India vs New Zealand WTC Final - The Sakala

WTC ଫାଇନାଲ ମ୍ୟାଚର ପ୍ରଥମ ଇଂନିସରେ ଭାରତ ୨୧୭ ରନରେ ଅଲଆଉଟ୍
ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଜାମିନସନ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ ଦଳ । ମ୍ୟାଚର ପ୍ରଥମ ଦିବସ ବର୍ଷା ଯୋଗୁଁ ବାତିଲ୍ ହେବା ପରେ ଦ୍ୱିତୀୟ ଦିବସରେ ଖେଳ ଆରମ୍ଭ କରି ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ହେଲେ ଆଜି ପିଚ୍ ପେସ୍ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ତା’ର ତୃତୀୟ ଦିବସରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇ ଅଲ୍ ଆଉଟ୍ ହୋଇଛି। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯, ବିରାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ । ଫଳରେ ଦଳ ୯୨ ଓଭର ୨ଟି ବଲ ଖେଳି ୨୧୭ ରନରେ ଅଲ ଆଉଟ ହୋଇ ଯାଇଛି ।

ଡବ୍ଲୁଟିସି ଫାଇନାଲ୍ : ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଚାମ୍ପିଅନକୁ ୧୧.୭୧ କୋଟି
ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ୱାର୍ଲ୍ସ ଟେଷ୍ଟ କ୍ରିକେଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମୁକାବିଲା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ନିରପେକ୍ଷ ଟେଷ୍ଟ ସେଣ୍ଟର ତଥା ସ୍ଥାନୀୟ ଆଜିଅସ୍ ବାଉଲ୍‌ରେ ଶୁକ୍ରବାରଠାରୁ ଏହି ଫାଇନାଲ ମୁକାବିଲା ୫ ଦିନ ଧରି ଚାଲିବ। ୨୦୧୯ରୁ ଆରମ୍ଭ ହୋଇଥିବା ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଶେଷ ସ୍ପର୍ଶ ଏହି ମୁକାବିଲାରେ ଦେଖିବାକୁ ମିଳିବ। ୧୪୪ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମଥର ବିଶ୍ବରେ ଏଭଳି ଏକ ଚାମ୍ପିଅନ୍‌ସିପ୍ ଆୟୋଜିତ ହେଉଥିବାରୁ ଏହାର ଭବିଷ୍ୟତକୁ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଏବେ ତାହାର ପରିସମାପ୍ତି ଘଟିଛି। ଟେଷ୍ଟ ହେଉଛି କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଫର୍ମାଟ ଆଉଥରେ ପ୍ରମାଣିତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ଗତ କିଛି ବର୍ଷ ଧରି ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହାର ପୁରସ୍କାର ଏବେ ଉଭୟ ଦଳକୁ ମିଳିଛି। ଉଭୟ ଉ ଦଳର ଅଧିନାୟକ ବିରାଟ କୋହଲି ଓ କେନ ୱିଲିୟମସନ୍ ବିଶ୍ଵରେ କିମ୍ବଦନ୍ତୀ ଖେଳାଳିରେ ପରିଣତ ହୋଇଥିଲେ ମଧ୍ୟ ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଜିତି ନିଜ ନାମକୁ ଇତିହାସରେ ଲିପିବଦ୍ଧ କରିବାକୁ ଚାହୁଁଛନ୍ତି। ଉଭୟ ଏହାକୁ ଏକ ବଡ଼ ସୁଯୋଗ ବୋଲି ଭାବୁଛନ୍ତି ଓ ଏଠାରେ ଶ୍ରେଷ୍ଠ ୱି ଇ ପ୍ରଦର୍ଶନ ଦେଇ ଉଦାହରଣ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି।

ଅଭ୍ୟାସର ଅଭାବ

ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ଏକ ଉନ୍ନତ ଦଳ ବୋଲି ବିବେଚନା କରାଯାଏ। କିନ୍ତୁ ନ୍ୟୁଜିଲାଣ୍ଡରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ। ଏହାର କାରଣ ସେଠିକାର ପିଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିଜକୁ ଖାପ୍ ଖୁଆଇ ନପାରିବା। ଫାଇନାଲ ମ୍ୟାଚ୍ ଏକ ନିରପେକ୍ଷ କେନ୍ଦ୍ର ଇଂଲଣ୍ଡର ସାଉଥାମ୍ପଟନରେ ଆୟୋଜିତ ହେଉଥିଲା ବେଳେ ଏହା ନ୍ୟୁଜିଲାଣ୍ଡରେ ବ୍ୟବହୃତ ହେଉଥିବା ପିଚ୍ ସହ ସମାନ। ଏହା କହିବାର ଅର୍ଥ ହେଲା ଏଠାରେ ଘରୋଇ ପିଚ୍‌ରେ ନ୍ୟୁଜିଲାଣ୍ଡ ଖେଳିଲା ଭଳି ଲାଗିବ। ଏଣୁ ଭାରତୀୟ ଦଳକୁ କଡ଼ା ଟକ୍କର ଦେବାକୁ ଏହି ଦଳ ପ୍ରସ୍ତୁତ । ଏହାର ଆଉ ଏକ ଭଲ କଥା ହେଲା ଅଭ୍ୟାସ । ଫାଇନାଲ ମୁକାବିଲା ପୂର୍ବରୁ ଇଂଲଣ୍ଡ ସହ ୨ଟି ଟେଷ୍ଟ ଖେଳି ପିଚ୍ ଓ ପରିବେଶ ସହ ଅଭ୍ୟସ୍ତ ହୋଇଯାଇଛି। ଖେଳାଳିମାନେ ମଧ୍ୟ ମ୍ୟାଚ୍ ପ୍ରାକ୍ଟିସ୍ ପାଇଯାଇଛନ୍ତି। କିନ୍ତୁ ଭାରତୀୟ ଦଳ ଏଭଳି ସୁବିଧା ପାଇନାହିଁ । କେବଳ ନେଟ ଓ ନିଜ ଭିତରେ ଏକ ମ୍ୟାଚ୍ ଖେଳି ଫାଇନାଲକୁ ଯାଇଛି।

ଫାଇନାଲ ଡ୍ୟୁକ୍ ବଲ୍‌ରେ ଖେଳାଯିବାକୁ ଥିଲାବେଳେ ଏହା ମଧ୍ୟ ଭାରତ ଲାଗି ଆଉ ଏକ ପ୍ରତିବନ୍ଧକ ହୋଇ ରହିଛି।

ଚୂଡାନ୍ତ ଏକାଦଶରେ ଅଶ୍ବିନ, ଜାଡେଜା

ଭାରତୀୟ ଦଳ ଏହି ମ୍ୟାଚ୍ ଲାଗି ପ୍ରାୟ ଚୂଡାନ୍ତ ହୋଇଥିବା ୧୧ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି । ଏହା ମଧ୍ୟରୁ ୫ଜଣ ବ୍ୟାଟ୍ସମ୍ୟାନ୍ ଜଣେ ୱିକେଟକିପର, ୩ଜଣ ଫାଷ୍ଟ ବୋଲର ଓ ଦୁଇଜଣ ସ୍ପିନର ଅଛନ୍ତି। ଭାରତ ଏଠାରେ ୬ଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ହନୁମା ବିହାରୀଙ୍କୁ ସାମିଲ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଜାଡେଜାଙ୍କ ଉନ୍ନତ ପ୍ରଦର୍ଶନ ତାଙ୍କୁ ଦଳରେ ସାମିଲ କରିବାକୁ ବାଧ୍ୟ କରିଛି । ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ଚୂଡାନ୍ତ ଏକାଦଶରେ ଏକମାତ୍ର ସ୍ପିନର ଆଜାଜ ପଟେଲଙ୍କୁ କିମ୍ବା ଅଲରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କୁ ସାମିଲ କରିବ ତାହା ଟସ୍ ପୂର୍ବରୁ ସ୍ଥିର କରିବ। କିନ୍ତୁ ପ୍ରଦର୍ଶନ ଦୃଷ୍ଟିରୁ ପଟେଲଙ୍କ ପଲା ଭାରି ରହିଛି।

