Hockey India - The Sakala

ବ୍ରୋଞ୍ଜ ବିଜେତା ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କଲେ ଓଡିଶା ସରକାର: ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ, ଅମିତ ରୋହିଦାସଙ୍କୁ ମିଳିବ ୪ କୋଟି
ଭୁବନେଶ୍ୱର: ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇବା ପରେ ପୁରସ୍କାର ଘୋଷଣା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଟିମ୍‌ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ଟଙ୍କା ପ୍ରଦାନ କରାଯିବ। ଏହାସହ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପ୍ୟାରିସ ଅଲିମ୍ପିକ୍ସରେ ଆଜି ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ଜିତିଛି । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି । ଅଲିମ୍ପିକ୍‌ ଗେମ୍ସରେ ୫୨ ବର୍ଷ ମଧ୍ୟରେ ଲଗାତାର ଦ୍ବିତୀୟ ଥର ପାଇଁ କାଂସ୍ୟ ପଦକ ହାତେଇଛି ଟିମ୍‌ ଇଣ୍ଡିଆ ।

ପ୍ୟାରିସ୍‌ ଅଲିମ୍ପିକ୍ସ: ହକିରେ ଭାରତକୁ ବ୍ରୋଞ୍ଜ୍ ପଦକ, ସ୍ପେନକୁ ୨-୧ ଗୋଲରେ ହରାଇଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା। ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ୍ ପଦକ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଲା ପୁରୁଷ ହକି ଦଳ। ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ ହାତେଇଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ କ୍ୱାର୍ଟରରେ ସ୍ପେନ ଗୋଲ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଗୋଲ ଦେଇଥିଲେ ଭାରତୀୟ ପୁରୁଷ ହକି ଦଳ। ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ ଏବଂ ଗୋଲ କିପର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ଭାରତକୁ ବ୍ରୋଞ୍ଜ୍ ପଦକ ଜିତାଇବାରେ ସାହାଯ୍ୟ କରିଛି । ତେବେ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ମେଡାଲ ହାତେଇଛି ହକି ଇଣ୍ଡିଆ। ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ବି ବ୍ରୋଞ୍‌କ ମେଡାଲ ଜିତିଥିଲା ଦଳ। ତେବେ ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ ।

ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା, ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି। ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ। ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ କରାଯାଇଛି। ଜୁଲାଇ ୨୬ରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଭାରତୀୟ ହକି ଟିମ୍:

ଗୋଲକିପର୍ସ

୧.ଶ୍ରୀଜେଶ ପରତ୍ତୁ ରବୀନ୍ଦ୍ରନ

ଡିଫେଣ୍ଡର୍ସ:

୨.ଜାରମାନପ୍ରୀତ ସିଂହ।

୩.ଅମିତ ରୋହିଦାସ।

୪.ହରମନପ୍ରୀତ ସିଂ।

୫.ସୁମିତ।

୬.ସଞ୍ଜୟ।

ମିଡଫିଲ୍ଡର୍ସ:

୭.ରାଜକୁମାର ପାଲ।

୮.ଶାମଶେର ସିଂହ।

୯. ମନପ୍ରୀତ ସିଂହ।

୧୦.ହାର୍ଦ୍ଦିକ ସିଂହ।

୧୧.ବିବେକ ସାଗର ପ୍ରସାଦ।

ଫରୱାର୍ଡ୍ସ:

୧୨.ଅଭିଷେକ।

୧୩.ସୁଖଜିତ୍ ସିଂହ।

୧୪.ଲଳିତ କୁମାର ଉପାଧ୍ୟାୟ।

୧୫.ମନଦୀପ ସିଂହ।

୧୬.ଗୁରୁଜନ୍ତ ସିଂହ।

ଅଲଟରନେଟ ଆଥଲେଟ୍ସ:

