snakebite - The Sakala
ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ
ବାରିପଦା: ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡ୍ୟୁଟିରେ ଥିବା ବେଳେ ଜଣେ ସରକାରୀ କାର୍ଯ୍ୟାଳୟର ଜଗୁଆଳିଙ୍କୁ ସାପ କାମୁଡ଼ି ଦେଇଥିଲା। ଏହା ପରେ ସେ ଭୟଭୀତ ନହୋଇ ସାପଟିକୁ ପିଟିପିଟି ଅଧମରା କରିବା ପରେ ଏକ ପଲିଥିନରେ ପୂରାଇ ସାଇକେଲରେ ଡାକ୍ତରଖାନାରେ ପହଞ୍ଚି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ଉଦଳା ଏନଏସିର ୱାର୍ଡ ନମ୍ବର ୧୦ ସ୍ଥିତ ଉଠା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ବାହଳଦା ଅଞ୍ଚଳର ବାସିନ୍ଦା ତଥା କାର୍ଯ୍ୟାଳୟର ଜଗୁଆଳି ମୋଚିରାମ ଟୁଡୁ ନିଜର ଦୈନନ୍ଦିନ ଡ୍ୟୁଟି କରୁଥିଲେ। ସେ ଏକ ଚୌକିରେ ବସିଥିବା ବେଳେ ତାହା ତଳେ ଲୁଚି ରହିଥିବା ଏକ ସାପ ହଠାତ୍ ତାଙ୍କ ଗୋଡ଼କୁ ଦୁଇ ଥର କାମୁଡ଼ି ଦେଇଥିଲା।
ସାପ କାମୁଡ଼ିବା ପରେ ମୋଚିରାମ ଘଟଣାସ୍ଥଳରୁ ଖସି ନଯାଇ ସାହସିକତାର ସହ ସାପଟିକୁ ଧରି ପକାଇଥିଲେ। ସେ ସାପଟିକୁ ପିଟିପିଟି ଅଧମରା କରିବା ପରେ ଏକ ପଲିଥିନରେ ପୂରାଇ ନିଜ ସାଇକେଲ ଯୋଗେ ସିଧାସଳଖ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସାପଟି କେଉଁ ପ୍ରଜାତିର ତାହା ସେ ଚିହ୍ନି ନପାରିବାରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଯେପରି ସାପକୁ ଦେଖି ସଠିକ୍ ଔଷଧ ଦେଇପାରିବେ, ସେଥିପାଇଁ ସେ ଏପରି କରିଥିବା କହିଛନ୍ତି।
ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ତୁରନ୍ତ ତାଙ୍କୁ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ଶୋଇଥିବା ବେଳେ ସାପ କାମୁଡ଼ାରେ କକା ଓ ପୁତୁରାଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ନୂଆପଡା: ଶୋଇଥିବା ବେଳେ  କାମୁଡ଼ିଲା ସାପ, ଚାଲିଗଲା କକା ଓ ପୁତୁରାଙ୍କ ଜୀବନ । ଏକ ଖୋଲା ଶ୍ରମିକ ଶିବିରରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ାରେ କକା ଓ ପୁତୁରାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇଜଣ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚାଚରାଭଟା ଗ୍ରାମର ଦୈତାରୀ ତାଣ୍ଡି (୪୦) ଏବଂ ତାଙ୍କ ଭଣଜା ଭରତ ତାଣ୍ଡି (୩୦)। ଏହି ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଜଣେ ଶ୍ରମିକ ହେଲେ ତୁଳସୀ ବଗର୍ତ୍ତୀ (୪୫)।
ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ଥାନା ବାଲଧା ଗ୍ରାମରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ସିନାପାଲି ଅଞ୍ଚଳର ପ୍ରାୟ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ। ରାତିରେ ଖାଇସାରିବା ପରେ ସେମାନେ ନିର୍ମାଣସ୍ଥଳ ନିକଟରେ ଥିବା ଏକ ଖୋଲା କ୍ୟାମ୍ପରେ ଶୋଇଥିଲେ।
ବିଳମ୍ବିତ ରାତିରେ ଏକ ବିଷଧର ସାପ କ୍ୟାମ୍ପ ଭିତରେ ପଶି ଦୈତାରୀ, ଭରତ ଏବଂ ତୁଳସୀଙ୍କୁ କାମୁଡ଼ି ଦେଇଥିଲା। ତେବେ ସାପ କାମୁଡ଼ିଥିବା କଥା ପ୍ରଥମେ ଦୈତାରୀ ଓ ଭରତ ଜାଣିପାରିନଥିଲେ। ଅନ୍ୟ ଶ୍ରମିକମାନଙ୍କ ସହ ମିଶି ସେମାନେ ଗୁରୁତର ତୁଳସୀଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଦୈତାରୀ ଏବଂ ଭରତ ମଧ୍ୟ ସାପ କାମୁଡ଼ାର ଶିକାର ହୋଇଥିବା ଜଣାପଡିଥିଲା। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ହିଁ ଦୈତାରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଭୋର ସମୟରେ ଭରତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ତୁଳସୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ବିମ୍ସାର (VIMSAR)କୁ ସ୍ଥାନାନ୍ତର କରାଯାଇଛି।
ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ
କେନ୍ଦ୍ରାପଡ଼ା: ବନ୍ୟାଞ୍ଚଳ ବୁଲୁଥିଲେ ନେତା, କାମୁଡ଼ି ଦେଲା ସାପ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀକୁ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି। ଗୁରୁବାର ଦିନ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ସେ ଏହି ଅଘଟଣର ଶିକାର ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା କାରଣରୁ ରାଜନଗର ବିଧାନସଭା କ୍ଷେତ୍ରର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ବନ୍ୟା ପ୍ରଭାବିତ ବାଚ୍ଛରା ମଣ୍ଡପଡ଼ା ଅଞ୍ଚଳ ଗସ୍ତରେ ଯାଇଥିଲେ। ସେଠାରେ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା।
ସାପ କାମୁଡ଼ିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରମାନେ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ସାପକାମୁଡ଼ାରେ ଗର୍ଭବତୀଙ୍କ ମୃତ୍ୟୁ! ଚିକିତ୍ସା ଅବହେଳା ଅଭିଯୋଗରେ ମେଡିକାଲ୍‌ରେ ଡାକ୍ତରଙ୍କୁ ଆକ୍ରମଣ
ମାଲକାନଗିରି: ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ନାମ ବନ୍ଦନା ମଣ୍ଡଳ ବୋଲି ଜଣାପଡିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ଡାକ୍ତରଖାନା ପରିସରରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ବନ୍ଦନା ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ଘରେ ଏକ ସାପ ଦେଖିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେମାନେ ସର୍ପାଘାତ ସନ୍ଦେହ କରି ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ, ମେଡିକାଲ ଟିମ୍ ସେମାନଙ୍କ କଥାକୁ ଅଣଦେଖା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିନା ଉପଯୁକ୍ତ ଚିକିତ୍ସାରେ ଡାକ୍ତର ବନ୍ଦନାଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ ବୋଲି କୁହାଯାଇଛି।
ପରଦିନ ସକାଳେ ବନ୍ଦନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଡାକ୍ତରଖାନା ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ସମ୍ପର୍କୀୟମାନେ ଉତକ୍ଷିପ୍ତ ହୋଇପଡିଥିଲେ। ସେମାନେ ପ୍ରଶ୍ନ କରିଥିଲେ ଯେ କାହିଁକି ତାଙ୍କୁ ପୂର୍ବରୁ ଡିସଚାର୍ଜ କରାଗଲା ଏବଂ ଠିକ୍ ସମୟରେ ଚିକିତ୍ସା ମିଳିଥିଲେ ତାଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ଦାବି କରିଥିଲେ। ଅନ୍ୟପକ୍ଷରେ, ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ବନ୍ଦନା ନିଜ ଇଚ୍ଛାରେ ପରିବାର ସହ ଘରକୁ ଫେରିଥିଲେ ଏବଂ ତାଙ୍କୁ ସମସ୍ତ ଆବଶ୍ୟକୀୟ ଔଷଧ ଓ ଯତ୍ନ ପ୍ରଦାନ କରାଯାଇଥିଲା।
