corona 3rd wave - The Sakala

ଓଡ଼ିଶାକୁ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ବର: କୋଭିଡି–୧୯ ର ନୂଆ ପ୍ରଜାତି ବିଏଫ୍-୭ ଏବେ ପୃଥ‌ିବୀର ବିଭିନ୍ନ ଦେଶ ଯଥା ଚୀନ୍, ଜାପାନ, ୟୁଏସ୍ଏ, ବ୍ରାଜିଲ୍, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍‌ବେଗର ବିଷୟ । ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍ ୩.୩୦ କୋଟି ଦ୍ଵିତୀୟ ଡୋଜ୍ ୧୮ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୧.୩୧ କୋଟି ପ୍ରିକସନ୍ ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରିକସନ୍ ଡୋଜ୍ ୪୧ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଏବେ ରାଜ୍ୟରେ କୌଣସି ଭ୍ୟାକସିନର ଷ୍ଟକ ନାହିଁ । ତେବେ ବିଭିନ୍ନ ବର୍ଗର ନାଗରିକଙ୍କର ଆବଶ୍ୟକତା ଦୃଷ୍ଟିରୁ ଟିକାକରଣରୁ ବଞ୍ଚିତ ୧.୯୩ କୋଟି ଲୋକଙ୍କୁ ଦିଆଯିବାକୁ ଥିବା ପ୍ରିକସନ ଡୋଜ ଆବଶ୍ୟକ ।

ଏହି ପରିପ୍ରେକ୍ଷୀରେ ଟିକାକରଣରୁ ବଞ୍ଚିତ ଲୋକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ଟିକା ରାଜ୍ୟର ବିଭିନ୍ନ ସରକାରୀ ନିରୁପିତ ଟୀକାକରଣ କେନ୍ଦ୍ରଗୁଡିକୁ ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋକ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

କରୋନା ସଂକ୍ରମଣ ତଳମୁହାଁ ରହିଛି, ଗ୍ରାଫ ସମ୍ପୂର୍ଣ୍ଣ ତଳକୁ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ଘଟିଛି। କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ କୋଭିଡ ସଂକ୍ରମଣ ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆହୁରି କହିଛନ୍ତି ଯେ, ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କରୋନା ସଂକ୍ରମଣ ବର୍ତ୍ତମାନ ତଳମୁହାଁ ରହିଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ଯନ୍ତ ରାଜ୍ୟରେ ସଂକ୍ରମଣ ତଳକୁ ଆସିନାହିଁ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

ପ୍ରଥମ ଡୋଜ ଟିକା ଲାଗି ରାଜ୍ୟରେ ଏବେ ବି ୨୧ ଲକ୍ଷ ଲୋକ ବାକି ଅଛନ୍ତି । ସମସ୍ତ ଜିଲ୍ଲାଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି, ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟିକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ହସ୍ପିଟାଲରେ ସଂକ୍ରମଣ ଆଶଙ୍କା ଅଧିକ, ଅତି ଆବଶ୍ୟକ ନ ଥିଲେ ଆସନ୍ତୁ ନାହିଁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଦୁଇ ଦିନ ହେଲାଣି ୧୦ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡାକ୍ତରଖାନା ଗୁଡ଼ିକୁ  ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ହସ୍ପିଟାଲରେ ସଂକ୍ରମଣ ଆଶଙ୍କା ଅଧିକ, ଅତି ଆବଶ୍ୟକ ନଥିଲେ ଆସନ୍ତୁ ନାହିଁ । କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ରୋଗୀ ଅତିଗୁରୁତର ନ ହୋଇଥିଲେ ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ ନାହିଁ। ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ ପାଇଁ ଅନୁମତି ଦିଆଯାଇଛି। ସାଧାରଣ ରୋଗୀଙ୍କ ପାଇଁ ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ଗୁରୁତର ରୋଗୀଙ୍କର ଯଦି ଆବଶ୍ୟକସ୍ଥଳେ ଅପରେସନ କରିବାକୁ ପଡେ ତେବେ କରାଯାଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି । ଏଥିସହିତ ଗୁରୁତର ରୋଗୀଙ୍କ ସହ ଜଣେ ଦେଖାଶୁଣା ପାଇଁ ରହିପାରିବେ । ଡାକ୍ତରଖାନାରେ ସମ୍ପୂର୍ଣ୍ଣଭାବେ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି।

ଆହୁରି ୨ ମାସ ଯାଏଁ ରାଜ୍ୟରେ କମିବନି ସଂକ୍ରମଣ ହାର : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି। ପୂର୍ବରୁ ଯେଉଁଠି ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିଲା ଆଜି ତାହା ୮ ହଜାର ପାର୍‌ କରିସାରିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ରାଜ୍ୟରେ ବହୁ ମାତ୍ରାରେ ବୃଦ୍ଧି ପାଉଛି। ବତ୍ତର୍ମାନ ସୁଦ୍ଧା ରାଜ୍ୟରୁ ୧୭୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ।

ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟବାସୀ ସତର୍କ ରୁହନ୍ତୁ। କରୋନା କଟକଣାର ସଠିକ ଅନୁପାଳନ କରୁନ୍ତୁ। ୫୦୦ତଳକୁ ଖସିଯାଇଥିବା ସଂଖ୍ୟା ଏବେ ୮ହଜାର ଟପିଲାଣି। ତେବେ ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବବା ବେଳେ ଆସନ୍ତା ୨ମାସ କରୋନା ସଂକ୍ରମଣ ବଢ଼ିକି ରହିବ। ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ପ୍ରାୟ ୮ଟି ଜିଲ୍ଲାରେ ଟିପିଆର ଅଧିକ ଅଛି, ତେଣୁ ୮ଜିଲ୍ଲା ବର୍ତ୍ତମାନ ରେଡ ଜୋନରେ ରହିଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ୍ ରହୁଛି ।

ରାଜ୍ୟର କରୋନା ସ୍ଥିତି ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଟିକାକରଣ ଜୋରଦାର ହୋଇଛି। ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଚାଲିଛି। ରାଜ୍ୟର ପାଞ୍ଚ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଯାହାକୁ ନେଇ ସେଠାକାର ଅଧିକାରୀମାନଙ୍କୁ ଟିକାକରଣ ହାର ବୃଦ୍ଧି ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟରେ ହସ୍ପିଟାଲାଇଜେସନ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି ଯଦି ଏହି ସଂଖ୍ୟା ବୃଦ୍ଧି ଘଟେ ତେବେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ, ରେଡ୍‌ ଜୋନ୍‌ ଆଡକୁ ବଢୁଛି ଖୋର୍ଦ୍ଧା
ଭୁବନେଶ୍ବର : ଦ୍ୱିତୀୟ ଲହର ପରଠାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ଘାତକ ହୋଇ ନାହିଁ। ମୃତ୍ୟୁ ସଂଖ୍ୟା ନଗଣ୍ୟ ରହିଛି। ମାତ୍ର ରାଜ୍ୟରେ ଗତ ୬ ଦିନ ମଧ୍ୟରେ ସଂକ୍ରମଣ ୩ ଗୁଣ ବୃଦ୍ଧି ପାଇବା ପରେ ସ୍ଥିତି ସଙ୍ଗୀନ ଦିଗକୁ ଗତି କରୁଛି। ଚିନ୍ତାର ବିଷୟ ହେଉଛି ଓଡ଼ିଶାରେ ଦୈନିକ ନମୁନା ପରୀକ୍ଷା ଅପେକ୍ଷାକୃତ ହ୍ରାସ ପାଇଥିଲା ବେଳେ ପଜିଟିଭ୍‍ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି। ପାଞ୍ଚ ଦିନ ତଳେ ୬୩ ହଜାରରୁ ଅଧିକ ନମୁନାରୁ ୨୦୦ରୁ କିଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ୫୦ ହଜାରରୁ କିଛି ଅଧିକ ନମୁନା ପରୀକ୍ଷା ସତ୍ତ୍ବେ ୧୨ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି। ଅର୍ଥାତ୍‍ କମ୍‍ ନମୁନା ପରୀକ୍ଷା ସତ୍ତ୍ବେ ଦୈନିକ ସଂକ୍ରମଣ ତିନି ଗୁଣା ବଢ଼଼ିଛି।ଯେଉଁ ହାରରେ ସଂକ୍ରମଣ ବୃଦ୍ଧି ପାଉଛି, ତାହା କଠିନ ସମୟର ପଦଧ୍ୱନୀ ବୋଲି ବିଶେଷଜ୍ଞ କହିଲେଣି।

କୋଭିଡ୍‌ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦେଶରେ ବଢିବାରେ ଲିଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଘରୁ ବାହାରକୁ ଯିବା ବେଳେ ସଠିକ୍ ଭାବରେ ମାସ୍କ୍ ପିନ୍ଧିବା ସୁନିଶ୍ଚିତ କରନ୍ତୁ। ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ବଜାୟ ରଖନ୍ତୁ। #ସତର୍କରୁହନ୍ତୁ, #ସୁରକ୍ଷିତରୁହନ୍ତୁ #Omicron #Covid19 pic.twitter.com/ktgQcFnzIF

— I & PR Department, Odisha (@IPR_Odisha) January 5, 2022

ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୭୮୭୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୮୭ ଜଣ ରହିଛନ୍ତି ।

Covid-19 Report For 4th Jan

New Positive Cases: 1216
Of which 0-18 years: 187
In quarantine: 710
Local contacts: 506

(Details of local contacts will be shared by concerned District)

1. Angul: 6
2. Balasore: 2
3. Bargarh: 21
4. Bhadrak: 6
5. Balangir: 14
6. Boudh: 1

— I & PR Department, Odisha (@IPR_Odisha) January 5, 2022

ଯେଉଁ ସବୁ ଦେଶରେ କିଛି ଦିନ ତଳେ ଓମିକ୍ରନ୍‍ ସଂକ୍ରମିତ ଚିହ୍ନଟ ହେଉଥିଲେ ଆଜି ସେଠି ପରିସ୍ଥିତି ସାଂଘାତିକ ରୂପ ଧାରଣ କଲାଣି। ଯଦିଓ ଓମିକ୍ରନ୍‍ ପ୍ରାଣ ଘାତକ ରୂପ ନେଇ ନାହିଁ, କିନ୍ତୁ ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ସହଜରେ ପରାସ୍ତ କରିପାରିବ ବୋଲି ବିଦେଶୀ ଗବେଷଣା ସଂସ୍ଥା ରିପୋର୍ଟରେ ପ୍ରକାଶ ପାଇଛି। କିଛିଦିନ ତଳେ ମାତ୍ର ୧୨/୧୪ ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏହା ୨୮ ଜିଲ୍ଲାରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ଦୃତ ହୋଇଛି। ଯେଉଁ ହାରରେ ସଂକ୍ରମଣ ବଢ଼଼ୁଛି ଖୁବ୍‍ ଶୀଘ୍ର ଖୋର୍ଦ୍ଧା ରେଡ୍‍ ଜୋନ୍‍ରେ ପ୍ରବେଶ କରିବା ଆଶଙ୍କା ଦେଖା ଦେଲାଣି।

23. Nuapada: 2
24. Puri: 30
25. Rayagada: 8
26. Sambalpur: 99
27. Sonepur: 3
28. Sundargarh: 166
29. State Pool: 110

New recoveries: 121
Cumulative tested: 25821697
Positive: 1057876
Recovered: 1045376
Active cases: 3981

— I & PR Department, Odisha (@IPR_Odisha) January 5, 2022

ଚିନ୍ତାର ବିଷୟ ହେଉଛି ମଙ୍ଗଳବାର ଦିନ ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ପୂର୍ବ ତୁଳନାରେ କମ୍‍ ହୋଇଥିଲେ ସୁଦ୍ଧା ଦୈନିକ ସଂକ୍ରମଣ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୫୭ହଜାର ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୯୮୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୩୭୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୮୨୧୬୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ରିଟେନରେ ଆତଙ୍କ ସୃଷ୍ଟିକାରୀ ଭୂତାଣୁ ଏୱାଇ-୪ ଭାରତରେ ଚିହ୍ନଟ, ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ
ଇନ୍ଦୋର : ଇନ୍ଦୋରରେ କରୋନା ଡେଲଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪ ସାମ୍ନାକୁ ଆସିଛି। ପୁରୁଣା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ ସଂକ୍ରମିତ ସୁସ୍ଥ ଅଛନ୍ତି। ସେମାନଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ନାହିଁ। ବିଶ୍ୱବ୍ୟାପୀ ଏହି ଭାଇରସକୁ ନେଇ ଗବେଷଣା ଜାରି ରହିଛି। ଗତ ଏପ୍ରିଲ ମାସରେ ପ୍ରଥମେ ମହାରାଷ୍ଟ୍ରରେ ଏହି ଭାଇରସ୍‌ ମିଳିଥିଲା।

ମଧ୍ୟପ୍ରଦେଶରେ ହୋଇଥିବା ଜିନୋମ୍ ସ୍ୱକ୍ୱେନ୍ସିଂ ରିପୋର୍ଟରୁ ୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦୁଇ ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ ଚିହ୍ନଟ ହୋଇଛି । ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା। ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ। ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା। ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ। ତେବେ ଏହି ନୂତନ କିସମ ବିଷୟରେ ବେଶି କିଛି ଗବେଷଣାଲବ୍ଧ ତଥ୍ୟ ନଥିବା ଜଣାପଡ଼ିଛି।

ପୂର୍ବ ଡେଲଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ବିଶ୍ୱବ୍ୟାପୀ ଏହି ଭାଇରସକୁ ନେଇ ଗବେଷଣା ଜାରି ରହିଛି । ଗତ ଏପ୍ରିଲରେ ସର୍ବପ୍ରଥମେ ମହାରାଷ୍ଟ୍ରରେ ଏହି ଭାଇରସ ମିଳିଥିଲା। ସୂଚନାଥାଉକି, ୟୁରୋପ, ବ୍ରିଟେନ, ରୁଷିଆରେ ଏୱାଇ-୪ ଭାଇରସ ଯୋଗୁ ହଠାତ ସଂକ୍ରମଣ ବୃଦ୍ଧିପାଇଛି। ଇସ୍ରାଏଲ୍‌ରେ ମଧ୍ୟ ଅଧିକାଂଶ କରାଗ ସଂକ୍ରମିତଙ୍କ ଶରୀରରେ ଡେଲଟା ଭାରିଆଣ୍ଟର ଏହି ନୂଆ ରୂପ ଚିହ୍ନଟ କରାଯାଇଛି। ଭୂତାଣୁର ଏହି ନୂଆ ପ୍ରକାର ଯୋଗୁ ଇସ୍ରାଏଲ ଗତ ସପ୍ତାହରେ ପୁଣି ଥରେ ଲକଡାଉନକୁ ଯାଇଛି। ଆାଗମୀ ସପ୍ତାହ ବେଳକୁ ହୁଏତ ବ୍ରିଟେନ ଓ ଋଷିଆ ମଧ୍ୟ ଲକଡାଉନକୁ ଯାଇପାରନ୍ତି। ଏୱାଇ-୪ର ବ୍ୟାପକ ପ୍ରସାର ଓ ଏଥିଲାଗି ହସ୍ପିଟାଲ ମାନଙ୍କରେ ବଢୁଥିବା ଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ଏହି ଆକଳନ କରାଯାଉଛି। ଭୂତାଣୁର ଡେଲ୍ଟା ପ୍ରକାର ପରେ ଏଥିରୁ ଉତ୍ପରିବର୍ତ୍ତିତ ନୂଆ ପ୍ରକାର ବ୍ରିଟେନ ସମେତ ଅନେକ ଦେଶର ଏବେ ଚିନ୍ତା ବଢ଼ାଇ ଦେଇଛି।

ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୩୦ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୪୯୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୭ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪୦୫୯କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୮୮ହଜାର ୦୯୦ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୮୨୮୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୩୦ ଜଣ ପଜିଟିଭ ରହିଛନ୍ତି।

Covid-19 Report For 25th August

New Positives Cases: 849
Of which 0-18 years: 130
In quarantine: 492
Local contacts: 357

(Details of local contacts will be shared by concerned Dist Administration)

District Wise Cases:

1. Angul: 19
2. Balasore: 48
3. Bargarh: 15

— I & PR Department, Odisha (@IPR_Odisha) August 26, 2021

21. Mayurbhanj: 26
22. Nayagarh: 19
23. Nuapada: 1
24. Puri: 22
25. Rayagada: 2
26. Sambalpur: 20
27. Sonepur: 1
28. Sundargarh: 15
29. State Pool: 65

New recoveries: 721
Cumulative tested: 17737972
Positive: 1004059
Recovered: 988090
Active cases: 8288

— I & PR Department, Odisha (@IPR_Odisha) August 26, 2021

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୮ଜଣ, ବରଗଡ଼ ଜିଲ୍ଲାରୁ ୧୫ଜଣ, ଭଦ୍ରକ ଜିଲ୍ଲାରୁ ୯ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧୫ଜଣ, ଦେବଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୪୨ଜଣ, ଯାଜପୁର ଜିଲ୍ଲାରୁ ୪୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ଜଣ, କେନ୍ଦୁଝର ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୧୩ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ନୟୁରଭଞ୍ଜ ଜିଲ୍ଲାରୁ ୨୬ଜଣ, ନୟାଗଡ଼ ଜିଲ୍ଲାରୁ ୧୯ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୨ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫ଜଣ, ଷ୍ଟେଟ ପୁଲ୍‌ରୁ ୬୫ଜଣ ରହିଛନ୍ତି ।

ଭୁବନେଶ୍ବରରେ ୧୨ ନାବାଳକ ଓ ୭ନାବାଳିକା କରୋନା ପଜିଟିଭ୍
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି। ହେଲେ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହେଉଥିବାର ଦେଖିବାକୁ ମିଳିଛି।  ଭୁବନେଶ୍ବରରୁ ଆଜି ୧୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସଂଗରୋଧରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଛନ୍ତି। ଏଥି ମଧ୍ଯରେ ୧୮ ବର୍ଷରୁ କମ ବୟସର ପିଲା ୧୯ ଜଣ ସଂକ୍ରମିତ ହୋଇଛନ୍ତି। ୧୯ ଜଣଙ୍କ ମଧ୍ଯରୁ ୫ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି ୧୯ ଜଣ ସଂକ୍ରମିତଙ୍କ ମଧ୍ଯରେ ୧୨ ଜଣ ନାବାଳକ ଓ ୭ଜଣ ନାବାଳିକା ରହିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି।

Update on newly detected #COVID19 cases in the last

24 hrs under the BMC area on 18th August (till 9am). pic.twitter.com/ZtXtcnEZen

— BMC (@bmcbbsr) August 18, 2021

ସେହିପରି ଆଜି ଭୁବନେଶ୍ବରରୁ ୧୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ଆଉ ୯୯୩ ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ଶୂନରୁ ୧୮ ବର୍ଷ ବୟସ ବର୍ଗରେ ୧୩୮  ସଂକ୍ରମିତ ଚିହ୍ନଟ ହୋଇଥିଲେ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ : ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ
ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାରେ ଲାଗିଛି । ଆଉ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଆଶା କରୁଛୁ ଥାର୍ଡ ୱେଭ୍ ଆମ ଦେଶକୁ ଆସିଲେ ଜାଣି ହେବେ ।

ମାତ୍ର ବର୍ତ୍ତମାନଠୁ ଆମେ ଥାର୍ଡ ୱେଭ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭ୍ୟାକ୍ସିନ୍ ନେଇ ଆଇସିଏମଆର ଷ୍ଟଡି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଭ୍ୟାକ୍ସିନ୍ ନେଇ କରୋନା ପଜିଟିଭ୍ ହୋଇଥିବା ୨୭୪ ଜଣଙ୍କର ଅଧ୍ୟୟନ କରାଯାଇଥିଲା । ଭ୍ୟାକ୍ସିନ୍ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉନାହିଁ । ଏହା ଆମ  ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି । କେତେ ଲୋକଙ୍କର ସିଭିୟରିଟି ହେଉଛି ସେ ନେଇ ଷ୍ଟଡି କରୁଥିବା ସେ କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେ ବେଳେ ବଢ଼ୁଛି ଏବଂ କମୁଛି । ସଂକ୍ରମଣ ବଢ଼ିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି- ଡିଏମ୍‌ଇଟି
ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି। ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି। ଏବେବି ଅନେକ ଦେଶରେ ତୃତୀୟ ଲହର ଆସିନି। ମହାରାଷ୍ଟ୍ରରେ ମଧ୍ୟ ଆସିନାହିଁ। ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଡିଏମ୍‌ଇଟି  ସିବିକେ ମହାନ୍ତି କହିଛନ୍ତି।

ଲୋକଙ୍କୁ ସଚେତନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ବି ଚାଲିଛି। ଅଧିକ ଲୋକ ସଂକ୍ରମଣ ହେବା ଆଶଙ୍କା ଥିବାରୁ ଅଧିକ ବ୍ୟବସ୍ଥା ହୋଇଛି। ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ଭିନ୍ନ ଭିନ୍ନ ଆକଳନ ହୋଇଛି। ଯଦି ଶିଶୁ ଅଧିକ ଆକ୍ରାନ୍ତ ହୁଅନ୍ତି ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। ଜୁନ୍ ୭ ସୁଦ୍ଧା ବିଶ୍ବରେ ୬୩ ଜଣ ଡେଲଟା ପ୍ଳସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଭାରତରେ ୬ ଜଣ ଥିଲେ। ସେହି ସଂଖ୍ୟାକୁ ଦେଖିଲେ ଆତଙ୍କିତ ହେବାର ନାହିଁ। ବିଭିନ୍ନ ବିଶେଷଜ୍ଞଙ୍କ ମତରେ ତାଳମେଳ ରହୁନାହିଁ। ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ଦେଇଛନ୍ତି ସିବିକେ ମହାନ୍ତି। ପ୍ରଥମ ଲହରରେ ୧୨ ପ୍ରତିଶତ ଆକ୍ରାନ୍ତ ହୋଇଥିଲେ। ଦ୍ବିତୀୟ ଲହରରେ ବି ସେତିକି ପ୍ରତିଶତ ରହିଲା। ତୃତୀୟ ଲହରରେ ଅଧିକ ସଂକ୍ରମଣ ଆଶା ନାହିଁ ବୋଲି ସେ କହିଛନ୍ତି। ସେପଟେ ଏବେ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢିଛି। ସବୁ ରୋଗରେ ଏପରି ଟ୍ରେଣ୍ଡ ଦେଖାଦିଏ। ଡେଲଟା ଭାରିଆଣ୍ଟ ଦେଶରେ ବହୁ କମ୍ ଦେଖିବାକୁ ମିଲିଛି।