ESIC - The Sakala

ଇଏସ୍‌ଆଇସି ନିୟମରେ ବଡ଼ ପରିବର୍ତ୍ତନ: ଅଧିକ ବେତନଧାରୀ ପୂର୍ବତନ କର୍ମଚାରୀ ପାଇବେ ଚିକିତ୍ସା ସେବା
ନୂଆଦିଲ୍ଲୀ:ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏହା ଜରିଆରେ ନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ଏହା ଅଧୀନରେ ବର୍ତ୍ତମାନ ସେହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମଧ୍ୟ ଚିକିତ୍ସା ସେବାର ଲାଭ ମିଳିବ, ଯେଉଁମାନେ ବେତନ ସୀମା ଅଧିକ ହେତୁ ଇଏସଆଇସି ଯୋଜନାରୁ ବଞ୍ଚିତ ହେଉଥିଲେ। ନିୟମ ଅନୁଯାୟୀ, ଏହାର ଲାଭ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ୧ ଏପ୍ରିଲ୍ ୨୦୧୨ ପରେ ଅତି କମରେ ପାଞ୍ଚ ବର୍ଷ ପାଇଁ ଇଏସଆଇସି ସ୍କିମ୍ ଅଧୀନରେ ରହିଥିବେ। ନିକଟରେ ଅନୁଷ୍ଠିତ ଇଏସଆଇସି ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ଏହାଛଡା ଇଏସଆଇସି ନିୟମ ଅନୁଯାୟୀ, ୨୦୧୭ ଏପ୍ରିଲ୍ ପହିଲା କିମ୍ବା ପରେ ଯଦି କର୍ମଚାରୀ ଜଣକ ମାସକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ସହିତ ଅବସର ନେଇଥିବେ କିମ୍ବା ସ୍ୱେଚ୍ଛାକୃତ ଅବସର ନେଇଥିବେ ସେ ଇଏସଆଇସି ଯୋଜନାରେ ସାମିଲ ହୋଇପାରିବେ। ପ୍ରଚଳିତ ନିୟମାନୁଯାୟୀ, ସେହି କର୍ମଚାରୀଙ୍କ ପାଇଁ ଇଏସଆଇସି ଯୋଜନାର ଲାଭ ଉପଲବ୍ଧ, ଯେଉଁମାନଙ୍କର ମାସିକ ଆୟ ୨୧ ହଜାର କିମ୍ବା ତା’ ଠାରୁ କମ୍। ଯେତେବେଳେ କି ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବନିମ୍ନ ବେତନର ସୀମା ହେଉଛି ମାସକୁ ୨୫,୦୦୦ ଟଙ୍କା। ଏହି ଯୋଜନାରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ଯୋଗଦାନ ଦେଇଥାନ୍ତି।

ଅବସରପ୍ରାପ୍ତ କର୍ମଚାରୀ ଏବଂ ସ୍ଥାୟୀ ଭାବେ ଅକ୍ଷମ ବୀମାଭୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ପତି-ପତ୍ନୀ ବାର୍ଷିକ ୧୨୦ ଟଙ୍କା ପ୍ରିମିୟମରେ ଚିକିତ୍ସା ସେବା ପାଇବେ। ବୀମାଭୁକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ଉପରେ କୌଣସି ସୀମା ନାହିଁ।

ଏହି ଯୋଜନା ଅଧୀନରେ କର୍ମଚାରୀମାନଙ୍କୁ ଇଏସଆଇ କାର୍ଡ ଦିଆଯାଉଛି। କର୍ମଚାରୀମାନେ ଇଏସଆଇ ଡିସପେନସାରି କିମ୍ବା ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇପାରିବେ। ଏଠାରେ ଇଏସଆଇସିର ଦେଶରେ ୧୫୦ରୁ ଅଧିକ ଡାକ୍ତରଖାନା ରହିଛି, ଯେଉଁଠାରେ ସାଧାରଣଠାରୁ ବଡ଼ ରୋଗର ଚିକିତ୍ସା ସୁବିଧା ଉପଲବ୍ଧ।

କୋଭିଡ ମୃତକଙ୍କ ପରିବାର ପାଇଁ ଦେବଦୂତ ଇଏସ୍‌ଆଇସି: ଶେଷ ଦରମାର ୯୦ ପ୍ରତିଶତ ପାଇବେ ପେନ୍‌ସନ୍‌
ଭୁବନେଶ୍ୱର: ଏକ ଘରୋଇ ସଂସ୍ଥାରେ ସ୍ବଳ୍ପ ଦରମାରେ କାମ କରୁଥିଲେ ଭୁବନେଶ୍ବର ରଙ୍ଗମାଟିଆ ଅଞ୍ଚଳର ଜଣେ ଯୁବକ। କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଗର୍ଭବତୀ ପତ୍ନୀ; ଯିଏ ପରେ ଝିଅଟିଏ ଜନ୍ମଦେଇଛନ୍ତି ଓ ବୁଢ଼ା ବାପା ଏକଦମ ଅସହାୟ ହୋଇଯାଇଥିଲେ। ବୋହୂ ଓ ନାତୁଣୀକୁ କେମତି ଚଳାଇବେ ସେ ଚିନ୍ତାରେ ଥିବା ବେଳେ ହଠାତ୍ ଦେବଦୂତ ପରି ପହଞ୍ଚିଥିଲେ କର୍ମଚାରୀ ରାଜ୍ୟ ବୀମା ନିଗମ- ଇଏସ୍‌ଆଇସିର ଜଣେ ଅଧିକାରୀ। ସମ୍ପୃକ୍ତ ଯୁବକଙ୍କ ବିଧବା ପତ୍ନୀଙ୍କୁ ଧରାଇଦେଇଥିଲେ ଏକ ପେନ୍‌ସନ ଅର୍ଡର। ଯେଉଁଥିରେ ଥିଲା ତାଙ୍କ ସ୍ବାମୀଙ୍କ ଶେଷ ଦରମାର ୯୦ ପ୍ରତିଶତ ପେନ୍‌ସନ ଆକାରରେ ପାଇବାର ନିର୍ଦ୍ଦେଶନାମା। କେଇ ମାସର ଛୁଆର ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ମହିଳା ହଠାତ ଆର୍ଥିକ ଭାବେ ସୁରକ୍ଷିତ ଅନୁଭବ କରିଥିଲେ। ଆଖିରୁ କେଇଟୋପା ଖୁସିର ଲୁହ ବୋହିଆସିଥିଲା।

ସଚେତନତା ଅଭାବରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇପାରୁନାହାନ୍ତି ଅନେକ ହିତାଧିକାରୀ। କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଇଏସ୍‍ଆଇସି ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରତି ମାସ ୯୦ ପ୍ରତିଶତ ଦରମା ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ରାଜ୍ୟର ମାତ୍ର ୩୫ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି।

ଗତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏବେ ୭ଲକ୍ଷ ୪୧ ହଜାର ଇଏସ୍‍ଆଇ ହିତାଧିକାରୀ ଅଛନ୍ତି। ଇଏସ୍‍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଏସ୍‍ଆଇ ହିତାଧିକାରୀଙ୍କ ପାଇଁ ଏହା ବହୁତ ବଡ଼ ସହାୟତା ଯୋଜନା। ଯଦି ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପାଉଥାନ୍ତି ତେବେ ତାଙ୍କ ପତି/ପତ୍ନୀ ଅବା ସନ୍ତାନଙ୍କୁ ମାସିକ ୧୮ ହଜାର ଟଙ୍କା ପେନସନ୍‍ ମିଳିବ। ବିଧବା ପତ୍ନୀଙ୍କୁ ଆଜୀବନ ଅବା ପୁନଃବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ମିଳିବ। ଯଦି ପୁଅ ଥାଏ ତାକୁ ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅ ବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ପାଇବେ। ଏପରିକି ଯଦି ସମ୍ପୃକ୍ତ କର୍ମଚାରୀ ବିବାହ କରିନଥାନ୍ତି ଆଉ ପିତା ମାତାଙ୍କ ମାସିକ ରୋଜଗାର ୯ ହଜାର ଟଙ୍କାରୁ କମ୍‍ ହୋଇଥାଏ ତା ହେଲେ ତାଙ୍କୁ ମଧ୍ୟ ପେନସନ୍‍ ମିଳିବ।