ମୃତ୍ୟୁ ପରେ ଉତକ୍ଷିପ୍ତ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଆକ୍ରମଣ କରିବା ଫଳରେ ଡାକ୍ତରଖାନାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥିବା ଚିକିତ୍ସା ଅବହେଳା ଏବଂ ମୃତ୍ୟୁର କାରଣ ସମ୍ପର୍କରେ ଏକ ପ୍ରଶାସନିକ ତଦନ୍ତ ଆରମ୍ଭ କରାଯାଇଛି।
ଘରେ ଶୋଇଥିବାବେଳେ କାମୁଡ଼ିଲା ସାପ, ଚାଲିଗଲା ଜଣଙ୍କ ଜୀବନ
ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସିରିଗିଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କା ନାଁ ଜିତେନ୍ଦ୍ର ଦାସ (୪୦) ବୋଲି ଜଣାପଡ଼ଛି। ଘରେ ଶୋଇଥିବା ସମୟରେ ଚିତି ସାପ କାମୁଡାରେ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ।
କେନ୍ଦୁଝର: ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ମରସୁଆଁ ରୁଗୁଡ଼ିସାହିରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ମାଆ ଓ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମାଆ ସୁଖମୁନି ମୁଣ୍ଡା ଓ ୨ ବର୍ଷର ଶିଶୁକନ୍ୟା ଗତକାଲି ରାତି ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଥିଲା। ଆଜି ସକାଳେ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ସାପ କାମୁଡାରେ ଶିଶୁୁପୁତ୍ର ମୃତ, ମାଆ ଗୁରୁତର
ବାରିପଦା: ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା’ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ । ସୂଚନା ଅନୁସାରେ, କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ । ହେଲେ ହଠାତ୍ ସୋମବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା’ ଏବଂ ପୁଅକୁ କାମୁଡିଥିଲା । ସ୍ୱାମୀ ଏବଂ ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା’ ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୂ ହୋଇଥିବା ବେଳେ ମାଆ ମିନତୀଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
ଶୋଇଥିବାବେଳେ ସାପ କାମୁଡ଼ାରେ ଦୁଇ ଭାଇ ମୃତ
ଦେବଗଡ଼: ସାପ କାମୁଡ଼ାରେ ଦୁଇ ଭାଇ ମୃତ। ମୃତ ଦୁଇ ଭାଇ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪)ଓ ସୌଭାଗ୍ୟ ଦେହୁରୀ (୮)।
ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ଗତକାଲି ରାତି ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ବୟଙ୍କୁ କାମୁଡି ଥିଲା । ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଶିଶୁ ଦ୍ବୟଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ କିଛି ସମୟ ପରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି।
