Unlock Odisha - The Sakala
ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଆଜିଠାରୁ ଅନଲକ୍ ପ୍ରକ୍ରିୟା କାର୍ଯ୍ୟକାରୀ, ଖୋଲିବ ମଲ୍‌, ହଲ୍‌, ବାର ଓ ରେସ୍ତୋରାଁ
ଭୁବନେଶ୍ୱର: ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ନୂଆ କୋରୋନା ଗାଇଡଲାଇନ୍ ଆଜିଠାରୁ ଲାଗୁ ହୋଇଛି । ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସାରାରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ । କଟକ, ଭୁବନେଶ୍ୱର ଓ ପୁରୀ ସହରକୁ ଛାଡି ଦେଲେ ରାଜ୍ୟରୁ ସବୁଆଡେ ସକାଳ ୬ରୁ ରାତି ୮ଟା ଯାଏଁ ସବୁ ଦୋକାନବଜାର ଖୋଲିବ । ଭୁବନେଶ୍ୱର,କଟକ ଓ ପୁରୀ ସହରରେ ଶନିବାର ଏବଂ ରବିବାର ସମସ୍ତ ଦୋକାନ, ବଜାର ସହ ସରକାରୀ ଓ ବେସରକାରୀ ଅଫିସ ପୂର୍ବଭଳି ବନ୍ଦ ରହିବ । ତେବେ ସାରା ରାଜ୍ୟରେ ଏବଂ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଜାରି ରହିବ । ଗାଡ଼ିର ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀବାହୀ ବସ୍‌ ଯାତାୟାତ କରିପାରିବେ । ଆଜିଠୁ ମଲ୍‌, ସିନେମା ହଲ୍‌,ବାର୍ ଓ ରେସ୍ତୋରାଁ ସର୍ତ୍ତମୂଳକ ଭାବେ ଖୋଲିବ । ମଲ୍ ଭିତରକୁ ସୀମିତ ସଂଖ୍ୟକ ଗ୍ରାହକଙ୍କୁ ପ୍ରବେଶ ଅନୁମତି ମିଳିବ । ସିନେମା ହଲ୍‌, ବାର୍ ଓ ରେସ୍ତୋରାଁ, ଢାବା ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଭୁବନେଶ୍ୱର, କଟକ ଓ ପୁରୀରେ ଦୁଇ ଡୋଜ୍ ଟିକା ନେଇଥିଲେ ହିଁ ପ୍ରାପ୍ତବୟସ୍କମାନେ ହଲ୍‌, ବାର୍ ଓ ରେସ୍ତୋରାଁରେ ପ୍ରବେଶ କରିପାରିବେ । ଏଥିପାଇଁ ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡିବ । ରାସ୍ତାକଡ ଜଳଖିଆ ଦୋକାନରେ ଲୋକେ କୋରୋନା କଟକଣା ମାନି ଖାଇପାରିବେ ।
ରାଜ୍ୟଭିତରେ ବସ୍ ଚଳାଚାଳ ଜାରି ରହିବ । କିନ୍ତୁ ନିର୍ଦ୍ଧାରିତ ସିଟ୍ ସଂଖ୍ୟାରୁ ଅଧିକ ଯାତ୍ରୀ ପରିହନ ହୋଇପାରିବ ନାହିଁ । ଅଟୋ, ଟ୍ୟାକ୍ସି, ଓଲା ଓ ଉବର ଚଳାଚଳକୁ ବି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅନଲକ ପ୍ରକ୍ରିୟାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା, ଅପେରା ଓ ମୁକ୍ତାକାଶ ରଙ୍ଗମଂଚ । ବେଳାଭୂମି, ପାର୍କ, ମ୍ୟୁଜିୟମ,ଚିଡିଆଖାନା, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ମିଳିଛି ।
ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡି ଦିଆଯାଇଛି । କିନ୍ତୁ ମନ୍ଦିର ଭିତରେ ଭୋଗ ଲାଗିପାରିବ ନାହିଁ । ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲା ରହିବ । ବସି ଖାଇବାକୁ ବି ଅନୁମତି ଦିଆଯାଇଛି ।
ଆଜି ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର, ହେବ କି ସମ୍ପୂର୍ଣ୍ଣ ଅନ୍‌ଲକ୍‌ ?
ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ଲକ୍‌ଡାଉନ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କଣ ରହିବ ଆସନ୍ତାକାଲିଠୁ ନୂଆ କରୋନା କଟକଣା । ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ପ୍ରଶ୍ନ ନେଇ ଆଜି ଆସିପାରେ ବଡ଼ ଘୋଷଣା । ରାଜ୍ୟରେ ୨ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ଶହରୁ ୧୮ଶହ ମଧ୍ୟରେ ରହୁଛି। ସେହିପରି ଟ୍ୱିନ୍ ସିଟିରେ ସଂକ୍ରମଣ ସ୍ଥିର ରହିଛି । ତେଣୁ ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ କରିବା ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣୁ ଅଗଷ୍ଟ ନୂଆ ଗାଇଡ୍‌ଲାଇନରେ କଟକଣା ସମ୍ପୁର୍ଣ୍ଣ କୋହଳ ହୋଇନପାରେ ।
ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍‌ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ । ଏବେ ବିପଦ ଟଳିନଥିବାରୁ କଟକଣା ଭିତରେ ନୂଆ ଗାଇଡଲାଇନ୍‌ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ -ଡିଏମଇଟି
ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟ ସମ୍ପୂର୍ଣ ଅନଲକ୍ ହେବ କି ନାହିଁ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି ।
ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ଯେ; ଅନଲକ ହେବ ନାହିଁ , ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ଼ଲାଇନ ଘୋଷଣା ହେବ । ସେ ନେଇ କମିଟି ନିଷ୍ପତ୍ତି ନେବେ । କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି ।  ଆଗରୁ ୫ ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହିଛି ପଜିଟିଭ ସଂଖ୍ୟା। ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ  ବୋଲି ସି.ବି.କେ ମହାନ୍ତି କହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟରେ ଆଂଶିକ ଲକଡାଉନ ହେବ କି ସମ୍ପୂର୍ଣ ଅନଲକ୍ ହେବ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେବ ୧୬ଶହରୁ ୧୭ଶହ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଵିଶେଷ ବଢ଼ି ନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୧୮ ଶହ ରହୁଛି । ଜାତୀୟ ହାର ତୁଳନାରେ ଆମ ସଂଖ୍ୟା ନଗଣ୍ୟ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।
ଆଜିଠାରୁ ରାଜ୍ୟରେ ଆଂଶିକ ଲକଡାଉନ୍; ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ସେଣ୍ଟର
ରାଜ୍ୟରେ କରୋନା କଟକଣା ଆହୁରି କୋହଳ ହୋଇଛି । ଆସନ୍ତା ଅଗଷ୍ଟ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ତାରିଖ ସକାଳ ୬ଟା ଯାଏଁ ଆଂଶିକ ଲକଡାଉନ ବଳବତ୍ତର ରହିବ । ଲୋକମାନଙ୍କର ଜୀବନ ଜୀବିକାକୁ ନଜରରେ ରଖି କଟକଣା ଅନେକ ମାତ୍ରାରେ କୋହଳ କରିଛନ୍ତି ସରକାର । ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଆଂଶିକ ଲକଡାଉନ୍ । ଖୋଲିବ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ସେଣ୍ଟର । ବିନା ଦର୍ଶକରେ ଆୟୋଜିତ ହୋଇପାରିବ କ୍ରୀଡା ପ୍ରତିଯୋଗିତା । ସେହିଭଳି ଆଉଟ୍ ଡୋର ଓ ଇନ୍ ଡୋର ସୁଟିଂକୁ ଅନୁମତି ମିଳିଛି । କୃଷି, ଶିଳ୍ପ ପ୍ରତିଷ୍ଠାନ ସହିତ ପୂର୍ବରୁ ଅନୁମତି ଦିଆଯାଇଥିବା କାମ ଜାରି ରହିବ । ହେଲେ ପାର୍କ, ସିନେମା ହଲ୍, ମେଳା, ଯାତ୍ରା, ମଲ୍ ଖୋଲିବ ନାହିଁ । ବିବାହ, ଅନ୍ତ୍ୟେଷ୍ଟିରେ ପୂର୍ବଭଳି କଟକଣା ବଳବତ୍ତର ରହିବ ।
ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ । ବାର୍ ବନ୍ଦ ରହିବ । ରେସ୍ତୋରାଁରେ ଖାଇପାରିବେନାହିଁ, କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଦୁଇ ଭାଗରେ ରାଜ୍ୟକୁ ବିଭକ୍ତ କରାଯାଇଛି । କ୍ୟାଟେଗୋରୀ-ଏ ରେ ୨୦ଟି ଜିଲ୍ଲାଥିବା ବେଳେ କ୍ୟାଟେଗୋରୀ-ବିରେ ୧୦ଟି ଜିଲ୍ଲା ରହିଛି । କ୍ୟାଟେଗୋରୀ-ଏରେ ଥିବା ୨୦ ଜିଲ୍ଲାରେ ହାଟବଜାର ସବୁଦିନ ସକାଳ ୬ରୁ ରାତି ୮ଟା ଯାଏ ଖୋଲା ରହିବ ।
ଏହା ପରେ ନାଇଟ କର୍ଫ୍ୟୁ ରାତି ୮ରୁ ସକାଳ ୬ଟା ବଳବତ୍ତର ରହିବ । କ୍ୟାଟେଗୋରୀ-ବି ରେ ଥିବା ୧୦ ଜିଲ୍ଲାରେ ଏବେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା ରହିବ । ତେବେ ଏହି ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବା ସହ ନାଇଟ କର୍ଫ୍ୟୁ ସନ୍ଧ୍ୟା ୫ରୁ ସକାଳ ୬ ଯାଏ ଲାଗୁ କରାଯିବ । ରାଜ୍ୟ ସରକାର ଆସନ୍ତା ୧୫ ଦିନ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କରି ଏପରି ଘୋଷଣା କରିଛନ୍ତି । ଆଉ ଦୁଇ ସପ୍ତାହ ରାଜ୍ୟରେ ଜାରି ରହିବ ଆଂଶିକ ଲକଡାଉନ୍ ।
ଭୁବନେଶ୍ବର: ରାଜ୍ଯରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏ ଜାରି ରହିବ । ପୂର୍ବପରି କାଟେଗୋରୀ B’ରେ ନାଇଟ କର୍ଫ୍ଯୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ହେଲେ ଏହି ଆଂଶିକ ଲକଡାଉନ ସମୟରେ ରାଜ୍ଯସରକାର କଟକଣାକୁ ସାମାନ୍ଯ କୋହଳ କରିଛନ୍ତି। ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି।  ସମସ୍ତ କାମ କରୋନା କଟକଣା ଭିତରେ ଜାରି ରହିବ। ଏଥିରେ ବ୍ଯତିକ୍ରମ ହେଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
-ରାଜ୍ଯରେ ସମସ୍ତ ଜିଲ୍ଲାରେ ବସ ଚଳାଚଳ ସେବା ଆରମ୍ଭ ହେବ ।  ଆନ୍ତରାଜ୍ଯ ଚଳାଚଳ ଉପରେ କଟକଣା ରହିଛି।
-ଟ୍ୟାକ୍ସି ଓ ଅଟୋ ବି ସବୁ ଜିଲ୍ଲାରେ ଚାଲିବ ।
– କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ଯନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି।
-କାଟେଗୋରୀ A’ରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ।
-କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ।
-ସମସ୍ତ କାଟେଗୋରୀରେ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା ଓ ସେଲୁନ
-ଆଉଟଡୋର ଓ ଇନଡୋର ସୁଟିଂକୁ  ଅନୁମତି ମିଳିଛି ।
-ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ ।
-ପୂର୍ବଭଳି ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ମଧ୍ୟ ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ଯକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ ।
– ପୂର୍ବପରି ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା କିନ୍ତୁ ବନ୍ଦ ରହିବ । ସ୍କୁଲ କଲେଜ୍ ମଧ୍ଯ ବନ୍ଦ ରହିବ ।
https://www.thesakala.in/august-1-there-will-be-a-partial-lockdown-in-all-districts-of-the-state/