ଚାମ୍ପିଅନଙ୍କୁ ୧୧.୭୧ କୋଟି

ଏହି ଚାମ୍ପିଅନ୍‌ସିପ୍‌ରେ ଟାଇଟଲ ଜିତିବା ଦଳକୁ ୧୧.୭୧ କୋଟି ଓ ରନର୍ସ ଅପ୍ ଦଳକୁ ୫.୮୫ କୋଟି ଟଙ୍କାର ପୁରସ୍କାର ମିଳିବ । ଇଂଲଣ୍ଡ ପାଣିପାଗ ବିଭାଗ ଅନୁଯାୟୀ ମ୍ୟାଚ୍ ବେଳେ ବର୍ଷା ହୋଇପାରେ । ଏଣୁ ବର୍ଷା ଯୋଗୁ ଯଦି ମ୍ୟାଚ୍ ଆୟୋଜିତ ହୋଇ ନପାରେ ତେବେ ଉଭୟ ଦଳକୁ ବିଜେତା ଘୋଷଣ କରାଯିବ। ପୁରସ୍କାର ରାଶି ସମାନ ଭାବେ ବାଣ୍ଟିଦିଆଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଖେଳ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଭାରତରେ ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟରେ ଦର୍ଶକମାନେ ଦେଖିପାରିବେ । ଭାରତୀୟ ଦର୍ଶକଙ୍କ ଲାଗି ହିନ୍ଦି, ଇଂଲିଶ, ତେଲଗୁ, ତାମିଲ ଓ କନ୍ନଡ଼ ଭାଷାରେ ପ୍ରସାରଣ କରାଯିବ। ଏହି ମ୍ୟାଚ୍‌ରେ ଟସ୍ ଜିତିଲେ ବୋଲିଂ କରିବାକୁ ସମସ୍ତେ ପରାମର୍ଶ ଦେଇଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟସ୍ ଜିତିଲେ ପ୍ରଥମେ ବ୍ୟାଟିଂ କରିବାକୁ ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି।

ଖେଳାଳି ଦଳ

ଭାରତ: ରୋହିତ ଶର୍ମା, ଶୁବମାନ ଗିଲ୍ ଚେତେଶ୍ଵର ପୂଜାରା, ବିରାଟ କୋହଲି ( ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ୍ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ୍ ବୁମ୍‌ରା । ରିଜର୍ଭ- ହନୁମା ବିହାରୀ, ଉମେଶ ଯାଦବ, ମହମ୍ମଦ୍ ସିରାଜ ଓ ରିଦ୍ଧିମାନ ଶାହ।

ନ୍ୟୁଜିଲାଣ୍ଡ: କେନ୍‌ ୱିଲିୟମସନ (ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ଡେଭନ କନୱେ, ମ୍ୟାଟ୍ଟ ହେନରୀ, କାଏଲ ଜାମିସନ, ଟମ୍ ଲାଥମ, ହେନରୀ ନିକୋଲସ୍‌, ଆଜାଜ ପଟେଲ/ କଲିନ୍ ଡି ଗ୍ରାଣ୍ଡହୋମ୍ , ଟିମ୍ ସୌଦୀ, ରସ୍ ଟେଲର, ବିଜେ ୱାଟଲିଂ ରିଜର୍ଭ- ନେଲ ୱାଗନର, ଟମ୍ ବ୍ଲୁଣ୍ଡେଲ ଓ ୱିଲ ୟଙ୍ଗ୍ ।

ଡବ୍ଲୁଟିସି ଫାଇନାଲ: ଭେନ୍ୟୁ- ସାଉଥାମ୍ପଟନ, ଖେଳ ଆରମ୍ଭ- ଅପରାହ୍ନ ୩ଟା, ପ୍ରସାରଣ- ଷ୍ଟାର ସ୍ପୋର୍ଟସ