Ajay Devgn - The Sakala
ଜେଲ୍‌ରେ ରାଜପାଲ ଯାଦବ: ୯ କୋଟିର ଋଣ ମାମଲାରେ ସଲମାନ, ଅଜୟଙ୍କ ସମେତ ସାହାଯ୍ୟ ପାଇଁ ଆଗେଇ ଆସିଲେ ଏହି ବଡ଼ ବଡ଼ କଳାକାର
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ସେ ଫେବୃଆରୀ ୫ ତାରିଖରେ ଆତ୍ମସମର୍ପଣ କରିଥିଲେ। ତେବେ ତାଙ୍କର ଏହି କଠିନ ସମୟରେ ବଲିଉଡର ବହୁ ନାମୀଦାମୀ କଳାକାର ଓ ରାଜନେତା ସାହାଯ୍ୟର ହାତ ବଢାଇଛନ୍ତି। ସଲମାନ ଖାନ, ଅଜୟ ଦେବଗନ, ଡେଭିଡ ଧାୱନ ଏବଂ ସୋନୁ ସୁଦଙ୍କ ଭଳି ତାରକା ରାଜପାଲଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି।
ସଙ୍କଟ ସମୟରେ ଛିଡ଼ା ହେଲେ ସଲମାନ ଓ ଅଜୟ
ରାଜପାଲ ଯାଦବଙ୍କ ମ୍ୟାନେଜର ଗୋଲ୍ଡିଙ୍କ ସୂଚନା ଅନୁଯାୟୀ, ଇଣ୍ଡଷ୍ଟ୍ରିର ଅନେକ ବଡ଼ ବ୍ୟକ୍ତିତ୍ୱ ରାଜପାଲଙ୍କ ସହ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି ଯେ ସଲମାନ ଖାନ, ଅଜୟ ଦେବଗନ ଏବଂ ନିର୍ଦ୍ଦେଶକ ଡେଭିଡ ଧାୱନ ଫୋନ୍ ମାଧ୍ୟମରେ କଥା ହୋଇ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବରୁଣ ଧାୱନ ଏବଂ ରତନ ନୈନଙ୍କ ଭଳି ଅନେକ ବ୍ୟକ୍ତି ମଧ୍ୟ ଏହି ସମୟରେ ରାଜପାଲଙ୍କ ପାଖରେ ଛିଡ଼ା ହୋଇଛନ୍ତି, ଯାହା ପାଇଁ ଅଭିନେତା କୃତଜ୍ଞତା ଜ୍ଞାପନ କରିଛନ୍ତି।
ସୋନୁ ସୁଦଙ୍କ ମହାନତା
ସବୁବେଳେ ଲୋକଙ୍କ ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ ପ୍ରଥମେ ରାଜପାଲଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ କେବଳ ସାହାଯ୍ୟ କରିନାହାନ୍ତି ବରଂ ରାଜପାଲଙ୍କୁ ନିଜର ଆଗାମୀ ଚଳଚ୍ଚିତ୍ରରେ ଏକ ଭୂମିକା ଦେବା ସହ ସାଇନିଂ ଅର୍ଥ (Signing Amount) ମଧ୍ୟ ପ୍ରଦାନ କରିଛନ୍ତି। ସୋନୁ ସୁଦ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏହା କୌଣସି ଦାନ ନୁହେଁ ବରଂ ଜଣେ କଳାକାରର ସମ୍ମାନ। ଖରାପ ସମୟରେ ଇଣ୍ଡଷ୍ଟ୍ରି ଏକ ପରିବାର ଭଳି ଛିଡ଼ା ହେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
Rajpal Yadav is a gifted actor who has given years of unforgettable work to our industry. Sometimes life turns unfair, not because of talent, but because timing can be brutal. He will be part of my film, and I believe this is the moment for all of us..producers, directors,…
— sonu sood (@SonuSood) February 10, 2026
କୋଟି କୋଟି ଟଙ୍କାର ସାହାଯ୍ୟ ଘୋଷଣା
କେବଳ ଅଭିନେତା ନୁହନ୍ତି, ଅନ୍ୟ କ୍ଷେତ୍ରରୁ ମଧ୍ୟ ସାହାଯ୍ୟ ମିଳିଛି। ସଙ୍ଗୀତ ପ୍ରଯୋଜକ ରାଓ ଇନ୍ଦ୍ରଜିତ ସିଂହ ଯାଦବ ରାଜପାଲଙ୍କୁ ୧.୧ କୋଟି ଟଙ୍କାର ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି। ସେହିପରି ରାଜନେତା ତେଜ ପ୍ରତାପ ଯାଦବ ତାଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ମଧ୍ୟ ନିଜର ଏକ ମ୍ୟୁଜିକ୍ ଭିଡିଓ ପାଇଁ ରାଜପାଲଙ୍କୁ ଅଗ୍ରୀମ ଅର୍ଥ ଦେବାକୁ ଘୋଷଣା କରିଛନ୍ତି। ଗାୟକ ମିକା ସିଂହ ମଧ୍ୟ ଲୋକଙ୍କୁ କେବଳ ସୋସିଆଲ ମିଡିଆରେ ପୋଷ୍ଟ ନକରି ବାସ୍ତବରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
କାହିଁକି ଜେଲ୍ ଗଲେ ରାଜପାଲ?
ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ରାଜପାଲ ଯାଦବ ନିଜର ନିର୍ଦ୍ଦେଶିତ ଫିଲ୍ମ 'ଅତା ପତା ଲାପତା' ପାଇଁ ୫ କୋଟି ଟଙ୍କାର ଋଣ ନେଇଥିଲେ। ଫିଲ୍ମଟି ଫ୍ଲପ୍ ହେବା ପରେ ସେ ଟଙ୍କା ଫେରସ୍ତ କରିପାରି ନଥିଲେ। ସୁଧ ଓ ଜୋରିমানা ମିଶି ଏହି ଅର୍ଥ ପ୍ରାୟ ୯ କୋଟିରେ ପହଞ୍ଚିଥିଲା। ଏହି ମାମଲାରେ କୋର୍ଟ ବାରମ୍ବାର ସୁଯୋଗ ଦେବା ସତ୍ତ୍ୱେ ଟଙ୍କା ପୈଠ ନହେବାରୁ ତାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ହୋଇଛି।
‘ଗୋଲମାଲ୍‌ ୫’ରେ ଦେଖିବାକୁ ମିଳିବ ‘ଟମ୍ ଆଣ୍ଡ ଜେରି’ ଲଢ଼େଇ, ଏକାଠି ହସାଇବେ ଅଜୟ ଓ ଅକ୍ଷୟ
ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ନିଜର ଆଗାମୀ କମେଡି ଫିଲ୍ମ ‘ଗୋଲମାଲ୍‌ ୫’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥର ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ରହିଛି। ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କୁ ଏକାଠି ଦେଖିବାକୁ ମିଳିବ। ତେବେ ସବୁଠାରୁ ମଜାଦାର କଥା ହେଲା, ଦୁହେଁ ପରସ୍ପର ସହ ‘ଟମ୍ ଆଣ୍ଡ ଜେରି’ ଶୈଳୀରେ ଲଢ଼େଇ କରୁଥିବାର ନଜର ଆସିବେ।
‘ଦୋ ଔର୍ ଦୋ ପାଞ୍ଚ’ରୁ ମିଳିଛି ପ୍ରେରଣା
ଖବର ଅନୁଯାୟୀ, ରୋହିତ ଶେଟ୍ଟୀ ଏହି ଫିଲ୍ମର କାହାଣୀ ପାଇଁ ୧୯୮୦ ମସିହାର କ୍ଲାସିକ୍ ଫିଲ୍ମ ‘ଦୋ ଔର୍ ଦୋ ପାଞ୍ଚ’ (Do Aur Do Paanch) ରୁ ପ୍ରେରଣା ନେଇଛନ୍ତି। ଅମିତାଭ ବଚ୍ଚନ ଏବଂ ଶଶି କପୁରଙ୍କ ଅଭିନୀତ ସେହି ଫିଲ୍ମର କନ୍‌ସେପ୍ଟକୁ ନୂଆ ଢଙ୍ଗରେ ‘ଗୋଲମାଲ୍‌’ ଷ୍ଟାଇଲରେ ପରିବେଷଣ କରାଯିବ। ଏଥିରେ ଅଜୟ ଏବଂ ଅକ୍ଷୟଙ୍କ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ।
୨୦୨୬ ମାର୍ଚ୍ଚରୁ ସୁଟିଂ ଆରମ୍ଭ
‘ଗୋଲମାଲ୍‌ ୫’ର ସୁଟିଂ ୨୦୨୬ ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହେବାର ଯୋଜନା ରହିଛି। ଜୁନ୍ ମାସ ସୁଦ୍ଧା ଫିଲ୍ମର ଅଧିକାଂଶ ଭାଗ ସୁଟିଂ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଫିଲ୍ମରେ ପୁରୁଣା ‘ଗୋଲମାଲ୍’ ଟିମ୍ ଅର୍ଥାତ୍ ଅର୍ଶଦ ୱାର୍ସି, କୁନାଲ ଖେମୁ, ତୁଷାର କପୁର ଏବଂ ଶ୍ରେୟସ ତଲପଡେ ମଧ୍ୟ ନଜର ଆସିବେ।
ବଡ଼ ପରଦାରେ ମହାମୁକାବିଲା
ଅଜୟ ଦେବଗନ ଏବଂ ଅକ୍ଷୟ କୁମାର ପୂର୍ବରୁ ରୋହିତ ଶେଟ୍ଟୀଙ୍କ ‘କପ୍ ୟୁନିଭର୍ସ’ (Cop Universe) ରେ ଏକାଠି କାମ କରିଛନ୍ତି, କିନ୍ତୁ ଏକ ପୂର୍ଣ୍ଣାଙ୍ଗ କମେଡି ଫିଲ୍ମରେ ଦୁହିଁଙ୍କର ଏହି ମୁକାବିଲା ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ୨୦୨୭ ମସିହାରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ ବୋଲି ଆଶା କରାଯାଉଛି।
ଆସିଲା ‘ରେଡ୍‌-୨’ର ଫାଷ୍ଟ ଲୁକ୍‌
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ରେଡ୍‌’ ୨୦୧୮ରେ ଆସିଥିଲା। ଏହି ଚଳଚ୍ଚିତ୍ରଟି ସିନେପ୍ରେମୀକୁ ବେଶ୍‌ ପସନ୍ଦ ଆସିଥିଲା। ସେବେଠାରୁ ଦର୍ଶକେ ଏହାର ସିକ୍ବେଲକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ କରାଯାଇ ଏହାର ରିଲିଜ୍‌ ଡେଟ୍‌ ବିଷୟରେ ଘୋଷଣା କରାଯାଇଛି। ଅଜୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ରେଡ୍‌-୨’ର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି।
ଅଜୟ ଏହାର ପୋଷ୍ଟର୍‌ ସେୟାର୍‌ କରି ଲେଖିଛନ୍ତି- ‘ନୂଆ ସହର, ନୂଆ ଫାଇଲ୍‌, ଅମୟ ପଟ୍ଟନାୟକଙ୍କ ଏକ ନୂଆ ‘ରେଡ୍‌’। ୧ ମେ, ୨୦୨୫ରେ ସିନେମା ହଲ୍‌ରେ ଦେଖାହେବ’ ଅଜୟଙ୍କ ଏହି ପୋଷ୍ଟ ପରେ ଦର୍ଶକେ ଏବେ ‘ରେଡ୍‌-୨’କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ପୋଷ୍ଟରରେ ଅଜୟ ବେଶ୍‌ ଗୁରୁ ଗମ୍ଭୀର ଅନ୍ଦାଜରେ ନଜର ଆସିବା ସହ ତାଙ୍କ ପଛପଟେ ବହୁତଗୁଡ଼ିଏ ଫାଇଲ୍‌ ଥିବାର ଦେଖାଯାଇଛି। ଏହା ସ୍ପଷ୍ଟ ଭାବେ ଏକ ନୂଆ ରେଡ୍‌ ବା ଚଢ଼ାଉକୁ ଇଙ୍ଗିତ କରୁଛି। ଏଥିରେ ଅଜୟଙ୍କ ସହ ରୀତେଶ ଦେଶମୁଖ, ବାଣୀ କପୁର ସୌରଭ ଶୁକ୍ଳା ପ୍ରମୁଖ ନଜର ଆସିବେ। ସେହିଭଳି ରାଜକୁମାର ଗୁପ୍ତା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।
୧୭ ଫେବ୍ରୁଆରୀରେ ଆସିବ ‘ମୈଦାନ’
ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ଙ୍କ ହାତରେ ଏବେ ଅନେକ ବିଗ୍‌ ବିଜେଟ୍‌ର ଫିଲ୍ମ ରହିଛି। ଏଇ କିଛିଦିନ ପୂର୍ବରୁ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍-୨’ର ଟିଜର୍‌ ଜାରି ହୋଇଥିଲା। ଏବେ ଅଜୟଙ୍କ ଫିଲ୍ମ ‘ମୈଦାନ୍‌’ର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ‘ମୈଦାନ’ ୧୩ ବର୍ଷ ଧରି ଭାରତୀୟ ଜାତୀୟ ଫୁଟବଲ୍‌ ଟିମ୍‌ର ମ୍ୟାନେଜର ତଥା କୋଚ୍‌ ଥିବା ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ଜୀବନ ଉପରେ ଆଧାରିତ। ଏଥିରେ ଅଜୟ, ଅବଦୁଲ୍‌ ରହିମ୍‌ଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ଜୁନ୍‌ ୩, ୨୦୨୨ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏବେ ଅଜୟ ଏକ ଟ୍ବିଟ୍ କରି ‘ମୈଦାନ’ର ରିଲିଜ୍‌ ବିଷୟରେ ଘୋଷଣା କରିଛନ୍ତି। ଅଜୟ ଟ୍ବିଟ୍‌ କରିଥିଲେ ଯେ- ‘ଜଣେ ଅଜ୍ଞାତ ନାୟକ, ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କ ସତ୍ୟ ଘଟଣାକୁ ଅନୁଭବ କରନ୍ତୁ, ଯିଏ ଭାରତକୁ ଗୌରବାନ୍ବିତ କରିଥିଲେ।
‘ମୈଦାନ’ ଫେବ୍ରୁଆରୀ ୧୭ରେ ରିଲିଜ୍‌ ହେବ।’ ଅଜୟଙ୍କ ଏହି ଘୋଷଣା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଚଳଚ୍ଚିତ୍ରରେ ଅଜୟଙ୍କ ବିପକ୍ଷରେ ସାଉଥ୍‌ ସୁନ୍ଦରୀ ପ୍ରିୟାମଣି ନାୟିକା ଭାବେ ଦେଖାଯିବେ। ‘ମୈଦାନ’ ଫିଲ୍ମର ପ୍ରଯୋଜକ ହେଉଛନ୍ତି ବୋନି କପୁର ଓ ଆକାଶ ଚାୱଲା । ଅମିତ୍‌ ରବୀନ୍ଦ୍ରନାଥ ଶର୍ମା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଅମିତ୍‌ ପୂର୍ବରୁ ‘ବଧାଇ ହୋ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଚାରୋଟି ଭାଷା ତଥା ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମଲୟାଲମ ଭାଷାରେ ରିଲିଜ୍‌ ହେବ । ଅଜୟଙ୍କ କାମ କଥା କହିବାକୁ ଗଲେ, ସେ ଖୁବ୍‌ଶୀଘ୍ର ‘ଥ୍ୟାଙ୍କ୍‌ ଗଡ୍‌’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ୍‌ ପ୍ରୀତ୍‌ ସିଂହ ଦେଖାଯିବେ।
ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ସୁରିୟା ଏବଂ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ
ନୂଆଦିଲ୍ଲୀ : ଘୋଷଣା ହୋଇଛି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୦ରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପଦର୍ଶନ କରିଥିବା ଅଭିନେତା, ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି। ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ସେହିପରି ସୁରାଇ ପଟାରୁ’ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। । ତାମିଲ ଫିଲ୍ମ ‘ସୁରାଇ ପଟାରୁ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି ।
୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପାଖାପାଖି ୩୦୦ ଫିଚର ଫିଲ୍ମ ଏବଂ ୧୫୦ ଅଣ ଫିଚର ଫିଲ୍ମ ପଠା ଯାଇଥିଲା। ଏଥିରେ ୩୦ ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ସାମିଲ୍ ଥିଲା। ଏଥି ମଧ୍ୟରୁ ତାମିଲ ଫିଲ୍ମ ‘ସୁରାଇ ପଟାରୁ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି। ମାଲାୟାଲମର ସଚ୍ଚିଦାନନ୍ଦନ କେ.ଆର୍‌ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି। ବିଶାଲ ଭରଦ୍ୱାଜ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ , ବିଜୁ ମେନନ ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍‌ମୀ ପ୍ରିୟା ଚନ୍ଦ୍ରମୈାଳି ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ବିବେଚିତ ହୋଇଛନ୍ତି ।ସେହିପରି ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୁଳସୀଦାସ ଜୁନିୟର’ ଚୟନିତ ହୋଇଛି। ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ସାନିଆର ସଙ୍ଗୀତକାର ମନୋଜ ମୁନ୍‌ତାସିରଙ୍କୁ ଚୟନ କରାଯାଇଛି।
ଅନ୍ୟପଟେ ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ରେ ଓଡ଼ିଆ ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ ମିଳିଛି । କାଲି ପାଇଁ କାଲିର ସିନେମା ହେଉଛି ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା । ଓଡ଼ିଆ ସିନେ ଜଗତର ଜଣାଶୁଣା ସିନେ ସମୀକ୍ଷକ ହେଉଛନ୍ତି ସୂର୍ଯ୍ୟ ଦେଓ ।
ରେକର୍ଡ କଲା ଆରଆରଆର: ମୁକ୍ତିଲାଭ ପୂର୍ବରୁ ୮୦୦ କୋଟି ଆୟ
ନୂଆଦିଲ୍ଲୀ: ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଆରଆରଆର’ ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତିଲାଭ ହୋଇଛି। ତେବେ ମୁକ୍ତିଲାଭ ପୂର୍ବରୁ ସାଉଥ ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତି ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଦେଇଛି। ଡିଷ୍ଟ୍ରିବ୍ୟୁସନ, ସ୍ୟାଟେଲାଇଟ, ମ୍ୟୁଜିକ ଭଳି ରାଇଟ ବିକି ଫିଲ୍ମ ୮୦୦ କୋଟି ଟଙ୍କା ଆୟ କରିସାରିଛି। ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ଦେଖିବାକୁ ୬୦ କୋଟି ଟଙ୍କାର ଅଗ୍ରୀମ ବୁକିଂ ମଧ୍ୟ ହୋଇସାରିଛି । ବ୍ୟବସାୟିକ ବିଶେଷଜ୍ଞଙ୍କ ଅନୁଯାୟୀ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଶହେ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି । ଏହା ବକ୍ସ ଅଫିସରେ ହଜାରେ କୋଟି ଟଙ୍କାର ବ୍ୟବସାୟ କରିପାରେ। ରିପୋର୍ଟ ଅନୁଯାୟୀ ସମସ୍ତ ଭାଷାରେ ଏହି ଚଳଚ୍ଚିତ୍ରର ଥ୍ରିଏଟିକାଲ ବିଜନେସ ୪୭୦ କୋଟି ଟଙ୍କାରୁ ଅଧିକ ରହିଛି। ଏହା ସହିତ ଆରଆରଆର ଥ୍ରିଏଟିକାଲ ବିଜନେସରେ ଭାରତର ସବୁଠାରୁ ଅୟକାରୀ ଚଳଚ୍ଚିତ୍ର ହୋଇଛି।
