Pension Scheme - The Sakala

ଇପିଏଫ୍‌ ପେନ୍‌ସନ୍‌ ମାମଲାର ରାୟ; ହଟିଲା ୧୫,୦୦୦ ବେତନ ସୀମା
ନୂଆଦିଲ୍ଲୀ : ଶୁକ୍ରବାର ବହୁ ପ୍ରତୀକ୍ଷିତ ଇପିଏଫ୍ ପେନ୍‌ସନ୍ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇପିଏଫ୍ ପେନ୍‌ସନ୍‌ ପାଣ୍ଠିରେ ଯୋଗଦାନ ନିମନ୍ତେ ମାସିକ ସର୍ବାଧିକ ୧୫ ହଜାର ଟଙ୍କା ବେତନ ରାଶିର ସୀମାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏପରିକି ୧୫,୦୦୦ ଟଙ୍କାରୁ ଅଧିକ ବେତନ ଉପରେ ରଖାଯାଇଥିବା ଅତିରିକ୍ତ ଅର୍ଥ ଯୋଗଦାନ ସର୍ତ୍ତକୁ ହଟାଇ ଦେଇଛନ୍ତି। ସେହିପରି ବର୍ଦ୍ଧିତ ପେନସନ ନିମନ୍ତେ କାର୍ଯ୍ୟରତ ଇପିଏଫ୍ ସଦସ୍ୟ ଓ ୨୦୧୪ ପରେ ଅବସର ନେଇଥିବା ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟ ପୁଣି ଏକ ସୁଯୋଗ ଦେଇଛନ୍ତି।

ଏହାବ୍ୟତୀତ ୨୦୧୪ ପୂର୍ବରୁ ଅବସର ନେଇଥିବା ଇପିଏଫ୍ ସଦସ୍ୟମାନେ ବର୍ଦ୍ଧିତ ପେନସନ ସୁଯୋଗ ପାଇବେ ନାହିଁ ବୋଲି ଏହି ରାୟରେ ସ୍ପଷ୍ଟ କରାଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ର୍କମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌) ସଦସ୍ୟଙ୍କୁ ଆଶ୍ବସ୍ତ କରିଛି। ଇପିଏଫ୍‌ ପେନ୍‌ସନ୍‌ ମାମଲାର ଶୁଣାଣିରେ ପୃଥକ୍‌ ପୃଥକ୍‌ ହାଇକୋର୍ଟ ଦେଇଥିବା ନିର୍ଣ୍ଣୟରେ ସ୍ପଷ୍ଟତା ନଥିବା ସୁପ୍ରିମକୋର୍ଟ କହିଛନ୍ତି। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା -୨୦୧୪ର ବୈଧତାକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି, କିନ୍ତୁ ପେନ୍‌ସନ୍ ପାଣ୍ଠିରେ ଯୋଗଦାନ ପାଇଁ ମାସିକ ୧୫,୦୦୦ ଟଙ୍କାର ବେତନ ସୀମାକୁ ରଦ୍ଦ କରିଛନ୍ତି।

ମାମଲାର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ ସମର୍ଥନ କରିଥିଲେ ମଧ୍ୟଏହି ଯୋଜନାରେ ଥିବା  କିଛି ବ୍ୟବସ୍ଥାକୁ ହଟାଇଦେଇଛନ୍ତି।  ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା, ୨୦୧୪ର ବ୍ୟବସ୍ଥା ଆଇନ ଅନୁଯାୟୀ ବୈଧ୍ୟ। ଯେଉଁ କର୍ମଚାରୀମାନେ ପେନ୍‌ସନ୍‌ ଯୋଜନାରେ ଯୋଗଦେବାର ବିକଳ୍ପ ବ୍ୟବହାର କରିନାହାଁନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ତାହା କରିବାକୁ ପଡ଼ିବ।

