All MPs - The Sakala

ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'
ଭୁବନେଶ୍ୱର: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ରାଜନୈତିକ ଓ ଅର୍ଥନୈତିକ ସ୍ୱାର୍ଥକୁ ଗୁରୁତ୍ବ ଦେବା ସହ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ନବୀନ । ସୀମା ପୁନଃନିର୍ଦ୍ଧାରଣ ଦ୍ବାରା ରାଜନୈତିକ ପ୍ରଭାବ ହ୍ରାସ ପାଇବ । ସଂସଦରେ ସ୍ୱର ଦୁର୍ବଳ ହେଲେ ବିକାଶ ପ୍ରଭାବିତ ହେବ । ଦଳଗତ ନିର୍ବିଶେଷରେ ସମସ୍ତେ ସ୍ୱର ଉଠାଇବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ସଂସଦ ଭିତରେ ଓ ବାହାରେ ଦୃଢ଼ ସ୍ୱର ଉଠାଇବାକୁ ଅପିଲ୍‌ କରିଛନ୍ତି ନବୀନ । ନବୀନ ଲେଖିଛନ୍ତି କି, ଓଡ଼ିଶାର ଦୀର୍ଘମିଆଦି ସ୍ୱାର୍ଥ, ସମାନୁପାତିକ ପ୍ରତିନିଧିତ୍ୱ ଗୌରବ ଅକ୍ଷୁର୍ଣ୍ଣ ହେବା ଜରୁରୀ ।

ନବୀନ ଚିଠିରେ ଲେଖିଛନ୍ତି କି, ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଲୋକସଭାରେ ଓଡ଼ିଶାର ଅଂଶଧନ ୩.୯% ରୁ ୩.୪% କୁ ହ୍ରାସ ପାଇଲେ ସର୍ବାଧିକ ଅଂଶ ହରାଉଥିବା ଶୀର୍ଷ ୬ଟି ରାଜ୍ୟ ମଧ୍ୟରେ ସାମିଲ ହୋଇଯିବ ଓଡ଼ିଶା ।   ଏହାଦ୍ୱାରା ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ । ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି । ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ୱେ ଓଡ଼ିଶାକୁ ଦଣ୍ଡିତ କରାନଯାଉ । ଲୋକସଭାରେ ଓଡ଼ିଶାର ସ୍ୱର କମିଗଲେ ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଜନଜାତି କଲ୍ୟାଣ ଏବଂ ଆଞ୍ଚଳିକ ବିକାଶ ପର୍ଯ୍ୟନ୍ତ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ସ୍ୱର ଦୁର୍ବଳ ହୋଇଯିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।