ବକ୍ସ ଅଫିସ୍‌ରେ ‘ସୂର୍ଯ୍ୟବଂଶୀ’ର ସଫଳତାକୁ ଦେଖି ‘ସିଂଘମ୍-୩’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ସିଂଘମ୍’ ଓ ‘ସିଂଘମ୍ ଡିଷ୍ଟର୍ଣ୍ଣସ୍‌’ ପରେ ବହୁତ ଜଲ୍‌ଦି ରୋହିତ୍‌ ସେଟ୍ଟି ଏହି ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଆଣିବାକୁ ଯାଉଛନ୍ତି। ‘ସିଂଘମ୍-୩’ର କାହାଣୀ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଉପରେ ଆଧାରିତ ହେବ । ଫିଲ୍ମରେ ଅଜୟ ଶାନ୍ତି ପାଇଁ ଅସାମାଜିକ ତତ୍ତ୍ଵଙ୍କ ସହିତ ଲଢୁଥିବାର ନଜର ଆସିବେ।
ଆସନ୍ତା ବର୍ଷ ସେପ୍ଟେମ୍ବରରେ ଫିଲ୍ମ ନିର୍ମାତା ଏହି ପ୍ରୋଜେକ୍ଟର ଆରମ୍ଭ କରିବେ ଏହା ୨୦୨୩ ସ୍ଵାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିବ। ରୋହିତ୍ ‘ସିଂଘମ୍-୩’ର ସୁଟିଂ ଗୋଆ, ଜମ୍ମୁ-କାଶ୍ମୀର, ଦିଲ୍ଲୀରେ କରିବା ଲକ୍ଷ୍ୟ ରଖିଛନ୍ତି। ଏହା ‘କପ୍ ୟୁନିଭର୍ସ’ର ସବୁଠୁ ବଡ଼ ଫିଲ୍ମ ହେବ। ‘ଦିୱାଲି ଅବସରରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହୋଇଥିଲା। ଏଥିରେ ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ। ଅନ୍ୟପକ୍ଷରେ ଶେଷ ଥର ପାଇଁ ଅଜୟ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିଥିଲେ। ଏବେ ସେ ‘ଆର୍‌ଆର୍ ଆର୍’, ‘ଗଙ୍ଗୁବାଈ କାଠିଆୱାଡ଼ି’, ‘ମୈଦାନ’, ‘ଥ୍ୟାଙ୍କ ଗଡ୍’ରେ ନଜର ଆସିବେ।
‘ସିଂଘମ୍-୩’ର କାହାଣୀ ସେଇଠୁ ଆରମ୍ଭ ହେବ, ଯେଉଁଠି ‘ସୂର୍ଯ୍ୟବଂଶୀ’ର କାହାଣୀ ଶେଷ ହୋଇଛି। ‘ସିଂଘମ୍-୩’ର କ୍ଲାଇମାକ୍ସରେ ରଣବୀର ସିଂହ ଓ ଅକ୍ଷୟ କୁମାର ଆକ୍ସନ କରୁଥିବାର ନଜର ଆସିବେ ।
କରୋନା ମହାମାରୀ ସମୟରେ ହଲ୍‌ଗୁଡ଼ିକରେ ‘ବେଲ୍‌ ବଟମ୍’ ରିଲିଜ୍‌ ହୋଇଥିବାରୁ ଅକ୍ଷୟଙ୍କୁ ପ୍ରଶଂସା କଲେ ଅଜୟ
ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ‘ବେଲ୍‌ ବଟମ୍’ ଆଜି ସିନେମା ହଲ୍‌ଗୁଡ଼ିକରେ ରିଲିଜ୍‌ ହୋଇଛି। ପୂରା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହା ଏକ ବଡ଼ ଦିନ। କରୋନା ଯୋଗୁଁ ବହୁ ଦିନ ପରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ‘ବେଲ୍ ବଟମ୍’ ମାଧ୍ୟମରେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଅକ୍ଷୟ ଓ ଫିଲ୍ମର ନିର୍ମାତାଙ୍କୁ ସବୁବର୍ଗର ଲୋକେ ପ୍ରଶଂସା କରିଛନ୍ତି। ଅକ୍ଷୟଙ୍କ ଏହି କାମ ପାଇଁ ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କର ପ୍ରଶଂସା କରିଛନ୍ତି। ଏସମ୍ପର୍କରେ ଅଜୟ ଟ୍ବିଟ୍ କରି ଲେଖିଥିଲେ ଯେ, ଅକ୍କି ‘ବେଲ୍‌ବଟମ୍‌’ ଫିଲ୍ମଟି ଭଲ ହୋଇଛି ବୋଲି ମୁଁ ଶୁଣୁଛି। ଏହାକୁ ସିନେମା ହଲ୍‌ରେ ରିଲିଜ୍‌ ପାଇଁ ତମେ ଯେଉଁ ସାହସ ଦେଖାଇଛ ସତରେ ତାହା ପ୍ରଶଂସାଯୋଗ୍ୟ।
