Odia - The Sakala
ଆଜି ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ
ଭୁବନେଶ୍ୱର: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି ୨୯ ତମ ତିରୋଧାନ ଦିବସ । ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ଆଧୁନିକ ଓଡ଼ିଶାର ବିଶ୍ବକର୍ମା, ସ୍ବାଭିମାନୀ ସ୍ବର ସମ୍ଭାଷର ଉଦଗାତା ବିଜୁବାବୁ ଯଥାର୍ଥରେ ଏକ କିମ୍ବଦନ୍ତୀ ପୁରୁଷ । ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ, ସାହସୀ ପାଇଲଟ୍, ସଫଳ ଶିଳ୍ପପତି ଏବଂ ଦୂରଦର୍ଶୀ ରାଜନେତା ଭାବେ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା ।
ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର ସେ କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ- ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ୍‌, ଦକ୍ଷ ଶିଳ୍ପପତି, ଓଡ଼ିଶା ରାଜନୀତିର ବେତାଜ୍‌ ବାଦଶାହ ଥିଲେ ବିଜୁ ବାବୁ। ଦୂରଦ୍ରଷ୍ଟା,ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଥିକାରୀ ଏହି ସର୍ବମାନ୍ୟ ନେତା। ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଉପାଥିରେ ଭୂଷିତ ହୋଇଥିଲେ ବିଜୁବାବୁ ।
ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ରେଭେନ୍ସା ଛାଡି ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା। ସେ କୌଣସି ଛୋଟ ଛୋଟ ଘଟଣାରେ ମଧ୍ୟ ଦୁଃସାହସିକ ପଦକ୍ଷେପ ନେଉଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅତି ପ୍ରିୟ ଥିଲେ ବିଜୁ ବାବୁ। ୧୯୬୨ ଭାରତ-ଚୀନ୍‌ ଯୁଦ୍ଧବେଳେ ସେ ଥିଲେ ପ୍ରଧାନମନ୍ତ୍ରୀ ନେହେରୁଙ୍କର ଅଘୋଷିତ ସାମରିକ ପରାମର୍ଶଦାତା। ୧୯୪୮ରେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ଗାଥା ଆଜି ବି ସ୍ମରଣ ହୋଇରହିଛି। ୧୯୪୮ ମସିହାରେ ନେହେରୁଙ୍କର ପରାମର୍ଶ କ୍ରମେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକର୍ଣ୍ଣୋ ଓ ଅନ୍ୟମାନଙ୍କୁ ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ନୂଆଦିଲ୍ଲୀ ଆଣିଥିଲେ। ଏଥିପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ, ଯାହା ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ପ୍ରଦାନ କରିଥିଲା। ସେ ମଧ୍ୟ ମହିଳା ସଶକ୍ତୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଥିଲେ।
୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ସିଟ୍‌ରୁ ୮୨ଟିରେ ବିଜୟ ହାସଲ କରିଥିଲେ। ଏହି ସମୟରେ ବିଜୁବାବୁ ମାତ୍ର ୨ବର୍ଷ ୩ ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌ ହାଇୱେ, ମିଗ୍‌ ବିମାନ କାରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ ଆଦି ଅନେକ କୀର୍ତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୭ ମସିହା ଏପ୍ରିଲ ୧୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା। ଆଜି ବିଜୁବାବୁ ନାହାନ୍ତି ସତ କିନ୍ତୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସେ ଅମର ହୋଇରହିଛନ୍ତି।
ଓଡିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର: ସୌରଜଗତର ଜାଗତିକ ପ୍ରକ୍ରିୟାରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ବିଷୁବରେଖାରେ ଅବସ୍ଥାନ ସହ ନୂତନ ବର୍ଷର ଶୁଭାରମ୍ଭ ହୋଇଛି। ସୂର୍ଯ୍ୟ ଦେବତାଙ୍କ ପ୍ରଖର ତାପ ଆଗକୁ ମଙ୍ଗଳକାରୀ ବର୍ଷାଋତୁର ଆବାହନ କରୁଛି। ତାପରେ ସନ୍ତାପିତ ମନରେ ଉନ୍ମେଷ ହୋଇଛି ଆଶ୍ୱସନା। ପ୍ରଭୁଙ୍କ ବିଧିବିଧାନରେ ବିହ୍ୱଳିତ ଭକ୍ତଙ୍କ ଦେବାଳୟରେ ପୂଜାର୍ଚ୍ଚନା ସୃଷ୍ଟି କରିଛି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପ୍ରଭୁଙ୍କ ପାଖରେ ପଣା ଲାଗି ସହ ପ୍ରସାଦସେବନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତଗଣ। ସମ ତିଥିରେ ରୁଦ୍ର ଅବତାର ଶ୍ରୀହନୁମାନଙ୍କ ଆଜି ପବିତ୍ର ଜୟନ୍ତୀ। ସଂଯୋଗବଶତଃ ସାମ୍ୟବାଦର ପ୍ରତୀକ ତଥା ପ୍ରବକ୍ତା ଭାରତରତ୍ନ ଡଃ ବାବା ସାହେବ ଆମ୍ୱେଦକରଙ୍କ ଆଜି ଜନ୍ମଜୟନ୍ତୀ।
ଏପରି ଏକ ବିଶେଷ ଅବସରରେ ସଭିଁଙ୍କର ମଙ୍ଗଳ ନିମନ୍ତେ ଓଡିଆ ଅସ୍ମିତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାବିନ୍ଦରେ ପ୍ରାର୍ଥନା କରିବା ସହ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତି ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ଓ ମିଡିଆ ସହ-ସଂଯୋଜକ ଡ଼ ଲେନିନ୍‌ ମହାନ୍ତି ଏବଂ ଡ଼ ପ୍ରିୟବ୍ରତ ମାଝୀ।
ଡିସିପି ଅଫିସ ଆଗରେ ଅଭିନେତାଙ୍କ ହାଇଡ୍ରାମା; ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ
ଭୁବନେଶ୍ୱର: ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି । ଡିସିପି ଅଫିସ ଆଗରେ ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଅଶ୍ରାବ୍ୟ ଭାଷାରେ କଳି କଲେ ୨ ଅଭିନେତା । ମାରିବା ପାଇଁ ଚିହିଁକି ଆସିଲେ ଅଭିନେତା । ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ଗତ କିଛି ଦିନ ଧରି ଏକ ଫିଲ୍ମର ଟାଇଟେଲକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟଙ୍କୁ ଡିସିପିଙ୍କ ଅଫିସକୁ ଡକାଯାଇଥିଲା। ମାତ୍ର ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷଙ୍କୁ ଏବେ କମିଶନରଙ୍କ କାର୍ଯ୍ୟାଳୟକୁ ଡାକି ବୈଠକ ଆରମ୍ଭ ହୋଇଛି। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ମିଳାମିଶା ନହେଲେ ଆଇନ ଅନୁଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବ ପୋଲିସ।
ସୂଚନା ଅନୁସାରେ, ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ। ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା। ଆଜି ଡିସିପି ଅଫିସ ସାମ୍ନାରେ ବବି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କହିଛନ୍ତି ମନୋଜ ମିଶ୍ର। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା। ଆଜିର ଘଟଣା ପାଇଁ ମନୋଜ ମିଶ୍ର କ୍ଷମା ମାଗିଥିଲେ ମଧ୍ୟ ଏ ନେଇ ଆଉ ଏକ ମାମଲା ସହିଦନଗର ଥାନାରେ ହେବ ବୋଲି କହିଛନ୍ତି ବବି ଇସଲାମ ।
