Constituency Delimitation Bill - The Sakala

ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ
ଭୁବନେଶ୍ୱର: ଲୋକସଭାରେ ୧୩୧ତମ ସମ୍ୱିଧାନ ସଂଶୋଧନ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ମତ, ମନ୍ତବ୍ୟ ପ୍ରକାଶ ପାଉଛି। ବିଶେଷକରି ଦେଶର ତମାମ ବିରୋଧୀ ଦଳ ମହିଳା ବିଲ୍‌ ସଂରକ୍ଷଣ ଆଳରେ ନିଜ ଇଚ୍ଛା ମୁତାବକ ସୀମା ପୁନଃନିର୍ଦ୍ଧାରଣ ବିଲ ପାରିତ କରିବାକୁ ନେଇ କେନ୍ଦ୍ର ସରକାରଙ୍କ କୁଟିଳତାପୂର୍ଣ୍ଣ ଯୋଜନାକୁ ନେଇ କଡ଼ା ପ୍ରତିକ୍ରିୟା ରଖୁଛନ୍ତି। ଏହିକ୍ରମରେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ସାଂସଦମାନେ ମଧ୍ୟ କେନ୍ଦ୍ର ସରାକରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କର ସବୁ ଷଡ଼ଯନ୍ତ୍ର ବିଫଳ ହୋଇଛି। ଯଦିି ସରକାର ସତରେ ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ, ତାହେଲେ  ବର୍ତ୍ତମାନର ୫୪୩ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରନ୍ତୁ ବୋଲି ବିଜେଡି ସାଂସଦମାନେ ଦାବି କରିଛନ୍ତି।

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ବିଜେଡି ମହିଳା ସଶକ୍ତିକରଣ ପାଇଁ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି ଏବଂ ମହିଳା ସଂରକ୍ଷଣ ବିଲ୍‌ କାର୍ଯ୍ୟକାରିତାର ଦୃଢ଼ ସମର୍ଥକ ଭାବେ ରହି ଆସିଛି। ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ଅଧିକ ପ୍ରତିନିଧିତ୍ୱ ନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତା କେବେ କମ୍‌ ହୋଇନାହିଁ। ମାତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ମହିଳା ଆଇନର ଆଳରେ ଅତ୍ୟନ୍ତ ତରବରିଆ ଭାବେ ମହିଳା ସଂରକ୍ଷଣ ଆଇନକୁ ପାରିତ କରିବାର କୁଟିଳ ପ୍ରୟାସକୁ ବିରୋଧ କରିଛୁ। ଏହି ବିଲ୍‌ ପାରିତ ହେବା ଦ୍ୱାରା ଓଡ଼ିଶା ଏବଂ ଅନ୍ୟ ଅନେକ ରାଜ୍ୟଗୁଡ଼ିକ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି କରିଥିଲା। ସେହି ଷଡ଼ଯନ୍ତ୍ର ବର୍ତ୍ତମାନ ବିଫଳ ହୋଇଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସ୍ପଷ୍ଟ ଆବଶ୍ୟକ ଯେ ମହିଳା ସଂରକ୍ଷଣ ବିଲ୍‌ ୨୦୨୩ରେ ପାରିତ ହୋଇସାରିଛି ଏବଂ ୨୦୨୬ରେ ବିଜ୍ଞପିତ ହୋଇସାରିଛି। ଯଦି ସରକାର ପ୍ରକୃତରେ ମହିଳା ସଂରକ୍ଷଣ ପାଇଁ ପ୍ରତିବଦ୍ଧ ଅଛନ୍ତି, ତେବେ ଆଉ ବିଳମ୍ବ ନ କରି ବର୍ତ୍ତମାନ ଥିବା ୫୪୩ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିପାରିବେ। ମିଥ୍ୟାର ପରାଜୟ ହୋଇଛି ଏବଂ ସତ୍ୟର ବିଜୟ ହୋଇଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ରାଜ୍ୟସଭାରେ ବିଜେଡିର ଉପନେତା ସୁଲତା ଦେଓ କହିଛନ୍ତି, ସୀମା ପୁନଃନିର୍ଦ୍ଧାରଣ ବିଲ୍‌-୨୦୨୬ ନାମରେ କେନ୍ଦ୍ର ସରକାର ଏକ ଅନ୍ଧ ଆଇନ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ ଏହି ପ୍ରୟାସକୁ ବିଫଳ କରିଛନ୍ତି। ସରକାରଙ୍କ ଯଦି ମହିଳା ସଶକ୍ତିକରଣ ପାଇଁ ସତରେ ପ୍ରତିବଦ୍ଧ, ତାହେଲେ ୨୦୨୩ ମସିହାରେ ପାରିତ ଆଇନ ଅନୁଯାୟୀ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତି ଦେଓ କହିଛନ୍ତି ଯେ ମହିଳା ସଂରକ୍ଷଣକୁ ବିଲକୁ ଜଣେ ହେଲେବି ସାଂସଦ କେବେ ହେଲେ ବିରୋଧ କରିନାହାନ୍ତି। ୨୦୨୩ରେ ଯେତେବେଳେ ନାରୀଶକ୍ତି ବନ୍ଦନ ଅଧିନିୟମ ଆସିଥିଲା, ସେତେବେଳେ ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ ଦେଇଥିଲେ। ସେତେବେଳେ କେନ୍ଦ୍ର ସରକାର କହିଥିଲେ ଯେ ୨୦୨୬ ଜନଗଣନା ପରେ ଏହାକୁ ଲାଗୁ କରିବେ ବୋଲି କହିଥିଲେ। ବର୍ତ୍ତମାନ ଜନଗଣନା ଚାଲୁ ରହିଥିବା ବେଳେ ବର୍ତ୍ତମାନର ସ୍ୱତନ୍ତ୍ର ଅଧିବେଶନ ଡାକିବାର ଅଭିପ୍ରାୟ କଣ ଥିଲା। କେନ୍ଦ୍ର ସରକାର ମହିଳାଙ୍କ ସହ ଅନ୍ୟାୟ କରୁଛନ୍ତି। ବର୍ତ୍ତମାନ ଥିବା ୫୪୩ ଲୋକସଭା ସିଟରେ ଆପଣ କାହିିଁକି ସଂରକ୍ଷଣ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ବିଜେଡିର ଅନ୍ୟତମ ସାଂସଦ ଡ. ସଂତୃପ୍ତ ମିଶ୍ର କହିଛନ୍ତି ଯେ ଗତକାଲି ଲୋକସଭାରେ ୧୩୧ତମ ସମ୍ୱିଧାନ ସଂଶୋଧନ ବିଲ୍‌ ପାରିତ ନହେବା ଫଳରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ପୂରଣ ହୋଇଛି। ୧୦୬ତମ ସଂଶୋଧନ ଅନୁଯାୟୀ ମହିଳାଙ୍କ ପାଇଁ ସଂରକ୍ଷଣ ପୁନଃ ଏକ ଆଇନ୍‌ ଭାବରେ ବିଜ୍ଞପ୍ତି ହୋଇଛି ଏବଂ ଏକ କାର୍ଯ୍ୟକାରୀ ତାରିଖ ସହିତ ଲାଗୁ ହୋଇଛି, ସେହିପରି ଓଡ଼ିଶାର ଲୋକସଭାରେ ପ୍ରଚଳିତ ପ୍ରତିନିଧିତ୍ୱର ସୁରକ୍ଷା ବଜାୟ ରହିଛି। ଜଟିଳ ଜାତୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କରିଥିବା ପ୍ରଚେଷ୍ଟା ଅଧିକରୁ ଅଧିକ ରାଜନୈତିକ ଦଳଠାରୁ  ଆବଶ୍ୟକତା ରହିଛି। ରାଜନୀତି ଗଣତନ୍ତ୍ର ପାଇଁ ଉଦ୍ଦିଷ୍ଟ , ଗଣତନ୍ତ୍ର ରାଜନୀତିର ସେବା କରିବା ପାଇଁ ନାହିଁ ବୋଲି ସେ କହିଛନ୍ତି।

ସେହିପରି ବିଜେଡିର ଅନ୍ୟତମ ସାଂସଦ ସୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ ଗତକାଲି ସଂସଦରେ ଘଟିଥିବା ଘଟଣା ଦେଶର ଗଣତନ୍ତ୍ରୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲେଖାଯିବ। ଦେଖିବାକୁ ଗଲେ ଏହା ପ୍ରକୃତରେ ମହିଳା ସଂରକ୍ଷଣ ବିଲ ନଥିଲା। ଏହା କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ସକାଶେ ଏକ ଜୁମ୍ଲା ଓ ଅସାଧୁ ଚାଲ ଥିଲା । କାରଣ ମହିଳା ସଂରକ୍ଷଣ ବିଲ ୨୦୨୩ରେ ପାର୍ଲିଆମେଣ୍ଟରେ ସର୍ବସମ୍ମତି କ୍ରମେ ପାରିତ ହୋଇସାରିଛି । ଏହା ମହିଳା ସଂରକ୍ଷଣ ବିଲ୍‌ ନୁହେଁ; ବରଂ ବହୁଚର୍ଚ୍ଚିତ ଓ ବିବାଦୀୟ ଡିଲିମିଟେସନ୍‌ ବିଲ୍‌ (୧୩୧ତମ ସଂବିଧାନ ସଂଶୋଧନ) ସଂସଦରେ ପରାଜିତ ହୋଇଛି। ଏହା ଓଡ଼ିଶା ପରି ରାଜ୍ୟମାନଙ୍କ ପାଇଁ ଏକ ଐତିହାସିକ ଓ ନ୍ୟାୟସଙ୍ଗତ ବିଜୟ, କାରଣ ଏହି ବିଲ୍‌ ପାସ୍‌ ହେଲେ ରାଜ୍ୟର ନ୍ୟାଯ୍ୟ ଅଧିକାର ଓ ପ୍ରତିନିଧିତ୍ୱ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିଲା।

ଏହି ସମ୍ୱେଦନଶୀଳ ଓ ରାଜ୍ୟର ଭବିଷ୍ୟତ ସହ ଜଡ଼ିତ ବିଷୟରେ ଆମର ନେତା ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ଦୂରଦର୍ଶୀତାର ପରିଚୟ ଦେଇଛନ୍ତି। ସେ କେବଳ ଏହି ବିଲ୍‌ ବିରୋଧରେ ଜୋରଦାର ଆପତ୍ତି ଜଣାଇନଥିଲେ, ବରଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଦଳୀୟ ସୀମାରୁ ଉଦ୍ଧ୍ୱର୍କୁ  ଯାଇ ଏକତାବଦ୍ଧ ଭାବେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ଦିଗରେ ଲଢ଼ିବା ପାଇଁ ଆହ୍ୱାନ କରିଥିଲେ। ତାଙ୍କର ଏହି ଦୂରଦର୍ଶୀ ପଦକ୍ଷେପ ଏକ ଦକ୍ଷ ରାଜନେତାର ଦାୟିତ୍ୱବୋଧ ଓ ଲୋକହିତ ପ୍ରତି ଅଙ୍ଗୀକାରକୁ ପ୍ରକାଶ କରେ। କିନ୍ତୁ ଦୁଃଖର କଥା ଓଡ଼ିଶାର ୨୦ ଜଣ ବିଜେପି ଲୋକସଭା ସାଂସଦ ଏହି ସମ୍ୱେଦନଶୀଳ ମୁହୂର୍ତ୍ତରେ ରାଜ୍ୟର ହିତରେ ଦୃଢ଼ ଭାବେ ଠିଆ ହୋଇପାରିଲେ ନାହିଁ। ଅଧିକନ୍ତୁ ଆମ ନେତା ନବୀନ ବାବୁଙ୍କୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସମାଲୋଚନା କଲେ। ସେମାନେ ରାଜ୍ୟର ଅଧିକାର ଓ ଲୋକଙ୍କର ଆକାଂକ୍ଷାକୁ ପ୍ରାଥମିକତା ଦେବା ପ୍ରତି ଅବହେଳା କରି, ଦଳୀୟ ନିର୍ଦ୍ଦେଶକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଗଲା। ଏହା ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସକୁ ନିରାଶ କରିଛି। ତଥାପି ଏହି ପରିସ୍ଥିତିରେ ସତ୍ୟ ଓ ନ୍ୟାୟର ବିଜୟ ହୋଇଛି। ସଂସଦରେ ସୀମିତ ପ୍ରତିନିଧିତ୍ୱ ଥିଲେ ମଧ୍ୟ, ଆମେ ଗର୍ବ କରୁଛୁ ଯେ ଆମର ନେତୃତ୍ୱ ନିରନ୍ତର ଭାବେ ଓଡ଼ିଶାର ଅଧିକାର, ସମ୍ମାନ ଓ ଭବିଷ୍ୟତ ପାଇଁ ଲଢ଼ୁଛି। ଏହା ଆମ ସମସ୍ତଙ୍କୁ ଏକତାବଦ୍ଧ ହୋଇ ରାଜ୍ୟର ହିତରେ ସଚେତନ ଓ ସକ୍ରିୟ ରହିବାକୁ ପ୍ରେରଣା ଦେଉଛି ବୋଲି ସେ କହିଛନ୍ତି।

ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି
ଭୁବନେଶ୍ୱର: ମହିଳା ସଂରକ୍ଷଣ ନାଁରେ ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ପକ୍ଷରୁ ଅଣାଯାଇଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା ବୋଲି ବିଜେଡି କହିଛି। ତିନି ବର୍ଷ ଧରି ମହିଳା ସଂରକ୍ଷଣ ବିଲ୍‌ ସଂସଦର ଉଭୟ ସଦନରେ ପାଳିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇସାରିଥିଲେ ମଧ୍ୟ କେନ୍ଦ୍ର ସରକାର ଗେଜେଟ ନୋଟିଫିିକେସନ କାହିଁକି କରି ନ ଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି। ମହିଳା ସଂରକ୍ଷଣ ବାବଦରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ୱ ଲାଗି ସାରା ଦେଶରେ ପ୍ରଥମ ଥର ପାଇଁ ମହିଳାମାନେ ପଞ୍ଚାୟତ ଓ ସ୍ଥାନୀୟ ପୌର ପ୍ରଶାସନରେ ୩୩ ପ୍ରତିଶତ ସଂରକ୍ଷଣ ପାଇପାରିଥିଲେ ବୋଲି ଦଳ ପକ୍ଷରୁ ଦୃଢେ଼ାକ୍ତି ପ୍ରକାଶ କରାଯାଇଛି।

ରବିବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଂଜୟ କୁମାର ଦାସବର୍ମା କହିଥିଲେ ଯେ ମହିଳା ସଂରକ୍ଷଣ ନାଁରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପରେ ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ହାନି ହେଉଥିବା ଅନୁଭବ କରିଥିଲେ। ସେଥିପାଇଁ ଡିଲିମିଟେସନ ବିଲ୍‌ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଦଳମତ ନିର୍ବିଶେଷରେ ରାଜ୍ୟର ସାଂସଦଙ୍କୁ ପତ୍ର ଲେଖି ଶ୍ରୀ ପଟ୍ଟନାୟକ ଓଡ଼ିଶା ସ୍ୱାର୍ଥ ରକ୍ଷା ପାଇଁ ସଂସଦରେ ମୁହଁ ଖୋଲିବାକୁ ଅନୁରୋଧ କରିଥିଲେ; ମାତ୍ର ସଂସଦରେ ବିଲ୍‌ ଆସିବା ପରେ ଜଣାପଡିଲା ଯେ, ସମସ୍ତଙ୍କୁ ଅନ୍ଧାରରେ ରଖି ମହିଳା ସଂରକ୍ଷଣ ନାଁରେ ଡିଲିମିଟେସନ ବିଲରେ ଥିବା ପ୍ରାବଧାନ ଓଡ଼ିଶାର ସ୍ୱାର୍ଥ କ୍ଷୁଣ୍ଣ କରିବ। ଭାରତ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ଅନୁପାଳନ କରି ଜନସଂଖ୍ୟା ନିୟନ୍ତ୍ରଣରେ ଓଡି଼ଶା ସଫଳ ହୋଇଥିବାରୁ ୨୦୧୧ ଜନଗଣନା ଅନୁସାରେ ଯଦି ଡିଲିମିଟେସନ ହୋଇଥାଆନ୍ତା, ତେବେ ଓଡ଼ିଶାର ଆସନ ସଂଖ୍ୟା ଆନୁପାତିକ ଭାବେ ହ୍ରାସ ପାଇଥାଆନ୍ତା। ତେଣୁ ବିଜେଡି ଏଭଳି ଏକ ଏକଛତ୍ରବାଦୀ ଓ ଓଡ଼ିଶା ସ୍ୱାର୍ଥ ବିରୋଧୀ ଡିଲିମିଟେସନ ବିଲ୍‌କୁ ବିରୋଧ କଲା।

ବିଜେଡି ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ବିଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ୫୦ ଭାଗ ଆସନ ସଂଖ୍ୟା ବୃଦ୍ଧି ବିଷୟ ଯେଉଁ ପ୍ରଚାର କରୁଛନ୍ତି ତାହା ମନଗଢା ତଥା ଭିତ୍ତିହୀନ। ବିଲ୍‌ରେ ଏଭଳି ବ୍ୟବସ୍ଥା ନାହିଁ। ମହିଳା ସଂରକ୍ଷଣକୁ ଢାଲ କରି ଡିଲିମିଟେସନ ବିଲ୍‌କୁ ପାରିତ କରିବା ପାଇଁ ହେଉଥିବା ଅପଚେଷ୍ଟା ବିଫଳ ହୋଇଛି। ଦୁଃଖର ବିଷୟ, ରାଜ୍ୟ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଓଡ଼ିଶା ବିଜେପିର ୨୦ ଜଣ ସାଂସଦ ରାଜ୍ୟ ସ୍ୱାର୍ଥ ବିରୋଧରେ ସଂସଦରେ ଭୋଟ ଦେଲେ। ଆଗାମୀ ଦିନରେ ରାଜ୍ୟବାସୀ ଏହାର ବିଚାର କରିବେ ବୋଲି ସେ କହିଥିଲେ।

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି
ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ସମ୍ବିଧାନର ୧୩୧ ତମ ସଂଶୋଧନ ବିଲ୍‌ ୨୦୨୬କୁ ନେଇ   ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏପରିକି ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍‌ ସଂସଦରେ କାଟ୍‌ ଖାଇବା ପରେ ଏହା ବିରୋଧୀଙ୍କ ନୈତିକ ବିଜୟ ଏବଂ ସରକାରଙ୍କର ପରାଜୟ ବୋଲି ବିରୋଧୀ ଦଳ ମତବ୍ୟକ୍ତ କରିଛନ୍ତି। ଏପରିକି ମହିଳା ସଂରକ୍ଷଣ ବିଲ୍‌ ସହ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ଯୋଡ଼ିବା ପଛରେ କେନ୍ଦ୍ର ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହିକ୍ରମରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରରିପେକ୍ଷୀରେ ବିଜେପି କିପରି ଓଡ଼ିଶାର ଅଧିକାର, ସ୍ୱାର୍ଥ ସହ ସାଲିସ କଲା, ତାହା ରାଜ୍ୟବାସୀ ଦେଖିଲେ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏପରିକି ଏହି ଅନ୍ୟାୟ ବିରୋଧରେ ଓଡ଼ିଶାର ଜଣେ ହେଲେ ବି ବିଜେପି ସାଂସଦ ସ୍ୱର ଉତ୍ତୋଳନ ନ କରିବା ରାଜ୍ୟବାସୀଙ୍କୁ ଚକିତ କରିଛି ବୋଲି ନବୀନ ମତବ୍ୟକ୍ତ କରିଛନ୍ତି।

ଶନିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ବିଜେଡି ସର୍ବଦା ପଞ୍ଚାୟତ ସ୍ତରରୁ ସଂସଦ ପର୍ଯ୍ୟନ୍ତ ମହିଳା ସଶକ୍ତୀକରଣ ପାଇଁ ଠିଆ ହୋଇଛି। ମାତ୍ର ଆମେ ସୀମା ନିର୍ଦ୍ଧାରଣ ମାଧ୍ୟମରେ ଓଡ଼ିଶାର ରାଜନୈତିକ ଶକ୍ତି ହ୍ରାସ କରିବା ଉଦ୍ୟମକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ। ଓଡ଼ିଶାର ଲୋକମାନେ ଦେଖିଛନ୍ତି ଯେ ସେମାନଙ୍କ ଅଧିକାର ପାଇଁ କିଏ ଲଢ଼ିଛି ଏବଂ ବିଜେପି କିପରି ଓଡ଼ିଶାର ଅଧିକାର ସହିତ ସାଲିସ୍‌ କରିଛି। ଏହି ଅନ୍ୟାୟ ବିରୁଦ୍ଧରେ ଓଡ଼ିଶାର ଜଣେ ବି ବିଜେପି ସାଂସଦ ସ୍ୱର ଉଠାଇ ନ ଥିବାରୁ ରାଜ୍ୟବାସୀ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ରାଜନୈତିକ ଶକ୍ତି ହ୍ରାସକୁ ସମର୍ଥନ କରିବା ଦ୍ୱାରା ଓଡ଼ିଶାବାସୀଙ୍କ ନିକଟରେ ବିଜେପିର ମୁଖା ଖୋଲିଯାଇଛି। ଓଡ଼ିଶାର ଅଧିକାର ପାଇଁ ବିଜେଡି ସର୍ବଦା ଲଢେ଼ଇ ଜାରି ରଖିବ ବୋଲି ନବୀନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଗତ ଗୁରବାର ଆଗତ କରିଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌-୨୦୨୬ ଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତି ସହିବ ବୋଲି ଆଶଙ୍କା କରି ନବୀନ ପଟ୍ଟନାୟକ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ନବୀନ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ୨୧ ଜଣ ସାଂସଦ ଅଛନ୍ତି, ଯାହା ମୋଟ ସଂଖ୍ୟାର ପ୍ରାୟ ୩.୯ ପ୍ରତିଶତ ଅଟେ। ମାତ୍ର ଅଧିବେଶନରେ ବିଲ୍‌ ପାରିତ ସହ ସଂଶୋଧନ ପ୍ରସ୍ତାବ ଗୃହୀତ ହେଲେ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇବ; ମାତ୍ର ଏହାର ଅନୁପାତ ୩.୪ ପ୍ରତିଶତକୁ କମିଯିବ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶରେ ଅଗ୍ରଣୀ ଥିବା ଓଡ଼ିଶା ଜାତୀୟ ସ୍ତରରେ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜନୈତିକ ପ୍ରତିନିଧିତ୍ୱର ହାନି ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଏହା ଆମର ରାଜନୈତିକ କଣ୍ଠସ୍ୱର ଓ ପ୍ରଭାବକୁ କ୍ଷୀଣ କରିବ ଏବଂ ଅନ୍ୟ ରାଜ୍ୟମାନଙ୍କ ପକ୍ଷରେ ପୁନର୍ବଣ୍ଟନ କରାଯିବ। ବିଭିନ୍ନ ରିପୋର୍ଟ ଅନୁସାରେ ଏହି ପ୍ରକ୍ରିୟାରେ ଓଡ଼ିଶା ଚତୁର୍ଥ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ ହେବ। ତେଣୁ ଏହି ପ୍ରସଙ୍ଗରେ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଦାବି କରିଥିଲେ ନବୀନ। ସ୍ୱତନ୍ତ୍ର ଅଧିବଶନରେ ଏମିତି ଏକ ପ୍ରସ୍ତାବ ପାରିତ କରାଯାଉ, ଯେଉଁଥିରେ ଓଡ଼ିଶାର ୦.୦୦୧ ପ୍ରତିଶତ ରାଜନୈତିକ ଅଧିକାର କ୍ଷତି ହେବ ନାହିଁ ଏବଂ ଅନ୍ୟ କୌଣସି  ରାଜ୍ୟକୁ ହସ୍ତାନ୍ତର ହେବ ନାହିଁ ବୋଲି ନବୀନ ଦାବି କରିଥିଲେ। ସେହିପରି ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏପରି ଅନ୍ୟାୟ ବିରୋଧରେ ଏକ ହେବା ପାଇଁ ନବୀନ ଆହ୍ୱାନ ମଧ୍ୟ ଦେଇଥିଲେ। ମାତ୍ର ସମଗ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିଠିର କୌଣସି ଉତ୍ତର ରଖି ନ ଥିବା ବେଳେ ବିଜେପି ସାଂସଦମାନେ ମଧ୍ୟ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମୁହଁ ନ ଖୋଲିବାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ
ଭୁବନେଶ୍ୱର: ଗତ ନିର୍ବାଚନରେ ଓଡ଼ିଶାରୁ ବିଜେପି ୨୦ ଆସନ ଜିତିଲା। ଓଡ଼ିଶାବାସୀଙ୍କ ଏହି ଅଭୂତପୂର୍ବ ଓ ଅବିଶ୍ୱାସ୍ୟ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ଗଠନ ପଥ ପରିଷ୍କାର ହେଲା। ଓଡ଼ିଶାରୁ ଏତେ ସଂଖ୍ୟକ ସାଂସଦ ନିର୍ବାଚିତ ହୋଇ ନ ଥିଲେ, କେନ୍ଦ୍ରରେ ବିଜେପି ପାଇଁ ସରକାର ଗଠନ କଷ୍ଟକର ହୋଇ ପଡ଼ିଥାଆନ୍ତା। ସେତେବେଳେ ଓଡ଼ିଶାକୁ ସାରା ଦେଶରେ ଏକ ନମ୍ବର କରିବା ନିମନ୍ତେ ବିଜେପିର ଜାତୀୟ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର। ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣରେ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ, କେରଳ, ଆନ୍ଧ୍ର, ତେଲଙ୍ଗାନା ପରି ଓଡ଼ିଶା ମଧ୍ୟ ବିପୁଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ସୀମା ପୁନଃନିର୍ଦ୍ଧାରଣରେ ପ୍ରତି ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ୫୦% ବୃଦ୍ଧି ପାଇଁ ପ୍ରାଥମିକ ଭାବରେ କୁହାଯାଉଥିଲେ ହେଁ ବାସ୍ତବରେ ଏଥିରେ ଯାବତୀୟ ପେଞ୍ଚପାଞ୍ଚ କରାଯାଇଛି। ମୋଟ ଉପରେ ୫୦% ଆସନ ବୃଦ୍ଧି କରାଯାଇଥିଲେ ହେଁ ଉତ୍ତରଭାରତୀୟ ରାଜ୍ୟଗୁଡ଼ିକ ଏଥିରେ ଅଧିକ ଭାଗ ପାଇବେ ଓ ଓଡ଼ିଶା ସହ ଦକ୍ଷିଣ ଭାରତୀୟ ରାଜ୍ୟର ପ୍ରତିନିଧିତ୍ୱ ଜାତୀୟସ୍ତରରେ ହ୍ରାସ ପାଇବ ବୋଲି ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ପ୍ରସ୍ତାବିତ ଆସନ ସଂଖ୍ୟା ବର୍ତ୍ତମାନର ଆସନ ତୁଳନାରେ ପାଖାପାଖି ୭୦% ରୁ୮୦ % ବୃଦ୍ଧି ଯୋଜନା କରାଯାଇଥିବା ବେଳେ ଓଡ଼ିଶା ଓ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା ବୃଦ୍ଧି ୨୫%ରୁ ୪୦% ମଧ୍ୟରେ ସୀମିତ ରଖାଯାଇଛି ।

ବର୍ତ୍ତମାନ ଓଡ଼ିଶାର  ଲୋକସଭା ଆସନ ସଂଖ୍ୟା ୨୧ ଓ ବିଧାନସଭା ଆସନ ସଂଖ୍ୟା ୧୪୭ ରହିଛି। ୫୦% ଆସନ ବୃଦ୍ଧି ପରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୩୨ ଓ ବିଧାନସଭା ଆସନ ସଂଖ୍ୟା ୨୨୪ ହେବ ବୋଲି ଆକଳନ କରାଯାଉଥିଲା। ମାତ୍ର ଏବେ ଏହା ହ୍ରାସ ପାଇବାର ଆଶଙ୍କା ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ୮୦ରୁ ୧୪୦ (୭୫%), ବିହାରରେ ୪୦ରୁ ୭୩ (୮୧%), ରାଜସ୍ଥାନରେ ୨୫ରୁ  ୪୮(୮୭%), ମଧ୍ୟପ୍ରଦେଶରେ ୨୦ରୁ ୫୧( ୭୦%), ମହାରାଷ୍ଟ୍ରରେ ୪୮ରୁ ୭୯ (୬୮%) ବୃଦ୍ଧି ପାଇବ । ଅପରପକ୍ଷରେ ତାମିଲନାଡ଼ୁରେ ଏହି ଆସନ ସଂଖ୍ୟା ୩୯ରୁ ୫୧ ( ୩୦%), କେରଳରେ ୨୦ରୁ ୨୩ ( ୧୯%), ଆନ୍ଧ୍ର ଓ ତେଲଙ୍ଗାନାରେ ୪୨ରୁ ୫୯ (୩୮%), ଓଡ଼ିଶାରେ ୨୧ରୁ ୨୯ ( ୩୫%) ଓ ପଶ୍ଚିମବଙ୍ଗରେ ୪୨ରୁ ୬୪ ( ୫୧%) ଆସନ ବୃଦ୍ଧିର ସମ୍ଭାବନା ରହିଛି । ଜନସଂଖ୍ୟା ନିୟନ୍ତ୍ରଣରେ ବିଫଳ ହୋଇଥିବା ଉତ୍ତରଭାରତୀୟ ରାଜ୍ୟଗୁଡ଼ିକ ସୀମା ନିର୍ଦ୍ଧାରଣରେ ଅଧିକ ଆସନ ପାଇବେ, ମାତ୍ର ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଓଡ଼ିଶା ପରି ରାଜ୍ୟଗୁଡ଼ିକ ଏହାଦ୍ୱାରା ପ୍ରଭୁତ କ୍ଷତିଗ୍ରସ୍ତ ହେବେ ।

୧୯୭୬ ଓ ପୁନର୍ବାର ୨୦୦୧ ମସିହାରେ ୨୫ ବର୍ଷ ପାଇଁ ଡିଲିମିଟେସନକୁ ସ୍ଥଗିତ କରାଯାଇଥିଲା, ଯାହାର ପ୍ରମୁଖ କାରଣ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। ଜନସଂଖ୍ୟା ବୃଦ୍ଧି ଆଧାରରେ ଆସନ ବୃଦ୍ଧି କରିବା ଦକ୍ଷିଣ ରାଜ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ ବୋଲି ସେତେବେଳେ କୁହାଯାଇଥିଲା। ୧୯୫୧ ମସିହାର ଜନଗଣନା ଅନୁସାରେ ପ୍ରତି ୭.୩୮ ଲକ୍ଷ ଜନସଂଖ୍ୟା ପାଇଁ  ଜଣେ  ସାଂସଦ ଥିଲେ, କିନ୍ତୁ ୧୯୭୧ ରେ ଏହା ୧୦.୫୮ ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୧୧ ମସିହାର ଜନଗଣନା ଆଧାରରେ ପ୍ରତି ୧୦ ଲକ୍ଷ ଲୋକ ପାଇଁ ଗୋଟିଏ ସାଂସଦ ଧରାଯାଇଥିଲେ, ତେବେ କମରେ କମ ୧,୨୧୧ଟି ଲୋକସଭା ଓ ବର୍ତ୍ତମାନର ଜନସଂଖ୍ୟା ଆଧାରରେ ଲୋକସଭା ଆସନ ସଂଖ୍ୟା ୧,୪୦୦ ହେବ। ମାତ୍ର ନୂତନ ସଂସଦ ଭବନରେ ୮୮୮ ସଂସଦଙ୍କ ପାଇଁ ସ୍ଥାନ ଥିବାରୁ କେନ୍ଦ୍ର ସରକାର ଲୋକସଭା ସଦସ୍ୟ ସଂଖ୍ୟା ୮୫୦ ମଧ୍ୟରେ ସୀମିତ ରଖିବାକୁ ଯୋଜନା କରିଛନ୍ତି । ସମ୍ପ୍ରତି କେରଳରେ ପ୍ରତି ପ୍ରତି ୧୭.୫ ଲକ୍ଷଙ୍କୁ ଲୋକଙ୍କୁ ଜଣେ ସାଂସଦ ପ୍ରତିନିଧିତ୍ୱ କରୁଥିବାବେଳେ ଓଡ଼ିଶାରେ ୨୨ ଲକ୍ଷ ଓ ଉତ୍ତରପ୍ରଦେଶରେ ୩୦ ଲକ୍ଷ ଲୋକଙ୍କ ପାଇଁ ଜଣେ ସାଂସଦ ନିର୍ବାଚିତ ହେଉଛନ୍ତି । ତେଣୁ ଜନସଂଖ୍ୟା ଆଧାରରେ ସଂସଦୀୟ କ୍ଷେତ୍ର ପୁନଃନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ସହ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି କରିଛି ।