ଧାର୍ଯ୍ୟ ସମୟ ସୁଦ୍ଧା ଏହି ଯୋଜନାରେ ଯୋଗ ଦେଇପାରି ନ ଥିବା ଯୋଗ୍ୟ କର୍ମଚାରୀଙ୍କୁ ଅତିରିକ୍ତ ସୁଯୋଗ ସପକ୍ଷରେ ସୁପ୍ରିମକୋର୍ଟ ମତ ଦେଇଛନ୍ତି। କେରଳ, ରାଜସ୍ଥାନ ଏବଂ ଦିଲ୍ଲୀର ହାଇକୋର୍ଟ ଦେଇଥିବା ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନ ଥିବାରୁ କର୍ମଚାରୀଙ୍କୁ ପୁନର୍ବାର ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏହା ବ୍ୟତୀତ ସୁପ୍ରିମକୋର୍ଟ ୧୫୦୦୦ ଟଙ୍କାରୁ ଅଧିକ ବେତନ ଉପରେ ୧.୧୬ ପ୍ରତିଶତ ଅର୍ଥ ଯୋଗଦାନ ସଂକ୍ରାନ୍ତ ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରିନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳ ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟର ବିଭିନ୍ନ ରାୟ ଓ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ନିଷ୍ପତ୍ତିର  ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।

ଗତ ଅଗଷ୍ଟ ମାସରେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କ୍ରମାଗତ ୬ ଦିନ ଧରି ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ କେରଳ ହାଇକୋର୍ଟ ୨୦୧୮ରେ ହଟାଇ ଦେଇଥିଲେ ହାଇକୋର୍ଟ ମାସକୁ ୧୫,୦୦୦ ଟଙ୍କା ମୂଳ ବେତନ ସୀମାଠାରୁ ଅଧିକ ଅନୁପାତରେ ପେନ୍‌ସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ୨୦୧୯ରେ ଏହା ଉପରେ ଇପିଏଫ୍ଓ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ଇପିଏଫଓ ଏବଂ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ କରିଥିଲେ, ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ସମୀକ୍ଷା ଆବେଦନକୁ ଗ୍ରହଣ କରିବାବେଳେ ଏହାକୁ ତିନିଜଣିଆ ଖଣ୍ଡପୀଠ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

ସେତେବେଳେ ସମୀକ୍ଷା ଆବେଦନରେ ଯୁକ୍ତି କରାଯାଇଥିଲା ଯେ ପେନ୍‌ସନ୍ ଏବଂ ଭବିଷ୍ୟନିଧି ପାଣ୍ଠି ଅଲଗା। ପେନ୍‌ସନ୍‌ ଯୋଜନା କମ୍ ବୟସର କର୍ମଚାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ। ଯଦି ଏହାର ସୀମା ବୃଦ୍ଧି କରାଯାଏ ଯଥା ଅଧିକ ମୂଳ ଦରମା ଥିବା ବ୍ୟକ୍ତିଙ୍କ ଦରମା ଅନୁପାତରେ ପେନ୍‌ସନ୍ ଅନୁମତି ଦିଆଯାଏ, ତେବେ ଏହା ଆର୍ଥିକ ଭାର ବଢ଼ାଇବ ଏବଂ ଅର୍ଥନୈତିକ ଅସନ୍ତୁଳନତା ସୃଷ୍ଟି କରିବ ।

