extra-marital affair crime - The Sakala

ଛତିଶଗଡ଼ରେ ଚାଞ୍ଚଲ୍ୟକର ଘଟଣା: ଏସଟିଏଫ୍ ଯବାନଙ୍କ ପତ୍ନୀ ଓ ପୁଅକୁ ୩୨ ଥର ଛୁରୀ ଭୁସି ହତ୍ୟା କଲା ପ୍ରେମିକା
ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଏସଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ) ଯବାନଙ୍କ ପ୍ରେମିକା ତାଙ୍କ ଘରେ ପଶି ପତ୍ନୀ ଓ ୮ ବର୍ଷର ପୁଅକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି। ଅଭିଯୁକ୍ତ ମହିଳା ଜଣକ ଉଭୟଙ୍କୁ ମୋଟ ୩୨ ଥର ଛୁରୀରେ ଆକ୍ରମଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଆକ୍ରମଣରେ ଯବାନଙ୍କ ଦୁଇ ଝିଅ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅଭିଯୁକ୍ତ ମହିଳାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ପ୍ରେମ ପାଇଁ ରକ୍ତପାତ

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗ ସ୍ଥିତ ସ୍ମୃତି ନଗର ଥାନା ଅନ୍ତର୍ଗତ ଏସଟିଏଫ୍ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଏସଟିଏଫ୍ କନେଷ୍ଟବଳ ଲଲିତେଶ ଯାଦବଙ୍କ ପ୍ରେମିକା ସରୋଜିନୀ ଭାରଦ୍ୱାଜ (୨୫ ବର୍ଷ) ଶନିବାର ସକାଳେ ତାଙ୍କ ଘରେ ପହଞ୍ଚିଥିଲା। ସେଠାରେ ଲଲିତେଶଙ୍କ ପତ୍ନୀ ରୀନା ଯାଦବ (୩୨ ବର୍ଷ)ଙ୍କ ସହ ତାର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସରୋଜିନୀ ପରିବା କଟା ଛୁରୀରେ ରୀନାଙ୍କ ଉପରେ ଆକ୍ରମଣ କରିଥିଲା। ମା'କୁ ବଞ୍ଚାଇବାକୁ ଆସିଥିବା ୮ ବର୍ଷର ପୁଅ ଆଦିତ୍ୟକୁ ମଧ୍ୟ ସେ ଛାଡି ନଥିଲା। ଅଭିଯୁକ୍ତ ମହିଳା ଜଣକ ରୀନାଙ୍କୁ ୧୮ ଥର ଓ ପୁଅ ଆଦିତ୍ୟକୁ ୧୪ ଥର ଛୁରୀ ଭୁସି ଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଘରେ ଥିବା ୧୨ ବର୍ଷୀୟା ଝିଅ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଜଣେ ଝିଅ ବାଥରୁମରେ ଲୁଚି ନିଜ ଜୀବନ ବଞ୍ଚାଇଥିଲା।

କିପରି ଘଟିଲା ଘଟଣା?

କନେଷ୍ଟବଳ ଲଲିତେଶ ଯାଦବ ବର୍ତ୍ତମାନ ବିଜାପୁରରେ କାର୍ଯ୍ୟରତ ଥିବା ବେଳେ ୧୫ ଦିନିଆ ଛୁଟିରେ ଘରକୁ ଆସିଥିଲେ। ଶନିବାର ସକାଳ ପ୍ରାୟ ୮ଟା ସମୟରେ ସେ ଟ୍ରେନ୍ ଟିକେଟ୍ ରିଜର୍ଭେସନ କରିବା ପାଇଁ ରେଳ ଷ୍ଟେସନ ଯାଇଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସରୋଜିନୀ ଘରେ ପଶି ଏହି ନାରକୀୟ କାଣ୍ଡ ଘଟାଇଥିଲା। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଲଲିତେଶ ଏବଂ ସରୋଜିନୀଙ୍କ ମଧ୍ୟରେ ଫେସବୁକ୍ ମାଧ୍ୟମରେ ପରିଚୟ ହୋଇଥିଲା ଏବଂ ଗତ କିଛି ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଶୁକ୍ରବାର ଦିନ ମଧ୍ୟ ସରୋଜିନୀ ତାଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲା, କିନ୍ତୁ ସେତେବେଳେ ଲଲିତେଶ ତାକୁ ବୁଝାସୁଝା କରି ଫେରାଇ ଦେଇଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ

ପାଟିତୁଣ୍ଡ ଶୁଣି ପଡୋଶୀମାନେ ଘଟଣାସ୍ଥଳକୁ ଦୌଡି ଆସିଥିଲେ ଏବଂ ଅଭିଯୁକ୍ତ ମହିଳାକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଦୁର୍ଗ ପୋଲିସ ଅଧୀକ୍ଷକ ବିଜୟ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅଭିଯୁକ୍ତ ସରୋଜିନୀ ଭାରଦ୍ୱାଜକୁ ଗିରଫ କରିଛି। ଗୁରୁତର ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାର ଚିକିତ୍ସା ଜାରି ରହିଛି। ଏହି ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।