଆରଏଫ୍‍ ଢ଼ାଞ୍ଚାରେ ରାଜ୍ୟରେ ଗଠିତ ଏସଡ଼ିଆର୍‍ଏଫ୍‍ କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର, କେରଳ, ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସହଯୋଗ କରି ଆସିଛି।
ଏହି କ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃଅପକ୍ଷ ‘ଆପଦା ମିତ୍ର’ ନାମକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଏନଡ଼ିଆରଏଫ୍‍ ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନ। ସେ କହିଛନ୍ତି ଯେ ବିପର୍ଯ୍ୟୟ କାଳରେ ଉଦ୍ଧାରକାରୀ ପହଞ୍ଚିବା ପୂର୍ବରୁ ନିଜେ କିପରି ସେଥିରୁ ଉଦ୍ଧାର ପାଇପାରିବେ ସେ ବିଷୟରେ ସଚେତନ ହେଲେ ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ଅନେକାଂଶରେ ଟାଳି ଦିଆଯାଇପାରିବ। ଜାପାନ୍‍, ଚୀନ୍‍, ଚିଲି ଆଦି ଦେଶରେ ବିପର୍ଯ୍ୟୟର ପ୍ରଥମ କିଛି ସମୟ ବା ଗୋଲ୍‍ଡେନ୍‍ ଆୱାରରେ କିଭଳି ନିଜେ ନିଜକୁ ସୁରକ୍ଷା ଦେଇପାରିବେ ସେ ବିଷୟରେ ସଚେତନ କରାଯାଉଛି। ସେହି ଅନୁକରଣରେ ସମାଜକୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ଦଶବର୍ଷ ଭିତରେ ୬୦ ଲକ୍ଷ ଲୋକଙ୍କୁ ଏ ଦିଗରେ ତାଲିମ ଦିଆଯାଇଛି। ଏହାକୁ ଆହୁରି କ୍ରିୟାଶୀଳ କରିବାକୁ ପ୍ରତ୍ୟେକ ରାଜ୍ୟରେ ସରକାରୀ ନୀତି ଓ ନିୟମ ଅନୁପାଳନରେ ସ୍ୱେଚ୍ଛାସେବୀ ବାହିନୀ ଗଠନ କରାଗଲେ ଭଲ ହୁଅନ୍ତା। କେତେକ ଦେଶରେ ଏଭଳି ବ୍ୟବସ୍ଥା ରହିଛି। ଏଥିପାଇଁ ଆମେ ଏକ ଯୋଜନା ଆମେ ପ୍ରସ୍ତୁତ କରୁଛୁ। ଖୁବ୍‍ଶୀଘ୍ର ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କୋଭିଡ୍‌ ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ମାମଲାରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଏହି କ୍ଷତିପୂରଣ ଏବଂ କୋଭିଡ ଡେଥ ସାର୍ଟିଫିକେଟକୁ ନେଇ ଏବେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କିନ୍ତୁ ଏହି ଡେଥ ସାର୍ଥିଫିକେଟକୁ ନେଇ ଥିବା ଗାଇଡଲାଇନ୍ ସରଳ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇ ପାରିବକି ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଜବାବ ତିନି ଦିନ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଗତକାଲି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଏନେଇ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି ପିଟିସନ ଦାଖଲକାରୀଙ୍କ ଆଇନଜୀବୀ । ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କେବେ ଆସିଥାଏ । କିନ୍ତୁ କରୋନା ମହାମାରୀର ତାଣ୍ଡବ ଏବେ ଜାରି ରହିଛି ।
କେନ୍ଦ୍ରର ଆର୍ଥିକ ଅବସ୍ଥା ଦୁର୍ବଳଥିବା ବାହାନା କରି କାହାକୁ ସହୟତା ଦେବାକୁ ମନା କରିପାରିବ ନାହିଁ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ । ଗତକାଲି କେନ୍ଦ୍ର ସରକାର କୋର୍ଟରେ ନିଜର ସତ୍ୟପାଠରେ ଦର୍ଶଇଥିଲେ ଯେ ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ ।