Deadly love - The Sakala

ପରକୀୟା ପ୍ରୀତୀର ସାଂଘାତିକ ପରିଣତି : ସ୍ତ୍ରୀର ପ୍ରେମିକକୁ ହତ୍ୟାକଲା ସ୍ୱାମୀ
କଟକ : ପରକୀୟା ପ୍ରୀତିର ସାଂଘାତିକ ପରିଣତି ଦେଖିବାକୁ ମିଳିଛି କଟକ ସହରରେ। ସ୍ତ୍ରୀ ତା’ର ଦୁଇ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ରହିବାରୁ ସ୍ବାମୀ ଘଟାଇଛି ଜଘନ୍ୟ କାଣ୍ଡ। ୨୨ଦିନ ତଳେ ନିଜ ଦୁଇ ସନ୍ତାନକୁ ଛାଡ଼ି ସ୍ତ୍ରୀ ଫେରାର ହୋଇଥିଲା। ଏହା ଭିତରେ ଅସୁସ୍ଥ ଥିବା ଦେଢ଼ ବର୍ଷ ସାନ ଝିଅର ଶିଶୁଭବନରେ ମୃତ୍ୟୁ ଘଟିଥିଲା। ଫଳରେ ପ୍ରତିହିଂସା ପରାୟଣ ହୋଇ ସବୁ ସହ ମିଶି ସ୍ତ୍ରୀକୁ ଛୁରି ଭୂଷିବା ସହ ତା’ର ପ୍ରେମିକକୁ ବୀଭତ୍ସ ଭାବେ ହତ୍ୟା କରିଛି ଅଭିଯୁକ୍ତ ସ୍ବାମୀ। ଲୋମହର୍ଷକ ଘଟଣା ଘଟିଛି ମାଲଗୋଦାମ ଥାନା ସିଡିଏ ମାର୍କେଟ କମ୍ପ୍ଲେକ୍ସ ନିକଟରେ।

ପୁଲିସ ଅଭିଯୁକ୍ତର ସ୍ତ୍ରୀକୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛି। ମୃତକଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ହତ୍ୟାକାଣ୍ଡର ୯ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ କାଳନ୍ଦୀ ବିଶ୍ବାଳକୁ ପୁଲିସ ସିଡିଏସ୍ଥିତ ନଦୀ ପଠାରୁ ଧରିବାରେ ସଫଳ ହୋଇଛି । ଅନ୍ୟତମ ଅଭିଯୁକ୍ତ ତଥା କାଳିଆର

ସବୁକ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖୁଛି । ମୃତକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ନନା ଓରଫ ସନାତନ ଦାସ(୪୦) ।

ମାଲଗୋଦାମ ପୁଲିସ ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରଖୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ପୁଲିସ ଜବତ କରିଛି । ସିଡିଏ କାଠଯୋଡି ବିହାର ବସ୍ତିରେ ମାଳତୀ ବିଶ୍ବାଳ ତା’ର ସ୍ଵାମୀ କାଳିଆ ସହ ରହୁଥିଲେ। ସେମାନଙ୍କ ଅଢେଇ ବର୍ଷର ପୁଅ ଓ ବର୍ଷକର ଝିଅ ଗତ ମାସେ ହେବ କାଳିଆ ଓ ମାଳତୀ ମଧ୍ୟରେ ଆର୍ଥିକ ଅନଟନକୁ ନେଇ ବିବାଦ ଲାଗି ରହୁଥିଲା । ଏହି ସମୟରେ ଝିଅ କରିନାକୁ ଚିକିତ୍ସା ପାଇଁ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଶିଶୁଭବନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସନାତନ ସହ ମାଳତୀର ପରିଚୟ ହୋଇଥିଲା ।

ଏହି ପରିଚୟ ଅଳ୍ପ କିଛି ଦିନ ମଧ୍ୟରେ ଅତ୍ୟନ୍ତ ନିବିଡ଼ ହୋଇ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଯେଉଁଥିପାଇଁ ନିଜ ୨ ପିଲା ଓ ସ୍ଵାମୀଙ୍କୁ ଛାଡ଼ି ଫେରାର ହେବାକୁ ମାଳତୀ ପଛଘୁଞ୍ଚା ଦେଇନଥିଲା । କଲେଜଛକ ଅଞ୍ଚଳରେ ଗତ ୧୫ ଦିନ ହେବ ମାଳତୀ ଓ ପ୍ରେମିକ ସନାତନ ଏକାଠି ରହୁଥିଲେ। ମାଳତୀକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସ୍ୱାମୀ କାଳିଆ ତାର ପତ୍ତା ପାଇ ପାରିନଥିଲା। କୌଣସି ଉପାୟ ନପାଇ କାଳିଆ ତା’ର ପିଲା ଦୁଇଟିଙ୍କୁ ଜଗି ରହିଥିଲା । ବଡ଼ ପୁଅ ଘରେ ଓ ସାନ ଝିଅ ଶିଶୁଭବନରେ |

ଉଭୟଙ୍କ ଦେଖାଶୁଣା କରିଥିଲା କାଳିଆ। ତେବେ ଶିଶୁଭବନରେ ଚିକିତ୍ସାଧୀନ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା । ମା’ ଅସୁସ୍ଥ ଶିଶୁକନ୍ୟା ପାଖେ ନରହିବାରୁ ତା’ର ମୃତ୍ୟୁ ଘଟିଛି ବୋଲି କାଳିଆ ଅଭିଯୋଗ କରିଛି । ଏଥ୍‌ରେ ସେ କ୍ରୋଧାନ୍ବିତ ହୋଇ ସ୍ତ୍ରୀ ଓ ତା’ର ପ୍ରେମିକକୁ ମାରିବା ପାଇଁ ସହାୟତା ନେଇଛି ସଢ଼ୁର । ସେମାନେ ଉଭୟଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସିଡିଏ ମାର୍କେଟ ବିଲିଂ ନିକଟ ଏକ ଦୋକାନ ସମ୍ମୁଖରେ ସନାତନ ଓ ମାଳତୀ ଶୋଇଥିବା ସେମାନେ ଦେଖିଥିଲେ।

କାଳିଆ ସନାତନର ପେଟ, ମୁଣ୍ଡ, ଛାତିକୁ ଛୁରି ରୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା । ଏହି ସମୟରେ ମାଳତୀ ଉଠିଯିବାରୁ ସେମାନେ ତାଙ୍କୁ ମାଡ ମାରିବା ସହ ପେଟରେ ଛୁରି ଭୁଷି ଫେରାର ହୋଇଯାଇଥିଲେ। ଭୋର ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଥିଲା। ସନାତନର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି କଟକ ବଡ଼ ମେଡିକାଲକୁ ପଠାଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରି ଧରିବାରେ ସମର୍ଥ ହୋଇଥିଲା।

ପୁଲିସ ନିକଟରେ କାଳିଆ ହତ୍ୟା କରିଥିବା ସ୍ଵୀକାର କରିଛି। ଅପରାହ୍ନରେ ପୁଲିସ ତାକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଥିଲା। ଅନ୍ୟତମ ଅଭିଯୁକ୍ତ ତଥା ସଢ଼ ରାଜୁ ଗିରିକୁ ଧରିବା ଲାଗି ସିଡିଏ ଓ ଭୁବନେଶ୍ବର ଅଞ୍ଚଳରେ ପୁଲିସ ଚଢ଼ଉ ଜାରି ରଖୁଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।