ଭୁବନେଶ୍ୱର(ସମ୍ପୂର୍ଣ୍ଣା ଦାସ): ଓଡ଼ିଆଙ୍କ ଅନ୍ୟତମ ପରିଚୟ କହିଲେ ପଖାଳକୁ ବୁଝାଏ। ପାରମ୍ପରିକ ଭାବେ ପ୍ରତିଟି ଓଡ଼ିଆ ଏହାକୁ ନିତିଦିନିଆ ଖାଦ୍ୟ ଭାବେ ବ୍ୟବହାର କରି ଆସୁଛନ୍ତି। ଓଡ଼ିଆଙ୍କ ପଖାଳର ଗୁଣବତ୍ତାକୁ ନେଇ ଆଜି ବିଶ୍ୱର ବହୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଗବେଷକମାନେ ଆରମ୍ଭ କରିଛନ୍ତି ଗବେଷଣା। ତେବେ ପଖାଳ ଅଛି ମାନେ ପଖାଳ କଂସା ବି ତା ସହିତ ଯୋଡ଼ି ହୋଇ ରହିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଥା ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପଖାଳ କଂସା ବହୁ ପ୍ରକାରର। ଭେଦ, ଉଦ୍ଦେଶ୍ୟ, ତିଆରି ପ୍ରଣାଳୀ, ରୂପରେଖ ନାମ ଭିନ୍ନ ଭିନ୍ନ। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ବିଭିନ୍ନ ଜାତି, ରାଜବଂଶୀୟ, ଜମିଦାର, ଗାଁ ସାହୁକାର, ଗାଁ ପଧାନ, ସାଧାରଣବର୍ଗ, ଚାଷୀକୁଳ ଆଦିବାସୀ ସମ୍ପ୍ର୍ରଦାୟଙ୍କର ପଖାଳ କଂସା ଭିନ୍ନ ଭିନ୍ନ ଥିଲା। ଭୁବନେଶ୍ୱର ଜାଗମରା ଅଞ୍ଚଳରେ ରହୁଥିବା କଣ୍ଟିଲୋର ମୂଳବାସିନ୍ଦା ତଥା ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର୍‌‌ ସୁଦର୍ଶନ ସାହୁ ତାଙ୍କ ସଂଗ୍ରହାଳୟରେ ଏସବୁ ବେଲାକୁ ସ୍ଥାନିତ କରିଛନ୍ତି। ସଂଗ୍ରହାଳୟର ନାମ ରଖିଛନ୍ତି ‘ଗୋପିନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’। ପଖାଳଖିଆ ବେଲା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
ଦକ୍ଷିଣୀ ପଖାଳ କଂସା
ସୁଦର୍ଶନଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି ଦକ୍ଷିଣୀ ପଖାଳ କଂସା। ସାଧାରଣତଃ ବାଡ଼ିଆ ପିଟା ଓ ଢଳେଇ ପଦ୍ଧତିରେ ଦକ୍ଷିଣୀ ବେଲା ଉତୁରୁଥିଲା, ଯାହା ଓଜନିଆ ମଧ୍ୟ ଥିଲା। ଯଥା – ମାଟିଆ କେଳା ବେଲା (ମାଟି ଖୋଳି ଜୀବିକା ନିର୍ବାହ କରୁଥିବା ସମ୍ପ୍ରଦାୟ) ଲୋକେ ଏହାକୁ ପଖାଳ ଖାଇବାରେ ବ୍ୟବହାର କରନ୍ତି। ଯେଉଁ ବେଲା ଦେଖିବାକୁ ଡମ୍ୱରୁ ଭଳି। ରୋଗ ଶୋକ ଫସଲହାନୀ ସମୟରେ ଲୋକେ ଘରେ ରଖିଥିବା ଏହି ବେଲାକୁ ବିକ୍ରିକରି ସାମୟିକ ଗୁଜୁରାଣ ମେଣ୍ଟାଇଥାନ୍ତି।
ପୋଚବେଲା
ଓଡ଼ିଶାର ସମସ୍ତ ବେଲା ଭିତରେ ରାଜା ବୋଲି ବିବେଚନା କରାଯାଏ। ଏହା ଜମାଦାରଙ୍କ ଟୋପି ଭଳି ଦେଖିବାକୁ ହୋଇଥିବାରୁ ଏହାକୁ ଜମାଦାର ଟୋପି ବେଲା ବୋଲି କୁହାଯାଇଥାଏ। ଯାହାର ଓଜନ ୩ କିଲୋରୁ ୫ କିଲୋ। ପିଆଜ, ଲୁଣ, ଆମ୍ୱୁଲ, ବଡ଼ି, ଲଙ୍କା ଅଦା ରଖି ପୋଚ ଭାତ (ଦୁଇ ରାତି ରଖି)କୁ ନେଇ ହଳୁଆ ଚାଷୀ ଜଳଖିଆ ଭାବେ ସକାଳେ ଖାଇ ବିଲକୁ ବାହାରେ। ଏଥିରେ ପଖାଳ ଭାତ ଦୁଇଦିନ ରହିବା ପରେ ତାହା ସାମାନ୍ୟ ନିଶା ହୋଇଥାଏ ଏବଂ ତାକୁ ଖାଇ ଲୋକେ ଅଧିକ କାମ କରିପାରନ୍ତି।
ପଶ୍ଚିମା ପଖାଳ କଂସା ବେଲା
ରାମ ସାଇ ପଖାଳ କଂସା ବେଲା ବରଗଡ଼ ସମ୍ୱଲପୁର ଚଷା ଘରର ବଡ଼ ବୋହୂ ଗୋଟିଏ ପଙ୍ଗତ ଥାଳିରେ ୪ଟି ପଖାଳ କଂସା ମୁଣ୍ଡରେ ଧରି (ଥାଳି ଫାଙ୍କରେ ଶାଗ, ପିଆଜ, ଆମ୍ୱୁଲ, ଲଙ୍କା) ଗାଁ ରୁ ବାହାରି ବିଲମୁଣ୍ଡ ବରଗଛରେ ଓହ୍ଲାଇ ସ୍ୱାମୀ ତିନି ଦିଅରଙ୍କୁ ପଖାଳ ବାଢ଼େ। ଏବେ କିନ୍ତୁ ଗ୍ରାମରେ ବି ପ୍ରଚଳନ ଅଛି। ଏହା ଓଲଟା କୁମ୍ପିବାଣ ଭଳି ଦେଖିବାକୁ।
ବାଲେସେରୀ ବେଲା
ବାଲେସେରୀ ବେଲା ସୌକିଆ ଓ ଦାମୀ ବେଲା। ରଜାଘର ଗାଁ ସର୍ବରକାର, ଗାଁ ପଧାନ, ଜମିଦାର, ବଡ଼ ଲୋକ ତଥା ଧନୀ ଲୋକଙ୍କ ଘରେ ଦେଖା ଯାଉଥିଲା। ଏ ବେଲାର ଏନ୍ତୁଡ଼ିଶାଳ କଣ୍ଟିଲୋ। ତେବେ କଣ୍ଟିଲୋ, ବୌଦ୍ଧ, ସୋନପୁରରୁ ଏଭଳି ବେଲା ଚାଳ ଡଙ୍ଗାରେ କଟକରୁ ମହାନଦୀ ଯାଏ। ସେଠୁ ସାଧବପୁଅ ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ବାଲି ଦେଶରେ ବେପାର କରୁଥିଲେ। ଏବେ ସେଠାକାର କଂସା ବର୍ତ୍ତନ ଦୋକାନ ମଲରେ ଗ୍ରାହକଙ୍କୁ ଏଭଳି ବେଲାକୁ କଣ୍ଟିଲିଆ ବାଉଲ କହି ବିକ୍ରି କରନ୍ତି।
ଟଭାଫାଳିଆ ବେଲା
ଏଭଳି ବେଲାକୁ ଅନେକ ଗୋଲ ବେଲା ବି କହିଥାଆନ୍ତି। ଟଭାକୁ ଦୁଇଫାଳ କଲେ ଯେପରି ଦେଖାଯାଏ। ଆକାର ଖୁବ୍‌‌ ବଡ଼। ଯେଉଁଥିରେ ୪ରୁ ୬ ଲିଟର ତୋରାଣି ଧରିପାରିବ। ବାପା, ପୁଅ, ମାଆ ଝିଅ ଏକାଠି ଏହି ବେଲାରେ ପଖାଳର ମଜା ନିଅନ୍ତି।
ତୋରାଣି ବେଲା
ଏହି ବେଲା ହାଲୁକା ଓ କମ ଗାଡ଼ୁଆ। ଚଷାଘର ବୋହୂ ବିଲ ଫେରନ୍ତା ଚଷା ପୁଅକୁ ପ୍ରଥମେ ଦହି, ଲଙ୍କା, ଅଦା, ପୋଦିନା ମିଶା ତୋରାଣି ଏଥିରେ ପିଇବାକୁ ଦିଏ। କାମ କରି ଆସିଥିବା ହଳୁଆ ଘରର ପୁଅ ଏଥିରେ ତିନି ବେଲା ତୋରାଣି ପିଇ ଶୋଷ ମାରିଥାଏ।
ଫାସ ବେଲା
ଉପକୂଳିଆ ପଖାଳ କଂସା ବେଲା ଉପକୂଳିଆ ବେଲା ପ୍ରାୟତଃ ହାଲୁକା ଓ ସଉକିଆ ବେଲାରେ ଗଣାଯାଏ। ଏହାକୁ ଅନେକ ସୌଖିନ ଭାବେ ବ୍ୟବହାର କରନ୍ତି। ଯାହା ଦେଖିବାକୁ ଅତି ସୁନ୍ଦର ଓ ଆକର୍ଷଣୀୟ।
ଲହରୀ ବେଲା
ଏଭଳି ବେଲା ଅତି ଆକର୍ଷଣୀୟ ହୋଇଥାଏ। ପୂର୍ବକାଳରୁ ବଡ଼ବଡ଼ ଲୋକେ ଏହାକୁ ବ୍ୟବହାର କରି ଆସୁଥିଲେ। ବିଶେଷକରି ଜମିଦାର, ରଜାଘର, ଧନୀକ ଶ୍ରେଣୀର ଲୋକେ ଏହି ବେଲାରେ ପଖାଳ ଖାଇଥାନ୍ତି।
ଓଉଖମା ବେଲା
ଏହି ବେଲା ଅନୁଗୋଳ ଜିଲ୍ଲାର ଓ୍‌‌ଉଖମା ଗ୍ରାମରେ ତିଆରି ହେଉଥିବାରୁ ଏହାକୁ ଓଉଖମା ବେଲ ବୋଲି କୁହାଯାଏ। ଏଭଳି ବେଲା ବେଶୀ ଓଜନ ନୁହେଁ। ଓଜନ ଦୃଷ୍ଟିରୁ ଦାମ୍‌‌ ମଧ୍ୟ ବେଶି ନୁହେଁ। ଯାହାକୁ ସବୁ ବର୍ଗର ଲୋକେ କିଣି ବ୍ୟବହାର କରିପାରନ୍ତି।
ଦୁଦୁରା ଫୁଲିଆ ବେଲା
ଅନେକେ ଏହାକୁ କୁଣ୍ଡ ବେଲା କୁହନ୍ତି। ଏହା ଦେଖିବାକୁ ଦୁଦୁରା ଫୁଲର ମୁହଁ ଭଳି। ୩ରୁ ୪ ଲିଟର ତୋରାଣି ଧରେ। ବାପ, ପୁଅ, ମାଆଝିଅ ଏହି ବେଲାରେ ପଖାଳ ଖାଇବାର ମଜା ନିଅନ୍ତି।
ହାତୀ ପାହୁଲିଆ ବେଲା
ହାତୀ ଖୋଜ ଭଳି ଦେଖିବାକୁ। ଏକ ସମୟରେ ୨ରୁ ୩ ଜଣ ପଖାଳ ଖାଇବାର ମଜା ନିଅନ୍ତି। ଏହା ଏବେ ବି ଆଦିବାସୀ (ଫୁଲବାଣୀ, ବୌଦ୍ଧ, ବଲାଙ୍ଗିର) ଙ୍କ ଖୁବ୍‌‌ ପ୍ରିୟ ବେଲା।
ବଇଠି ବେଲା
ତଳେ ବଇଠା ଲାଗିଥାଏ। ବିଭା ବେଦୀରେ ବନ୍ଦାଣ ସମୟରେ ବି ରଖାଯାଇଥାଏ। ବନ୍ଦାଣ ଜିନିଷ ଟଙ୍କା ଭେଟି ଦେବାରେ ଏହି ବେଲାର ଅଧିକାଂଶ ଆବଶ୍ୟକ ପଡ଼ିଥାଏ। ପାରମ୍ପରିକ ଭାବେ ଏହି ବେଲା ବିବାହ କାର୍ଯ୍ୟରେ ଲାଗିଥାଏ।
କୁନକୁରି ବେଲା
ପେଟୁଆ ବେଲା ଦେଖିବାକୁ ପେଟୁଆ ଲୋକର ପେଟଭଳି। ଏହି ବେଲା ଛତିଶଗଡ଼ରେ ଅଧିକ ଚାହିଦା ଥିବାରୁ ପଶ୍ଚିମ ଓଡ଼ିଶାରୁ ଛତିଶଗଡ଼ ରପ୍ତାନି ହୁଏ।
ଛାତି ଫୁଲାଣିଆ ପଖାଳ କଂସା
ଇନ୍ଦ୍ରପୁରୀ ବେଲା ବି କୁହାଯାଏ। ହାଲୁକା ପେଟ ଫୁଲିଥାଏ। ଡଉଲଡାଉଲ ବେଲାଟିଏ।
ରକମ ବେଲା ଓ ଅଟକାଳି ବେଲା
ଅଲଣା ଓଷାଦିନ ଅଟକାଳି ବଢ଼଼ାଯାଇ ଗାଁରେ ସାହିକୁ ସାହି ବଣ୍ଟା ଯାଏ ଏ ବେଲାରେ। ଯାହାକୁ ଅନେକ ଅଟକାଳି ବେଲା ବୋଲି କହିଥାନ୍ତି।
ମାଟୁ କଂସା ବା କୁଣ୍ଡି ବେଲା
ମାଟୁ କଂସା ବା କୁଣ୍ଡି ବେଲା ଦେଖିବାକୁ ଏହା ଗୋଦରା ଭଳି। ଏହାର ଓଜନ ୨ରୁ ୩ କିଲୋଗ୍ରାମ୍‌‌। ଏହାକୁ ଅନେକେ ହାତୀ ପାହୁଲିଆ ବେଳା କୁହନ୍ତି। ହାତୀ ଖୋଜ ପରି ଦେଖିବାକୁ।
ଅନ୍ୟାନ୍ୟ ବେଲା
