Sabarmati River - The Sakala

କରୋନା ପଜିଟିଭ୍ ହେଲା ଗୁଜରାଟର ସାବରମତୀ ନଦୀ
ଗୁଜରାଟ : ଗାନ୍ଧିନଗର ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ । ନଦୀ ଜଳ ସାମ୍ପୁଲରୁ ମିଳିଲା କରୋନା ଭୂତାଣୁ । ଧୀରେ ଧୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଏକ ଚିନ୍ତାଜନକ ରିପୋର୍ଟ । ଗୁଜରାଟର ସାବରମତୀ ନଦୀ ଜଳରୁ ମିଳିଛି କରୋନା ଭୂତାଣୁ । ଗୁଜରାଟର ଅହମ୍ମଦାବାଦ ଦେଇ ପ୍ରବାହିତ ସାବରମତୀ ନଦୀର ସମସ୍ତ ସାମ୍ପୁଲ କରୋନା ପଜିଟିଭ୍ ଆସିଛି ।

ସାବରମତୀ ନଦୀ ସମେତ ଦୁଇଟି ବିରାଟ ପୋଖରୀ କାଙ୍କରିଆ ଓ ଚନ୍ଦୋଲା ପାଣି ସାମ୍ପୁଲରେ ମଧ୍ୟ କରୋନା ଭୂତାଣୁ ଥିବା ରିପୋର୍ଟ ଆସିଛି । ପୂର୍ବରୁ ଗଙ୍ଗାନଦୀର ବିଭିନ୍ନ ସିଓ୍ବେଜରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା । ହେଲେ ଏବେ ପ୍ରାକୃତିକ ଜଳଉତ୍ସରେ କରୋନା ଭୂତାଣୁ ମିଳିବା ପରେ ଚିନ୍ତା ବଢ଼ିଯାଇଛି । ଆଇଆଇଟି ଗାନ୍ଧିନଗର ପକ୍ଷରୁ ସାବରମତୀ ନଦୀ ଜଳ ସାମ୍ପୁଲ ନିଆଯାଇଥିଲା । ପରୀକ୍ଷା କରାଯିବା ପରେ ଏଥିରେ କରୋନା ଭୂତାଣୁ ଥିବା ଜଣାପଡ଼ିଛି ବୋଲି ପ୍ରଫେସର ମନିଷ କୁମାର କହିଛନ୍ତି । ଅନୁସନ୍ଧାନ ବେଳେ ୨୫ ପ୍ରତିଶତ ଜଳ ନମୁନାରେ କରୋନା ଭାଇରସର ଉପସ୍ଥିତି ଚିହ୍ନଟ ହୋଇଛି, ଯାହା ଅତ୍ୟନ୍ତ ବିପଜ୍ଜନକ ବୋଲି ମଧ୍ୟ କୁହାଯାଇଛି।

ଏହି ଅନୁସନ୍ଧାନ ସମ୍ପର୍କରେ ଆଇଆଇଟି ଗାନ୍ଧିନଗରର ପୃଥିବୀ ଏବଂ ବିଜ୍ଞାନ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ଯେ, ଏହି ଜଳ ନମୁନାଗୁଡିକ ନଦୀରୁ ୩ ସେପ୍ଟେମ୍ବରରୁ ଡିସେମ୍ବର ୨୯, ୨୦୨୦ ପର୍ଯ୍ୟନ୍ତ ନିଆଯାଉଥିଲା। ନମୁନା ନେବା ପରେ ଏହାର ଯାଞ୍ଚ କରାଯାଇଥିଲା ଏବଂ ଏଥିରୁ କରୋନା ଭାଇରସ ମିଳିଛି । ମନୀଷ କୁମାରଙ୍କ ଅନୁଯାୟୀ ସାବରମତି ନଦୀରୁ ୬୯୪ଟି ନମୁନା, କାଙ୍କାରିଆ ପୋଖରୀରୁ ୫୪୯ଟି ଏବଂ ଚାନ୍ଦୋଲା ପୋଖରୀରୁ ୪୦୨ଟି ନମୁନା ପରୀକ୍ଷା କରାଯାଇଥିଲା । ଏହି ନମୁନାଗୁଡ଼ିକରୁ ହିଁ କରୋନା ଭାଇରସ ଚିହ୍ନଟ ହୋଇଛି ।