No1 city - The Sakala

ସାରା ଦେଶର ସହର ମଧ୍ୟରେ ଭୁବନେଶ୍ବର ୧ ନମ୍ବର
ଭୁବନେଶ୍ୱର : ନାଗରିକମାନଙ୍କ ଅନୁଭବ ଆଧାରିତ (ଉପଲବ୍ଧି) ସର୍ଭେରେ ଭୁବନେଶ୍ବର ସାରା ଦେଶରେ ଶ୍ରେଷ୍ଠ। ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ସାଇନ୍ସ ଏଣ୍ଡ ଏନ୍‌ଭିରମେଣ୍ଟ (ସିଏସ୍‌ଇ) ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ତଥ୍ୟ ପ୍ରକାଶ ପାଇଛି । ଦେଶର ରାଜଧାନୀ ଦିଲ୍ଲୀ, ଅର୍ଥନୈତିକ ରାଜଧାନୀ ମୁମ୍ବଇ, ଏପରିକି କଲକାତା ଭଳି ମେଟ୍ରୋ ସହରକୁ ପଛରେ ପକାଇ ଭୁବନେଶ୍ଵର ଏହି ବିରଳ କୃତିତ୍ୱ ହାସଲ କରିଛି। ସାମଗ୍ରିକ ଭାବରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଙ୍ଗାଲୁରୁ ମଧ୍ୟ ‘ନାଗରିକ ଉପଲବ୍ଧି’ରେ ଭୁବନେଶ୍ବରଠାରୁ ପଛରେ ରହିଛି। ଅନ୍ୟପକ୍ଷରେ ସହଜ ଓ ସୁଖଦ ଜୀବନ (ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ)ରେ ଭୁବନେଶ୍ବର ୪ର୍ଥ ସ୍ଥାନ ଅଧିକାର କରିଛି। ଦିଲ୍ଲୀ ମୁମ୍ବଇ ପରି ମେଟ୍ରୋ ସହର, ଭୋପାଳ, ରାୟପୁର, ଜୟପୁର ଓ ଗାନ୍ଧୀନଗର ପରି ପ୍ରତିଷ୍ଠିତ ରାଜଧାନୀ ଉଲ୍ଲେଖନୀ ସହରଗୁଡ଼ିକ ମଧ୍ୟ ଭୁବନେଶ୍ବର ଠାରୁ ପଛରେ ରହିଛନ୍ତି। ଫେବ୍ରୁଆରୀ ମାସରେ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ସର୍ଭେରେ ଦେଶରେ ଭୁବନେଶ୍ବର ଦ୍ବିତୀୟ ସ୍ଥାନ ଅଧିକାର କରିବା ପରେ ଏବେ ସିଏସ୍‌ଇ ସର୍ଭେରେ ଭୁବନେଶ୍ୱରକୁ ଶୀର୍ଷ ମାନ୍ୟତା ମିଳିଛି।

ସିଏସ୍‌ଇ ପକ୍ଷରୁ କରାଯାଇଥିବା ସର୍ଭେରେ ଭୁବନେଶ୍ବର ଜୀବନଧାରଣ ମାନକରେ ଚତୁର୍ଥ ଥିବାବେଳେ ବେଙ୍ଗାଳୁରୁ ପ୍ରଥମ, ଚେନ୍ନାଇ ହିତୀୟ ଶିମୂଲା ତୃତୀୟ ସ୍ଥାନ ହାସଲ କରିଛି। ଭୁବନେଶ୍ବରକୁ ଏ ବାବଦରେ ୫୯୮୫% ନମ୍ବର ମିଳିଥିବା ବେଳେ, ବେଙ୍ଗାଲୁରୁକୁ ୬୬,୭୨%, ଚେମ୍ବଇକୁ ୬୨ ୭୧୭୪, ଶିମ୍ଲାକୁ ୬୦, ୯୦% ନମ୍ବର ମିଳିଛି । ଅନ୍ୟ ପ୍ରମୁଖ ସହରଗୁଡିକ ମଧ୍ୟରେ ରାଜଧାନୀ ଦିଲ୍ଲୀ ୫୮.୨୩ % ଏବଂ ମାୟାନଗରୀ ମୁମ୍ବଇକୁ ୫୭.୫୬% ନମ୍ବର ମିଳିଛି। ଏହି ସର୍ବଶ୍ରେଷ୍ଠ ତାଲିକା ପ୍ରସ୍ତୁତ କରାଯାଇଛି । ଜୀବନଧାରଣ ମାନ, ଅର୍ଥନୈତିକ କ୍ଷମତା, ନିରନ୍ତରତା ଏବଂ ଲୋକଙ୍କ ଉପଲବ୍ଧି ଭଳି ୪ଟି କ୍ଷେତ୍ରକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ତଥା ଜୀବନଧାରଣ ମାନ ସଂକ୍ରାନ୍ତ ବିଭିନ୍ନ ପରିମାପକରେ ଭୁବନେଶ୍ବର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଏଗୁଡ଼ିକ ମଧ୍ୟରେ ସହରରେ ମିଳୁଥିବା ସାମାଜିକ ସେବା, ଅର୍ଥନୈତିକ ସୁଯୋଗ ନଗର ଉନ୍ନୟନ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ‘ସିଟିଜେନ୍ ପରସେପ୍‌ସନ’ ପରିମାପକ ଦ୍ବାରା ଲୋକଙ୍କ ଅନୁଭୂତି ସମ୍ପର୍କରେ ସର୍ଭେକ୍ଷଣ କରାଯାଇଥିଲା । ଏଥିରେ ସ୍ଥାନୀୟ ପ୍ରଶାସନ ଦ୍ବାରା ମିଳୁଥିବା ବିଭିନ୍ନ ସେବାକୁ ସର୍ଭେକ୍ଷଣ କରାଯାଇଥିଲା । ଏଥିରେ ସ୍ଥାନୀୟ ପ୍ରଶାସନ ଦ୍ବାରା ମିଳୁଥିବା ବିଭିନ୍ନ ସେବାକୁ ନେଇ ଜନସାଧାରଣ କେତେ ସନ୍ତୁଷ୍ଟ ସେ ସମ୍ପର୍କରେ ମତାମତ ଲୋଡ଼ାଯାଇଥିଲା। ଏଥିରେ ଭୁବନେଶ୍ବର ପ୍ରଥମ ସ୍ଥାନ ହାସଲ କରିସାରିଛି। ମୋଟ ୧୦୦ ନମ୍ବର ମଧ୍ୟରୁ ଜୀବନଧାରଣର ମାନ ନିମନ୍ତେ ୩୫ ନମ୍ବର ଲୋକମାନଙ୍କ ଆର୍ଥିକ କ୍ଷମତା ପାଇଁ ୧୫. ନିରନ୍ତର ଅଭିବୃଦ୍ଧି ନିମନ୍ତେ ୨୦ ଓ ସାଧାରଣ ନାଗରିକଙ୍କ ଉପଲବ୍ଧି ନିମନ୍ତେ ୩୦ ନମ୍ବରରେ ବିଭକ୍ତିକରଣ କରାଯାଇଛି । ଏହାମଧ୍ୟରୁ କେବଳ ଆର୍ଥିକ କ୍ଷମତା ବ୍ୟତୀତ ଅନ୍ୟ ସବୁ କ୍ଷେତ୍ରରେ ଭୁବନେଶ୍ବର ପ୍ରମୁଖ ସହରଗୁଡ଼ିକଠାରୁ ଆଗରେ ରହିଛି ।