ମଣ୍ଡା ବେଲା ନାମରେ ଏକ ବେଲା ରହିଛି ଯେଉଁଥିରେ ମାଣ୍ଡିଆ ଜାଉ ଜେଜେ ନାତି ନାତୁଣୀ ସଙ୍ଗେ ଖାଇ ମଜା ନିଅନ୍ତି। ସେହିଭଳି ସହରୀ ବାବୁ ପଖାଳ କଂସା ବେଲା ରହିଛି। ଯାହାକୁ ଟିପ ନ ବୁଡ଼ିବା ଲାଗି କାଠର ଦୁଇଟି ଛୋଟ ପ୍ଲେଟ୍‌‌ ପେଚରେ ଫଙ୍ଗରେ ଅଣାଯାଇଥାଏ। ହାଲୁକା ଓ ନେବା ଆଣିବା ସହଜ। ତୋରାଣୀ ଢାଳେ ନାହିଁ। ଅନ୍ୟପକ୍ଷେ ରେକାବି ବେଲା ମଧ୍ୟ ସୁଦର୍ଶନଙ୍କ ସଂଗ୍ରହାଳୟରେ ରହିଛି ଯେଉଁଥିରେ ପଖାଳ ଖାଇବା ନିଷିଦ୍ଧ। ଅତିଥି, ଅଭ୍ୟାଗତ, ପୁରୋହିତ ଜାନୁ ଘଣ୍ଟିଆ, ଯୋଗୀ, ଆପଟ, ବ୍ରାହ୍ମଣମାନଙ୍କୁ ଦେବା ଲାଗି ବ୍ୟବହାର ହୁଏ। ମାଣ ବେଲା, ବେଲପଡ଼ି ବେଲା, ଯଜ୍ଞ ଆହୁତି ବେଲା ମଧ୍ୟ ସୁଦର୍ଶନଙ୍କ ସଂଗ୍ରହାଳୟରେ ସ୍ଥାନିତ ହୋଇଛି। ଯଜ୍ଞ ଆହୁତି ବେଲା ଯଜ୍ଞରେ ଘିଅ ଆହୁତିରେ ଲାଗେ। ତଳ ଭାଗରେ (ଭିତର) ତ୍ରିଭୁଜ ଦଣ୍ଡ ଭଳି ଥାଏ। ଯେଉଁ ବେଲାରେ ପଖାଳ ଭୋଜନ କରିବା ନିଷିଦ୍ଧ।
ଖୁବ୍‌‌ ଦାମ୍‌‌ର ବେଲା ହେଉଛି ଦୋହରି ରେକାବି ବେଲା। ସମୁଦି, ସମୁଦୁଣୀଙ୍କୁ ଏ ବେଲାରେ ପଖାଳ ବଢ଼଼ାଯାଏ। ଦୁଇଟି ଫଙ୍ଗ ଭଳି ଦେଖାଯାଏ। ଯାହା ଏକ ସୂକ୍ଷ୍ମ କଳା। ତ୍ରିପଟା ତୋରାଣି ବେଲା ମଧ୍ୟ ରହିଛି, ଯାହାର ବାହାର ପଟେ ୩ଟି ଧାର ଥାଏ। ବେଶୀ ଗାଢ଼଼ୁଆ ନୁହେଁ। କେବଳ ଧନିକ, ଜମିଦାର ଲୋକେ ଏଥିରେ ଖରାଦିନେ ତୋରାଣି ପିଇବାରେ ମଜା ନେଇଥାଆନ୍ତି। ନକସୀ ବେଲାର ପେଟ ସାରା ସୂକ୍ଷ୍ମ ହାତ ନକ୍ସା (ଓଲଟା ଶୁଆ, ସଦା ବିହାରୀ ଫୁଲ, ହରିଣ, ଗଣେଶ, ଦୋଳ ବିମାନ, ରାଜାଙ୍କ ପାରିଧି ଆଦି ଦୃଶ୍ୟ) ଖୋଦେଇ ହୋଇଥାଏ। ଉପହାର ଦେବା ବେଲାରେ ଗଣା। ପଖାଳ ଖିଆ ଯାଏ ନାହିଁ ଏଥିରେ।
ଇଣ୍ଡିଆନ ଆଇଡଲ୍‌‌ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର ରୋହନ୍‌‌ ବିଶ୍ୱାଳ
ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ କମାଲ କରିଛନ୍ତି ଓଡ଼ିଆ ପୁଅ ଡାକ୍ତର ରୋହନ୍‌‌ ବିଶ୍ୱାଳ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍‌ ୧୪ତମ ଇଣ୍ଡିଆନ ଆଇଡଲ୍‌ ଅଡିସନ୍‌ରେ ଗୋଲ୍ଡେନ୍‌ ଟିକଟ ହାତେଇ ଥିଏଟର୍‌ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସଙ୍ଗୀତକୁ ସାଧନା କରି କଣ୍ଠଶିଳ୍ପୀମାନେ ଏହି ପ୍ଲାଟଫର୍ମ ଜରିଆରେ ନିଜ କ୍ୟାରିଅର ଗଢ଼ିବାର ସୁଯୋଗ ପାଉଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।
ଅତୀତରେ ବିଭିନ୍ନ ବୃତ୍ତିର ବ୍ୟକ୍ତିଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିଥିବା ବେଳେ ରୋହନଙ୍କ ପରି ଜଣେ ଏମ୍‌‌ବିବିଏସ୍‌‌ ଡାକ୍ତରଙ୍କ ସଙ୍ଗୀତ ପ୍ରତି ଏଭଳି ଦୁର୍ବଳତା ଓ ଭଲ ପାଇବା ଇଣ୍ଡିଆନ୍‌ ଆଇଡଲରେ ପହଞ୍ଚିବା ବିଚାରକମାନଙ୍କୁ ପ୍ରଭାବିତ କରିଛି। ଏ ସଂପର୍କରେ ରୋହନ୍‌ କହିଛନ୍ତି, ଔଷଧ ଦ୍ବାରା ଶରୀରର କ୍ଷତ ଭଲ ହୋଇଥାଏ; କିନ୍ତୁ ସଂଗୀତ ମଣିଷର ମାନସିକ କ୍ଷତକୁ ଉପଶମ କରେ। ରୋହନ୍‌ଙ୍କ ଘର ଢେଙ୍କାନାଳରେ। ପିଲାଟି ଦିନରୁ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ବର୍ତ୍ତମାନ ସେ ଗୁରୁ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କଠାରୁ ଗୀତ ଶିଖୁଛନ୍ତି। ଅପରପକ୍ଷେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ମଞ୍ଚରେ ଗୀତ ଗାଇ ସେ ଅନେକଥର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ରୋଗୀ ସେବା ସହ ସଙ୍ଗୀତ ଯାତ୍ରା; ଉଭୟରେ ସଫଳତା ହାସଲ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ନୂଆଦିଲ୍ଲୀ: ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍(ଶିଶୁ ) ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ ‘ଜେଜେଙ୍କ ଗପ ଗଣ୍ଠିଲି'(କ୍ଷୁଦ୍ର ଗଳ୍ପ)କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି | ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ପୁରସ୍କାର ବାବଦକୁ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ।