Dear Akki, I’ve been hearing good reviews of Bell Bottom. Congratulations 🎉 Also, your leap of faith in making it a theatrical release is praiseworthy. With you in this👍🏼@akshaykumar#BellBottom
— Ajay Devgn (@ajaydevgn) August 19, 2021
ଏହାର ଜବାବରେ ଅକ୍ଷୟ ଲେଖିଛନ୍ତି ଯେ- ବହୁତ ବହୁତ ଧନ୍ୟବାଦ ଭାଈ। ଆଶାକରୁଛି ଜଲ୍‌ଦି ମହାରାଷ୍ଟ୍ରରେ ସିନେମା ହଲ୍‌ଗୁଡ଼ିକ ଖୋଲିଯାଉ, ଆଉ ଆପଣ ସିନେମାଟିକୁ ହଲ୍‌ରେ ଦେଖନ୍ତୁ। ଫିଲ୍ମ ବିଷୟରେ ତୁମର ରାୟ ଶୁଣିବାକୁ ଚାହୁଁଛି। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ୍‌ ମଧ୍ୟ ଏଥିପାଇଁ ଅକ୍ଷୟଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ପୂରାଟିମ୍‌କୁ କଙ୍ଗନା ପ୍ରଶଂସା କରିଛନ୍ତି।
ରୁଦ୍ର ପାଇଁ ଅଜୟ ନେବେ ୧୨୫ କୋଟି
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ‘ରୁଦ୍ର: ଦ ଏଜ୍ ଅଫ୍ ଡାର୍କନେସ୍’ ଦ୍ବାରା ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି | ଏହା ବ୍ରିଟିଶ ଶୋ’ ‘ଲୁଥର’ର ରିମେକ୍ ହେବ । ଏଥିପାଇଁ ଅଜୟ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ଶୋ’ର ସୁଟି ଦୁଇମାସ ଧରି ଚାଲିବ । ଅଜୟ ଏହି ପ୍ରୋଜେକ୍ଟ ପାଇଁ ୧୨୫ କୋଟି ଟଙ୍କା ନେବେ ବୋଲି ଜଣାପଡିଛି । ଯଦି ଏହା ସତ ହୁଏ, ତେବେ ଅଜୟ ଓଟିଟିରେ ଡେବ୍ଲ୍ୟୁ କରୁଥିବା ସବୁଠୁ ମହଙ୍ଗା ଅଭିନେତା ହେବେ। ଅଜୟଙ୍କର ଷ୍ଟାର୍ ନେଟ୍ୱର୍କ ସହିତ ସୁସମ୍ପର୍କ ରହିଛି । ଖାସ୍‌ ସେଥିପାଇଁ ଅଜୟଙ୍କୁ ୧୨୫ କୋଟିରେ ସାଇନ୍ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
ଏଥିରେ ଅଜୟ ସମ୍ପୂର୍ଣ୍ଣ ଭାବେ ଏକ ଅଲଗା ଅନ୍ଦାଜରେ ଦେଖାଯିବେ। ଅଜୟ ପ୍ରତି ଏପିସୋଡ୍ ପାଇଁ ୨ କୋଟି ଟଙ୍କା ନେବେ। ଅଜୟଙ୍କ ଫିସ୍ ବାବାଦ ୧୨୫ କୋଟି ଟଙ୍କା ମଧ୍ୟରେ ଷ୍ଟାର ନେଟୱର୍କର ପ୍ରମୋ ସୁଟ୍, ସୋସିଆଲ ମିଡିଆ ପୋଷ୍ଟ, ରିଅଲିଟି ଶୋ’କୁ ଯିବା, ଆଦି ସାମିଲ ହୋଇଛି । ଏହି ସିରିଜରେ ଅଜୟଙ୍କ ସହିତ ଦକ୍ଷିଣର ଅଭିନେତ୍ରୀ ରାଶି ଖାନ୍ନା ନଜର ଆସିବେ।