SHG - The Sakala
ଚଇତି ମହୋତ୍ସବରେ ସାମିଲ ହୋଇ ଆଦିବାସୀଙ୍କ କଳା ଏବଂ ଜୀବନ ଜୀବିକାକୁ ପାଳନ କରିଛି ବେଦାନ୍ତ ଆଲୁମିନିୟମ୍
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ରାୟଗଡ଼ାରେ ଚଇତି ମହୋତ୍ସବରେ ସାମିଲ ହେବା ସହିତ ସାଂସ୍କୃତିକ ସଂରକ୍ଷଣ ଏବଂ ଗୋଷ୍ଠି ନେତୃତ୍ୱାଧୀନ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଇଛି । ୨୦୦୫ ମସିହାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଚଇତି ଏକ ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଯାହା ଏହି ଅଞ୍ଚଳର ସମୃଦ୍ଧ ଆଦିବାସୀ ଐତିହ୍ୟକୁ ପାଳନ କରିଥାଏ । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୫୦୦ ରୁ ଅଧିକ କଳାକାରଙ୍କୁ ଏକାଠି କରିବା ସହିତ ଆଦିବାସୀ କଳା, ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରେ।
ବେଦାନ୍ତ ଆଲୁମିନିୟମର ଷ୍ଟଲ ମହୋତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା, ଯେଉଁଥିରେ ସଉରା ଚିତ୍ରକଳା ଏବଂ ଡୋକ୍ରା ହସ୍ତଶିଳ୍ପ ଭଳି ପାରମ୍ପରିକ ଆଦିବାସୀ କଳାର ଏକ ମିଶ୍ରଣ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀରେ ପ୍ରକଳ୍ପ ସଖୀ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା କମ୍ପାନୀର ମହିଳା-ସଶକ୍ତିକରଣ ପଦକ୍ଷେପ ସହିତ ଲଘୁ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ଉପରେ ଧ୍ୟାନ ଦେଇଥିଲା। ପ୍ରର୍ଦଶନୀ ସ୍ଥାନରେ ଅଙ୍କା ଯାଉଥିବା ସଉରା ଚିତ୍ରକଳା ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ଆକର୍ଷିତ କରିଥିଲା, ଯାହା ଏକ ଆକର୍ଷଣୀୟ ଏବଂ ସାଂସ୍କୃତିକ ଅଭିଜ୍ଞତା ସୃଷ୍ଟି କରିଥିଲା।
ଷ୍ଟଲରେ ଏକ ଅନନ୍ୟ ଆକର୍ଷଣ ଥିଲା ​​ଓଡ଼ିଶାର ହକି ଇଣ୍ଡିଆ ଲିଗ୍ ଦଳ, ବେଦାନ୍ତ ଆଲୁମିନିୟମର ମାଲିକାନାରେ ଥିବା କଳିଙ୍ଗ ଲାନ୍ସର୍ସର ପ୍ରଦର୍ଶନୀ। ପ୍ରଦର୍ଶନୀରେ ଖେଳାଳିଙ୍କ ପ୍ରର୍ଦଶନ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରିବା ସହିତ ଉଭୟ କ୍ରୀଡା ଏବଂ ସାଂସ୍କୃତିକ ଉତ୍ସବକୁ ମିଶ୍ରଣ କରି ପରିଦର୍ଶକଙ୍କ ମନ ମୋହିଥିଲା।
ବେଦାନ୍ତ ଆଲୁମିନିୟମ ଷ୍ଟଲକୁ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏମଏସଏମଇ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଯାହା ୨୫ ହଜାର ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏଥିରେ ରାୟଗଡ଼ାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ, ରାୟଗଡ଼ାର ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲା ସ୍ୱାମୀ ଏବଂ ସିଡିଓ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ରାୟଗଡ଼ାର ଶ୍ରୀଯୁକ୍ତ ସଚିନ ଆନ୍ନାସାହେବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।
ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, "ଚଇତି ମହୋତ୍ସବରେ ଆମର ଉପସ୍ଥିତି ବେଦାନ୍ତ ଆଲୁମିନିୟମର ସ୍ୱଦେଶୀ କଳା ସଂସ୍କୃତିକୁ ପାଳନ କରିବା ଏବଂ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସମ୍ପ୍ରଦାୟଗୁଡ଼ିକୁ ବ୍ୟାପକ ଦର୍ଶକଙ୍କ ସହିତ ଯୋଡୁଥିବା ପ୍ଲାଟଫର୍ମ ସୃଷ୍ଟି କରି, ଆମେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଅନ୍ତର୍ଭୁକ୍ତି ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାର ଲକ୍ଷ୍ୟ ରଖିଛୁ।"
ରାୟଗଡା ଜିଲ୍ଲା ପରିଷଦର ସିଡିଓ ଅକ୍ଷୟ କୁମାର ଖେମୁଣ୍ଡୁ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ, "ଚଇତି ମହୋତ୍ସବରେ ବେଦାନ୍ତ ଆଲୁମିନିୟମର ଯୋଗଦାନ କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାପକ ଭାବେ ବଜାର ପ୍ରବେଶ ସୁଯୋଗ ପ୍ରଦାନ କରି ଅଞ୍ଚଳର ସାମାଜିକ-ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।"
ଚଇତି ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ରାୟଗଡ଼ାରେ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ସହିତ ସାଂସ୍କୃତିକ ସଂରକ୍ଷଣକୁ ସମର୍ଥନ କରିଆସୁଛି। କମ୍ପାନୀ ବିଶ୍ୱାସ କରେ ଯେ ସ୍ଥାନୀୟ କଳାକାରଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା କେବଳ ସାଂସ୍କୃତିକ ସ୍ପନ୍ଦନ ବୃଦ୍ଧି କରେ ନାହିଁ ବରଂ ଆଗାମୀ ପିଢ଼ି ପାଇଁ ପାରମ୍ପରିକ କଳା ଅଭ୍ୟାସର ନିରନ୍ତରତା ମଧ୍ୟ ସୁନିଶ୍ଚିତ କରେ।