ଚଳିତ ବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁ ସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଅସମୀୟା, ଇଂରାଜୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମୈଥିଳି, ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି
କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଖୁବଶୀଘ୍ର ହୋଇପାରନ୍ତି ଗିରଫ
କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ ହୋଇଥିବାବେଳେ କଟକ ମହିଳା ଥାନା ପୋଲିସ ଏହାକୁ ନେଇ ତନାଘନା ଆରମ୍ଭ କରିଛି । ସୌରିନ ଏବେ ଫେରାର ଥିବାରୁ ତାଙ୍କୁ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି କଟକ କମିଶନରେଟ ପୋଲିସ । ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ଆସନ୍ତା ଦୁଇ ଦିନ ଭିତରେ ଏହି ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ। ସୌରିନ ନିଜ ମୋବାଇଲକୁ ସୁଇଜ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ । ତେବେ ପୋଲିସ ପ୍ରଥମେ କଲିକତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜା ଖୋଜି କରିବ ବୋଲି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର ।
ଅନ୍ୟପଟେ ସୌରିନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ CRPC ର ଧାରା ୧୬୪ ଆଧାରରେ ପିଡ଼ିତାଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ । ଏହା ସହ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରାଯାଇଛି । କଟକ ଜଗତପୁରରେ ରହୁଥିବା ଜଣେ ଯୁବତୀ ସୌରିନଙ୍କ ନାଁରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏବଂ ବିବାହ ପ୍ରତିଶୃତି ଦେଇ ସୌରୀନ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ଠକେଇ କରିବା ନେଇ ଅଭିଯୋଗ କରିଛନ୍ତି ଜୁବତୀ ଜଣକ । ଏନେଇ ସମ୍ପୃକ୍ତ ଯୁବତୀ ସୋମବାର ଦିନ କଟକ ମହିଳା ଥାନାରେ ହାଜର ହୋଇ ସୌରିନଙ୍କ ବିରୁଦ୍ଧରେ ଏତାଲା ଦାୟର କରିଛନ୍ତି ।
ସର୍ବଭାରତୀୟ ସ୍ତରରେ ଆଉଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ; ‘ଆଟମିକ୍‌ ଏନର୍ଜି କମିସନ୍‌’ର ଅଧ୍ୟକ୍ଷ ହେଲେ ଡକ୍ଟର୍‌ ଅଜିତ ମହାନ୍ତି
ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି । ଏହା ସହ ସେ ମଧ୍ୟ ଆଣବିକ ଶକ୍ତି ବିଭାଗର ସଚିବ ପଦରେ ରହିବେ । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏନେଇ ଅନୁମୋଦନ ଦେଇଛି । ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ଡକ୍ଟର ଅଜିତ କୁମାର ମହାନ୍ତି ୨୦୧୯ରୁ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ୧୩ ତମ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟରତ ।
