Nayagarh Police - The Sakala

ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି, ଦୀର୍ଘ ଦିନ ହେଲା ଫେରାର ଅଛନ୍ତି
ଭୁବନେଶ୍ୱର: ଦୁଷ୍କର୍ମ ମାମଲାରେ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କୁ ଗିରଫ କରିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ନିଜର ଉଦ୍ୟମକୁ ଜୋରଦାର କରିଛି। ମାମଲା ରୁଜୁ ହେବା ଦିନଠାରୁ ସେ ଫେରାର ଥିବା ବେଳେ ତାଙ୍କ ବିରୋଧରେ ଏକ ଅଜାମିନବିହୀନ ଗିରଫ ପରୱାନା (NBW) ଜାରି କରାଯାଇଛି। ତାଙ୍କୁ ଠାବ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଖାନତଲାସୀ ଜାରି ରଖିଛନ୍ତି।

ପୂର୍ବତନ ପୋଲିସ ଅଧିକାରୀଙ୍କୁ ଖୋଜି ବାହାର କରିବା ତଥା ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଜଣେ ଡିଏସପି (DSP)ଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଛି। ତଦନ୍ତକାରୀ ଦଳ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାଟି ଜଣେ ମହିଳାଙ୍କ ପରିବାର ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଜମି ବିବାଦ ସହ ଜଡିତ। ଅଭିଯୋଗ ଅନୁଯାୟୀ, ସେତେବେଳେ ଶରଣକୁଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିବା ସୁଜିତ ଦାସ ଏହି ବିବାଦର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ଫୋନ୍ ନମ୍ବର ନେଇଥିଲେ। ମାତ୍ର ସାହାଯ୍ୟ କରିବା ପରିବର୍ତ୍ତେ ସେ ମହିଳାଙ୍କ ଅସହାୟତାର ସୁଯୋଗ ନେଇଥିଲେ ଏବଂ ବିଭିନ୍ନ ସ୍ଥାନରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏତିକି ନୁହେଁ, ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପରେ ଏକ ମିଥ୍ୟା ମାମଲାରେ ଗିରଫ କରାଯାଇଥିଲା। ଯଦି ସେ ଏହି ଘଟଣା ସମ୍ପର୍କରେ କାହାକୁ କୁହନ୍ତି, ତେବେ ତାଙ୍କ ବାପା ଏବଂ ଭାଇଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଥିଲା।

ପୀଡ଼ିତା ମହିଳା ଜଣକ ଏ ନେଇ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିକଟରେ ଅଭିଯୋଗ କରିବା ପରେ ଦାସଙ୍କୁ ପ୍ରଥମେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ପରେ ଜୁନ୍ ୨୨ ତାରିଖରେ ପୋଲିସ ମହାନିର୍ଦ୍ଦେଶକ (DGP) ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଅଜାମିନବିହୀନ ୱାରେଣ୍ଟ ଜାରି ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କର ସନ୍ଧାନକୁ ତ୍ୱରାନ୍ୱିତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ସତ୍ତ୍ୱେ ସେ ଏଯାବତ୍ ଫେରାର ଥିବା ଜଣାପଡିଛି।

ଭୁଲ କାହାର ଦଣ୍ଡ ପାଇଲା କିଏ; ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ
ନୟାଗଡ: ଭୁଲ କାହାର ଦଣ୍ଡ ପାଇଲା କିଏ । ମିଛ ଆରେଷ୍ଟ କୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ । ନୟାଗଡ଼ ପୋଲିସର  ଏଭଳି ଅଜବ ନୀତି ଦେଖିବା ପାଇଁ ମିଳିଛି । ଭଣଜା ଅଭିଯୁକ୍ତ, ମାମୁ ପାଉଛି ଦଣ୍ଡ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡରେ ଯେଉଁ ବ୍ୟକ୍ତି ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇଥିଲା ପୋଲିସ, ସେ ପ୍ରତିବାଦ କରିବାରୁ ପୋଲିସ ତାଙ୍କୁ ଛାଡି ଦେଇଛି ।

ସୂଚନା ଅନୁସାରେ, ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଭଣଜା କୁଲୁ ଭଟ ଫେରାର ରହିଥିବା ବେଳେ ମାମୁ ଶ୍ରୀଧର ସାହୁଙ୍କୁ ଏହି ଘଟଣାରେ ଅଭିଯୁକ୍ତ ସଜାଇଥିଲା ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ ଦର୍ଶାଇ ସାମ୍ବାଦିକ ସମ୍ମିଳନୀରେ ଠିଆ କରିଥିଲା ପୋଲିସ। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ। ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି। ତେବେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ମୁହଁ ଘୋଡ଼ାଇ ପୁଲିସ୍‌ କିପରି ଅଭିଯୁକ୍ତ ଦର୍ଶାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି।

ଆଜି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିଯୁକ୍ତ ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣି ମାଫିଆ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ, ମାନସ ବେହେରା ଏବଂ ଡ୍ରାଇଭର ନରେଶ ବିଶୋଇ। ଜେଲ ଯାଇଛନ୍ତି ଅଭିଯୁକ୍ତ ମାନେ। ଅନ୍ୟ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସମେତ ୩ ଜଣ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ
ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ପୀଡ଼ିତା ସିଧାସଳଖ ପୋଲିସ ଡିଜି (DGP)ଙ୍କ ନିକଟରେ ଲିଖିତ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କଣ ରହିଛି ସମ୍ପୂର୍ଣ୍ଣ ଘଟଣା?

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ଫତେଗଡ଼ ଜେଏମ୍ଏଫ୍‌ସି (JMFC) କୋର୍ଟରୁ ଏକ ସମନ୍ ମଧ୍ୟ ଆସିଥିଲା। ଏହି ଘଟଣାର ତଦନ୍ତ ଆଳରେ ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ତାଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ମୁତାବକ, ପୋଲିସ ଅଧିକାରୀ ଜଣକ ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସହିତ କଥାବାର୍ତ୍ତା କରିବା ସହ ଏକ ହୋଟେଲକୁ ଆସିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ସେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ, ଯାହାର ପ୍ରମାଣ ତାଙ୍କ ପାଖରେ ରହିଥିବା ମହିଳା ଦାବି କରିଛନ୍ତି।

ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ

ଏହି ଘଟଣା ଏତିକିରେ ସୀମିତ ରହିନଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯଦି ସେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହୁଅନ୍ତି, ତେବେ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଏସ୍‌ଡିପିଓ ଧମକ ଦେଇଥିଲେ। ଏପରିକି ମିଥ୍ୟା କେସ୍ କରି ପୀଡ଼ିତାଙ୍କୁ ରାତିସାରା ଥାନାରେ ଅଟକ ରଖି ନିଜର ଖରାପ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

ଏଭଳି ଏକ ସମ୍ବେଦନଶୀଳ ତଥା ସଂଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଏସ୍‌ଡିପିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଥିବାରୁ କୌଣସି ଯୋଗାଯୋଗ ହୋଇପାରିନାହିଁ। ଏବେ ପୋଲିସ ମହାନିର୍ଦ୍ଦେଶକ ଏହି ଘଟଣାରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।