ବୃଦ୍ଧି ହେବ ସାମ୍ବାଦିକଙ୍କ ବୀମା ରାଶି, ପେନ୍‍ସନ୍‍ ଯୋଜନା କାର୍ଯ୍ୟକାରୀ କରିବାକୁ ନିଆଯିବ ପଦକ୍ଷେପ
ଭୁବନେଶ୍ୱର: ରାଜ୍ୟ ସରକାର ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି। ଆଗାମୀ ଦିନରେ ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ। ଏହି ପ୍ରରିପେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରାଯିବା ସହ ପେନ୍‍ସନ୍‍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ସମାରୋହରେ ମୁଖ୍ୟ ଅତିଥି ବାବେ ଯୋଗଦେଇ ଶ୍ରୀ ମଙ୍ଗରାଜ କହିଥିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଓୟୁଜେ ପକ୍ଷରୁ ଉଠାଯାଇଥିବା ଦାବି ଉପରେ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‍ଶୀଘ୍ର ବୀମା ରାଶିର ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ ନେଇ ପଦକ୍ଷେପ ନିଆଯିବ। ଏନେଇ ଆମେ ଦୁଇଟା ରାଜ୍ୟର ରିପୋର୍ଟକୁ ଅନୁଧ୍ୟାନ କରୁଛୁ। ଖାଲି ପେନ୍‍ସନ୍‍ ନୁହେଁ ବରଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯିବ। ସାମ୍ବାଦିକଙ୍କ ଯେଉଁ ଦାବି ହେଉଛି ସେହି ବାବଦରେ ବିଭିନ୍ନ ରାଜ୍ୟ ଗସ୍ତକରି ସେଠାରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ତିନୋଟି ପ୍ରତିନିଧି ଦଳଙ୍କୁ ପଠାଯିବ। ରିପୋର୍ଟ ମିଳିବା ପରେ ଏ ବାବଦରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ। ସେହିପରି ଡିଜିଟାଲ ମିଡିଆ ବାବଦରେ ଖୁବ୍‍ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ ବୋଲି ସେ କହିବା ସହ ଅଧିସ୍ୱୀକୃତି କମିଟି ବାବଦରେ ଖୁବ୍‍ଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଥିଲେ। ମାଲକାନଗିରି ଜିଲ୍ଲାରେ ସାମ୍ବାଦିକମାନଙ୍କ ଗିରଫଦାରୀ ପ୍ରସଙ୍ଗରେ ସୂଚନା ଦେଇ ସେ କହିଥିଲେ ଯେ ରାଜ୍ୟ ସରକାର ଏ ବାବଦରେ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯାଉଛନ୍ତି। ତଦନ୍ତ ରିପୋର୍ଟ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଯେଉଁ ସାମ୍ବାଦିକଙ୍କର ବ୍ୟକ୍ତିଗତ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ରହୁଛି ସେମାନଙ୍କୁ ତ୍ୱରିତ୍‍ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଶ୍ରୀ ମଙ୍ଗରାଜ ସୂଚନା ଦେଇଥିଲେ। ବର୍ତ୍ତମାନ କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଦେଖାଦେଇଥିବା ବେଳେ ସାମ୍ବାଦିକ ବନ୍ଧୁମାନେ ସତର୍କ ରହି ସରକାରଙ୍କ ଗାଇଡଲାଇନକୁ ଅନୁପାଳନ କରି ନିଜ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନ ସ୍କିମକୁ ନେଇ ଆସିଲା ବଡ ପରିବର୍ତନ
ନୂଆଦିଲ୍ଲୀ: ପେନସନ୍ ଯୋଜନାକୁ ନେଇ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ନେସନାଲ ପେନସନ ସ୍କିମ୍ (NPS) ଏବଂ ପୁରୁଣା ପେନ୍ସନ୍ ସ୍କିମ୍ ମଧ୍ୟରେ ଯେକୌଣସି ବିକଳ୍ପ ବାଛିବାରେ ସକ୍ଷମ ହେବେ । CCS ନିୟମ -2021 ଅନୁଯାୟୀ, ଆସୁଥିବା କର୍ମଚାରୀଙ୍କୁ ତାଙ୍କ ମୃତ୍ୟୁ ପୂର୍ବରୁ ଓଲଡ ନେସନାଲ ପେନ୍ସନ୍ ସ୍କିମ୍ ଏବଂ ନେସନାଲ ପେନ୍ସନ୍ ସ୍କିମ୍ ଅଧୀନରେ ଜମା ହୋଇଥିବା ପେନ୍ସନ୍ କର୍ପସ ସୁବିଧା ବାଛିବା ପାଇଁ ବିକଳ୍ପ ପାଇବେ।