୧୯୫୯ ଜନ୍ମିତ ଡକ୍ଟର ମହାନ୍ତି ୧୯୭୯ରେ ବାରିପଦାସ୍ଥିତ ‘ଏମ୍‌. ପି. ସି. କଲେଜ’ରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ୧୯୮୧ରେ କଟକସ୍ଥିତ ରେଭେନ୍‌ସା କଲେଜରୁ ସ୍ନାତକୋତ୍ତର କରିଥିଲେ। ଏହାପରେ, ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ଟ୍ରେନିଙ୍ଗ୍‌ ସ୍କୁଲ୍‌ରୁ ୨୬ତମ ବ୍ୟାଚ୍‌ରେ ସ୍ନାତକ ହାସଲ କରି ୧୯୮୩ରେ ସେ ‘ଭାବା ଆ‌ଟମିକ୍‌ ରିସର୍ଚ ସେଣ୍ଟର୍‌’ର ‘ନ୍ୟୁକ୍ଲିୟର୍‌ ଫିଜିକ୍ସ୍‌ ଡିଭିଜନ୍’ରେ ଯୋଗ ଦେଇଥିଲେ। ଏହାଛଡ଼ା, ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସେ ଡକ୍ଟରେଟ୍‌ ପାଇଥିଲେ।
ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ, ଇଷ୍ଟର୍ଣ୍ଣ ଏୟାର କମାଣ୍ଡର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ନିଯୁକ୍ତ ହେଲେ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ
ନୂଆଦିଲ୍ଲୀ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଆମ ଓଡ଼ିଆ ପୁଅ ବାୟୁସେନା ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ । କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ସିଲଂରେ ନୂତନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମ୍ପାଣ୍ଡିଂ ଇନ୍‌ ଚିଫ୍‌ ଭାବେ ମିଳିଛି ନିଯୁକ୍ତି । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ଏହି ଦାୟିତ୍ବ ମିଳିଛି । ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ପଟ୍ଟନାୟକ।
Air Marshal DK Patnaik has been appointed as the new Eastern Air Commander in Shillong. He is presently the Senior Air Staff Officer in Central Air Command. pic.twitter.com/xlF9Noccfs
— ANI (@ANI) October 2, 2021
୧୯୯୯ ମସିହାରେ କାରିଗିଲ୍‌ ଯୁଦ୍ଧରେ ସେ ନିଜର ବୀରତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କର ସାହାସିକ କାର୍ଯ୍ୟ ପାଇଁ ଏ ବାୟୁସେନା ମେଡାଲ୍‌ ପ୍ରଦାନ କରାଯାଇଥିଲା । ୨୦୨୦ରେ ତାଙ୍କ ସାହସିକତା ଏବଂ ଉଲ୍ଲଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ସେଣ୍ଟ୍ରାଲ୍‌ ଏୟାର କମାଣ୍ଡରେ ସେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।
ମିରାଜ୍‌ ୨୦୦୦, ମିଗ୍‌ ୨୧ ସହ ଅନେକ ଯୁଦ୍ଧ ବିମାନ ଚଳଇବାସେ ସେ ଦକ୍ଷତା ହାସଲ କରିଛନ୍ତି । ତାଙ୍କର ୨୫୦୦ ଘଣ୍ଟାର ଉଡାଣ ଭରିବାର ରେକର୍ଡ ରହିଛି । କାରଗିଲ୍‌ ଯୁଦ୍ଧରେ ସେ ରାତିରେ ପ୍ରଥମ ଥର ପାଇଁ ଟାଇଗର୍‌ ହିଲ୍‌ରେ ଥିବା ପାକିସ୍ତାନ ସୈନ୍ୟ ଶିବିର ଉପରେ ଲେଜର୍‌ ଗାଇଡେଡ୍‌ ମିସାଇଲ୍‌ ମାଡ କରିଥିଲେ ।
Congratulate Air Marshal Dilip Kumar Patnaik AVSM VM(G) who is scheduled for appointment as Air Officer Commanding in Chief of the Eastern Air Command. His elevation will be an inspiration for youth from #Odisha to join the forces and aspire to serve the nation.
— Naveen Patnaik (@Naveen_Odisha) October 2, 2021
ଦିଲ୍ଲୀପଙ୍କୁ ନୂଆ ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ । ଦେଶସେବା ପାଇଁ ସେନାରେ ଯୋଗ ଦେବାକୁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଆ ପୁଅଙ୍କର ଏଭଳି କୃତିତ୍ୱ ପାଇଁ ଶୁଭେଛାର ବାର୍ତ୍ତା ଛୁଟିଛି ।
ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତଙ୍କୁ ନୂଆ ଦାୟିତ୍ବ , ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ
ଭୁବନେଶ୍ୱର: ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ନୂଆ ଦାୟିତ୍ବ । ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ ହେଲେ ଶ୍ରୀକାନ୍ତ । ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍) ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତ । ଭାରତ ସରକାର ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରୀ କରାଯାଇଛି । ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ଜିଏମ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
ସୂଚାନଯୋଗ୍ୟ, ବିନୟ ଶ୍ରୀକାନ୍ତ 2019ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ସେ ଖୁବ ଶୀଘ୍ର ନୂଆ ପଦ ଗ୍ରହଣ କରିବେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୁଟନୀତିଜ୍ଞ ଭାବରେ ସେ 2004 ରୁ 2012 ପର୍ଯ୍ୟନ୍ତ ମୋସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନର ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
2012ରୁ 2014 ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।
ଦୁବାଇରେ ଚମକିଲେ ଓଡ଼ିଆ ଝିଅ, ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ପାଇଲେ ମଧୁସ୍ମିତା
ଭୁବନେଶ୍ୱର: ଓଡିଆ ଝିଅଙ୍କୁ ବିଦେଶରେ ବଡ ସଫଳତା । ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଦୁବାଇରେ ଗତ ୧୨ ତାରିଖରେ ଅନୁଷ୍ଠିତ ଓମେନ ଲିଡରସିପ୍ ସମିଟରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଗତ ବର୍ଷ ମଧ୍ୟ ମଧୁସ୍ମିତା ଇଣ୍ଟରନ୍ୟାସନାଲ ଏଜୁକେସନ ସମିଟ ଆଣ୍ଡ ଆୱାର୍ଡ ଉତ୍ସବରେ ତାଙ୍କୁ ଡିଷ୍ଟିଙ୍ଗୱିସଡ ଲିଡରସିପ ଆୱାର୍ଡ ମିଳିଥିଲା ।
ପୂର୍ବରୁ ସେ ୟୁଏଇର ଡାଇରେକ୍ଟର ଜେନରାଲ ଭାବେ ମନୋନୀତ ହୋଇଥିବା ସହ କମନୱେଲଥ ଏଣ୍ଟରପ୍ରିନ୍ୟୁର୍ସ କ୍ଲବର ଆମ୍ବାସଡର ହୋଇଥିଲେ । ବିଭିନ୍ନ ଉତ୍କର୍ଷତାସମ୍ପନ୍ନ ବ୍ୟାବସାୟିକ ସମିଟ, ଶ୍ରମ ଅଧିକାର ଆକଳନ କ୍ଷେତ୍ରରେ ମଧ୍ୟ ବିଶେଷ ପାରଦର୍ଶିତା ହାସଲ କରିଛନ୍ତି ମଧୁସ୍ମିତା । ସେ ମଧ୍ୟ ଦୁବାଇ ଚାମ୍ବର, ଏନଗେଜ ଦୁବାଇ, ଦୁବାଇ କ୍ବାଲିଟି ଗ୍ରୁପ ଆଦି ସହ ଜଡିତ ଅଛନ୍ତି । ମଧୁସ୍ମିତା ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଲାଭ କରିଛନ୍ତି । ଭୁବନେଶ୍ବରରେ ଜନ୍ମିତ ମଧୁସ୍ମିତା ହେଉଛନ୍ତି ଡକ୍ଟର ଚତୁର୍ଭୁଜ ନାୟକ ଓ ବିଦୁଲତା ନାୟକଙ୍କ ସୁକନ୍ୟା ।
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ ଖେଳାଳି ।
Our 1⃣6⃣ warriors who will fight for the prestigious🥇at #Tokyo2020 🇮🇳
Team India #HaiTayyar 🏑#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y
— Hockey India (@TheHockeyIndia) June 18, 2021
୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।