Birendra Lakra - The Sakala

ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ । ଏସିଆ କପରେ କମାଲ କରିବା ପାଇଁ ଘୋଷଣା ହୋଇସାରିଥିଲା ୧୮ ଜଣିଆ ଦଳ । ଦଳର ଅଧିନାୟକ ଭାବେ ଦାୟିତ୍ୱଭାର ଭାରତୀୟ ହକି ଦଳର ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା । ଏବଂ ଉପ ଅଧିନାୟକ ଭାବେ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ହଠାତ ସବୁ ବଦଳିଯାଇଥିଲା । ଭାରତୀୟ ହକି ଦଳ ଉପରେ ଚଡ଼କ ପଡ଼ିଯାଇଥିଲା । ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ଡ୍ରାଗ୍‌ ଫ୍ଲିକର ରୁପିନ୍ଦର ଅଭ୍ୟାସ ସମୟରେ ଆହତ ହୋଇଥିଲେ ।

ଯାହା ପରେ ଭାରତୀୟ ହକି ଦଳର ପୁରା ଦାୟିତ୍ୱ ଓଡ଼ିଆ ହକି ତାରକା ତଥା ଅଲିମ୍ପିକ ବ୍ରୋଞ୍ଜ୍‌ ପଦକ ବିଜେତା ବୀରେନ୍ଦ୍ର ଲାକ୍ରାଙ୍କୁ ଦିଆଯାଇଛି । ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବ। ଏଥି ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କ୍ୟାପଟେନ ଲାକ୍ରା ଓ ପୂରା ଭାରତୀୟ ହକି ଟିମକୁ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Congratulate #Odisha player Birendra Lakra on being selected to lead the Indian Men's Hockey Team at the Hero Men's Asia Cup in Indonesia. Wish the team all the very best. #OdishaForSports https://t.co/enSC6Wsu8c

— Naveen Patnaik (@Naveen_Odisha) May 14, 2022

ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାରିୟର

୧୯୯୦ ମସିହା ଫେବୃଆରି ୩ରେ ସୁନ୍ଦରଗଡ଼ର ଲାଚଚାଡ଼ା ଗାଁରେ ଜନ୍ମ ହୋଇଥିବା ବୀରେନ୍ଦ୍ର ଲାକ୍ରା ଦେଶ ପାଇଁ ଏପର୍ଯ୍ୟନ୍ତ ୨୦୧ଟି ମ୍ୟାଚ୍ ଖେଳିସାରିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସମୟରେ ପୁରୁଷ ହକିରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଖାଲି ସେତିକି ନୁହେଁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଇତିହାସ ରଚିଥିବା ଏହି ଭାରତୀୟ ହକି ଦଳର ଉପ ଅଧିନାୟକ ଭାବରେ ମଧ୍ୟ ବୀରେନ୍ଦ୍ରଙ୍କୁ ମନୋନୀତ କରାଯାଇଥିଲା ।

ଏହାପରେ ହକି ଖେଳରୁ ବୀରେନ୍ଦ୍ରଙ୍କୁ ଓଡ଼ିଶାର ସୁରକ୍ଷା ଭାର ଦିଆଯାଇଥିଲା । ବୀରେନ୍ଦ୍ର ଲାକ୍ରା ୨୦୨୨ ଫେବୃଆରୀ ୧୭ରେ ଓଡ଼ିଶା ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନୁଯୁକ୍ତି ପାଇଥିଲେ । ସେ କଟକସ୍ଥିତ ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ସୁନିଲ ବଂସଲଙ୍କ ଉପସ୍ଥିତିରେ ଡିଏସପି ଭାବରେ ଯୋଗ ଦେଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ରୁପିନ୍ଦର ଏବଂ ବିରେନ୍ଦ୍ରଙ୍କ ଯୋଡ଼ି ବିପକ୍ଷ ଦଳକୁ ଚକମା ଦେବା ପାଇଁ ବହୁତ ଭଲ ଯୋଡ଼ି । ବୀରେନ୍ଦ୍ର ଏବଂ ସୁନୀଲ ଅତ୍ୟଧିକ ଅଭିଜ୍ଞ ଏବଂ ବହୁ ବର୍ଷ ଧରି ନେତୃତ୍ୱ ନେଇଆସୁଛନ୍ତି । ତେବେ ରୁପିନ୍ଦରଙ୍କର ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇ ପାରେ ବୋଲି ଖେଳ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି ।

ହକିରୁ ଅବସର ଘୋଷଣା କଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା
ଭୁବନେଶ୍ବର : ଭାରତୀୟ ହକି ଟିମ୍ରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୁରୁବାର ହକିରୁ ଅବସର ନେଇ ହକି ଇଣ୍ଡିଆକୁ ଜଣାଇଥିଲେ। ଏହାପରେ  ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା  ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି।

2️⃣0️⃣1️⃣ Caps
🥉 Olympic Bronze Medallist

A solid defender and one of the most influential Indian Men's Hockey Team figures, the Odisha star has announced his retirement from the Indian national team.

Happy Retirement, Birendra Lakra. 🙌#IndiaKaGame pic.twitter.com/p8m8KkWDb4

— Hockey India (@TheHockeyIndia) September 30, 2021

ବୀରେନ୍ଦ୍ର ୨୦୦୭ରେ ଭାରତୀୟ ଜୁନିୟର ହକି ଟିମରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ବୀରେନ୍ଦ୍ର । ଲଗାତାର ମ୍ୟାଚ୍ ଖେଳିବା ସହ ଦଳର ନିର୍ଭରଯୋଗ୍ୟ ଖେଳାଳୀ ଭାବେ ପରିଚିତ ଥିଲେ ବୀରେନ୍ଦ୍ର । ବୀରେନ୍ଦ୍ର ଲାକ୍ରା  ୨୦୧୨  ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ପୁରୁଷ ହକିରେ ଡେବ୍ୟୁ କରିଥିଲେ । ସେହି ବର୍ଷ ହିଁ ହକି ଚମ୍ପିଆନସିପ୍‌ର ସେମି ଫାଇନାଲ୍‌ରେ ଦମଦାର ଖେଳ ପ୍ରଦର୍ଶନ ସହ ଅଲମ୍ପିକ୍‌ ଯୋଗ୍ୟତା ପର୍ଯ୍ୟା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମଧ୍ୟ ଫ୍ରାନ୍ସ ବିପକ୍ଷରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ଏହାପରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିଲେ ବୀରେନ୍ଦ୍ର। ଏହାପରେ ୨୦୧୪ ଏସିଆନ ଗେମ୍ସରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଥିଲା । ଏହି ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର । ଏହାପରେ ୨୦୧୫ କମନୱେଲ୍‌ଥ ଗେମ୍‌ସରେ ମଧ୍ୟ ଭାରତୀୟ ଦଳ ଯେତେବେଳେ କାଂସ୍ୟ ଜିତିଥିଲା, ସେ ଦଳର ସଦସ୍ୟ ଥିଲେ।

ଏହାପରେ ୨୦୧୬ ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆଣ୍ଠୁରେ ଆଘାତ ସମସ୍ୟାଯୋଗୁଁ ଖେଳିପାରିନଥିଲେ। ଯାହା ଫଳରେ ସେ ୮ ମାସ ଧରି ଦଳରୁ ବାଦ୍‌ ପଡ଼ିଥିଲେ । ୨୦୧୭ରେ ସେ ପୁନଃ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୁଲିସ ବିଭାଗରେ ଡିଏସପି ନିଯୁକ୍ତି ଦେଇଥିଲେ।

2️⃣2️⃣3️⃣ Caps
1️⃣1️⃣9️⃣ Goals
🥉 Olympic Bronze Medallist

Indian Hockey Team Defender and one of the best drag-flickers of this generation draws curtains on an exceptional career. 👏