ସାପ କାମୁଡ଼ାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ
ବୌଦ୍ଧ: ସାପ କାମୁଡ଼ାରେ ଗଲା ଦୁଇ ସମ୍ପର୍କୀୟ ଭଉଣୀଙ୍କ ଜୀବନ । ମୃତକ ହେଲେ କଣ୍ଟାମାଳ ଥାନା ଅନ୍ତର୍ଗତ ଗୌରୀବେଙ୍ଗସ ଗ୍ରାମର ସୌରୀନ୍ଦ୍ରୀ ନାଏକ ଓ ଝରଣା ଭୋଇ। ପୁଟାଖେତା ପତ୍ରଫଡ଼ିରେ ନିଜ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ଶିକାର ହୋଇଥିଲେ। ପରେ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ। ତେବେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ସାପ କାମୁଡ଼ାରେ ପୃଥକ ପୃଥକ ସ୍ଥାନରେ ଜଣେ ଯୁବକ ଓ ମହିଳାଙ୍କ ମୃତ୍ୟୁ
ଉଲୁଣ୍ଡା/ ତେଲକୋଇ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ଯୁ ଘଟିଛି। ମୃତ ମହିଳା ଜଣକ ସିଣ୍ଢୋଲ ଗ୍ରାମର ସୌଭାଗିନୀ ଅମାତ (୩୨) ବୋଲି ଜଣାପଡିଛି।
ସୂଚନା ମୁତାବକ, ସୌଭାଗିନୀ ଆଜି ସକାଳ ସମୟରେ ନିଜ ବିଲକୁ କାମକରିବା ପାଇଁ ଯାଇଥିଲେ। ମାତ୍ର ବିଲରେ କାମକରୁଥିବା ସମୟରେ ଏକ ବିଷାକ୍ତ ସାପ ଆସି ତାଙ୍କ ଗୋଡରେ କାମୁଡି ଦେଇଥିଲା। ସାପ କାମୁଡ଼ିବା ଜାଣିପାରି ସୌଭାଗିନୀ ଚିତ୍କାର କରିବା ସହିତ ବିଲରୁ ବାହାରି ଆସିଥିଲେ। ତେବେ ତାଙ୍କ ଘରଲୋକ ତାଙ୍କୁ ତୁରନ୍ତ ସୋନପୁର ଡାକ୍ତର ଖାନାକୁ ନେଇ ଭର୍ତ୍ତି କରିଥିଲେ। ମାତ୍ର ସାପ ବିଷ ତାଙ୍କ ଶରୀରରେ ବ୍ୟାପି ଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମ୍ରୁତ୍ୟୁ ଘଟିଥିଲା। ଅନ୍ୟପଟେ ମ୍ରୁତ ମହିଳାଙ୍କ ଗୋଟିଏ ୧୦ ବର୍ଷର ପୁଅ ଏବଂ ଗୋଟିଏ ୬ ବର୍ଷର ଝିଅ ଥିବା ଜଣାପଡିଛି। ତେବେ ମହିଳାଙ୍କ ଏଭଳି ଅକାଳ ମ୍ରୁତ୍ୟୁ ପାଇଁ ଗ୍ରାମରେ ଶୋକାକୁଳ ପରିବେଶ ଛାଇ ଯାଇଛି।
ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧିନ ସିନ୍ଦୁରିଆ ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାଳିଆ ପାତ୍ର(୨୫)।
ସୂଚନାନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତିରେ ଘରେ ସୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡ଼ି ଥିଲା। ପରିବାର ଲୋକ ଜାଣିବା ପରେ ତାଙ୍କୁ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।
ମୟୁରଭଞ୍ଜର ଗୋପବନ୍ଧୁ ନଗର ବ୍ଲକରେ ସାପ କାମୁଡାରେ ବର୍ଷକୁ ଯାଉଛି ୧୦ରୁ ଅଧିକ ଜୀବନ
କୁଆମରା: ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏବଂ ଜଙ୍ଗଲ ପରିବେଷ୍ଟିତ ଓ ପାହାଡ଼ ପର୍ବତ ଘେରା ମଧ୍ୟରେ ଅବସ୍ଥିତ। ସଚେତନ ଅଭାବରୁ ଏଠାରେ ସର୍ପାଘାତରେ ପ୍ରତି ବର୍ଷ ୧୦ରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟୁଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଇଛି। ବିଶେଷ କରି ବର୍ଷା ଋତୁରେ ଏହି ପ୍ରାକୃତିକ ବିପର୍ଯ୍ଯୟରେ ବିଶେଷ ଶିକାର ହୋଇଥିବାର ଦେଖିବାକୁ ମିଳୁଛି। ବର୍ଷା ଋତୁରେ ମୁଖ୍ୟତଃ ବାଡି ବଗିଚା ମାନଙ୍କରେ ସରୀସୃପ ମାନଙ୍କୁ ଦେଖିବାକୁ ମିଳିଥାଏ। ଉକ୍ତ ବ୍ଲକ ଦେଇ ପ୍ରବାହିତ ନଦୀ, ନାଳ ଏବଂ ଜଙ୍ଗଲ ମାନଙ୍କରେ ବିଷଧର ସର୍ପ ଚନ୍ଦ୍ର ମଣ୍ଡଳ ବୋଡା, ଜାତିୟା, ଚିତି, ଅଜଗର, ଗୋଖର ଭଳି ବିଷାକ୍ତ ସର୍ପ ମାନଙ୍କୁ ଦେଖିବାକୁ ମିଳିଛି। ପ୍ରାୟତଃ ବର୍ଷା ଋତୁ ଆରମ୍ଭ ବେଳକୁ ଏହି ସରିସୃପ ମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାନ୍ତି ଓ ସ୍ଥାନୀୟ ଗାଁ ଗଣ୍ଡା ମାନଙ୍କୁ ଖସିଆସି ଘରବାଡି ମାନଙ୍କରେ ଆଶ୍ରୟ ନେଇଥାନ୍ତି।