ଅନଲକ 2.0 : ରାଜ୍ଯରେ ଜୁଲାଇ ୧୬ ଯାଏଁ ଆଶିଂକ ଲକଡାଉନ, ଜାଣନ୍ତୁ କଣ ଖୋଲା ଓ ବନ୍ଦ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବାରୁ ଅନଲକ କରିବା ପାଇଁ ରାଜ୍ୟସରାକାର ସ୍ବତନ୍ତ୍ର ରଣନୀତି ଆପଣାଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାଗୁଡିକୁ ୨ ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବପରି ଏଥର ମଧ୍ଯ ସମସ୍ତ ଜିଲ୍ଲାକୁ  କାଟାଗୋରୀ ‘ଏ’ ଓ କାଟାଗୋରୀ ‘ବି’ରେ ବିଭକ୍ତ କରାଯାଇଛି । କୋଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲା ରହିଥିବା ବେଳେ କୋଟାଗୋରୀ ‘ବି’ରେ ୧୦ଟି ଜଲ୍ଲା ରହିଛି ବୋଲି ପ୍ରେସମିଟରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। କୋଟାଗୋରୀ ‘ଏ’-ରେ ୨୦ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ରହିବନାହିଁ। ରାଜ୍ଯରେ ୧୬ ଜୁଲାଇ ଯାଏଁ  ଆଶିଂକ ଲକଡାଉନ ରହିବ । ମଲ, ସ୍ପା ଓ ପାର୍ଲର ଛାଡି ଆଉ ସମସ୍ତ ଦୋକାନ ଖୋଲିବ। ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାରରେ ପାଇଁ ପୁରୁଣା ନିୟମ ଜାରି ରହିବ।ଏଥିସହ ରାଜ୍ଯର ସମସ୍ତ ଜିଲ୍ଲାରେ ପୂର୍ବପରି ନାଇଟ କର୍ଫ୍ଯୁ ଜାରି ରହିବ।
କାଟାଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲା ଗୁଡିକ ହେଲା।  ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା , ଅଗୁଗୁଳ, କେନ୍ଦୁଝର ଏବଂ ଢ଼େଙ୍କାନାଳ ।
କାଟାଗୋରୀ ‘ବି’ ରେ ୧୦ଟି ଜିଲ୍ଲା ଗୁଡ଼ିକ ହେଲା ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର
କାଟାଗୋରୀ ‘ଏ’:
– ସକାଳ ୬ରୁ ସନ୍ଧ୍ଯା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବି।
-ବସ ଚଳାଚଳାକୁ ଅନୁମତି
-ସେଲୁନ ଖୋଲିବ
-୨୦ ଜିଲ୍ଲାରେ ଇନ୍‌ଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ
କାଟାଗୋରୀ ‘ବି’
-ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବି।
-ବସ ଚଳାଚଳାକୁ ଅନୁମତି ନାହିଁ
-୧୦ ଜିଲ୍ଲାରେ କେବଳ ‌ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି
–  ପୂର୍ବ ପରି ଜାରି ରହିବ ସପ୍ତାହନ୍ତ ସଟଡାଉନ
ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପାଞ୍ଚ ସୂତ୍ରୀ ପରାମର୍ଶ
ଭୁବନେଶ୍ୱର: କୋଭିଡଜନିତ ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ । କୋହଳ କଟକଣା ଯୋଗୁ ବିଭିନ୍ନ ସ୍ଥାନରେ ଜନଗହଳି ସୃଷ୍ଟି ହେଉଥିବାରୁ କୋଭିଡ ଗାଇଡଲାଇନ ପାଳନ କରିବା ଲାଗି ୫ ସୂତ୍ରୀ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋଭିଡ ନିୟନ୍ତ୍ରଣ ନେଇ ଉପଯୁକ୍ତ ପଦକ୍ଷେପ, ଟେଷ୍ଟ-ଟ୍ରାକ-ଟ୍ରିଟ ଓ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କଟକଣା କୋହଳ ହେଉଥିବାରୁ ଏଥିପ୍ରତି ସତର୍କ ରହିବା ଲାଗ ତତ୍ପର ହୋଇଛନ୍ତି ସରକାର । ଏହା ସହ ଏହି ଗାଇଡଲାଇନ ନ ମାନିଲେ ସ୍ଥିତି ପୁଣି ପୂର୍ବପରି ବିଗିଡିପାରେ ବୋଲି ସତର୍କ ସୂଚନା ଦେଇଛନ୍ତି ।
କେନ୍ଦ୍ର ଗୃହ ସଚିବ କହିଛନ୍ତି ଯେ, କରୋନାର ଦ୍ବିତୀୟ ଲହରୀରେ ଅସାବଧନତା ଯୋଗୁ ସଂକ୍ରମଣ ସଂଖ୍ୟା ବିଶେଷ ଭାବେ ବଢିଲା । ସେପଟେ ସକ୍ରିୟ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନକୁ ହ୍ରାସ କରାଯାଉଛି । ତେବେ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ ପରେ ହିଁ ଲକଡାଉନ କୋହଳ ବିଷୟ ଚିନ୍ତା କରାଯିବା ଆବଶ୍ୟକ ବୋଲି କହିଛନ୍ତି ଗୃହସଚିବ ଅଜୟ ଭାଲ୍ଲା । ଏହା ସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସଫା କରିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମକୁ ମାନିବା ଲାଗି ସେ ପରାମର୍ଶ ଦେଇଛନ୍ତି ।