Back Pain - The Sakala

ପେଟ ମାଡ଼ି ଶୋଉଛନ୍ତି କି? ସାବଧାନ! ଏହାକୁ ସବୁଠାରୁ ବିପଜ୍ଜନକ ସ୍ଥିତି ବୋଲି କହିଲେ ବିଶେଷଜ୍ଞ
ପ୍ରତ୍ୟେକ ବ୍ୟକ୍ତିଙ୍କର ଶୋଇବାର ନିଜସ୍ୱ ଶୈଳୀ ରହିଥାଏ। କେହି କଡ଼ ମାଡ଼ି ଶୋଇବାକୁ ପସନ୍ଦ କରନ୍ତି ତ ଆଉ କେହି ସିଧା ହୋଇ କିମ୍ବା ପେଟ ମାଡ଼ି ଶୋଇବାକୁ ଭଲ ପାଆନ୍ତି। ତେବେ ଆପଣ ଜାଣନ୍ତି କି ଶୋଇବାର ଭଙ୍ଗୀ ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ? ବିଶେଷକରି ଯଦି ଆପଣ ନିୟମିତ ଭାବେ ପେଟ ମାଡ଼ି ଶୋଉଛନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ବିଶେଷଜ୍ଞଙ୍କ ମତ

ବେଙ୍ଗାଲୁରୁ ସ୍ଥିତ ରାମୈୟା ମେମୋରିଆଲ୍ ହସ୍ପିଟାଲ୍ର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ତଥା ପରାମର୍ଶଦାତା ଡାକ୍ତର ହର୍ଷବର୍ଦ୍ଧନ ରାଓ ବି ଏହାକୁ ସବୁଠାରୁ କମ୍ ପରାମର୍ଶ ଦିଆଯାଉଥିବା ଶୋଇବା ସ୍ଥିତି (least recommended sleeping position) ବୋଲି କହିଛନ୍ତି। ତାଙ୍କ ମତରେ, ଏହି ଅଭ୍ୟାସ ଦୀର୍ଘକାଳୀନ ଭିତ୍ତିରେ ମାଂସପେଶୀ, ଗଣ୍ଠି ଏବଂ ମେରୁଦଣ୍ଡର ସ୍ୱାସ୍ଥ୍ୟକୁ ବିପଦରେ ପକାଇପାରେ।

ମେରୁଦଣ୍ଡ ପାଇଁ ସବୁଠାରୁ ବଡ଼ ବିପଦ

ପେଟ ମାଡ଼ି ଶୋଇବା ଦ୍ୱାରା ମେରୁଦଣ୍ଡ ଉପରେ ଅତ୍ୟଧିକ ଚାପ ପଡ଼ିଥାଏ। ଡାକ୍ତର ରାଓ ବୁଝାଇଛନ୍ତି ଯେ, ଏହି ସ୍ଥିତିରେ ଶୋଇବା ଦ୍ୱାରା ଅଣ୍ଟାର ତଳ ଭାଗ ଅଧିକ ବଙ୍କା ହୋଇଯାଏ ଏବଂ ବେକ ମଧ୍ୟ ଦୀର୍ଘ ସମୟ ଧରି ଗୋଟିଏ ପାର୍ଶ୍ୱକୁ ବୁଲି ରହିଥାଏ। ଏପରି ଅସ୍ୱାଭାବିକ ସ୍ଥିତି ଯୋଗୁଁ ସକାଳୁ ଶରୀର ଜାକି ହୋଇଯିବା (morning stiffness), ନିଦ୍ରାହୀନତା ଏବଂ ବେକ ବା ପିଠିରେ ପ୍ରବଳ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ।

ବେକ ଏବଂ ପିଠି ଯନ୍ତ୍ରଣା

ଯଦି ପେଟ ମାଡ଼ି ଶୋଇବା ଏକ ନିୟମିତ ଅଭ୍ୟାସରେ ପରିଣତ ହୁଏ, ତେବେ ଏହା ଦ୍ୱାରା ବେକ ଏବଂ ଅଣ୍ଟା ତଳ ଭାଗରେ ଗୁରୁତର ସମସ୍ୟା ସୃଷ୍ଟି ହୋଇପାରେ। ପ୍ରାଥମିକ ଅବସ୍ଥାରେ ଏହି ଯନ୍ତ୍ରଣାକୁ ଅନେକେ ଦିନସାରା ବସିବା କିମ୍ବା ଖରାପ ପୋଶ୍ଚରର କାରଣ ଭାବିଣ ଅଣଦେଖା କରିଥାନ୍ତି। କିନ୍ତୁ ସମୟକ୍ରମେ ଏହି ଶୋଇବା ଶୈଳୀରୁ ସୃଷ୍ଟି ହେଉଥିବା ଚାପ ଯନ୍ତ୍ରଣାକୁ ଆହୁରି ବଢ଼ାଇଦିଏ। ଶୋଇବା ସମୟରେ ଶରୀରର ମଧ୍ୟଭାଗ ବିଛଣା ଭିତରକୁ ଦବି ଯାଏ, ଯାହା ଫଳରେ ଅଣ୍ଟା ଏବଂ ମେରୁଦଣ୍ଡ ଉପରେ ଚାପ ବହୁଗୁଣିତ ହୋଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ଏହି ଅଭ୍ୟାସରୁ ନିବୃତ୍ତ ରହିବା ଜରୁରୀ।