Wishing you a Happy Retirement, Rupinder Pal Singh👏#IndiaKaGame pic.twitter.com/kXsVoYlUql

— Hockey India (@TheHockeyIndia) September 30, 2021

ଏହାପୂର୍ବରୁ ଆଜି ଭାରତୀୟ ହକି ଦଳର ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ମଧ୍ୟ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ ।ରୂପିନ୍ଦର ମଧ୍ୟ ଅଲିମ୍ପିକ୍ସ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ । ଅବସରକାଳୀନ ବାର୍ତ୍ତାରେ ରୁପିନ୍ଦର ଲେଖିଛନ୍ତି, “ଭାରତୀୟ ହକି ଟିମରୁ ଅବସର ଘୋଷଣା କରୁଛି । ଗତ କିଛି ମାସର ସମୟ ଜୀବନର ଶ୍ରେଷ୍ଠ ଓ ସ୍ମରଣୀୟ ଦିନ ହୋଇରହିବ । ସାଥୀ ଖେଳାଳିଙ୍କ ସହିତ ଟୋକିଓ ଅଲମ୍ପିକ୍‌ର ପଦକ ପୋଡିୟମରେ ଠିଆହେବାର ମୁହୂର୍ତ୍ତ ଜୀବନର ଅଦ୍ଭୁତ ଅନୁଭୂତି ଓ ସବୁଦିନ ପାଇଁ ଏହା ଅଭୁଲା ହୋଇ ରହିବ । ସମୟ ଆସିଛି ଯୁବ ପ୍ରତିଭାବାନ ଖେଳାଳିଙ୍କ ପାଇଁ ପଥ ପରିଷ୍କାର କରିବାର । ଗତ ୧୩ ବର୍ଷ ଧରି ଭାରତକୁ ପ୍ରତିନିଧିତ୍ବ କରିପାରିଥିବାରୁ ଗର୍ବିତ ଓ ଏହା ଏକ ନିଆରା ଉପଲବ୍ଧି । ୨୨୩ଟି ମ୍ୟାଚ୍‌ରେ ଭାରତୀୟ ଜର୍ସି ପିନ୍ଧିବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ସୌଭାଗ୍ୟବାନ ମନେକରୁଛି । ପ୍ରତ୍ୟେକ ମ୍ୟାଚ୍‌ ସ୍ବତନ୍ତ୍ର ଓ ଖେଳକୁ ଭଲପାଉଥିବା ମହାନ ଦେଶ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ।”

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା
ଟୋକିଓ ଅଲମ୍ପିକ୍ସ ପାଇଁ ଦୁଇ ଜଣ ଓଡ଼ିଆ ଭାରତୀୟ ପୁରୁଷ ହକି ଟିମ ରେ ସ୍ଥାନ ପକ୍କା ପାଇଛନ୍ତି। ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହୋଇଛନ୍ତି ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଏନେଇ ହକି ଇଣ୍ଡିଆ ଘୋଷଣା କରିଛି। ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ । ଏଥର ଟୋକିଓ ଅଲିମ୍ପିକ୍ସ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମରେ ସ୍ଥାନ ପାଇଛନ୍ତି ତିନି ଜଣ ଓଡ଼ିଆ ଖେଳାଳି ।

Our 1⃣6⃣ warriors who will fight for the prestigious🥇at #Tokyo2020 🇮🇳

Team India #HaiTayyar 🏑#IndiaKaGame #StrongerTogether #HockeyInvites #WeAreTeamIndia #Hockey pic.twitter.com/Hj2enQcZ1Y

— Hockey India (@TheHockeyIndia) June 18, 2021

୧୬ ଜଣିଆ ଟିମରେ ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ହୋଇଛନ୍ତି । ଏହି ଖେଳାଳିଙ୍କୁ ନେଇ ଟୋକିଓ ଅଲମ୍ପିକ୍ସକୁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ ।