Lower PMG Protest - The Sakala

ହଙ୍ଗର ଷ୍ଟ୍ରାଇକରେ ବସିଲେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ; ଲୋୟର ପିଏମଜିରେ ଷଷ୍ଠ ଦିନରେ ଆନ୍ଦୋଳନ
ଭୁବନେଶ୍ୱର: ହଙ୍ଗର ଷ୍ଟ୍ରାଇକରେ ବସିଲେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ। ୧୭ ତାରିଖରୁ ଲୋୟର ପିଏମଜିରେ ଧାରଣାରେ ବସିଛି ସଂଘ। ସରକାରଙ୍କ ସହ ଆଲୋଚନା ବିଫଳ ପରେ ହଙ୍ଗର ଷ୍ଟ୍ରାଇକ ନିଷ୍ପତ୍ତି ନେଇଛି ସଂଘ। ଓଡ଼ିଶାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଶତାଧିକ ଶିକ୍ଷକ ଆଶାୟୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ କ୍ରମାଗତ ଷଷ୍ଠ ଦିନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଖିଳ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ (All Odisha Teachers Aspirants Association) ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ସାରା ରାଜ୍ୟରେ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ସ୍ୱତନ୍ତ୍ର ଶିକ୍ଷକ ପଦବୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ତୁରନ୍ତ ନିଯୁକ୍ତି ଦେବା ପାଇଁ ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି।

ଆନ୍ଦୋଳନକାରୀମାନେ ହାତରେ ପ୍ଲାକାର୍ଡ ଧରି "ପ୍ରତିଶ୍ରୁତି ନୁହେଁ, ନିଯୁକ୍ତି ଦିଅ, ଆମେ ମାଗୁନାହୁଁ ଭିକ, ଆମେ ମାଗୁଛୁ ଆମ ହକ୍" ସ୍ଲୋଗାନ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଛନ୍ତି। ଆଶାୟୀମାନେ କହିଛନ୍ତି ଯେ ସେମାନେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଗତ ୬ ଦିନ ହେବ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ତେବେ ରାଜ୍ୟ ସରକାର ସେମାନଙ୍କୁ ରାଜନୀତି କରୁଥିବା ଲୋକ ଭାବରେ ଚିତ୍ରଣ କରୁଥିବା ନେଇ ଆନ୍ଦୋଳନକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଶାୟୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ କୌଣସି ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ, ବରଂ କେବଳ ନିଜର ନିଯୁକ୍ତି ପାଇଁ ଏଠାରେ ଏକତ୍ରିତ ହୋଇଛନ୍ତି।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ବିକ୍ଷୋଭକାରୀଙ୍କ ସହ ଆଲୋଚନା ବେଳେ ପ୍ରଶ୍ନ କରିଥିଲେ ଯେ 'ସରକାରଙ୍କୁ ଭୋଟ୍ ଦେବାର ଅର୍ଥ କ’ଣ ସରକାର ଆପଣଙ୍କ ନିକଟରେ ଉତ୍ତରଦାୟୀ ହୋଇଗଲେ?' ସେହିପରି ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ମଧ୍ୟ ଆନ୍ଦୋଳନକାରୀମାନଙ୍କୁ ଦେଖିଲେ ସେମାନେ ଶିକ୍ଷକ ଆଶାୟୀ ଭଳି ଲାଗୁନାହାନ୍ତି ବୋଲି କହିବା ସହ ସେମାନଙ୍କର ଶିକ୍ଷକ ହେବାର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିଲେ ବୋଲି ଆଶାୟୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବିକ୍ଷୋଭକାରୀମାନେ କହିଛନ୍ତି ଯେ ସେମାନେ BPED, MPED ଏବଂ CPED ପରି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ଏବଂ ଯୋଗ୍ୟ ହୋଇଥିବାରୁ ହିଁ ନିଯୁକ୍ତି ପାଇଁ ସୁଯୋଗ ଖୋଜୁଛନ୍ତି।

ସଂଘର ସଭାପତି ସ୍ୱାଗତ ଦାସ କହିଛନ୍ତି ଯେ ବିକ୍ଷୋଭକାରୀଙ୍କ ଏକ ପ୍ରତିନିଧି ଦଳ ଶୁକ୍ରବାର ଦିନ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ। ମନ୍ତ୍ରୀ କହିଥିଲେ ଯେ ସରକାର ଇତିମଧ୍ୟରେ ୨୬,୦୦୦ ପଦବୀରେ ନିଯୁକ୍ତି ଦେଉଛନ୍ତି ଏବଂ ବର୍ତ୍ତମାନ ଆଉ କୌଣସି ନିଯୁକ୍ତି ଦିଆଯିବ ନାହିଁ। ତେବେ ଆନ୍ଦୋଳନକାରୀମାନେ ଯେତେବେଳେ ଯୁକ୍ତି ବାଢ଼ିଥିଲେ ଯେ ଏହି ୨୬,୦୦୦ ପଦବୀ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା, ସେତେବେଳେ ମନ୍ତ୍ରୀ ଉତ୍ତର ଦେଇଥିଲେ ଯେ “ଯିଏ ବି ଗଛ ଲଗାଉ ନା କାହିଁକି, ଫଳ କିନ୍ତୁ ଆମେ ହିଁ ଦେଉଛୁ”। ଏହା ସହ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସର ଭାଷଣକୁ ଉଦ୍ଧାର କରି ସେମାନଙ୍କୁ ଅନେକ ନକାରାତ୍ମକ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି।

ସଂଘର ସଭାପତିଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୬୦,୦୦୦ ଏବଂ ଉଚ୍ଚ ବିଦ୍ୟାଳୟରେ ୧୫,୦୦୦ ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି। ଏହି ବିପୁଳ ଖାଲି ପଦବୀ ଯୋଗୁଁ ସରକାରୀ ବିଦ୍ୟାଳୟଗୁଡ଼ିକର ପରିଚାଳନା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗୁରୁତର ଭାବେ ପ୍ରଭାବିତ ହେଉଛି। ତୁରନ୍ତ ନୂତନ ବିଜ୍ଞପ୍ତି ପ୍ରକାଶ କରିବା ସହ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସରକାର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ କୌଣସି ଠୋସ୍ ପଦକ୍ଷେପ ନ ନେଇଛନ୍ତି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି।

ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ
ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦାବି ପୂରଣ ନହେବାରୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି ଓସମା ସଂଘ । ନିଜର ଚାକିରି ସ୍ଥାୟୀକରଣ ଦାବିରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ କଡ଼ା ଚେତାବନୀ ଦେଇଛନ୍ତି।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ଦୀର୍ଘ ୧୫ ବର୍ଷ ଧରି ନିଜର ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଆସୁଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ସଂଘ ପକ୍ଷରୁ ଅନେକ ଥର ଚେତାବନୀ ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।

ସରକାରଙ୍କ ପ୍ରତିଶ୍ରୁତିକୁ ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ବାଧ୍ୟ ହୋଇ କର୍ମଚାରୀମାନେ ପୁଣିଥରେ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି। ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓସମା କର୍ମକର୍ତ୍ତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।