୧୭.ନୀଲକାନ୍ତ ଶର୍ମା।

୧୮.ଜୁଗରାଜ ସିଂହ।

୧୯.କୃଷ୍ଣ ବାହାଦୂର ପଠକ।

ମାଲେସିଆକୁ ୪-୩ ଗୋଲରେ ହରାଇ ଚତୁର୍ଥ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ
ଚେନ୍ନଇ: ଏସିଆନ ଚାମ୍ପିଅନ୍ସ ଟ୍ରଫିର ସପ୍ତମ ସଂସ୍କରଣରେ ଆୟୋଜକ ଭାରତ ଏଥର ଚାମ୍ପିଅନ ହୋଇଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ସର୍ବାଧିକ ଚତୁର୍ଥଥର ପାଇଁ ଟାଇଟଲ ହାସଲ କରିଛି। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ (୩ ଟାଇଟଲ)କୁ ପଛରେ ପକାଇ ସଫଳତମ ଦଳ ବିବେଚିତ ହୋଇଛି। ଭାରତ ୩-୧ ଗୋଲରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରିବା ସହ ଶେଷରେ ନାଟକୀୟ ଢଙ୍ଗରେ ବାଜି ମାରିଛି। ଏଥିସହ ସାରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି।

ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମାଲେସିଆ ୩-୧ ଗୋଲରେ ଅଗ୍ରଣୀ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଦୁଇଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ। ୯ମ ମିନିଟ୍‌‌ରେ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା। ଯୁଗରାଜ ସିଂ ପେନାଲ୍ଟିକର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। କିନ୍ତୁ ପରବର୍ତ୍ତୀ ୨୩ ମିନିଟ୍‌‌ରେ ମାଲେସିଆ ୩ଟି ଗୋଲ ଦେଇଥିଲା। ୧୪ତମ ମିନି୍‌‌ଟରେ ଅବୁ କମାଲ ଅଜରାଇ ଗୋଲ ଦେଇ ମ୍ୟାଚ୍‌‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ପ୍ରଭାବ ବିସ୍ତାର କରି ଖେଳି ପେନାଲ୍ଟି କର୍ଣ୍ଣର ଜରିଆରେ ୨ଟି ଗୋଲ ଦେଇ ଭାରତକୁ ବ୍ୟାକ୍‌‌ଫୁଟକୁ ନେଇଯାଇଥିଲା। ମାଲେସିଆ ପାଇଁ ୧୮ତମ ମିନିଟ୍‌‌ରେ ରାଜି ରହିମ ଓ ୨୮ତମ ମିନିଟ୍‌‌ରେ ମହମ୍ମଦ ଅମିନୁଦ୍ଦିନ ଗୋଲ ଦେଇଥିଲେ।

ତୃତୀୟ କ୍ୱାର୍ଟରରେ ଭାରତର ପ୍ରତ୍ୟାବର୍ତ୍ତନ

ଦ୍ୱିତୀୟାର୍ଦ୍ଧାରେ ଭାରତ ଗୋଲ ପରିଶୋଧ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲା ଓ ସଫଳ ମଧ୍ୟ ହୋଇଥିଲା। ଭାରତ ତୃତୀୟ କ୍ୱାର୍ଟର ଅନ୍ତିମ ମିନିଟ୍‌‌ ଅର୍ଥାତ ୪୫ତମ ମିନିଟ୍‌‌ରେ ଦୁଇଟି ଗୋଲ ଦେଇ ମ୍ୟାଚ୍‌‌ରେ ରୋମାଞ୍ଚ ଭରିଥିଲା। ଅଧିନାୟକ ହରମନପ୍ରିତ ସିଂ ପେନାଲ୍ଟି ଷ୍ଟ୍ରୋକ୍‌‌ ଜରିଆରେ ଓ ଗୁରଜନ୍ତ ସିଂ ଭାରତ ପାଇଁ ପ୍ରଥମ ଫିଲ୍ଡ ଗୋଲ ଦେଇଥିଲେ। ଏହାପରେ ଚତୁର୍ଥ କ୍ୱାର୍ଟରରେ ଜବରଦସ୍ତ ସଂଘର୍ଷ ଦେଖାଦେଇଥିଲା। ୫୬ତମ ମିନିଟ୍‌‌ରେ ଆକାଶଦୀପ ସିଂ ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ଭାରତକୁ ୪-୩ ଅଗ୍ରଣୀ କରାଇଥିଲେ। ମାଲେସିଆ ଗୋଲ ପରିଶୋଧ କରିପାରି ନଥିଲା ଓ ଶେଷରେ ଭାରତ ବିଜୟୀ ହୋଇଥିଲା।

ଦକ୍ଷିଣ କୋରିଆକୁ ହରାଇ ଜାପାନ ତୃତୀୟ

ଏଥର ଜାପାନ ତୃତୀୟ ସ୍ଥାନ ଅଧିକାର କରି ଅଭିଯାନ ଶେଷ କରିଛି। ଶନିବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମୁକାବିଲାରେ ଜାପାନ ୫-୩ ଗୋଲରେ ଗତଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଜାପାନ ତରଫରୁ ଉକା ରିଓମା, ରେ‍୍ୟାସେଇ କୋଟୋ, କେନ୍ତେରା ଫୁକୁଡା, ଶୋଟା ୟାମାଡା ଓ କେନ ନାଗାୟୋସି ଗୋଲ ସ୍କୋର କରିଥିଲେ। ଦକ୍ଷିଣ କୋରିଆ ତରଫରୁ ୧୫ ଓ ୩୩ତମ ମିନିଟ୍‌‌ରେ ଅଧିନାୟକ ଜୋଙ୍ଗହ୍ୟୁନ୍‌‌ ଜାଙ୍ଗ ପେନାଲ୍ଟି ଜରିଆରେ ଦୁଇଟି ଗୋଲ ଏବଂ ୨୬ତମ ମିନିଟ୍‌‌ରେ ଚେଓଲିଓନ ପାର୍କ ଫିଲ୍ଡ ଗୋଲ ଦେଇଥିଲେ।

ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର

ଏସିଆନ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ହାସଲ କରିଥିବା ଭାରତୀୟ ହକି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ହକି ଇଣ୍ଡିଆ ଘୋଷଣା କରିଛି। ସେହିପରି ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌‌ଙ୍କୁ ପୁରସ୍କାର ବାବଦରେ ଦେଢ଼ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ କୁହାଯାଇଛି।

ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ହରାଇ ପ୍ରଥମଥର ଜୁନିଅର ମହିଳା ଏସିଆ କପ୍ ହକି ଟାଇଟଲ ଜିତିଲା ଭାରତ
ଟୋକିଓ: ପ୍ରଥମ ଥର ପାଇଁ ଏସିଆ କପ୍ ଜୁନିଅର ମହିଳା ହକିରେ ଚାମ୍ପିଅନ ହୋଇଛି ଭାରତ । ଫାଇନାଲରେ ଭାରତ ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଟାଇଟଲ ହାସଲ କରିଛି। ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହି ଚାମ୍ପିଅନ ହୋଇଛି ଭାରତ ।

ଜାପାନର କାକାମିଗହାରା ସହରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ପ୍ରଥମ ହାଫରେ ବରାବର ସ୍ଥିତିରେ ଥିଲେ । ଉଭୟ ଟିମ୍ ପ୍ରଥମ ହାଫରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଭାରତ ପାଇଁ ପ୍ରଥମ ଗୋଲ୍ ଅନ୍ନୁ (୨୨ ମିନିଟ) ଏବଂ ଦ୍ୱିତୀୟ ଗୋଲ (୪୧ମିନିଟ) କରିଥିଲେ ।

ସେମିଫାଇନାଲରେ ଭାରତ, ଜାପାନକୁ ହରାଇ ଏ ବର୍ଷ ଶେଷ ଆଡକୁ ଚିଲିର ସାଣ୍ଟିଆଗୋରେ ହେବାକୁ ଥିବା ଜୁନିଅର ବିଶ୍ୱକପ ହକି ପାଇଁ ଯୋଗ୍ୟତା ହାସଲ କରିଥିଲା । ଭାରତୀୟ ଦଳର ଏହି ଐତିହାସିକ ସଫଳତା ପାଇଁ ହକି ଇଣ୍ଡିଆ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ଘୋଷଣା କରିଛି । ଦଳର ସପୋର୍ଟ ଷ୍ଟାଫ୍ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇବେ । କିଛି ଦିନ ତଳେ ଭାରତୀୟ ଜୁନିଅର ପୁରୁଷ ଦଳ ମଧ୍ୟ ଏସିଆ କପ୍ ଚାମ୍ପିଅନ ହୋଇଥିଲା ।

ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ ପ୍ରଦାନ
ଭୁବନେଶ୍ୱର: ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି। FIH  ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ। କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି। ହକି ଇଣ୍ଡିଆର ସମ୍ପାଦକ ଜେନେରାଲ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବିଶ୍ବର ୧୬ଟି ଟିମକୁ ନେଇ ହକି ମହାକୁମ୍ଭ ଆୟୋଜନ ହୋଇଥିବାବେଳେ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା। ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ହକି ବିଶ୍ବକପ ଆୟୋଜନ ହୋଇଥିଲା । ରାଉରକେଲାରେ ପ୍ରଥମଥର ପାଇଁ ବିଶ୍ବକପ ଆୟୋଜନ ହୋଇଥିଲାବେଳେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ୍ ହୋଇଥିଲା ।

@CMO_Odisha @sports_odisha @Media_SAI @IndiaSports @asia_hockey

— Hockey India (@TheHockeyIndia) March 23, 2023

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ସ୍ତରର ଭିତ୍ତିଭୂମି ରହିଛି। ଏଠାକାର ବହୁମୁଖୀ ସୁବିଧା କମନଓ୍ବେଲଥ ଗେମ୍ସ ଓ ଏସିଆନ ଗେମ୍ସ ପାଇଁ ମଧ୍ୟ ଉପଯୋଗୀ। ବିଶ୍ବକପ ଭାରତ ଆୟୋଜନ କରିଥିବାବେଳେ ଓଡ଼ିଶା ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ଅନ୍ତର୍ଜାତୀୟ ସ୍ତରର ଉଦଘାଟନୀ ଉତ୍ସବରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ। ବିଶ୍ବସ୍ତରୀୟ ଆୟୋଜନ ପାଇଁ ସାରା ବିଶ୍ବର କ୍ରୀଡ଼ାପ୍ରେମୀ ବିଶ୍ବକପରେ ଯୋଗଦେଇଥିଲେ। ଓଲିଲ୍ୟାଣ୍ଡ ସହିତ ଦୁଇ ସହରର ସୌନ୍ଦର୍ଯ୍ଯକରଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଯେଉଁଥିରେ ସମସ୍ତ ଖେଳାଳି ସହତ କ୍ରୀଡ଼ାପ୍ରେମୀ ଖୁସି ପ୍ରକାଶ କରିଥିଲେ । ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସିଆନ୍ ହକି ଫେଡେରେସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨: ହକି ବିଶ୍ବକପକୁ ସଫଳ କରାଇବାରେ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଉଛି। ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।  ହକି ଇଣ୍ଡିଆରେ ଓଡ଼ିଶାର ଅବଦାନ, ହକି ବିଶ୍ଵକପ ଆୟୋଜନ ଏବଂ ଏହାକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଇଣ୍ଡିଆ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୱାର୍ଡ଼ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍ ରବିକାନ୍ତ ।

ସେହିପରି ହକି ଇଣ୍ଡିଆର ପରଗଦ ସିଂହ ଆୱାର୍ଡ଼ ଫର୍ defender of the year ୨୦୨୧ର ମହିଳା କାଟାଗୋରୀରେ ଦୀପ ଗ୍ରେସ ଏକ୍କାଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିବା ବେଳେ  ହକି ଇଣ୍ଡିଆର ପରଗଦ ସିଂହ ଆୱାର୍ଡ଼ ଫର୍ defender of the year ୨୦୨୧ ର ପୁରୁଷ କାଟାଗୋରୀରେ  ଅମିତ ରୋହି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ଯକ୍ରମରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର  ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଯୋଗ ଦେଇଥିଲେ। ଅନୁରାଗ ଠାକୁର କହିଥିଲେ ଯେ, ହକି ବିଶ୍ଵକପର ସଫଳ ଆୟୋଜନ କରିଛି ଓଡ଼ିଶା । ପୁରୁଷ ଟିମ୍ ଏବଂ ମହିଳା ଟିମ୍ ଖୁବ୍ ପ୍ରସଂଶନୀୟ ପ୍ରଦର୍ଶନ କରୁଛନ୍ତି । ଜୁନିଅର ଟିମ୍ ମଧ୍ୟ  ଭଲ ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ ଯେ,  ହକି ବର୍ତ୍ତମାନ କେବଳ ପଞ୍ଜାବ ହରିୟଣା ରେ ସୀମିତ ନାହିଁ । ଓଡ଼ିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡରୁ ଆରମ୍ଭ କରି ସମଗ୍ର ଦେଶରୁ ହକି ଖେଳାଳି ଆସୁଛନ୍ତି।

ହକି ବିଶ୍ୱକପରେ ଆଜିଠୁ କ୍ରସ ଓଭର ମ୍ୟାଚ୍: ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ
ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।

ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପୁଲ୍‌‌ର ନଂ-୧ ଟିମ୍‌‌ ଯଥା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ଲାଗି ଆଜିଠାରୁ କ୍ରସ୍‌‌ଓଭର ବା ଅନ୍ୟ ପକ୍ଷରେ କହିଲେ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ହେବ।

ଏହି କ୍ରସ୍‌‌ ଓଭରରେ ପ୍ରଥମ ମ୍ୟାଚ୍‌‌ ପୁଲ-ସି’ରେ ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନିତ ଦଳ ସ୍ପେନର ମୁକାବିଲା ହେବ। ଏହା ପରେ ପୁଲ-ଡି’ରେ ଦ୍ୱିତୀୟ ହୋଇଥିବା ଭାରତ ସହ ପୁଲ-ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡ ଖେଳିବ। ଉଭୟ ମ୍ୟାଚ୍‌‌ କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବ। ଆୟୋଜକ ଭାବେ ଭାରତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଏହି ମ୍ୟାଚ୍‌‌ର ଫଳାଫଳକୁ ନେଇ ଚାପରେ ରହିଛି। କାରଣ ଏହା ହେଉଛି ନକ୍‌‌ଆଉଟ ପର୍ଯ୍ୟାୟ। ଏବେଠାରୁ ମ୍ୟାଚ୍‌‌ରେ ପରାଜିତ ହେବା ଅର୍ଥ ବିଶ୍ୱକପ୍‌‌ରୁ ବିଦାୟ। ଦୀର୍ଘ ୪୮ ବର୍ଷ ପରେ ଭାରତ ପଦକ ଜିତିବାକୁ ଆଶା ରଖିଥିଲାବେଳେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଜରୁରୀ। ଭାରତ ଯଦି ଏହି ମ୍ୟାଚ୍‌‌ରେ ବିଜୟୀ ହୁଏ, ତେବେ ଜାନୁଆରୀ ୨୪ରେ ବେଲଜିୟମ୍‌‌ ସହ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏଣୁ ଏବେ ଠାରୁ ଭାରତ ପ୍ରତ୍ୟେକ ମ୍ୟାଚ୍‌‌କୁ ସେମିଫାଇନାଲ ଭାବେ ବିବେଚନା କରିବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ କହିଛନ୍ତି।

ହକି ବିଶ୍ୱକପ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା, ସ୍କ୍ବାର୍ଡରେ ୨ ଓଡିଆ ଖେଳାଳି ସାମିଲ
ନୂଆଦିଲ୍ଲୀ: FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ପାଇଁ ହକି ଇଣ୍ଡିଆ ଆଜି ୧୮  ଜଣିଆ ଦଳ ଘୋଷଣା କରିଛି। ୧୩ ଜାନୁଆରୀ ରାଉରକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରୁ ଏହି ବିଶ୍ବକପ ଆରମ୍ଭ ହେବ। ହରମନ ପ୍ରିତ ସିଂହଙ୍କ ନେତୃତ୍ବରେ ପଡିଆକୁ ଉହ୍ଲାଇବ ଭାରତୀୟ ଦଳ। ସେହିପରି ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କୁ ଉପ- ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।  ଏହି ବିଶ୍ବକପରେ ଗୋଲକିପରର ଦାୟିତ୍ବ ତୂଲାଇବେ  କ୍ରିଷ୍ଣା ବାହାଦୂର ପାଠକ ଓ  ପିଆର ଶ୍ରୀଜେସ । ଏଥିସହ ଉଭୟ ତାଙ୍କର ଚତୁର୍ଥ ବିଶ୍ବକପ ଖେଳିବାକୁ ଯାଉଛନ୍ତି। ଘୋଷଣା ହୋଇଥିବା ୧୮ ଜଣିଆ ଟିମରେ ଓଡ଼ିଶାର ଆଉ ଜଣେ ଖେଳାଳି ସଂଜୀବ ନିଲମ ଖେସ୍  ସାମିଲ ଅଛନ୍ତି।

୧୩ ଜାନୁଆରୀ ରାଉରକେଲାରେ ଭାରତ ସ୍ପେନ ବିପକ୍ଷରେ ପ୍ରଥମ ମ୍ୟଚ ଖେଳି ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ତା’ପରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ପୁଲ ଡି ମ୍ୟାଚ ଆରମ୍ଭ ହେବ। ୱେଲ୍ସ ବିପକ୍ଷ ତୃତୀୟ ପୁଲ୍ ମ୍ୟାଚ୍ ଖେଳିବା ପାଇଁ ସେମାନେ ଭୁବନେଶ୍ୱରରୁ କଳିଙ୍ଗ ଷ୍ଟାଡିୟକୁ ଯିବେ। ନକଆଉଟ୍ ପର୍ଯ୍ୟାୟ ୨୨ ଓ ୨୩ ଜାନୁଆରୀରେ କ୍ରସଓଭର ମ୍ୟାଚ୍ ଏବଂ ୨୫ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ୨୭ ଜାନୁଆରୀରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ବ୍ରୋଞ୍ଜ ପଦକ ମ୍ୟାଚ୍ ଓ ଫାଇନାଲ୍ ୨୯ ଜାନୁଆରୀରେ ଅନୁଷ୍ଠିତ ହେବ।

ଭାରତୀୟ  ଟିମ: କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ହରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର,ଜରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ ରହିଛନ୍ତି । ସେହିପରି ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମସେର ସିଂ, ବିବେକ ସାଗର ପ୍ରସଦା, ଅକ୍ଷଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ । ବିକଳ୍ପ ଖେଳାଳି ଭାବେ ରହିଛନ୍ତି ରାଜକୁମାର ପାଲ ଓ ଯୁଗରାଜ ସିଂ ।

ଗ୍ରାସରୁଟରୁ ମଜଭୁତ ହେବ ହକି; ସ୍ପୋଟ୍‌ସ ହଷ୍ଟେଲ ଓ ହକି ଏକାଡେମୀରେ ରହିବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍: ଦିଲ୍ଲୀପ ତିର୍କୀ
ଭୁବନେଶ୍ୱର: ଆକ୍ସନ ମୁଡରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଡ଼. ଦିଲ୍ଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଡ଼ ଦିଲ୍ଲୀପ ତିର୍କି। ଏନେଇ ହକି ଇଣ୍ଡିଆ ସଭାପତି ଡ. ଦିଲ୍ଲୀପ ତିର୍କୀ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି ।

୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ଟ୍ରେନିଂ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରିଛି । ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ମର୍ଡନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ। ଗ୍ରାସରୁଟରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଫୋକସ ଦିଆଯାଉଛି। ଗ୍ରାସରୁଟ ଲେବୁଲରେ ଅଧିକ ପୁଅ ଝିଅ କିପରି ହକିରେ ସାମିଲ ହେବେ ଏବଂ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ।

ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି । ତାହାର କାରଣ ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି । ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକପିର କୋଚ୍ ରହିଛନ୍ତି । ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଲ ହେଉଛି। ଡ.ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହେବା ପରେ ଭାରତୀୟ ହକି ଟିମ୍ ତା’ର ପୂର୍ବ ଗୌରବକୁ ଫେରିପାଇବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ।

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସହ ଉଚ୍ଚ ପ୍ରତିନିଧି ଦଳ
ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ ଆଦି ଦେଖିଥିଲେ।

ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ଆସିଥିଲେ। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ।

‘‘ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହାର କାମ ମଧ୍ୟ ଜୋରସୋରରେ ଚାଲିଛି। ହକି ବିଶ୍ୱକପ ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ହକି ଇଣ୍ଡିଆ ଖୁସି’’, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

‘‘ଆମେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାମ ବୁଲିକି ଦେଖିଲୁ। ବହୁତ ଭଲ କାମ ହୋଇଛି। ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାର ମଧ୍ୟ ତତ୍ପର ଅଛନ୍ତି। ଏହି ବିଶ୍ୱକପକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ହକି ଇଣ୍ଡିଆ ମଧ୍ୟ ଆବଶ୍ୟକ ସହଯୋଗ କରିବ’’, କହିଛନ୍ତି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ।

ହକି ଇଣ୍ଡିଆର ଏହି ଉଚ୍ଚ ପ୍ରତିନିଧି ଦଳ ବୁଧବାର ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିଥିଲେ। ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ।

ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ତେଣୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।

୨୦୨୩ ଜାନୁୟାରୀ ମାସରେ ହେବାକୁ ଥିବା ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର ସହିତ ରାଉରକେଲାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେଠାରେ ୨୦ ହଜାରରୁ ଅଧିକ ଦର୍ଶକ ଏକାସାଙ୍ଗେ ବସି ଖେଳ ଉପଭୋଗ କରିପାରିବେ।

