Date of Birth Proof - The Sakala

UIDAI ର ବଡ଼ ସ୍ପଷ୍ଟୀକରଣ: ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ
ନୂଆଦିଲ୍ଲୀ: ଆଧାର କାର୍ଡ ଜନ୍ମ ତାରିଖର ପ୍ରମାଣ ନୁହେଁ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ (UIDAI) ପକ୍ଷରୁ ଏନେଇ ଏକ ବଡ଼ ସ୍ପଷ୍ଟୀକରଣ ଦିଆଯାଇଛି। କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଆଧାର କାର୍ଡକୁ ପରିଚୟ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ, କିନ୍ତୁ ଏହାକୁ କୌଣସି ବ୍ୟକ୍ତିଙ୍କ ଜନ୍ମ ତାରିଖର ବୈଧ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ନିକଟରେ ସରକାରୀ ଯାଞ୍ଚ ପ୍ରକ୍ରିୟାରେ ଆଧାରର ଆଇନଗତ ମାନ୍ୟତାକୁ ନେଇ ଦେଖାଦେଇଥିବା ବିଭିନ୍ନ ଦ୍ୱନ୍ଦ୍ୱ ମଧ୍ୟରେ ଏହି ସ୍ପଷ୍ଟୀକରଣ ଆସିଛି।

ଏକ ବିସ୍ତୃତ ସ୍ପଷ୍ଟୀକରଣରେ ୟୁଆଇଡିଏଆଇ ଦର୍ଶାଇଛି ଯେ, ଆଧାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିଚୟ ପ୍ରମାଣୀକରଣ। ଏହାକୁ କେବେହେଲେ ବୟସ ଯାଞ୍ଚ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଆଧାର ଆଇନ, ୨୦୧୬ (Aadhaar Act, 2016) ଅନୁଯାୟୀ ଏହାକୁ କେବଳ ଏକ ବୈଧ ପରିଚୟ ପ୍ରମାଣ ଭାବରେ ସ୍ୱୀକୃତି ଦିଆଯାଇଛି, ମାତ୍ର ବୟସ ବା ଜନ୍ମ ତାରିଖ ପ୍ରମାଣ କରିବା ନେଇ ଆଇନରେ କିଛି ଉଲ୍ଲେଖ ନାହିଁ। ତେଣୁ, ବୟସ ଯାଞ୍ଚ କରିବା ଆବଶ୍ୟକ ଥିଲେ ଲୋକମାନଙ୍କୁ ଅନ୍ୟାନ୍ୟ ବୈଧ କାଗଜପତ୍ର ଦାଖଲ କରିବାକୁ ପଡ଼ିବ।

କର୍ତ୍ତୃପକ୍ଷ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି କେବେ ଆଧାରରେ ଥିବା ଜନ୍ମ ତାରିଖର ସଠିକତାକୁ ନେଇ କୌଣସି ବିବାଦ ଉପୁଜେ, ତେବେ ଏହାର ସଠିକତା ପ୍ରମାଣ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ କେବଳ ଆଧାର କାର୍ଡଧାରୀଙ୍କ ଉପରେ ନ୍ୟସ୍ତ ରହିବ। ଆଧାର ନମ୍ବରକୁ ବ୍ୟକ୍ତିଗତ ପରିଚୟ ସାବ୍ୟସ୍ତ କରିବା ପାଇଁ ବ୍ୟବହାର କରାଯାଇପାରିବ, କିନ୍ତୁ ଏହା ନିଜେ ଜନ୍ମ ତାରିଖର ପ୍ରମାଣ ନୁହେଁ।

ଆଧାର ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ନମ୍ବର, ଯାହାକି ୟୁଆଇଡିଏଆଇ ଦ୍ୱାରା ବାୟୋମେଟ୍ରିକ୍ ଏବଂ ଡେମୋଗ୍ରାଫିକ୍ ତଥ୍ୟ ଆଧାରରେ ସମସ୍ତ ଭାରତୀୟ ବାସିନ୍ଦାଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଇଥାଏ। ଏହି କାର୍ଡ ମୁଖ୍ୟତଃ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ଜରିଆରେ ସରକାରୀ ସବସିଡି, ଯେପରିକି ଏଲପିଜି ସବସିଡି, ପିଡିଏସ ରାସନ ଓ ବୃତ୍ତି ଆଦି ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟବହାର କରାଯାଏ। ଏହାବ୍ୟତୀତ ଇ-କେୱାଇସି (eKYC) ମାଧ୍ୟମରେ ବ୍ୟାଙ୍କ ଖାତା ଖୋଲିବା, ନୂଆ ସିମ୍ କାର୍ଡ ନେବା ଏବଂ ସରକାରୀ ବ୍ୟବସ୍ଥାରେ ଜାଲିଆତି ରୋକିବା ପାଇଁ ଆଧାର ଏକ ସାର୍ବଜନୀନ ଡିଜିଟାଲ୍ ପରିଚୟ ପତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।