ସ୍ଥାନୀୟ କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ଅନ୍ୟାନ୍ୟ ପ୍ରଭାବଶାଳୀ ପ୍ରୟାସ ମଧ୍ୟରେ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ନାଟକ ପାଇଁ ଥିଏଟରକୁ ସମର୍ଥନ, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୁହିକ ଉତ୍ସବ, ନାମଯଜ୍ଞ ଉତ୍ସବ ଏବଂ ଜାମଖାନିରେ ବାହୁଡା ଯାତ୍ରା ଅନ୍ତର୍ଭୁକ୍ତ। ପୂର୍ବରୁ, କମ୍ପାନୀ 'ରଙ୍ଗବତୀ' ଏବଂ 'ଛଇଲି' ଭଳି ପ୍ରତୀକାତ୍ମକ ଗୀତ ମାଧ୍ୟମରେ ଓଡ଼ିଆ ସଙ୍ଗୀତକୁ ଲୋକପ୍ରିୟ କରିବାର ଶ୍ରେୟ ପାଇଥିବା ପ୍ରସିଦ୍ଧ ସମ୍ବଲପୁରୀ ଲୋକ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ସମ୍ମାନିତ କରିଥିଲା।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ସହିତ ତୃଣମୂଳସ୍ତରର କ୍ରୀଡା ଏବଂ ସଂସ୍କୃତି ମାଧ୍ୟମରେ ସାମୁହିକ ବିକାଶକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ। ଏହି ପଦକ୍ଷେପଗୁଡ଼ିକ ଏହାର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହିତ ଘନିଷ୍ଠ ସହଯୋଗ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଆର୍ଥିକ ପରିବର୍ତ୍ତନରେ ସକ୍ରିୟ ଭାବରେ ଯୋଗଦାନ ଦେଉଛି।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥା ଜାରି ରହିବ
ଭୁବନେଶ୍ୱର: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ ୠଣ ମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରିରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଛନ୍ତି
ଏସ୍‌ଏଚ୍‌ଜିକୁ ରୁଗ୍‌ଣ କରିବାକୁ ଷଡ଼ଯନ୍ତ୍ର; ରାଜ୍ୟର ୭୦ ଲକ୍ଷ ମହିଳା ପ୍ରଭାବିତ
ଭୁବନେଶ୍ୱର/ ଯାଜପୁର: କ୍ଷମତାକୁ ଆସୁଆସୁ ମିଶନଶକ୍ତି ମହିଳାଙ୍କ ଏସ୍‌ଏଚ୍‌ଜିକୁ ବନ୍ଦ କରିବା ନିମନ୍ତେ ଡ଼ବଲ ଇଞ୍ଜିନ୍‌ ସରକାର ଆରମ୍ଭ କରିଥିବା ଅଭିଯାନ ଆପାତତଃ ସଫଳ ହୋଇଛି । ମିଶନଶକ୍ତି, ଏହାର ସଦସ୍ୟ, ସହଯୋଗ କରୁଥିବା ନିର୍ବାହୀ ସମସ୍ତଙ୍କ ଉପରେ ସରକାର ଦାଉ ସାଧିଛନ୍ତି। ନିର୍ବାହୀମାନଙ୍କୁ ପାରିଶ୍ରମିକ ବନ୍ଦ କରି ସେମାନଙ୍କୁ ଛଟେଇ କରାଯାଉଛି । ଏସ୍‌ଏଚ୍‌ଜି ପୁନର୍ଗଠନ ପାଇଁ କାମ ଆରମ୍ଭ କରି ୭୦ ଲକ୍ଷ ମହିଳାଙ୍କ ଆର୍ଥିର୍କ ମେରୁଦଣ୍ଡ ଉପରେ ଆଘାତ ଦିଆଯାଇଛି। ଅନ୍ୟପକ୍ଷରେ ଏବେ ସୁଧଫେରସ୍ତ ପ୍ରକ୍ରିୟା ବନ୍ଦ କରିବା ପରେ ଋଣ ଦେବାକୁ ବି ବ୍ୟାଙ୍କ ରାଜି ନୁହନ୍ତି। ସାରା ରାଜ୍ୟରେ ଏପରି ସମସ୍ୟା ମିଶନଶକ୍ତି ପାଇଁ ସମସ୍ୟା ସୃଷ୍ଟି କରିଛି । ବିଡ଼ମ୍ବନା ହେଉଛି ୭୦ଲକ୍ଷ ମହିଳାଙ୍କ ସହ ଜଡ଼ିତ ରାଜ୍ୟର ୭୦ ଲକ୍ଷ ପରିବାର ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।
ମହିଳା ସଶକ୍ତିକରଣକୁ ଶୀର୍ଷରେ ପହଞ୍ଚାଇବା ପାଇ ନବୀନ ସରକାର ସୁଧ ଛାଡ଼ ଯୋଜନା କରିଥିଲେ। ବିଗତ ବର୍ଷରେ ରାଜ୍ୟର ୪୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହୋଇଥିଲେ। ମହିଳାଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ସହ ଗାଁ ଗଣ୍ଡାରେ ମହିଳା ସ୍ୱାବଲମ୍ବୀ ହୋଇ ପାରିଥିଲେ। ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ ଲଗାଣ ପାଇଁ ବିଜେଡି ସରକାର ସୁଧ ଫେରସ୍ତ ଯୋଜନା ପ୍ରଣୟନ କରିଥିଲେ। ବ୍ୟାଙ୍କରୁ ଏସ୍‌ଏଚ୍‌ଜି ଋଣ ଉଠାଣ ପରେ କିସ୍ତିୱାରୀ ପରିଶୋଧ କରୁଥିଲେ ଓ ରାଜ୍ୟ ସରକାର ବ୍ୟାଙ୍କ ଋଣ ବାବଦର ସୁଧଅର୍ଥକୁ ପ୍ରତ୍ୟକ୍ଷ ଭାବେ ଏସ୍‌ଏଚ୍‌ଜିଙ୍କୁ ଫେରସ୍ତ କରୁଥିଲେ। ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ, ଏସ୍‌ଏଚ୍‌ଜିଙ୍କୁ ସରଳ ପ୍ରକ୍ରିୟାରେ ବ୍ୟାଙ୍କ ଋଣ ମିଳି ପାରୁଥିଲା ଓ ମହିଳାମାନେ ମଧ୍ୟ ସରକାରଙ୍କ ସୁଧ ଫେରସ୍ତ ଯୋଜନାରେ ଉପକୃତ ହୋଇ ସଠିକ୍‌ ସମୟରେ ବ୍ୟାଙ୍କ ଋଣ ଶୁଝି ପାରୁଥିଲେ।
ମାତ୍ର ଏହି ସୁଧ ଫେରସ୍ତ ପ୍ରକ୍ରିୟାକୁ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି । ଏସ୍‌ଏଚ୍‌ଜି ଋଣଭାର ବୁଡ଼ି ରହିପୂର୍ବ ବର୍ଷର ଋଣ ଅର୍ଥକୁ ବ୍ୟାଙ୍କରେ ପରିଶୋଧ କରି ପାରୁ ନାହାନ୍ତି। କେବଳ ଯାଜପୁର ଜିଲ୍ଲାର ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଚଳିତ ଆର୍ଥିକ ବର୍ଷରେ ଋଣ ନେଣଦେଣ ପ୍ରକ୍ରିୟା ଠାରୁ ଦୂରେଇ ଯାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାର ୧୪ ହଜାର ୪୮୫ଟି ଏସ୍‌ଏଚ୍‌ଜି ୩ ଲକ୍ଷଟଙ୍କା ଲେଖାଏଁ ଋଣ ଉଠାଣ କରିବା ସହ ସମୂଳ ସୁଧ ଅର୍ଥ ବ୍ୟାଙ୍କକୁ ଫେରସ୍ତ କରିଥିଲେ। ଏହି ଋଣ ନେଣଦେଣ ବ୍ୟବସ୍ଥାରେ ଜିଲ୍ଲାର ଦେଢ଼ ଲକ୍ଷରୁ ଅଧିକ ମହିଳାଙ୍କୁ୧୩ କୋଟି ୨୬ ଲକ୍ଷଟଙ୍କାର ସୁଧଅର୍ଥ ଫେରସ୍ତ କରାଯାଇଥିଲଶ। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ରେ ଯାଜପୁର ଜିଲ୍ଲାର ୧୯ ହଜାର ୫୦୦ ଏସ୍‌ଏଚ୍‌ଜିଙ୍କୁ ୧୦୫୬ କୋଟି ଟଙ୍କାର ଋଣ ଲଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ଏଯାଏ ଗୋଟିଏ ବି ଏସ୍‌ଏଚ୍‌ଜିଙ୍କୁ ସୁଧଛାଡ଼ ଅର୍ଥ ଫେରସ୍ତ ମିଳି ନାହିଁ। ଏହା ମହିଳା ସଶକ୍ତିକରଣ ଅଭିଯାନ ପ୍ରଭାବିତ କରିଛି। ଏସ୍‌ଏଚ୍‌ଜିଙ୍କୁ ରାଜ୍ୟ ସରକାର ସୁଧ ଫେରସ୍ତ କରି ପାରୁ ନଥିବାରୁ ମହିଳାଙ୍କୁ ବ୍ୟାଙ୍କ ଋଣ ଦେବା ପାଇଁ ଧରାଛୁଆଁ ଦେଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ମିଶନ ଶକ୍ତି କେହି ଏସ୍‌ଏଚ୍‌ଜିଙ୍କ ସାଥୀରେ ନାହାନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯାଜପୁର ଜିଲ୍ଲାର ୧୯ ହଜାର ୫୦୦ ଏସ୍‌ଏଚ୍‌ଜିଙ୍କୁ ଋଣ ଲଗାଣ କରିବା ଲକ୍ଷ୍ୟରୁ ଅଧା ବି ପୂରଣ ହୋଇ ନାହିଁ। ନୈରାଶ୍ୟଜନକ ଋଣ ଲଗାଣ ବ୍ୟବସ୍ଥା ଜିଲ୍ଲାର ୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କେବଳ ଯାଜପୁର ନୁହେଁ, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ ଅବସ୍ଥା। ଏବେ ଯଦି ଏହି ବ୍ୟବସ୍ଥା ଜାରିରହେ, ତେବେ ୭୦ଲକ୍ଷ ସ୍ୱାବଲମ୍ବୀ ମହିଳାଙ୍କ ପରିବାର ଆର୍ଥିକ କ୍ଷତିଗ୍ରସ୍ତ ହେବା ଜଳଜଳ ଦିଶୁଛି ।
ଜୀବିକା ଦେଲା ମିଶନ ଶକ୍ତି, ଚାଷ କରି ନିଜକୁ ସ୍ୱାବଲମ୍ବୀ କରି ପାରିଛନ୍ତି ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ମାଆମାନେ
କୋରାପୁଟ(ସୁବୋଧ ଚେଟ୍ଟୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସ୍ୱବଲମ୍ୱୀ କରିବା ସହ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ଭାରତ ବର୍ଷରେ ଇତିହାସ ରଚିଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।
ସାରା ରାଜ୍ୟରେ ୭୦ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମାଆ ମିଶନ ଶକ୍ତି ମାଧ୍ୟମରେ ରୋଜଗାରକ୍ଷମ ହୋଇ ପାରିଥିବା ବେଳେ କୋରାପୁଟ ଜିଲ୍ଲାର ମାଆ ମାନେ ମଧ୍ୟ ବେଶ ଉପକୃତ ହୋଇ ପାରିଛନ୍ତି। ଯେଉଁମାନେ ଦିନେ ଟଙ୍କାଟିଏ ରୋଜଗାର କରି ପାରୁନଥିଲେ ଆଜି ସେମାନେ ମିଶନ ଶକ୍ତି ସହାୟତାରେ ମାସକୁ ଜଣ ପିଛା ୩ ହଜାର ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛନ୍ତି। କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ନିଘାମାନିଗୁଡା ଗ୍ରାମର ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ମାଆମାନେ ନିଜକୁ ସ୍ୱାବଲମ୍ବୀ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।
ଗାଙ୍ଗେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀ ପଦ୍ମପୁର ଏମବିକେ ସିପ୍ରା ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦ ଜଣ ସଦସ୍ୟା ଦୁଇ ବର୍ଷ ପୂର୍ବରୁ ଆତ୍ମନିର୍ଭରଶୀଳ ହେବାକୁ ଏକ ମାଷ୍ଟର ପ୍ଲାନ କରି ସଫଳତାର ପ୍ରଥମ ପାହାଚ ଚଢିବାରେ ସକ୍ଷମ ହୋଇ ପାରିଛନ୍ତି। ଗତ ଦୁଇ ବର୍ଷକ ମଧ୍ୟରେ ଗାଙ୍ଗେଶ୍ୱରୀ ଏସ୍‌‌ଏଚ୍‌‌ଜି ମାଆ ମାନେ ଜଣେ ବ୍ୟକ୍ତିଙ୍କ ୭୦ ଡେସିମଲ ଜାଗା ଲିଜ୍‌‌ ସୂତ୍ରରେ ନେଇ ବିଭିନ୍ନ ପ୍ରକାର ଚାଷ କରି ବେଶ ଲାଭବାନ ହୋଇଛନ୍ତି। ୨୦ ଡେସିମିଲ ଜମିରେ କରାଯାଇଥିବା ପୋଲି ହାଉସରେ ଉନ୍ନତ କିସମର ଆଳୁଚାରା, ଅମୃତ ଭଣ୍ଡା ଓ ଅନ୍ୟାନ୍ୟ ଚାରା ଉତ୍ପାଦନ କରି ବର୍ଷକରେ ସେମାନେ ୨ ଲକ୍ଷ ୭୫ ହଜାର ଟଙ୍କା ଲାଭ ପାଇଥିବା ବେଳେ ଛତୁଚାଷରୁ ୩୦ ହଜାର, ଫୁଲଚାଷରୁ ୨୫ ହଜାର, ମସଲା ଗୁଣ୍ଡ ତିଆରି କରି ୫୦ ହଜାର ମୋଟ ୩ ଲକ୍ଷ ୫୦ ହଜାର ଟଙ୍କା ଲାଭ ପାଇଥିବା ଗାଙ୍ଗେଶ୍ୱରୀ ଏସ୍‌‌ଏଚ୍‌‌ଜି ସଭାନେତ୍ରୀ ନିରୋଶା ଚୌଧରୀ ପ୍ରକାଶ କରିଛନ୍ତି। ଆସନ୍ତା ଦିନରେ ସେମାନେ ଆହୁରି ଅଧିକ ରୋଜଗାର କରିବା ଲକ୍ଷ ନେଇ କାମ କରିବେ ବୋଲି ସଦସ୍ୟାମାନେ କହିଛନ୍ତି। ରାଜ୍ୟ ସରକାରଙ୍କ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ତଥା କମିଶନର ଡଃ.ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ମୁଖ୍ୟ ଉପଦେଷ୍ଟା ଡଃ.ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଗାଙ୍ଗେଶ୍ୱରୀ ଏସ୍‌‌ଏଚଜି ଦ୍ୱାରା କରା ଯାଇଥିବା ପୋଲି ହାଉସ୍‌‌ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ଖୁବ୍‌‌ ପ୍ରଶଂସା କରିଥିଲେ।
‘ବ୍ରାଇଡାଲ୍‌ ମେକ୍‌-ଅପ୍‌‌’ ତାଲିମ୍‌ ନେଲେ ୩୦ ଏସ୍‌‌ଏଚ୍‌‌ଜି ମା’
ଭୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକ୍‌‌ଅପ୍‌‌ ଓ ଫେସିଆଲ ଆଦି ସେବା କ୍ଷେତ୍ରର ଚାହିଦା ବଢ଼ୁଛି। ତେଣୁ ଏ ଦିଗରେ ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍‌‌’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚ୍‌‌ରେ ରାଜ୍ୟର ୩୦ ଜଣ ଏସ୍‌‌ଏଚ୍‌‌ଜି ମା’ ତାଲିମ ଶେଷ କରି ବାହାରିଛନ୍ତି।
ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌‌ ସର୍ଭିସେସ୍‌‌’ ବିଭାଗରେ ଏସ୍‌‌ଏଚ୍‌‌ଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା। ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ। ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍‌‌ ଫେସିଆଲ, ବ୍ରାଇଡାଲ ମେକ୍‌‌ଅପ୍‌‌, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍‌‌, ହେଡ୍‌‌ ମସାଜ୍‌‌ ଏବଂ ଥ୍ରେଡିଂ ଆଦି ଉପରେ ପ୍ରଶିକ୍ଷଣ ନେଇଥିଲେ। ତାଲିମ ଶେଷରେ ଏହି ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାର ଗୁରୁବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍‌‌ ସହ ମେକ୍‌‌ଅପ୍‌‌ କିଟ୍‌‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସ୍‌‌ଏଚ୍‌‌ଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ ଆୟୋଜନ କରାଯାଇଥିଲା। ତେବେ ମହିଳାମାନଙ୍କୁ ଏହି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସ୍‌‌ଏଚଜି ମା’ମାନେ ଅଶେଷ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମ ଶେଷ ହେବା ପରେ ମା’ମାନେ ମିଶନ ଶକ୍ତି ଭବନରେ ବିଭାଗୀୟ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍‌‌ଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀମତୀ କାର୍ତ୍ତିକେୟନ୍‌‌ ଓଡ଼ିଆ ବ୍ରାଇଡାଲ ମେକଅପ୍‌‌ ପାଠ୍ୟକ୍ରମ ଶେଷ କରିଥିବା ଏସ୍‌‌ଏଚ୍‌‌ଜି ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏସ୍‌‌ଏଚ୍‌‌ଜିଙ୍କୁ ଏସ୍‌‌ଏମ୍‌‌ଇରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏହାଦ୍ୱାରା ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ଫଳରେ ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ। ତେଣୁ ଏସ୍‌‌ଏଚଜି ମହିଳାଙ୍କୁ ବିଭିନ୍ନ ବିଷୟରେ ଉନ୍ନତମାନର ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଓଡ଼ିଆ ବ୍ରାଇଡାଲ ମେକ୍‌‌ଅପ୍‌‌ରେ ତାଲିମ ନେଇଥିବା ମହିଳାମାନେ ଆଗାମୀ ଦିନରେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଥିଲେ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସ୍‌ଏଚ୍‌ଜି ମା’ମାନଙ୍କ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଓ ଯାତାୟାତ ସୁବିଧା କରାଯାଇଥିଲା। ସାର୍ଟିଫିକେଟ୍‌‌ ପ୍ରଦାନ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଏବଂ ସ୍କୁଲ ଅଫ୍‌‌ ସର୍ଭିସେସର ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ ପ୍ରମୁଖ ଯୋଗ ଦେଇଥିଲେ।
ଖଣ୍ଡପଡ଼ା(ଜନ୍ମେଜୟ ଦଳେଇ): ରୋଷେଇ ଘରରୁ ଦାଣ୍ଡ ଦୁଆର; ଅତି ବେଶୀରେ ଏତିକି ଦୀର୍ଘତମ ଥିଲା ସେମାନଙ୍କ ଯାତ୍ରା। ଅଭାବ ଥିଲା, ଅସୁବିଧା ଥିଲା, କିନ୍ତୁ ଓଢ଼ଣା ତଳେ ଲୁଚିଯାଉଥିଲା ସବୁ ଯନ୍ତ୍ରଣା। ଏସବୁ ଏବେ ଇତିହାସ ପାଲଟିଗଲାଣି। ସେମାନଙ୍କ ପାଖରେ ବୁଦ୍ଧି ଥିଲା ଏବଂ ମିଶନଶକ୍ତି ବାଟ ଦେଖାଇଲା। ସେମାନଙ୍କ ହାତ ତିଆରି ମସଲାର ବାସ୍ନା କେବଳ ସେମାନଙ୍କ ରୋଷେଇ ଘରେ ହଜିଯାଉଥିଲା। କିନ୍ତୁ ଏବେ ସେମାନଙ୍କ ହାତ ତିଆରି ମସଲାର ବାସ୍ନା ଏବେ ରୋଷେଇ ଘର, ଗାଁ, ପଞ୍ଚାୟତ ଓ ଜିଲ୍ଲା ଡେଇଁ ବାହାରକୁ ଆସିଲାଣି। ମସଲା ସେମାନଙ୍କ ଜୀବନରେ ମହକ ଭରିଦେଇଛି।
ହଳଦୀ, ଲଙ୍କା, ଜିରା, ଗରମ ମସଲା ଭଳି ବିଭିନ୍ନ ମସଲା ପ୍ରସ୍ତୁତ କରି ଅର୍ଥ ଉପାର୍ଜନ କରୁଛନ୍ତି ଖଣ୍ଡପଡ଼ା ବ୍ଲକ ଗୁଣ୍ଠୁଣି ପଞ୍ଚାୟତ ଜଗନ୍ନାଥସାହିର ମା ବ୍ରାହ୍ମଣି ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ (କ)ର ସଦସ୍ୟା। ଏବେ ସେମାନଙ୍କ ଉଦ୍ୟମ ଉଦ୍ୟୋଗରେ ପରିଣତ ହୋଇସାରିଛି। ଗୋଷ୍ଠୀର ମହିଳାମାନେ ନିଜସ୍ୱ ଉଦ୍ୟମରେ ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରି ନିଜ ଘର ଖର୍ଚ୍ଚ ଉଠାଇ ପାରୁଛନ୍ତି।
ସଂଘର ସଭାପତି ସତ୍ୟଭାମା ଦଳବେହେରାଙ୍କ କହିବା କଥା ହେଲା ପ୍ରଥମେ ଗାଁର କିଛି ମହିଳାଙ୍କୁ ସାଥିରେ ନେଇ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ମସଲା ଉଦ୍ୟୋଗ। ଆଉ ଏବେ ଉଦ୍ୟୋଗ ସଫଳତାର ଶିଢ଼ି ଚଢିବାରେ ଲାଗିଛି। ବିଶେଷକରି ମସଲା, ମିକଶ୍ଚର, ବଡି, ପାମ୍ପଡ ଭଳି ସୁସ୍ବାଦୁ ଓ ଚାହିଦା ଥିବା ଖାଦ୍ୟଦ୍ରବ୍ୟ ସହ ଦେବଦେବୀଙ୍କ ବସ୍ତ୍ରକୁ ନିଖୁଣ ଭାବେ ତିଆରି କରିପାରୁଛନ୍ତି ସମସ୍ତ ସଦସ୍ୟ। ମୋଟ ଦେଢ ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବ୍ୟବସାୟ ବହୁତ ବଢ଼ିଛି।
