International Labour Day - The Sakala

ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଶ୍ରମିକଙ୍କ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ
ଭୁବନେଶ୍ୱର: ଶ୍ରମିକମାନଙ୍କ କଠିନ ପରିଶ୍ରମ ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମଇ ୧ ତାରିଖକୁ ଅନ୍ତର୍ଜାତୀୟ  ଶ୍ରମିକ ଦିବସ ବା ମଇ ଦିବସ ଭାବରେ ପାଳନ କରାଯାଏ। ଏହି ଦିନଟି ଶ୍ରମିକମାନଙ୍କ ଅଧିକାର ଓ ସାମାଜିକ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଅଟେ। ଶ୍ରମିକମାନେ ରାଷ୍ଟ୍ର ନିର୍ମାଣର ମୁଖ୍ୟ ଆଧାର। ସେମାନଙ୍କ ଝାଳ ଓ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ, ତେଣୁ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଅଧିକାର ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।

ଶ୍ରମିକ କଥା ପଡ଼ିଲେ ମନକୁ ଆସେ,  ଢୁ ଢୁ ଖରା, ମୂଷଳ ବର୍ଷା ଓ ହାଡ଼ଭଙ୍ଗା ଶୀତରେ କାମ କରୁଥିବା ମେହନତୀ ମଣିଷଟିଏ। ନଦୀବନ୍ଧ, ବିମାନବନ୍ଦର, ମେଡିକାଲ୍, ରାସ୍ତା, ଅଫିସ୍ ଠାରୁ ଆରମ୍ଭ କରି ସୁଉଚ୍ଚ ବିଲ୍ଡିଂ ସବୁ ପଛର ଶ୍ରେୟ ଯାଏ ଶ୍ରମିକମାନଙ୍କୁ। ଯେଉଁମାନେ ଦିନ ରାତି ଏକ କରି ରକ୍ତକୁ ପାଣି କରି ଏସବୁ ଗଢ଼ିବାରେ ନିଜ ଜୀବନକୁ ବାଜି ଲଗାଇଥାନ୍ତି। ଦିନ ଥିଲା, ବିଶ୍ବରେ ପୁଞ୍ଜପତି ଶ୍ରେଣୀ ଶ୍ରମିକମାନଙ୍କୁ ମନଇଚ୍ଛା ଖଟାଉଥିଲେ। କାମ କରିବାର କୌଣସି ସମୟ ନ ଥିଲା କି ପରିଶ୍ରମ ଅନୁଯାୟୀ ପ୍ରାପ୍ୟ ମଧ୍ୟ ମିଳୁ ନ ଥ଄ଲା । ଏହାକୁ ବିରୋଧ କରି ଦୈନିକ ଆଠ ଘଣ୍ଟା କାର୍ଯ୍ୟ ଦାବିରେ ଆମେରିକାର ଶ୍ରମିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲା । ୧୮୮୬ ମସିହା ମେ’ ୧ ତାରିଖରେ ଆମେରିକାର ପାଖାପାଖି ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଆଖିବୁଜା ଗୁଳିମାଡ଼ କରିଥିଲା । ଏଥିରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାର ୩ ବର୍ଷ ପରେ ୧୮୮୯ ମସିହାରେ ପ୍ୟାରିସ୍‌ଠାରେ ଅନ୍ତଃରାଷ୍ଟ୍ରୀୟ ସମାଜବାଦୀ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ମେ’ ୧କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ଏହାପରଠୁ ସାରା ବିଶ୍ବରେ ମେ’ ୧କୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।

ଭାରତରେ ପ୍ରଥମ କରି ୧୯୨୩ ମସିହା ମେ’ ୧ ତାରିଖରେ ମାନ୍ଦ୍ରାଜ (ବର୍ତ୍ତମାନର ଚେନ୍ନାଇ) ଠାରେ ‘ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନ’ ଦ୍ୱାରା ଏହି ଦିବସ ପାଳନ କରାଯାଇଥିଲା। ଅନିଶ୍ଚିତ ରୋଜଗାର ସାଙ୍ଗକୁ ମୌଳିକ ସୁବିଧା ପାଉ  ନ ଥିବାରୁ ଆଜି ବି ବହୁ ଶ୍ରମିକ ହନ୍ତସନ୍ତ ହେଉଛନ୍ତି। ଶ୍ରମିମାନଙ୍କର ସମସ୍ୟାର ସମାଧାନ ହୋଇପାରିଲେ ଏହି ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।  ଏହି ଦିନ ବିଭିନ୍ନ ଶ୍ରମିକ ସଙ୍ଗଠନଗୁଡ଼ିକ ଦ୍ୱାରା ଶ୍ରମିକଙ୍କ ସ୍ଥିତି ମଜବୁତ କରିବା ପାଇଁ ସଭାସମିତିମାନ ଆୟୋଜନ କରାଯାଏ।