Hindu Temples - The Sakala

ସୁନା ବଦଳରେ ମିଳୁଛି ସୁନା: ଜାଣନ୍ତୁ କିପରି ହୁଏ ତିରୁପତି ବାଲାଜୀଙ୍କ ଅମାପ ସମ୍ପତ୍ତିର ପରିଚାଳନା
ବର୍ତ୍ତମାନ ସମୟରେ ଅଯୋଧ୍ୟା ରାମ ମନ୍ଦିରର ଦାନ ଓ ପାଣ୍ଠି ପରିଚାଳନାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ଦେଶର ସବୁଠାରୁ ଧନୀ ମନ୍ଦିର ଭାବରେ ପରିଚିତ ତିରୁପତି ବାଲାଜୀ ମନ୍ଦିରର ସମ୍ପତ୍ତି ପରିଚାଳନା ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ପ୍ରତିବର୍ଷ ଭକ୍ତମାନେ ଶ୍ରଦ୍ଧାର ସହ ଏଠାରେ କୋଟି କୋଟି ଟଙ୍କାର ଅର୍ଥ ଏବଂ କୁଇଣ୍ଟାଲ କୁଇଣ୍ଟାଲ ସୁନା ଦାନ କରିଥାନ୍ତି। ତେବେ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଦ୍ୱାରା ଏହି ଅମାପ ସମ୍ପତ୍ତିର ପରିଚାଳନା କିପରି ହେଉଛି, ତାହା ଅନେକଙ୍କ ପାଇଁ ଏକ ଉଦାହରଣ ପାଲଟିଛି।

ସୁନା ଦାନର କିପରି ହୁଏ ପରିଚାଳନା?

ତିରୁପତି ମନ୍ଦିରର ହୁଣ୍ଡିରେ ପ୍ରତିବର୍ଷ ପ୍ରଚୁର ପରିମାଣର ସୁନାଗହଣା ଦାନ ଆକାରରେ ଆସିଥାଏ। TTD ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ସୁନାକୁ ବ୍ୟାଙ୍କରେ ଜମା କରାଯାଇଥାଏ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଭଳି ଜାତୀୟକରଣ ବ୍ୟାଙ୍କରେ 'ଗୋଲ୍ଡ ମୋନେଟାଇଜେସନ୍ ସ୍କିମ୍' ଅଧୀନରେ ମନ୍ଦିର ପ୍ରଶାସନ ଦୀର୍ଘକାଳୀନ ଭିତ୍ତିରେ ସୁନା ଜମା କରିଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଜମା ଉପରେ ସୁଧ ଆକାରରେ ନଗଦ ଅର୍ଥ ବଦଳରେ କେବଳ ସୁନା ହିଁ ମିଳିଥାଏ। ଫଳରେ ବର୍ଷକୁ ବର୍ଷ ମନ୍ଦିର ମାଲିକାନାରେ ଥିବା ସୁନାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି।

କେଉଁଠି ଖର୍ଚ୍ଚ ହୁଏ ଦାନ ଅର୍ଥ?

କେବଳ ସୁନା ନୁହେଁ, ପ୍ରତିଦିନ ହୁଣ୍ଡିରେ ଲକ୍ଷ ଲକ୍ଷ ଟଙ୍କାର ନଗଦ ଦାନ ମଧ୍ୟ ଆସିଥାଏ। ଏହି ଦାନ ଅର୍ଥକୁ ଦେବସ୍ଥାନମ୍ ବୋର୍ଡ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ଖର୍ଚ୍ଚ କରାଯାଏ। ଦୈନିକ ହଜାର ହଜାର ଭକ୍ତଙ୍କ ପାଇଁ ଅନ୍ନଦାନମ୍ (ମାଗଣା ଭୋଜନ ବ୍ୟବସ୍ଥା) ସାଙ୍ଗକୁ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ଗୋଶାଳା ପରିଚାଳନାରେ ଏହି ଅର୍ଥ ବିନିଯୋଗ ହୋଇଥାଏ। ଏହାବ୍ୟତୀତ ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ମଧ୍ୟ ଏହି ପାଣ୍ଠି ଖର୍ଚ୍ଚ କରାଯାଏ।

ଗୋଟି ଗୋଟି ପଇସାର ସ୍ୱଚ୍ଛ ହିସାବ

ତିରୁମାଲା ତିରୁପତି ଦେବସ୍ଥାନମ୍ ନିଜର ସ୍ୱଚ୍ଛ ଏବଂ ନିର୍ଭୁଲ ଆର୍ଥିକ ପରିଚାଳନା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଗୋଟି ଗୋଟି ପଇସାର ହିସାବ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ରଖାଯାଏ। ସ୍ୱତନ୍ତ୍ର ଅଡିଟ୍ ବ୍ୟବସ୍ଥା ଏବଂ ଡିଜିଟାଲ୍ ରେକର୍ଡିଂ ମାଧ୍ୟମରେ ମନ୍ଦିର ପ୍ରଶାସନ ଏହା ସୁନିଶ୍ଚିତ କରେ ଯେ ଦାନ କରାଯାଇଥିବା ସମ୍ପତ୍ତିର କୌଣସି ପ୍ରକାର ଅପବ୍ୟବହାର ଯେପରି ନହୁଏ। ଏହି କାରଣରୁ ଦେଶର ଅନ୍ୟ ବଡ଼ ବଡ଼ ମନ୍ଦିରଗୁଡ଼ିକ ପାଇଁ ତିରୁପତି ମଡେଲ୍ ଏକ ଶ୍ରେଷ୍ଠ ଉଦାହରଣ ସାଜିଛି।

ରହସ୍ୟମୟ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ: ଯେଉଁଠାରେ ରାତ୍ରିରେ ବିଶ୍ରାମ ନିଅନ୍ତି ମହାଦେବ, ବନ୍ଦ ଦ୍ୱାର ପଛରେ ଖେଳନ୍ତି ପଶାପାଲି
ଦେବାଧିଦେବ ମହାଦେବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ମଧ୍ୟପ୍ରଦେଶରେ ଅବସ୍ଥିତ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ଚତୁର୍ଥ ସ୍ଥାନରେ ଆସିଥାଏ। ରହସ୍ୟ ଏବଂ ଚମତ୍କାରିତାର କେନ୍ଦ୍ର ପାଲଟିଥିବା ଏହି ପବିତ୍ର ଧାମରେ ପ୍ରଭୁ ଶିବଶମ୍ଭୁ ନର୍ମଦା ନଦୀ ତଟରେ ଥିବା ଏକ ଓଁ (ॐ) ଆକାରର ପାହାଡ଼ ଉପରେ ବିରାଜମାନ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରା ଏହିଠାରେ ଜଳାଭିଷେକ ବିନା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ନର୍ମଦା ତଟରେ ଅବସ୍ଥିତ ମମଲେଶ୍ୱର ମହାଦେବ

ମଧ୍ୟପ୍ରଦେଶର ଇନ୍ଦୋର ସହରଠାରୁ ପ୍ରାୟ ୭୮ କିଲୋମିଟର ଦୂରରେ ନର୍ମଦା ନଦୀ କୂଳରେ ଅବସ୍ଥିତ ଏହି ତୀର୍ଥସ୍ଥାନ। ଏହା ଏକମାତ୍ର ଧାମ, ଯାହା ନର୍ମଦା ନଦୀର ଉତ୍ତର ଦିଗରେ ଅବସ୍ଥିତ। ଏହି ପବିତ୍ର ଧାମରେ ବାବା ଭୋଳାନାଥଙ୍କୁ ମମଲେଶ୍ୱର ବା ଅମଲେଶ୍ୱର ନାମରେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ ନିକଟରେ ପ୍ରାୟ ୬୮ଟି ତୀର୍ଥସ୍ଥଳ ରହିଛି ଏବଂ ଏଠାରେ ପ୍ରଭୁ ନୀଳକଣ୍ଠ ୩୩ କୋଟି ଦେବାଦେବୀଙ୍କ ସହିତ ବାସ କରନ୍ତି। ମହାଶିବରାତ୍ରି ସମେତ ବିଭିନ୍ନ ପବିତ୍ର ତିଥିରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ଧାମର ଦର୍ଶନ ଏବଂ ପୂଜାର୍ଚ୍ଚନା କଲେ ସମସ୍ତ ପାପ ନାଶ ହୁଏ ବୋଲି ପ୍ରଗାଢ଼ ବିଶ୍ୱାସ ରହିଛି।

ବିଶ୍ୱ ପ୍ରସିଦ୍ଧ ଶୟନ ଆଳତି ଓ ପଶାପାଲି ଖେଳର ରହସ୍ୟ

ଉଜ୍ଜୟିନୀର ମହାକାଳେଶ୍ୱରଙ୍କ ଭସ୍ମ ଆଳତି ଭଳି ବାବା ଓଁକାରେଶ୍ୱରଙ୍କ ଶୟନ ଆଳତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ପ୍ରତିଦିନ ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ଆଳତି ସମ୍ପନ୍ନ ହେବା ପରେ ଶେଷରେ ରାତ୍ରିରେ ଶୟନ ଆଳତି କରାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ପ୍ରଭୁ ମହାଦେବ ତ୍ରିଲୋକ ଭ୍ରମଣ କରିବା ପରେ ପ୍ରତିଦିନ ରାତିରେ ବିଶ୍ରାମ ନେବା ପାଇଁ ଏଠାକୁ ଆସିଥାନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଶ୍ୱାସ କରାଯାଏ ଯେ ରାତିରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀ ଗର୍ଭଗୃହରେ ପଶାପାଲି ଖେଳନ୍ତି। ଏଥିପାଇଁ ପ୍ରତିଦିନ ରାତିରେ ମନ୍ଦିରର ଗର୍ଭଗୃହରେ ଏକ ପଶାପାଲି ବିଛାଇ ଦିଆଯାଏ। ରାତିରେ ମନ୍ଦିର ପରିସରକୁ କାହାରି ପ୍ରବେଶ ଅନୁମତି ନଥାଏ, ଏପରିକି ପକ୍ଷୀଟିଏ ମଧ୍ୟ ସେଠାରେ ଉଡ଼ିପାରେ ନାହିଁ। କିନ୍ତୁ ସକାଳୁ ମନ୍ଦିରର ଦ୍ୱାର ଖୋଲିବା ବେଳେ ପଶାପାଲିର ଗୋଟିଗୁଡ଼ିକ ଏଣେତେଣେ ଖେଳାଇ ହୋଇ ପଡ଼ିଥିବାର ଦେଖିବାକୁ ମିଳେ। ଯେମିତିକି ରାତିରେ କେହି ସେଠାରେ ବସି ଖେଳିଛନ୍ତି। ଏହି କାରଣରୁ ଏହି ପବିତ୍ର ପୀଠକୁ ପ୍ରଭୁ ଉମା ଏବଂ ଶଙ୍କରଙ୍କ କ୍ରୀଡ଼ାସ୍ଥଳ ମଧ୍ୟ କୁହାଯାଏ।