ଖାଲି ସେତିକି ନୁହେଁ ଏହି ଗୋଷ୍ଠୀ ମହିଳାଙ୍କ ପୋଷାକ ତିଆରି କରୁଛନ୍ତି। ନିଜ ଉତ୍ପାଦିତ ଦ୍ରବ୍ୟ ଓ ସାମଗ୍ରୀକୁ ଇଟାମାଟି, ବାହାଡା, ଖଳିସାହି, ଭାପୁର ଭଳି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଏଥିନିମନ୍ତେ ସୁଦୂର କଟକରୁ କଞ୍ଚାମାଲ ଆସୁଥିବା ସମ୍ପାଦିକା ଶ୍ରୀଲତା ରାୟ ସୂଚନା ଦେଇଛନ୍ତି। ଉକ୍ତ ଗୋଷ୍ଠୀକୁ ଅଧିକ ଋଣ ମିଳିପାରିଲେ ବ୍ୟବସାୟ ବଢ଼ିପାରନ୍ତା ବୋଲି ମତପ୍ରକାଶ ପାଇଛି। ସମାନଭାବେ ମିଶନଶକ୍ତି ବିଭାଗ ପକ୍ଷରୁ ବଜାର ସୁଦୃଢୀକରଣ ତଥା ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲେ ସେମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ସଂଘ ସହ ଯୋଡି ହୋଇଥିବା ମହିଳା ମମତା ନାୟକ, ଶ୍ରୀମତି ବେହେରା, ସିତା ବେହେରା, ଗୀତାଞ୍ଜଳି ଦଳବେହେରା, ଗୌରୀ ନାୟକ, କୋକିଳ ଦଳବେହେରା, ହିନ ଦଳବେହେରା, ଲିଲି ଦଳବେହେରା ମିଶନଶକ୍ତିକୁ ବେଶ ପ୍ରଶଂସା କରିଛନ୍ତି।
ଏସ୍‌‌ଏଚ୍‌‌ଜି ମହିଳାଙ୍କ ନିଆରା ପ୍ରୟାସ, ରୋଜଗାରର ରାହା ଦେଖାଇଛି ହର୍ବାଲ ସାମଗ୍ରୀ
ଭୁବନେଶ୍ୱର: ଛତୁଆ, ଫିନାଇଲ ପ୍ରସ୍ତୁତିରେ ସୀମିତ ନାହାନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା। ସମୟକ୍ରମେ ବଜାର ଚାହିଦାକୁ ଦୃଷ୍ଟିରେ ରଖି ମିଶନ୍‌‌ ଶକ୍ତି ସହଯୋଗକ୍ରମେ ସ୍ୱାବଲମ୍ବନର ରାହା ପାଇପାରୁଛନ୍ତି। ଏବେ ଆୟୁର୍ବେଦ, ଚେରମୂଳି ଓ ଔଷଧୀୟ ସାମଗ୍ରୀ କିଣିବା ପାଇଁ ଲୋକେ ପସନ୍ଦ କରୁଛନ୍ତି। କେବଳ ଆୟୁର୍ବେଦ ଓ ଚେରମୂଳିର ଚାହିଦା ନୁହେଁ; ହର୍ବାଲ ସାମଗ୍ରୀରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ବେଶ୍‌‌ ଲୋକାଦୃତି ହୋଇପାରୁଛି। ଦେଶୀ ହର୍ବାଲ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି ତେଲ, ଜଡ଼ିବୁଟି ଗୁଣ୍ଡ, ସୁଗୃହିଣୀ ଏସ୍‌‌ଏଚ୍‌‌ଜିର ସଦସ୍ୟାମାନେ ହର୍ବାଲ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ରାଜଧାନୀର ୟୁନିଟ୍‌‌-୩ ଖାରବେଳ ନଗରରେ ରହିଛି ସେମାନଙ୍କ ନିଆରା ଏସ୍‌‌ଏଚ୍‌‌ଜି ସାମଗ୍ରୀ। ସୁଗୃହିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜସ୍ୱ ତଥା ସରକାରୀ ସହାୟତାରେ ପ୍ରସ୍ତୁତ କରୁଛନ୍ତି ଆୟୁର୍ବେଦ ଗୁଣ୍ଡ ଓ ତୈଳ। ଏଥିରେ ସେମାନେ ଜାମୁକୋଳି ଗୁଣ୍ଡ, ଅଶ୍ୱଗନ୍ଧା ଗୁଣ୍ଡ, ତ୍ରିଫଳା ଗୁଣ୍ଡ, ଅଁଳା ଗୁଣ୍ଡ ଆଦି ପ୍ରସ୍ତୁତ କରୁଛନ୍ତି। ଏହାସହିତ ନଡ଼ିଆକୁ ମାରି ସେଥିରୁ ରନ୍ଧା ତେଲ, କୁସୁମ ତେଲ, କରଞ୍ଜ ତେଲ ଓ ନିମ୍ବ ତେଲ ପ୍ରସ୍ତୁତ କରୁଛନ୍ତି। ଏମିତିକି ଏସବୁକୁ ପ୍ୟାକେଜିଂ କରି ବଜାରରେ ବିକ୍ରି କରୁଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ମଧ୍ୟ ବେଶ୍‌‌ ଚାହିଦା ରହିଛି। ଏଥିପାଇଁ ସେମାନେ କୋଲକାତାରୁ ଅଶ୍ୱଗନ୍ଧା, ଢେଙ୍କାନାଳରୁ ହରିଡ଼ା, ବାହାଡ଼ା, ଅଁଳା ଏବଂ କେନ୍ଦୁଝରରୁ ନିମ୍ବ ଓ କରଞ୍ଜମଞ୍ଜି ଆଣି ସେସବୁକୁ ପ୍ରୋସେସିଂ କରି ବିଭିନ୍ନ ହର୍ବାଲ ସାମଗ୍ରୀ ହାତରେ ତିଆରି କରୁଛନ୍ତି। ୪ବର୍ଷରୁ ଊର୍ଦ୍ଧ୍ବ ହେବ ଆରମ୍ଭ ହୋଇଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏଥିରେ କାମ ଜାରି ରଖିଛନ୍ତି। ଜଣେ ମହିଳା ଏହି ହର୍ବାଲ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମହିଳାମାନେ ଏହାଦ୍ୱାରା ସ୍ୱାବଲମ୍ବୀ ହେବା ସହ ରୋଜଗାରର ବାଟ ପାଇପାରିଛନ୍ତି। ମେସିନ୍‌‌ ନୁହେଁ ବରଂ ହାତରେ ତିଆରି କରୁଛନ୍ତି। ବିଶେଷ ଆକର୍ଷଣରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହର୍ବାଲ ତୈଳ। ଶରୀରକୁ ସୁସ୍ଥ ତଥା ସକରାତ୍ମକ ଭାବନା ସୃଷ୍ଟି ହେଉଛି। ମିଶନଶକ୍ତି ମାଧ୍ୟମରେ ମା’ମାନଙ୍କୁ ରୋଜଗାରର ବାଟ ଦେଖାଇଥିଲା।
ଏଥିପାଇଁ ସେମାନେ ବର୍ତ୍ତମାନ ବିଭିନ୍ନ ମେଳା ମହୋତ୍ସବ ସାଙ୍ଗକୁ ବିଭିନ୍ନ ସ୍ଥାନର ସ୍ଥାନୀୟ ମାର୍କେଟରେ ବିକ୍ରି କରୁଛନ୍ତି। ଏଥିପାଇଁ ସେମାନେ କୌଣସି ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇନାହାନ୍ତି। ଏସ୍‌‌ଏଚ୍‌‌ଜିର ସମ୍ପାଦିକା ଗୀତା ବିଶ୍ୱାସ ନିଜ ବାପାଙ୍କଠାରୁ ଶିଖିଥିବା ଏହି ହର୍ବାଲ ସାମଗ୍ରୀ ପ୍ରସ୍ତୁତି ଏବେ ମହିଳାମାନଙ୍କୁ ସ୍ୱାବଲମ୍ବନର ରାହା ଦେଖାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହାକୁ ସେମାନଙ୍କୁ ଶିଖାଇଛନ୍ତି। ଏଥିପାଇଁ ମହିଳାମାନେ ୮-୯ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ମିଶନ୍‌‌ ଶକ୍ତିରୁ ଗୋଷ୍ଠୀର ସଦସ୍ୟାମାନେ ଅଢ଼େଇଲକ୍ଷ ଟଙ୍କାର ଋଣ ଆଣି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହିସବୁ ସାମଗ୍ରୀକୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମାର୍କେଟରେ ମଧ୍ୟ ବିକ୍ରି କରାଯାଉଛି। ଏ ସମ୍ପର୍କରେ ଗୀତା କୁହନ୍ତି, ମହିଳାଙ୍କୁ ରୋଜଗାରର ରାହା ଦେବା ପାଇଁ ପ୍ରୟାସ କରାଯାଉଛି। ନିଜ ଉଦ୍ୟମରେ ଏକ ହର୍ବାଲ ଷ୍ଟଲ୍‌‌ କରାଯାଇଛି, ଯେଉଁଥିରେ ସେମାନେ ଏହି ସବୁ ସାମଗ୍ରୀକୁ ବିକ୍ରି କରୁଛନ୍ତି। ଏବେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି। ପ୍ରତିଦିନ ମହିଳାମାନେ ଘରର କାମ ଧନ୍ଦା ସାରିବା ପରେ ଏହି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।