ତେବେ, ଏହି ଯୋଜନାର ଲାଭ ସେହି ପରିବାରଙ୍କ ପାଇଁ ଉପଲବ୍ଧ ହେବ ନାହିଁ ଯାହାର ସଦସ୍ୟ ମୃତ୍ୟୁବରଣ କରିସାରିଛନ୍ତି । CCS ନିୟମ, ୨୦୨୧କୁ ୩୦ ମାର୍ଚ୍ଚ ୨୦୨୧ ରେ ଗେଜେଟ୍ ନୋଟିଫିକେସନ ଜରିଆରେ ସୂଚିତ କରାଯାଇଛି । ନିୟମ ଅନୁଯାୟୀ, ଯଦି ଜଣେ କର୍ମଚାରୀ ଏହି ଦୁଇଟି ବିକଳ୍ପ ମଧ୍ୟରୁ କୌଣସିଟି ବାଛି ନାହାଁନ୍ତି, ତେବେ ପ୍ରଥମ ୧୫ ବର୍ଷ ପାଇଁ ତାଙ୍କୁ ପୁରୁଣା ପେନ୍ସନ୍ ସ୍କିମ୍ ଅଧୀନରେ ସୁବିଧା ଦିଆଯିବ । ତା’ପରେ ୧୫ ବର୍ଷ ପରେ, ସେ ଡିଫଲ୍ଟ ଭାବରେ ନେସନାଲ ପେନ୍ସନ୍ ସ୍କିମର ଲାଭ ମିଳିବ ।

CCS ନିୟମ କ’ଣ ?

୨୦୨୧ CCS ନିୟମ – ୨୦୨୧ ଅନୁଯାୟୀ, NPS ଅଧୀନରେ ଆସୁଥିବା ସମସ୍ତ କର୍ମଚାରୀ, ସରକାରୀ ଚାକିରିରେ ଆସୁଥିବା ଜାତୀୟ ପେନ୍ସନ୍ ଯୋଜନାର ଲାଭ ପାଇବା ପାଇଁ ଫର୍ମ ୧ କୁ ବିକଳ୍ପ ଭାବରେ ଚୟନ କରିବେ ।

ଏହି ନିୟମ ଅନୁଯାୟୀ, ସରକାରୀ କର୍ମଚାରୀ ଯେଉଁମାନେ ପୂର୍ବରୁ ସରକାରୀ ଚାକିରିରେ ଅଛନ୍ତି ଏବଂ NPS ଅଧୀନରେ ଅଛନ୍ତି ସେମାନଙ୍କୁ ମଧ୍ୟ ଫର୍ମ ୨ରେ ଶୀଘ୍ର ଏହି ବିକଳ୍ପ ଚୟନ କରିବାକୁ ପଡିବ । ୯ ଜୁନ୍ ରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଦ୍ୱାରା ଏକ କାର୍ଯ୍ୟାଳୟ ସ୍ମାରକପତ୍ର ଜାରି କରାଯାଇଛି।

ଏହି ଅନୁଯାୟୀ, ଯେଉଁ କର୍ମଚାରୀମାନେ ସରକାରୀ ଚାକିରିରେ ଅଛନ୍ତି ଏବଂ NPS ଅଧୀନରେ ଅଛନ୍ତି, ସେମାନଙ୍କୁ ଫର୍ମ -୨ ରେ ପାରିବାରିକ ବିବରଣୀ ମଧ୍ୟ ଦେବାକୁ ପଡିବ । ଏହାକୁ କେନ୍ଦ୍ରୀୟ ରେକର୍ଡରେ ସୁରକ୍ଷିତ କରିବା ମଧ୍ୟ ଆବଶ୍ୟକ । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ସମସ୍ତଙ୍କୁ ଜୁନ୍ ୧୧ ସୁଦ୍ଧା ସଂପୃକ୍ତ ବିଭାଗକୁ ଏହି ବିଷୟରେ ଜଣାଇବାକୁ କହିଥିଲେ।