ଗତ ଫେବୃଆରୀ ମାସରେ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶି ରିପୋର୍ଟରେ ମଧ୍ୟ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଭୁବନେଶ୍ୱରକୁ ୨ୟ ସ୍ଥାନ ମିଳିଥିଲା । ୨୦୧୮ ମସିହାରେ ସମାନ ସର୍ଭେରେ ଭୁବନେଶ୍ବର ୧୬ ତମ ସ୍ଥାନରେ ରହିଥିଲା। ମାତ୍ର ୨ ବର୍ଷ ମଧ୍ୟରେ ଭୁବନେଶ୍ବର ବିଭିନ୍ନ ମାନଦଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଗତ ଥର ଦ୍ବିତୀୟ ସ୍ଥାନ ହାସଲ କରିପାରିଥିଲା। ସେ ସମୟରେ ନିଆଯାଇଥିବା ୬ଟି ପରିମାପକ ମଧ୍ୟରୁ ଲୋକଙ୍କ ଅନୁଭୂତି ସମ୍ପର୍କିତ ସର୍ଭେ ମଧ୍ୟ ଭୁବନେଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଥିଲା । ଅର୍ଥନୈତିକ ମାପଦଣ୍ଡରେ ତୃତୀୟ ସ୍ଥାନରେ ରହିଥିଲା । ଦେଶର ପ୍ରାୟ ୧୧୧ଟି ସହର ସହ ଭୁବନେଶ୍ୱରକୁ ତୁଳନା କରାଯାଇ ସର୍ଭେ ଅନୁଷ୍ଠିତ ହୋଇଥିଲା ।

ସୂଚନାଯୋଗ୍ୟ,୨୦୧୬ ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଭାବେ ଦେଶର ୧୦୦ଟି ସହର ଚିହ୍ନଟ କରାଯିବା ସହ ସ୍ମାର୍ଟସିଟି ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ ସମୟରେ ଭାରତର ବିଭିନ୍ନ ସହରକୁ ପଛରେ ପକାଇ ଭୁବନେଶ୍ବର ମଧ୍ୟ କେନ୍ଦ୍ର ସରକାରଙ୍କ ତାଲିକାରେ ଏକ ନମ୍ବର ହୋଇଥିଲା । ୨୦୧୭ ମସିହାରେ ୨୦ଟି ୱାଲୁ ଗୋଚ୍ଛାଲ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ଵର ଏକମାତ୍ର ଭାରତୀୟ ସହର ଭାବେ ସ୍ଥାନ ପାଇଥିଲା। ଗତବର୍ଷ ଫେବୃୟାରୀରୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ବାରା ଶିକ୍ଷାନୁଷ୍ଠାନ, ପାର୍କରେ ସ୍ଵତନ୍ତ୍ର ଉତ୍ସବ, ଟକ୍ ଶୋ, ସିଟିରେ ଥିବା ରେଡିଓ ଷ୍ଟେସନ, ସାମାଜିକ ଗଣମାଧ୍ୟମ, ଏସଏମଏସ ବାର୍ତ୍ତା ଏବଂ ସର୍ବସାଧାରଣରେ ସ୍ୱେଚ୍ଛାସେବୀମାନେ ପ୍ଲାକାର୍ଡ ମାଧ୍ୟମରେ ସିଟିଜେନ୍ ପରିସେପ୍‌ସନ୍ ସର୍ଭେରେ ସାମିଲ ହେବା ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏଥିରେ ପ୍ରଗତି ସାଥୀମାନଙ୍କ କରିଆରେ ବସ୍ତିବାସିନ୍ଦାକୁ ମଧ୍ୟ ସାମିଲ କରାଯାଇଥିଲା। ଏଥିରେ ଜନସାଧାରଣଙ୍କ ଭାଗିଦାରିତା ବହୁଳ ଭାବେ ଦେଖିବାକୁ ମିଳିଥିଲା।