କେବଳ ପେନସନ୍‍ ନୁହେଁ କୋଭିଡ୍‍ ମହାମାରୀ ସମୟରେ ଚାକିରୀ ହରାଇଥିବା ହିତାଧିକାରୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ବ୍ୟବସ୍ଥା ଅଛି। ଅଟଳ ବୀମିତ୍‍ ବ୍ୟକ୍ତି କଲ୍ୟାଣ ଯୋଜନା (ଏବିଭିକେୱାଇ) ଅଧୀନରେ ଚାକିରୀ ହରାଇଥିବା ହିତାଧିକାରୀଙ୍କୁ ତିନି ମାସ ପର୍ଯ୍ୟନ୍ତ ମାସିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ। ତେବେ ଯଦି ସମ୍ପୃକ୍ତ ହିତାଧିକାରୀ ମାସେ କିମ୍ବା ଦୁଇମାସ ଭିତରେ ନୂଆ ନିଯୁକ୍ତି ପାଉଛନ୍ତି ତେବେ ତାଙ୍କୁ ଏହି ସହାୟତା ମିଳିବ ନାହିଁ। ୧୦ ଜଣରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନ ଇଏସ୍‍ଆଇ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଇଏସ୍‍ଆଇସି, ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ଯୋଜନା ସମ୍ପର୍କରେ ସମସ୍ତ ହିତାଧିକାରୀ ସଂସ୍ଥା, ଶ୍ରମିକ ୟୁନିଅନ୍‍ଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ଅନେକ ସମୟରେ ମୃତ ହିତାଧିକାରୀଙ୍କ ପରିବାର ଲୋକଙ୍କୁ ଫୋନ୍‍ କରି ସୂଚନା ଦିଆଯିବା ସହ ଆମେ ତାଙ୍କ ଘରକୁ ଯାଇ ପେନସନ୍‍ ଅର୍ଡର ଦେଉଛୁ। ଆମର ଶାଖା ଅଧିକାରୀମାନଙ୍କୁ ଯୋଜନାର ପରିସର ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ପେନସନ୍‍ ଯୋଜନା ଅବଧି ବୃଦ୍ଧି କରାଯାଇପାରେ।

କୋଭିଡ୍ ମୃତ୍ୟୁ ହେଲେ ଇଏସ୍ଆଇସି ହିତାଧୁକାରୀଙ୍କୁ ମିଳିବ ଆର୍ଥିକ ସହାୟତା
ଭୁବନେଶ୍ୱର : ଏଣିକି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧୂକାରୀଙ୍କୁ କୋଭିଚ୍‌-୧୯ ରିଲିଫ୍ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ପିଛିଲା ଭାବେ ଲାଗୁ ହେବା ସହ ପରବର୍ତ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇଏସ୍‌ଇସି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ଅନୁସାରେ ହିତାଧିକାରୀ କୋଭିଡରେ ମୃତ୍ୟୁବରଣ କଲେ ପରିବାର ସଦସ୍ୟଙ୍କୁ ନିୟମିତ ଆର୍ଥିକ ସହାୟତା ଦିଆଯିବ । ଏହି ବାବଦରେ ମାସିକ ଅନ୍ୟୁନ ୧୮୦୦ ଟଙ୍କା ମିଳିବ। ମୃତ ବ୍ୟକ୍ତିଙ୍କ ମାସିକ ବେତନର ହାରାହାରି ୯୦ ପ୍ରତିଶତ ନିକଟ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ। କୋଭିଡରୁ ଆରୋଗ୍ୟ ଲାଭ କରିବାର ୩୦ ଦିନ ଭିତରେ ମୃତ୍ୟୁବରଣ କଲେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବ।

କୋଭିତରେ ମୃତ୍ୟୁବରଣ କରିଥିବା କର୍ମଚାରୀ ଆକ୍ରାନ୍ତ ହେବାର ତିନି ମାସ ପୂର୍ବରୁ ଇଏସ୍ଵାଇସି ଅନ୍‌ଲାଇନ୍ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ। କାଭିଡ୍ ଆକ୍ରାନ୍ତ ହେବାର ଅତି କମରେ ଏକ ବର୍ଷ ମଧ୍ୟରେ ଅନ୍ୟନ ୭୦ ଦିନର ଅଂଶଧନ ପୈଠ ହୋଇଥିବା କିମ୍ବା ପୈଠ ପାଇଁ ଦେୟ ହୋଇଥିବା ଜରୁରୀ। ମୃତ କର୍ମଚାରୀଙ୍କ ପରିବାର କୋଭିତ ପଳିଟିଭ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣପତ୍ର ସହିତ ଯେ କୌଣସି ଶାଖା କାର୍ଯ୍ୟାଳୟରେ ଆବେଦନ କରିହେବ ବୋଲି ଜଣାଯାଇଛି ।