ହକି ଇଣ୍ଡିଆ ପ୍ରତିନିଧିଙ୍କ ଷ୍ଟାଡିୟମ ପରିଦର୍ଶନ ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ହକି ଇଣ୍ଡିଆ ସଭାପତି ହେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ
ଭୁବନେଶ୍ବର : ହକି ଇଣ୍ଡିଆର ସଭାପତି ହୋଇଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ବିନା ପ୍ରତିଦ୍ବନ୍ଦିତାରେ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ନୋମିନେସନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ହକି ଇଣ୍ଡିଆର ସଭାପତିପାଇଁ ନାମାଙ୍କନ ଭରିଥିବା ମୋଟ୍‌ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଯାହା ଫଳରେ ଦିଲ୍ଲୀପ ତିର୍କୀ ପ୍ରଥମ ଓଡିଆ ଭାବେ ହକି ଇଣ୍ଡିଆ ସଭାପତି ଭାବେ ନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ ଅକ୍ଟୋବର ୧ତାରିଖରେ ହେବ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାର ଥିଲା। ଅକ୍ଟୋବର ୯ତାରିଖ ସୁଦ୍ଧା ପ୍ରକ୍ରିୟା ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।। ତେବେ  ହକି ଇଣ୍ଡିଆର ସଭାପତି ପଦ ପାଇଁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ମିଶାଇ ମୋଟ୍‌ ୩ ଜଣ ନାମାଙ୍କନ ଭରିଥିଲେ। ହେଲେ ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଅନ୍ୟ ୨ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ। ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ତେବେ ହକି ଇଣ୍ଡିଆରର ସଭାପତି ଭାବେ ସେ ପ୍ରଥମ ଖେଳାଳି ଭାବେ ନିର୍ବାଚିତ ହୋଇଛନ୍ତି।

ଭାରତୀୟ ହକି’ରେ ଦିଲୀପ ତିର୍କୀ ଜଣେ ଜଣାଶୁଣା ଚେହରୋ। ଅନ୍ତର୍ଜାତୀୟ ହକିରେ ତାଙ୍କର ଅନେକ ଗୁଡ଼ିଏ ଭଲ ରେକର୍ଡ ରହିଛି। ସେ ଭାରତୀୟ ହକିରେ ଜଣେ ବିଶ୍ବସ୍ତ ପ୍ରତିଭା। ଭାରତ ପାଇଁ ସେ ୧୫ ବର୍ଷ ଯାଏଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତାଙ୍କର କ୍ୟାରିୟର ଭିତରେ ସେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଦିଲୀପ ତିର୍କୀ କେବଳ କ୍ରୀଡ଼ାରେ ଅଟକି ନାହାନ୍ତି। ସେ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ମଧ୍ୟ ହୋଇଛନ୍ତି।

ଦିଲୀପ ତିର୍କୀ ୨୫ ନଭେମ୍ବର ୧୯୭୭ ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସୁନାମରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଭିନସେନ୍ଟ ତିର୍କୀ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହାପରେ୨୦୧୯ ମସିହାରେ ଗଠିତ “ଓଡ଼ିଶା ହକି ପ୍ରମୋଶନ କାଉନସିଲ”ର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ । ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବର ବିଷୟ। ହକିର ବିକାଶ ପାଇଁ ଓଡ଼ିଶା ସରକାର ବଡ଼ ସ୍ବପ୍ନ ଦେଖିଛନ୍ତି। ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶାର ପୁଅ ‘ହକି ଇଣ୍ଡିଆ’ର ସଭାପତି ହୋଇଥିବାରୁ ଏହି କ୍ରୀଡ଼ାର ଅଧିକ ଉନ୍ନତ ହୋଇପାରିବ ବୋଲି ଆଶା କରାଯାଉଛି। ସେହିପରି ଦିଲୀପ ତିର୍କୀ ଜଣେ ହକି ଖେଳାଳି ହୋଇଥିବାରୁ ହକିକୁ ଏକ ଶୀର୍ଷ ସ୍ତରକୁ ନେଇପାରିବେ ବୋଲି ମଧ୍ୟ ଆଶା କରାଯାଉଛି। ଦିଲୀପ ତିର୍କୀ ‘ହକି ଇଣ୍ଡିଆ’ର ସଭାପତି ହେବା ପରେ ରାଜ୍ୟର କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।