Scheduled Castes Commission - The Sakala

କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା: ଅନୁସୂଚିତ ଜାତି ଆୟୋଗଙ୍କୁ ବିଜେଡିର ସ୍ମାରକପତ୍ର
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଅଧୀନ କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ୧୨ ବର୍ଷୀୟ ଆଦିବାସୀ ଛାତ୍ରୀ ରୂପାଲି ବେଶ୍ରାଙ୍କ ମୃତ୍ୟୁ ଏବଂ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାରେ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡି। ଏହି ଘଟଣାରେ ନ୍ୟାୟ ସୁନିଶ୍ଚିତ କରିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ ତତ୍କାଳ ପଦକ୍ଷେପ ନେବାକୁ ଦଳ ଦାବି କରିଛି।

ଦଳର ଅଭିଯୋଗ ଅନୁଯାୟୀ, ଗତ ୧୨  ତାରିଖରେ ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବାସି ଖାଦ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି, ଯାହା ଖାଦ୍ୟ ସୁରକ୍ଷା ମାନଦଣ୍ଡର ଗୁରୁତର ଉଲ୍ଲଙ୍ଘନ ଓ ପ୍ରଶାସନର ଚରମ ଅବହେଳାକୁ ପ୍ରକାଶ କରିଛି। ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ଚାଲୁଥିବା ଏହି ଆବାସିକ ସଂସ୍ଥାନରେ ନିର୍ଦ୍ଧାରିତ ପୋଷଣ ମାନଦଣ୍ଡ ଅନୁଯାୟୀ ତାଜା ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବାକୁ ପ୍ରାବଧାନ ରହିଛି। କିନ୍ତୁ ବଳକା ଖାଦ୍ୟ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବାରୁ ଏପରି ଗୁରୁତର ଅସୁସ୍ଥତା ସୃଷ୍ଟି ହୋଇଛି। ଏହି ଖାଦ୍ୟ ଖାଇ ରୂପାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ, ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବାକୁ ବିଜେଡି ଦାବି କରିଛି। ଏଥିସହ ସମସ୍ତ ଆଶ୍ରମ ସ୍କୁଲରେ ଖାଦ୍ୟ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ଓ ପୁନର୍ବାସ ବ୍ୟବସ୍ଥା କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଏହା ସହିତ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ମୟୂରଭଞ୍ଜ ଜିଲ୍ଲାକୁ ଗସ୍ତ କରି ଘଟଣାସ୍ଥଳରେ ପରିସ୍ଥିତିର ସମୀକ୍ଷା କରିବାକୁ ଦଳ ଅନୁରୋଧ କରିଛି। ଅଧ୍ୟକ୍ଷଙ୍କ ଗସ୍ତ ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପରିବାରବର୍ଗଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଆଦିବାସୀ ସମୁଦାୟର ଅଧିକାର ସୁରକ୍ଷା ପ୍ରତି ଆଶାକୁ ସୁଦୃଢ଼ କରିବ। ଆଦିବାସୀ ଶିଶୁମାନଙ୍କ ଜୀବନ ଓ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସେମାନଙ୍କୁ ସୁରକ୍ଷିତ ରଖିବା ନିତାନ୍ତ ଆବଶ୍ୟକ ବୋଲି ଦଳ ସ୍ମାରକପତ୍ରରେ ଉଲ୍ଲେଖ କରିଛି।

ସ୍ମାରକପତ୍ର ପ୍ରଦାନ ବେଳେ ବିଜେଡିର ବରିଷ୍ଠ ନେତାମାନେ ଯଥା ସୁଦାମ ମାରାଣ୍ଡି, ଡ. ପ୍ରିୟବ୍ରତ ମାଝୀ, ସାନନ୍ଦ ମାରାଣ୍ଡି, କୃଷ୍ଣାନନ୍ଦ ମହାନ୍ତି, ରାଜକିଶୋର ଦାସ, ଭାରତୀ ହାଁସଦା, ପ୍ରୀତିନନ୍ଦା କାନୁନଗୋ, ଡ. ଦେବାଶିଷ ମାରାଣ୍ଡି, ଦେବାଶିଷ ମହାନ୍ତି, ଗଣେଶ୍ୱର ପାତ୍ର, ସୁନିଲ ନାୟକ, ଜିତେନ୍ଦ୍ର ମହାନ୍ତି, ସୁବ୍ରମଣିୟମ ମହାନ୍ତି, ସୀମା ଦାସ, ଗଙ୍ଗାଧର ହେମ୍ୱ୍ରମ ଏବଂ ଦୁଷ୍ମନ୍ତ ମହାନ୍ତ ପ୍ରମୁଖ ସାମିଲ ଥିଲେ।