ଅଧିକ ବର୍ଷା ହେଲେ ସେମାନଙ୍କ ଗାତ ଭିତରକୁ ପାଣି ପଶିବାରୁ ଆଶ୍ରୟ ପାଇଁ ଶେଷରେ ମଣିଷ ମାନଙ୍କ ବାସଗୃହ ମଧ୍ୟକୁ ପଶି ଆସନ୍ତି। ସାପ ମାନଙ୍କର ଶ୍ରବଣ ଶକ୍ତି କମ୍ ଥିବାରୁ ଅଜାଣତରେ କେହି ପାଦ ପକାଇଲେ ସାପ ଦଂଶନ କରିଥାଏ। ଲୋକେ ଅନ୍ଧାରରେ ଶୋଇଥିବା କିମ୍ବା ବସିଥିବା ବେଳେ ସର୍ପାଘାତରେ ଶିକାର ହେଉଥିବାର ଦେଖିବାକୁ ମିଳୁଛି। ଗ୍ରାମା ଅଞ୍ଚଳ ମାନଙ୍କରେ ଥିବା ଡାକ୍ତରଖାନା ଗୁଡିକରେ ସେପରି ସୁବିଧା ଉପଲବ୍ଧ ନ ଥିବା ବେଳେ ଲୋକେ ବାରିପଦା କିମ୍ବା ବାଲେଶ୍ଵର ୫୦ କିମି ରାସ୍ତା ଅତିକ୍ରମ କରି ପହଞ୍ଚିବା ବେଳକୁ ପ୍ରାୟ ଦୁଇରୁ ତିନି ଘଣ୍ଟା ସମୟ ଲାଗେ। ଏଣୁ ଲୋକେ ପ୍ରାୟତଃ ଗ୍ରାମାଞ୍ଚଳ ମାନଙ୍କରେ ଗୁଣି ଗାରେଡ଼ି ଉପରେ ଭରସା କରି ଶେଷରେ ମୃତ୍ୟୁ ବରଣ କରୁଛନ୍ତି।
ଯେଉଁ ମାନେ ଡାକ୍ତର ଖାନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ବିପର୍ଯ୍ଯୟ ପାଣ୍ଠି ରୁ ୪ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ବ୍ୟବସ୍ଥା ରହିଛି। ମାତ୍ର ବିଭାଗୀୟ ଅବହେଳା ଯୋଗୁଁ ଦୀର୍ଘ ଦୁଇ ତିନି ବର୍ଷ ଧରି ଅନେକ ଏହି ଅନୁକମ୍ପା ରାଶି ପାଇପାରି ନ ଥିବାର ଅଭିଯୋଗ ହୋଇଛି। କେତେକ ସଚେତନତା ନ ଥିବା ବ୍ୟକ୍ତି ମୃତ୍ୟୁବରଣ ପରେ ପୋଡି ଦେବା ଯୋଗୁଁ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳୁଛି। ତେବେ ଗ୍ରାମାଞ୍ଚଳ ଗୁଡିକରେ ସର୍ପାଘାତ ମୃତ୍ୟୁ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣ ମାନଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି। ତେବେ ବିଶେଷ କରି ବର୍ଷା ଦିନେ ଘର ନିକଟରେ ଅଳିଆ ଆବର୍ଜନା ଓ ଅନାବନା ଗଛ ମାନଙ୍କୁ ସଫା କରିବା ସହ ଶୋଇବା ଘର ନିକଟରୁ ଗୃହପାଳିତ ପଶୁ ପକ୍ଷୀ ଙ୍କୁ ଦୁରେଇ ରଖିବା, ଘର ମଧ୍ୟରେ ମୂଷା ଗାତ ଗୁଡିକୁ ବନ୍ଦ କରିବା ଉପରେ ସଚେତନ ରହିଲେ ସର୍ପାଘାତରୁ ରକ୍ଷା ମିଳିପାରିବ ବୋଲି କୁହାଯାଇଛି।
ସାପ କାମୁଡାରେ ନାବାଳିକା ମୃତ
କୁଳିଅଣା: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଲିଡିହା ଗ୍ରାମର ମହେଶ୍ୱର ଗିରିଙ୍କ ୯ବର୍ଷର ଝିଅ ଭାରତୀର ସାପ କାମୁଡାରେ ମୃତ୍ୟୁ ଘଟିଛି । ଭାରତୀ ବାଡିରେ ଘାସ କାଟୁଥିବା ସମୟରେ ଏକ ବିଷ ଧର ସାପ ତାଙ୍କୁ କାମୁଡିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉକ୍ତ ନାବାଳିକାକୁ ଚିକିତ୍ସା ପାଇଁ ବାରିପଦା ଡ଼ାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏ ସମ୍ପର୍କରେ କୁଳିଅଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୁଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।