Jeetu Munda - The Sakala

ଜମା ଟଙ୍କା ପାଇଁ ଭଉଣୀ କଙ୍କାଳ ବ୍ୟାଙ୍କ୍‌କୁ ନେବା ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC
କେନ୍ଦୁଝର: ଜମା ଟଙ୍କା ପାଇଁ ମାଟି ଖୋଳି ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ୍‌କୁ ନେବା ଘଟଣାରେ ତଦନ୍ତ କରୁଛି RDC । ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC । ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ପହଞ୍ଚି  ତଦନ୍ତ କରିଛନ୍ତି ।  ଆରଡିସିଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ।

କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ପଡ଼ିଲା ? ବ୍ୟାଙ୍କ କର୍ମଚାରୀ କ’ଣ ଡକ୍ୟୁମେଣ୍ଟ ମାଗିଥିଲେ? ଏସମ୍ପର୍କରେ ଅଧିକ ପଚାରି ବୁଝିଥିଲା ଟିମ୍ । ତେବେ ପ୍ରାଥମିକ ତଦନ୍ତ ପରେ ଗଣମାଧ୍ୟାମକୁ ପ୍ରତିକ୍ରିୟା ଦେଲେ ଆରଡିସି । ପ୍ରାଥମିକସ୍ତରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି ବୋଲି କହିଛନ୍ତି ଆରଡିସି । ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କ'ଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ଏହା ମଧ୍ୟ କହିଛନ୍ତି ଯେ ଜିତୁ ମୁଣ୍ଡା ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି । ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି ବୋଲି ଆରଡିସି କହିଛନ୍ତି ।

ତେବେ କଲରା ଏବଂ ଜିତୁଙ୍କୁ କାହିଁକି ଦିଆଯାଇନଥିଲା ଏଟିଏମ, ପୂର୍ବରୁ ସେମାନେ ବ୍ୟାଙ୍କରେ ଅନେକ ବାର କାରବାର କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପୋଲିସ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଆରଡିସି । ସବୁ ଜାଣିଲା ପରେ ଶବକୁ ପୋଲିସ ଗାଡ଼ିରେ ନ ନେବା ମଧ୍ୟ ଭୁଲ ବୋଲି କହିଛନ୍ତି ଆରଡିସି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ।