Master Canteen - The Sakala

ବଦଳିଗଲା ମାଷ୍ଟରକ୍ୟାଣ୍ଟିନ୍‍ ଛକ:ଗୋଲେଇ ଛକରୁ ହେଲା ଆଣ୍ଡାକୃତି, ବିନା ଗୋଲେଇରେ ସିଧା ଚାଲିଲା ଗାଡ଼ି
ଭୁବନେଶ୍ୱର: ମାଷ୍ଟର୍‍କ୍ୟାଣ୍ଟିନ୍‍ ଛକର ଆକାର ବଦଳି ଯାଇଛି। ଗୋଲାକାର ଛକ ଏବେ ଅଣ୍ଡାକୃତିରେ ପରିଣତ ହୋଇଛି। ଏହି ଯୋଦ୍ଧା ଘୋଡ଼ାକୁ ନିଜ ସ୍ଥାନରେ ରଖି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ନିଜର ରାସ୍ତା ପ୍ରକଳ୍ପ ଆଗକୁ ବଢ଼଼ାଇଛି। ଏହା ସହିତ ସମ୍ପୂର୍ଣ୍ଣ ଅଞ୍ଚଳର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ସୋମବାରଠାରୁ ନିର୍ମାଣ ହୋଇଥିବା ନୂଆ ରାସ୍ତାକୁ ଗାଡ଼ି ଚଳାଚଳ ପାଇଁ ଖୋଲି ଦିଆଯାଇଛି। ଯାହାଦ୍ୱାରା ରାଜମହଲ ଆଡ଼ୁ ବାଣୀବିହାର ଓ ବାଣୀବିହାର ପଟୁ ରାଜମହଲକୁ ଆସୁଥିବା ଗାଡ଼ିଗୁଡ଼ିକ ସିଧାସଳଖ ନିଜ ରସ୍ତାରେ ଯାଉଛନ୍ତି। ପୂର୍ବରୁ ଏଠାରେ ଥିବା ଗୋଲେଇ ଛକ ବୁଲି ଗାଡ଼ିଗୁଡ଼ିକ ଯାଉଥିଲା। ଏବେ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ଥିବା ବିରାଟ ଗୋଲେଇ ଛକର ଆକୃତି କମ୍‍ କରିବା ସହିତ ଏହି ଗୋଲେଇ ଅଞ୍ଚଳ ମଧ୍ୟ ଦେଇ ରାସ୍ତା ଯାଇଛି। ଏହା ସହିତ ଦୁଇ ରାସ୍ତାର ମିଝରେ ମେଡିଆନ୍‍ ମଧ୍ୟ ରଖାଯାଇଛି। ତେବେ ଏହି ରାସ୍ତା ନିର୍ମାଣ ପରେ ଷ୍ଟେସନ୍‍ରୁ ଏଜି ଛକକୁ ଯିବା ବନ୍ଦ ହୋଇଯାଇଛି। ଏହି ରସ୍ତା ପାର ହେବା ପାଇଁ କେବଳ ଏକ ପାଦଚଲା ରାସ୍ତା ରହିବ। ଷ୍ଟେସନ୍‍କୁ ଯିବା ଆସିବା ପାଇଁ ୩ ଟି ରାସ୍ତା ରହୁଥିଲା। କିନ୍ତୁ ଏବେ ଲାଲ୍‍ଚାନ୍ଦ ଜୁଏଲର୍ସ ପାଖ ରାସ୍ତାକୁ ମୁଖ୍ୟରାସ୍ତା ଭାବେ ବ୍ୟବହାର କରାଯିବ। ଷ୍ଟେସନ୍‍ରୁ ଯିବାକୁ କିମ୍ବା ଷ୍ଟେସନରୁ ଯାତ୍ରୀମାନେ ଏହି ରାସ୍ତା ଦେଇ ବାହାରକୁ ଆସିବେ। ଫଳରେ ସେମାନେ ବାଣୀବିହାର, ରାଜମହଲ ଓ ପିଏମ୍‍ଜି ରାସ୍ତାକୁ ନିଦ୍ଦ୍ୱର୍ନ୍ଦ୍ୱରେ ଯାଇପାରିବାର ବ୍ୟବସ୍ଥା କରାଯାଇଛି। ଯାହାର ନକ୍ସା ପ୍ରସ୍ତୁତ କରାଯାଇଛି। ଜନପଥ ପ୍ରକଳ୍ପରେ ଏହି ଯୋଦ୍ଧା ଘୋଡ଼ା ଚାରିପାଖରେ ବିକାଶ କାମ ମଧ୍ୟ କରାଯାଇଛି। ବିଶିଷ୍ଟ ସ୍ଥପତି ତଥା ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ୍‍ ଘୋଡ଼ାର ପାରିପାର୍ଶ୍ବିକ ସ୍ଥିତରେ ବିକାଶ କରିବା ସହିତ ଏଠାରେ ଉନ୍ନତିକରଣ କାର୍ଯ୍ୟ କରିଛନ୍ତି। ଖୁବ୍‍ଶୀଘ୍ର ଏହି ଅଞ୍ଚଳକୁ ସୁସଜ୍ଜିତ ଆଲୋକମାଳାରେ ରଙ୍ଗିନ କରାଯିବ। ଏ ନେଇ ସ୍ମାର୍ଟସିଟି ପକ୍ଷରୁ ଦିଲ୍ଲୀରୁ ଅତ୍ୟାଧୁନିକ ଆଲୋକ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜନପଥ ପ୍ରକଳ୍ପ ଯୋଗୁଁ ଏହି ଘୋଡ଼ାକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିରେ ନିୟନ୍ତ୍ରଣ ଲଗାଇବା ସହିତ ତୁରନ୍ତ ଘୋଡ଼ାର ଚାରିକଡ଼ ବିକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ସ୍ମାର୍ଟସିଟି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପଦ୍ମବିଭୂଷଣ ଶ୍ରୀ ସାହୁଙ୍କୁ ଏହି କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିଲା।

ଘୋଡ଼ାର ସ୍ଥାନ ଅପରିବର୍ତ୍ତିତ ରଖି ଉନ୍ନତି କରଣ କାର୍ଯ୍ୟ କରାଯିବା ସହିତ ଗତ ଦୁଇମାସ ହେବ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇଥିଲା। ମାତ୍ର ଗୋଲାକାର ସ୍ଥାନକୁ ପରିବର୍ତ୍ତିିତ କରି ଅର୍ଦ୍ଧ ଗୋଲାକାର ଆକୃତି ଦେବା ସହିତ ରାସ୍ତା ନିର୍ମାଣ ପରେ ଏହାକୁ ଖୋଲାଯାଇଛି। ପୂର୍ବରୁ ଘୋଡ଼ା ଚାରିକଡ଼େ ନର୍ତ୍ତକୀ ରହିଥିବା ବେଳେ ଏବେ ସେସବୁ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଖରେ ଥିବା ଗଛ ମଧ୍ୟ କଟାଯାଇଛି।

ଖୁବଶୀଘ୍ର ଖୋଲିବ ନୂଆ ଟ୍ରାଫିକ୍‍ ପୋଷ୍ଟ୍‍

ରାସ୍ତାର ନକ୍ସା ବଦଳିଯିବା ପରେ ଟ୍ରାଫିକ୍‍ ପରିଚାଳନାରେ ମଧ୍ୟ ପରିବର୍ତ୍ତନ କରାଯିବ। ଖୁବ୍‍ଶୀଘ୍ର ମାଷ୍ଟରକ୍ୟାଣ୍ଟିନ୍‍ରେ ଏକ ଟ୍ରାଫିକ୍‍ ପୋଷ୍ଟ ଖୋଲିବ। ଘୋଡ଼ା ନିକଟରେ ଏକ ଅଟୋମେଟେଡ୍‍ ଟ୍ରାଫିକ ସିଗନାଲ୍‍ ପୋଷ୍ଟ୍‍ ରହିବା ପାଇଁ ନକ୍ସାରେ ଦର୍ଶାଯାଇଛି। ପୂର୍ବରୁ ଗୋଲେଇ ଛକ ଥିବା ସମୟରେ ଏଠାରେ କୌଣସି ଟ୍ରାଫିକ୍‍ ପରିଚାଳନା ବ୍ୟବସ୍ଥା ନ ଥିଲା। ଯାହାଦ୍ୱାରା ଗାଡ଼ି ଚାଳକମାନେ ମନଇଚ୍ଛା ରାସ୍ତା ଅତିକ୍ରମ କରୁଥିଲେ। ଏହା ଯୋଗୁଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିଲା। କିନ୍ତୁ ବର୍ତ୍ତମାନ ଏଠାରେ ଟ୍ରାଫିକ୍‍ ସିଗ୍‍ନାଲ୍‍ କାର୍ଯ୍ୟକ୍ଷମ ହେବ। ଏହି ସିଗ୍‍ନାଲ୍‍ ଆଧାରରେ ହିଁ ଗାଡ଼ି ଚଳପ୍ରଚଳ କରିବ। ଏହା ସହିତ ଯାନବାହନ ଚଳାଚଳକୁ ସରଳୀକରଣ କରିବା ପାଇଁ ଟ୍ରାଫିକ୍‍ ପୁଲିସ୍‍ ମଧ୍ୟ ଏଠାରେ ମୁତୟନ ହେବେ ବୋଲି ଜଣାପଡ଼ିଛି। ରାସ୍ତା ଖୋଲିବାର ପ୍ରଥମ ଦିନରେ ମଧ୍ୟ ଦୁଇ ଜଣ ଟ୍ରାଫିକ୍‍ କନଷ୍ଟେବଲ୍‍ ଘଟଣାସ୍ଥଳରେ ଉପସ୍ଥିତ ରହି ଯାନବାହନ ଚଳାଚଳର ନିୟନ୍ତ୍ରଣ କରିଛନ୍ତି।

ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତ୍ତୀକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ତେଜିଲା ରାଜନୀତି
ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଥିବା ଯୋଦ୍ଧା ଘୋଡା ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଆରମ୍ଭ ହୋଇଯାଇଛି । ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତା ଯୋଗୁଁ ଏହି ଘୋଡ଼ା ସ୍ଥାନାନ୍ତର ହେବ। ହେଲେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ବିରୋଧ କରିଛନ୍ତି । ଗୁରୁବାର ଉଭୟ କଂଗ୍ରେସ ଓ ବିଜେପି ନେତା ଭିନ୍ନଭିନ୍ନ ଭାବେ ଏଠାକୁ ଆସି ନିଜର ପ୍ରତିବାଦ ଜଣାଇଛନ୍ତି । ଦୀର୍ଘବର୍ଷ ଧରି ଏଠାରେ ରହିଥିବା ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବାପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ଖାରଜ କରିବା ପାଇଁ ସେମାନେ ବାବି କରିଛନ୍ତି। ସ୍ମାର୍ଟ ଜନପଥ ନିର୍ମାଣ ପାଇଁ ଏହି ଘୋଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପରି ନିଆଯାଇଛି। ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ଅନୁରୋଧ କରାଯିବା ପରେ ରାଜ୍ୟ ସଂସ୍କୃତି ବିଭାଗ ଏହି ନିଷ୍ପତିରେ ରାଜି ହୋଇଛି । ହେଲେ ବିରୋଧ ତୀବ୍ର ହେବା ପରେ ଜନପଥ ନିର୍ମାଣ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ କଂଗ୍ରେସର ନେତାମାନେ ଘୋଡ଼ା ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି ରାଜ୍ୟ ସରକାରଙ୍କ ଏକ ସିମ୍ବଲ। ଓଡ଼ିଶାର ଐତିହ୍ୟ ଏବଂ କୀର୍ତ୍ତିରାଜୀକୁ ଚିହ୍ନଟ କରୁଥିବା ଏହି ଘୋଡ଼ା ମୂର୍ତ୍ତି କୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ ବୋଲି ସୁର କହିଛନ୍ତି। ସ୍ଥାନାନ୍ତର ବେଳେ ତୀବ୍ର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୯୮୮ମସିହାରେ ମାଷ୍ଟର କ୍ୟାଣ୍ଟିନ ଛକରେ ସ୍ଥାପନ କରାଯାଇଥିବା ଏହି ଯୋଦ୍ଧା ଓ ଘୋଡା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ମାର୍ଟସିଟି ଓ ବିଏମସି ପକ୍ଷରୁ 6ମାସ ପୂର୍ବେ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଥିଲା। ଯାହା ଉପରେ ସଂସ୍କୃତି ବିଭାଗ ମୋହର ମାରିଛି। ଏହା ସହ ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନ ଠାରେ ମଲଟି ମୋଡେଲ ହବ୍ ହେବା ନେଇ ଯୋଜନାଥିବାରୁ ଏହାର ସ୍ଥାନାନ୍ତରଣ କରାଯିବା ଜରୁରୀ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ମଲଟି ମୋଡାଲ ହବ୍ ହେବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ଘୋଡାର ଭିଜିବିଲିଟି କମିଯିବା ସହ ଏହି ସ୍ଥପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।