Petroleum Products - The Sakala

ରୁଷିଆରୁ ତେଲ କିଣି ଭାରତକୁ ମିଳିଛି ୩୫ ହଜାର କୋଟିର ଫାଇଦା
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମର ଯୋଗାଣ ଏବଂ ମୂଲ୍ୟ ଅସ୍ବାଭବିକ ସ୍ତରରେ ପହଞ୍ଚିଥିଲା। ବ୍ୟାରେଲ ପିଛା ୬୦ ରୁ ୭୦ ଡଲାର ରହିଥିବା ପେଟ୍ରୋଲିୟମ ୧୦୦ ଡଲାର ପାର୍‌ କରିବା ସହିତ ତୈଳ ବିକ୍ରି ପାଇଁ ଆମେରିକା, ରୁଷ ଏବଂ ସାଉଦି ଆରବ ଭଳି ସର୍ବାଧିକ ଯୋଗାଣକାରୀ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଥିଲା। ହେଲେ ଏହି ସମୟରେ ଭାରତ ଏବଂ ରୁଷ ମଧ୍ୟରେ ତେଲ କିଣାକୁ ନେଇ ଯେଉଁ ବୁଝାମଣା ହୋଇଥିଲା ତାହା ଆଜି ଦେଶ ପାଇଁ ଲାଭଯୁକ୍ତ ସାବ୍ୟସ୍ତ ହୋଇଛି।

ଆନ୍ତର୍ଜାତିକ ବଜାରରେ ତେଲ ଦର ବୃଦ୍ଧିକୁ ନେଇ ଏବେ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଛି। ଏହାର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହୋଇଛି। କିନ୍ତୁ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତରେ କମ୍‌ ପ୍ରଭାବ ରହିଛି। ପଡ଼ୋଶୀ ପାକିସ୍ତାନରେ ଏବେ ମୁଦ୍ରାସ୍ଫୀତି ୨୭ ପ୍ରତିଶତରେ ପହଞ୍ଚିଥିଲା ବେଳେ ଭାରତରେ ଏହି ହାର ୭ ପ୍ରତିଶତ ରହିଛି। କୋଭିଡ ସମୟ ଠାରୁ ୟୁକ୍ରେନ-ରୁଷ ଯୁଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ସ୍ଥିତିରେ ଭାରତ ତେଲ ଆମଦାନୀ ପାଇଁ ଯେଉଁ କେତେକ ପଦକ୍ଷେପ ନେଇଛି ସାଂପ୍ରତିକ ସ୍ଥିତିରେ ତାହାର ପ୍ରଭାବ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଅନୁକୂଳ ରହିଛି। କୋଭିଡ ସମୟରେ ଆମେରିକୀୟ କ୍ରୁଡ ମୂଲ୍ୟ ଶୂନ ଡଲାରରେ ପହଞ୍ଚିଥିଲା ବେଳେ ଭାରତ ପ୍ରଚୁର ପରିମାଣର ତେଲ ମହଜୁଦ ରଖି ପ୍ରାୟ ୨୫ ହଜାର କୋଟି ଟଙ୍କାର ଫାଇଦା ଉଠାଇପାରିଛି। ସେହିପରି ରୁଷିଆ ଠାରୁ ଭାରତ ରିଆତି ଦରରେ ତେଲ କିଣି ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪.୩ ବିଲିୟନ ଡଲାର ବା ୩୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ମୋଟ ତେଲ ଆମଦାନୀ ବାବଦ ପରିମାଣ ୬୨.୨ ବିଲିୟନ ଡଲାର ରହିଥିଲା। କିନ୍ତୁ ୟୁକ୍ରେନ ସଙ୍କଟକୁ ଏବଂ ଅନ୍ୟ କେତେକ କାରଣକୁ ନେଇ ଏହି ପରିମାଣ ୨୦୨୧-୨୨ ସୁଦ୍ଧା ୧୧୯ ବିଲିୟନ ଡଲାରରେ ପହଞ୍ଚିଛି।

ଯଦି ରୁଷିଆରୁ ଭାରତ ରିଆତି ଦରରେ ତେଲ କିଣିବାକୁ ସୁଯୋଗ ପାଇ ନଥାଆନ୍ତା ତେବେ ୨୦୨୨-୨୩ରେ ଏହି ପରିମାଣ ଆହୁରି ଅଧିକ ହୋଇଥାଆନ୍ତା। କିନ୍ତୁ ଭାରତ ଇତିମଧ୍ୟରେ ପାଖାପାଖି ୩୫ ହଜାର କୋଟି ଟଙ୍କାର ଫାଇଦା ଉଠାଇପାରିଛି। ଏହି ପରିମାଣର ଫାଇଦାକୁ ବିଚାରକୁ ନେଲେ ଭାରତ ରୁଷ ଠାରୁ କିଣିଥିବା ଅତ୍ୟାଧୁନିକ ଏସ-୪୦୦ ମିସାଇଲ ମାଗଣାରେ ପାଇଯାଇଛି ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ରୁଷ ଠାରୁ ୫ ୟୁନିଟ ଏସ-୪୦୦ ମିସାଇଲ ସିଷ୍ଟମ କ୍ରୟ କରିବାକୁ ଭାରତ ଚୁକ୍ତି କରିଥିବା ବେଳେ ଏହାର ମୂଲ୍ୟ ୫.୪୩ ବିଲିୟନ ଡଲାର ବା ପ୍ରାୟ ୪୦ ହଜାର କୋଟି ଟଙ୍କା ରହିଛି। କିନ୍ତୁ ରୁଷରୁ ଶସ୍ତାରେ ତେଲ କିଣି ଭାରତ ୩୫ ହଜାର କୋଟି ଟଙ୍କାର ଫାଇଦା ପାଇଥିବାରୁ ଭାରତକୁ ଏସ-୪୦୦ ମିସାଇଲ ମାଗଣାରେ ମିଳିଯାଇଛି ବୋଲି ସେମାନେ କହିଛନ୍ତି।

୬୦୦୦ ଲିଟର ଚୋରା ପେଟ୍ରୋଲୀୟମ ପଦାର୍ଥ ଜବତ, ଜଣେ ଅଟକ
ଖୋର୍ଦ୍ଧା: ବେଆଇନ ଭାବେ ଗଛିତ ରଖି ଚୋରା ଚାଲାଣ କରାଯାଉଥିଲା କେରୋସିନ, ପେଟ୍ରୋଲ, ଡିଜେଲ ଭଳି ପେଟ୍ରୋଲିୟମ ପଦାର୍ଥ । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜଟଣୀ ପୋଲିସ ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଭୁବନେଶ୍ୱର ରାସ୍ତାର ପିତାପଲ୍ଲୀର ଏକ ଗୋଦାମ ଘରେ ଚଢ଼ାଉ କରି ଡ୍ରମ ଡ୍ରମ ଭର୍ତି ପେଟ୍ରୋଲିୟମ ପଦାର୍ଥ ଜବତ କରିଛି। ପ୍ରାୟ ୬୦୦୦ ଲିଟର ରୁ ଉର୍ଦ୍ଧ୍ବ ପରିମାଣର ଏହି ତରଳ ପଦାର୍ଥ ଜବତ ହୋଇଛି। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି। ପୋଲିସ ଚଢ଼ାଉ କରିବା ସମୟରେ ସେଠାରେ ଥିବା କିଛି ଲୋକ ଚମ୍ପଟ ମାରିଥିଲେ। ଜବତ ପଦାର୍ଥର ନମୁନା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯିବ। ବେଆଇନ ଭାବେ ଗଛିତ ରଖାଯାଇଥିବା ଏହି ପେଟ୍ରୋଲିୟମ ପଦାର୍ଥ ଉପରେ ତଦନ୍ତ ଚାଲିଛି ବୋଲି ଜଟଣୀ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।