ବେତ କାରିଗରୀ ଦେଲା ଉଦ୍ୟୋଗୀର ପରିଚୟ; ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସମୃଦ୍ଧିରେ ସହଯୋଗ କରୁଛନ୍ତି ଡମପଡ଼ାର ଅନେକ ମହିଳା
ଭୁବନେଶ୍ୱର (ଐଶ୍ୱର୍ଯ୍ୟା ପରିଜା): ସୃଜନଶୀଳତା ସେମାନଙ୍କ ରକ୍ତରେ। ମନରେ କିଛି କରିବାର ଆକାଂକ୍ଷା ଆଜି ସେମାନଙ୍କୁ ସ୍ୱାବଲମ୍ବୀ କରିଛି। ବେତ କାରିଗରୀକୁ ସରକାରଙ୍କ ପ୍ରୋତ୍ସାହନ ସହ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ପାଇଁ କଟକ ଡମପଡ଼ାର ମହିଳାମାନେ ଆଜି ଉଦ୍ୟୋଗୀର ପରିଚୟ ପାଇଛନ୍ତି। ସ୍ୱାବଲମ୍ବୀ ତ ହୋଇଛନ୍ତି; ଏହା ସହିତ ମିଳିଛି ସମ୍ମାନ ଓ ପରିବାରର ଆର୍ଥିକ ସମୃଦ୍ଧିରେ ସହଯୋଗ କରିପାରିଛନ୍ତି ଏହି ମହିଳାମାନେ।
ମହିଳାମାନଙ୍କ ବେତ କାରିଗରୀ ଏବେ ଦେଶବିଦେଶରେ ଆଦୃତି ଲାଭ କରୁଛି। ଇଣ୍ଟରନେଟ ସେମାନଙ୍କ ସାମଗ୍ରୀକୁ ସମଗ୍ର ବିଶ୍ୱରେ ପହଞ୍ଚାଇଛି। ‘କଣ କରିବା’ ଭଳି ଦାରିଦ୍ର୍ୟ ପଞ୍ଚାକ୍ଷରୀ ଆଉ ଘୋଷୁନାହାନ୍ତି ଡମପଡ଼ାର ଏହି ଉଦ୍ୟୋଗୀ ମହିଳାମାନେ। ମିଶନଶକ୍ତି ସେମାନଙ୍କ ସୃଜନଶୀଳତାକୁ ବଜାରରେ ପହଞ୍ଚାଇଛି। ଆସାମ୍‌‌ରୁ ବେତ ଆଣି ସେଥିରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି ଡମପଡ଼ାର ମା’ ସିଦ୍ଧଭୈରବୀ ଉତ୍ପାଦକ ଗୋଷ୍ଠୀର ମହିଳାମାନେ।
୨୦୧୮ ମସିହାରୁ ମିଶନ୍‌‌ ଶକ୍ତି ମାଧ୍ୟମରେ ମହିଳାମାନେ ଏହି ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ। ଏହି ଗୋଷ୍ଠୀ ଅଧୀନରେ ୩୦ଜଣ ମହିଳା ରହିଛନ୍ତି। କଣି ବେତରୁ ସେମାନେ କର୍ଣ୍ଣର ଷ୍ଟାଣ୍ଡ, ବହି ଥାକ, ଦୋଳି, ସେଫା ସେଟ୍‌‌, ଝୁଡି ଆଦି ତିଆରି କରୁଛନ୍ତି। ଏସବୁ ସାମଗ୍ରୀକୁ ସେମାନେ ସରକାରୀ ସଂସ୍ଥାକୁ ଦେବା ସହ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ଓର୍‌‌ମାସ ମାଧ୍ୟମରେ ଆମାଜନ୍‌‌ରେ ସେମାନଙ୍କ ସାମଗ୍ରୀ ବିକ୍ରି ହେଉଛି।
୬ମାସରୁ ଊର୍ଦ୍ଧ୍ବ ହେବ ସେମାନେ ଅନ୍‌‌ଲାଇନ୍‌‌ରେ ବିକ୍ରିବଟା କରୁଛନ୍ତି। ଏଥିପାଇଁ ସେମାନେ ୪୦-୫୦ହଜାର ଟଙ୍କା ରୋଜଗାର ମଧ୍ୟ କରିପାରିଛନ୍ତି। ବିଭିନ୍ନ ମେଳା, ମହୋତ୍ସବ ଓ ପ୍ରଦର୍ଶନୀରେ ବିକ୍ରିବଟାର ସୁଯୋଗ ମଧ୍ୟ ମିଳୁଛି। ମହିଳାମାନେ ବର୍ଷକୁ ୧୬-୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି। ଖୁବ୍‌‌ଶୀଘ୍ର ଫ୍ଲିପ୍‌‌କାର୍ଟ ମାଧ୍ୟମରେ ଓଡ଼ିଶାର ବାଉଁଶ କାରିଗରୀ ବିକ୍ରି ପାଇଁ ବୁଝାମଣା ହେବ ବୋଲି ଏହି ମହିଳାମାନେ ସୂଚନା ଦେଇଛନ୍ତି। ମିଶନ୍‌‌ ଶକ୍ତି ସହଯୋଗରେ ମା’ମାନେ ୬ଲକ୍ଷ ଟଙ୍କାର ଋଣ କରି ଉଦ୍ୟୋଗ ପଥରେ ଆଗେଇଚାଲିଛନ୍ତି। ଏ ସମ୍ପର୍କରେ ଉତ୍ପାଦକ ଗୋଷ୍ଠୀର ସେକ୍ରେଟାରୀ ଶ୍ରଦ୍ଧାଞ୍ଜଳି ମହାରଣା ଓ ସଭାପତି ଦୋଇତା ସ୍ୱାଇଁ କୁହନ୍ତି, ବେତ ଓ ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଆମର କୌଳିକବୃତ୍ତି। ଓର୍‌‌ମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ୍‌‌ ଶକ୍ତି ଆମ କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରେ ବେତ ସାମଗ୍ରୀକୁ ବିକ୍ରି କରିବା ପାଇଁ ସୁଯୋଗ ଦେଇଛନ୍ତି। ଉଦ୍ୟୋଗ ମିତ୍ର ପ୍ରଶାନ୍ତ ମହାପାତ୍ର କହିଛନ୍ତି, ଗାଁର ସାମଗ୍ରୀ ଏବେ କେବଳ ଗାଁରେ ସୀମିତ ନାହିଁ। ଉଦ୍ୟୋଗିତା କ୍ଷେତ୍ରରେ ମହିଳାମାନେ ଆଗେଇଚାଲିଛନ୍ତି। ଏବେ ଅନ୍ୟ ଉପରେ ନିର୍ଭର ନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।
ମିଶନ ଶକ୍ତି ଜରିଆରେ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିପାରିଛି ବୌଦ୍ଧ ଜିଲ୍ଲା ଏସଏଚଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀ
ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି। ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲଜାତ ସାମଗ୍ରୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇ ପାରିଛନ୍ତି।
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମହିଳାମାନଙ୍କୁ ନୂଆ ରାହା ଦେଖାଇଛି। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସିର ସହାୟତା ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୭୧ଟି ବନ ସୁରକ୍ଷା ସମିତି ଅଧୀନରେ ଥିବା ଏସ୍‌‌ଏଚ୍‌‌ଜିର ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ସହାୟତା ଦେଇପାରୁଛନ୍ତି।
ନାବାର୍ଡ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ଏଥିରେ ସାମିଲ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ଏବଂ ତାଙ୍କ ଦ୍ୱାରା ବାଉଁଶରୁ ପ୍ରସ୍ତୁତ କଳାକୃତି ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଜୈବିକ ସାର, ଦେଶୀ ଡାଲି ଇତ୍ୟାଦିର ବ୍ୟବସାୟ ଦାୟିତ୍ୱ ନେଇଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ। ଏହି କ୍ରମରେ ୨୦୨୨ ମସିହା ଜୁନ ୧ରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତିର ପ୍ରକଳ୍ପ ନିର୍ଦେଶକ ମିତା ବିଶ୍ୱାଳଙ୍କ ଦ୍ୱାରା ବୌଦ୍ଧରେ ବନକାରିଗରୀ ନାମକ ଏକ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି।
ବୌଦ୍ଧ ସଦର ରେଞ୍ଜ ଅନ୍ତର୍ଗତ ଗୌନ୍ଦିସର ବନ ସୁରକ୍ଷା ସମିତି ଅଧୀନରେ ଥିବା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ବିକ୍ରୟ କେନ୍ଦ୍ରର ପରିଚାଳନା କରୁଛି। ଏତଦ୍ ବ୍ୟତୀତ ପୃଥିବୀର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନ ଏବଂ ବନ କାରିଗରୀ ଡଟ କମ ନାମକ ୱେବସାଇଟ ଜରିଆରେ ଏସବୁ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି। ଯଦ୍ୱାରା ପୃଥିବୀର ଯେକୌଣସି ସ୍ଥାନରୁ ଯେ କେହି ବନକାରିଗରୀ ବ୍ରାଣ୍ଡ୍‌‌ର ଦ୍ରବ୍ୟ କ୍ରୟ କରିପାରିବ। ଜଙ୍ଗଲ ସୁରକ୍ଷା ଏବଂ ଜୀବିକା ଉଭୟର ସମନ୍ୱୟ ରକ୍ଷା ପାଇଁ ପରିକଳ୍ପନା କରାଯାଇଥିବା ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ଡିଜିଟାଲ ପ୍ଲାଟଫର୍ମରେ ଦୁର୍ଗମ ଅଞ୍ଚଳର ଜଙ୍ଗଲୀ ଦ୍ରବ୍ୟ ଅନ୍ତର୍ଜାତୀୟକରଣ ହେବା ଫଳରେ ଏସବୁ ସାମଗ୍ରୀର ଚାହିଦା କ୍ରମାଗତ ବୃଦ୍ଧି ପାଉଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଏଭଳି ଅଭିନବ ପନ୍ଥା ଦୁର୍ଗମ ଅଞ୍ଚଳ ମହିଳାଙ୍କ ଦୀର୍ଘସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ନିଶ୍ଚିତ ସହାୟକ ହେବ ବୋଲି ଏହି ପ୍ରକଳ୍ପର ବିଷୟବସ୍ତୁ ବିଶେଷଜ୍ଞ ଶିବଦତ୍ତ ଅଗସ୍ତି ପ୍ରକାଶ କରିଛନ୍ତି।
ରାଜ୍ଯରେ ୨୭୦୦ ଏସ୍‌ଏଚ୍‌ଜି ମହିଳା ଦେଉଛନ୍ତି ବ୍ୟାଙ୍କ ସେବା
ଭୁବନେଶ୍ବର: ରାଜ୍ୟରେ ସମ୍ପ୍ରତି ୫୭୦୫ ବ୍ୟାଙ୍କ ଶାଖା ରହିଛି। ଏଥିରେ ଲୋକମାନଙ୍କୁ ତ୍ବରିତ ବ୍ୟାଙ୍କ ସେବା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ୫୭୦୫ ବ୍ୟାଙ୍କ ଶାଖା ମଧ୍ୟରୁ ଗ୍ରାମାଞ୍ଚଳରେ ୨୯୬୩, ଅର୍ଦ୍ଧସହାରାଞ୍ଚଳରେ ୧୫୧୫ ଏବଂ ସହରାଞ୍ଚଳରେ ୧୨୨୭ ଶାଖ ରହିଛି। ତେବେ ଲୋକମାନଙ୍କୁ ସେବା ଯୋଗାଣ କ୍ଷେତ୍ରରେ ପ୍ରାୟ ୨୭୦୦ ଏସ୍‌ଏଚ୍‌ଜି ମହିଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କାରଣ ଏମାନେ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡନ୍ସ (ବିସି) ଭାବେ ଗ୍ରାମାଞ୍ଚଳରେ, ଅର୍ଦ୍ଧସହାରାଞ୍ଚଳ ଏବଂ ସହରାଞ୍ଚଳରେ ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ପହଞ୍ଚାଉଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ରିପୋର୍ଟରୁ ଏହା ଜଣାଯାଇଛି। ଉପାନ୍ତ ଅଞ୍ଚଳଗୁଡିକରେ ଏମାନଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।
ରାଜ୍ୟର ଗ୍ରାମାଞ୍ଚଳ କ୍ଷେତ୍ରରେ ବ୍ୟାଙ୍କ ସେବା କ୍ଷେତ୍ରରେ ୧୧,୯୬୩ ଜଣ ଏସ୍‌ଏଚ୍‌ଜି ସଦସ୍ୟ ବିସି ଭାବେ କାର୍ଯ୍ୟ କରୁଛନ୍ତି। ଏହାବାଦ୍‌ ଅର୍ଦ୍ଧସହାରାଞ୍ଚଳରେ ଏମାନଙ୍କର ସଂଖ୍ୟା ୪୨୬୬ ହୋଇଥିବାବେଳେ ସହରାଞ୍ଚଳରେ ୯୩୮ରହିଛି। ଏମାନଙ୍କୁ ମିଶାଇ ସମଗ୍ର ରାଜ୍ୟରେ ମୋଟ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡନ୍ସଙ୍କ ସଂଖ୍ୟା ୧୭,୧୬୭ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ଭାବେ ବିସି କାର୍ଯ୍ୟରତ ଏସ୍‌ଏଚ୍‌ଜି ମହିଳାଙ୍କ ସଂଖ୍ୟା ହେଉଛି ୨୬୮୦ ବୋଲି ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶିତ। ରାଜ୍ୟର ନବରଙ୍ଗପୁର ଜିଲାରେ ସର୍ବାଧିକ ୨୨୫ ଏସ୍‌ଏଚ୍‌ଜି ମହିଳା ବିସି ଭାବେ କାର୍ଯ୍ୟରତ ଥିବାବେଳେ ସୁବର୍ଣ୍ଣପୁର ଜିଲଊରେ ସର୍ବନିମ୍ନ ୨୬ ଜଣ ଏସ୍‌ଏଚ୍‌ଜି ମହିଳା ବିସି ଭାବେ କାର୍ଯ୍ୟ ତୁଲାଉଛନ୍ତି।
ସ୍ୱୟଂସହାୟିକା ଗୋଷ୍ଠୀର ନିଆରା ପ୍ରୟାସ: ହଷ୍ଟେଲ ଓ ବିଭିନ୍ନ ସ୍ଥାନକୁ ‘ଶକ୍ତିମୟୀ’ ଯୋଗାଉଛି ମା’ ହାତରନ୍ଧା ଖାଦ୍ୟ
ଭୁବନେଶ୍ୱର: ନାରୀ ସଶକ୍ତ ହେବେ ଆଗକୁ ବଢ଼ିବେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ସେମାନେ ସାମାଜିକ ତଥା ଆର୍ଥିକଭାବେ ସୁଦୃଢ଼ ହୋଇପାରିଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ନାରୀ ସଶକ୍ତୀକରଣର ଅନ୍ୟତମ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି ଭୁବନେଶ୍ୱରର ୧୦ଜଣ ମହିଳା। ଯାହାଙ୍କ ପାଖରେ ପରିବାରର ସମର୍ଥନ ଓ ସରକାରଙ୍କ ସହଯୋଗ ବି ରହିଛି। ସମୟ ବଦଳିବା ସହ ମହିଳାମାନେ ରୋଜଗାରକ୍ଷମ ହେବାର ପରିଭାଷା ମଧ୍ୟ ବଦଳିଛି। ସୁସ୍ୱାଦୁ ଓ ସୁଷମ ଖାଦ୍ୟ ଯୋଗାଣରେ ମହିଳାମାନଙ୍କ ଭାଗିଦାରୀ ବଢ଼ିବାରେ ଲାଗିଛି।
ରାଜଧାନୀର ନୀଳାଦ୍ରି ବିହାରସ୍ଥିତ ସୀତାନାଥ ନଗରର ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ କରିଛି ନିଆରା ପ୍ରୟାସ। ଗୋଷ୍ଠୀର ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରି ହଷ୍ଟେଲ ପିଲାଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ୨୦୧୩ ମସିହାରୁ ଆଦ୍ୟାଜ୍ୟୋତି ମହିଳା ମହାସଂଘ ଅଧୀନରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ ହୋଇଥିଲା। ୨୦୧୮ ମସିହାରେ ଆରମ୍ଭ କରିଥିବା ଏହି ଏସ୍‍ଏଚ୍‍ଜିର ମହିଳାମାନେ ହଷ୍ଟେଲ ଓ ବିଭିନ୍ନ ସ୍ଥାନକୁ ଖାଦ୍ୟ ଯୋଗାଉଛନ୍ତି। ପ୍ରତ୍ୟେକଦିନ ୬୦ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଉଛନ୍ତି। ଏଥିପାଇଁ ମାସକୁ ୭୨ହଜାର ଟଙ୍କା ରୋଜଗାର କରୁଛନ୍ତି। ସ୍ୱାବଲମ୍ବୀ ହେବା ପାଇଁ ମିଶନ୍‍ ଶକ୍ତିରୁ ପ୍ରଥମେ ୫୦ହଜାର ଟଙ୍କା ଋଣ ଆଣିଥିଲେ। ଏହି ରୋଜଗାର ମାଧ୍ୟମରେ ମହିଳାମାନେ ଋଣ ପୈଠ ମଧ୍ୟ କରିସାରିଛନ୍ତି। କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣକରି କିଛି କାମ ଭିତରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ଦେଖିଛନ୍ତି ‘ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ’ର ମହିଳା। ସାଂସାରିକ କାର୍ଯ୍ୟ ଭିତରେ ରହି ବି ନିଜ ଉଦ୍ୟମ ବଳରେ ଏହାକୁ ସୂଚାରୁ ରୂପେ ଚଳାଛଉଛନ୍ତି। ନାରୀ ସଶକ୍ତୀକରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁରୁ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।
ଏବେ ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ହାତ ତିଆରି ଖାଦ୍ୟ ସାମଗ୍ରୀ କିମ୍ବା ପନିପରିବା ଚାଷ ମଧ୍ୟରେ ସୀମିତ ହୋଇରହି ନାହାଁନ୍ତି। ପ୍ରତ୍ୟେକଦିନ ଖାଦ୍ୟ ପ୍ରସ୍ତୁତ କରି ସମସ୍ତ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ବଜାରରୁ ପନିପରିବା, ଆବଶ୍ୟକ ସାମଗ୍ରୀ କିଣି ଗୋଷ୍ଠୀର ମହିଳାମାନେ ଖାଦ୍ୟ ରାନ୍ଧି ଲୋକଙ୍କୁ ଯୋଗାଉଛନ୍ତି। ଏହି ହୋଟେଲରେ ମହିଳାମାନେ ରୋଷେଇଶାଳରେ ରୋଷେଇ କରିବାଠାରୁ ଆରମ୍ଭ କରି ପାର୍ସଲ କରି ସମୟ ଅନୁସାରେ ଯୋଗାଉଛନ୍ତି। ଆଗକୁ ମିଶନଶକ୍ତି ବିଭାଗ ମାଧ୍ୟମରେ ଏହି ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ବଢ଼ାଇବାର ଯୋଜନା ରହିଛି। ମିଲ୍ସ୍‍ର ଦାମ୍‍ ୪୦-୪୫ଟଙ୍କା ବୋଲି ଗ୍ରୁପ୍‍ର ସଭାପତି ରୁଣୁବାଳା ପ୍ରଧାନ କହିଛନ୍ତି, ଘରେ ହାତବାନ୍ଧି ନ ବସି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଏହି ଖାଦ୍ୟଯୋଗାଣ ପ୍ରୟାସ। ଦିନ ତମାମ ଘରର କାମ ସରିବା ପରେ ଦିନ ୨ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାପରେ ପାର୍ସଲ କରି ପଠାଉଛୁ। ଆଗକୁ ଏହି ପ୍ରୟାସକୁ ଆଗକୁ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସମୟରେ ମେସିନ୍‍ ରୁଟି ପରିବର୍ତ୍ତେ ଲୋକଙ୍କ ପାଖରେ ହାତ ତିଆରି ରୁଟି ଓ ଡାଲମା ପହଞ୍ଚାଇବା ପାଇଁ ସେମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ମହିଳାମାନେ ବଜାରରୁ ପେପର୍‍ କିଣି କରି ଆଣି ପେପର୍‍ ଠୁଙ୍ଗା ବିକ୍ରି କରୁଛନ୍ତି। ଦୋକାନମାନଙ୍କରେ ଠୁଙ୍ଗା କେଜି ହିସାବରେ ବିକ୍ରିବଟା କରୁଛନ୍ତି। ଠୁଙ୍ଗା ବ୍ୟବସାୟକୁ ମଧ୍ୟ ନେଇ ଅଧିକ ମହିଳାଙ୍କୁ ନିୟୋଜିତ କରି ରୋଜଗାରକ୍ଷମ କରିବାର ଆଶା ରଖାଯାଇଛି ବୋଲି ଗୋଷ୍ଠୀର ସଦସ୍ୟମାନେ କହିଛନ୍ତି।
ଭୁବନେଶ୍ୱର ବିମାନବନ୍ଦରରେ ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ସ୍ୱତନ୍ତ୍ର ଷ୍ଟଲ୍‌; ଯାତ୍ରୀଙ୍କ ମନ କିଣୁଛି ହସ୍ତଶିଳ୍ପ ସାମଗ୍ରୀ
ଭୁବନେଶ୍ୱର: ମହିଳା ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ କେବଳ ରାଜ୍ୟ ଭିତରେ ସୀମିତ ହୋଇରହିନାହିଁଁ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ରାଜ୍ୟ ତଥା ଦେଶ ବାହାରେ ଆଦୃତ କରିବା ପାଇଁ ଆରମ୍ଭ ହୋଇଛି ନିଆରା ପ୍ରୟାସ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ଗ୍ରାମୀଣ ମହିଳା କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପଦାର୍ଥ ଏବଂ ଘର ସାଜସଜ୍ଜା ଜିନିଷ ଆଦି ମିଳୁଛି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ କରାଯାଇଛି ଭିନ୍ନ ପ୍ରୟାସ। ଏଥିପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଖୋଲାଯାଇଛି ଏକ ସ୍ୱତନ୍ତ୍ର ଷ୍ଟଲ। ୨ମାସ ଭିତରେ ମୋଟ ଅଢେଇ ଲକ୍ଷ ଟଙ୍କାର ବିକ୍ରି ବଟା ହୋଇଛି। ଏବେ ମାସକୁ ପ୍ରାୟ ୮୦-୧ଲକ୍ଷ ଟଙ୍କାର ବ୍ୟବ୍ୟସାୟ ହେଉଥିବା ସୂଚନା ମିଳିଛି। ଏହାଫଳରେ ଗ୍ରାମାଞ୍ଚଳର ମହିଳାମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।
ଏହି ବିକ୍ରୟ କେନ୍ଦ୍ରରେ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ହସ୍ତତନ୍ତ ସାମଗ୍ରୀ, ଖାଦ୍ୟ ପଦାର୍ଥ ଓ ବନଜାତ ଦ୍ରବ୍ୟ ଆଦି ବିକ୍ରି କରାଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ସମେତ ଖାଦ୍ୟ ପଦାର୍ଥ ଓ ବନଜାତ ଦ୍ରବ୍ୟର ବ୍ରାଣ୍ଡିଂ କରାଯାଇ ବିମାନବନ୍ଦରରେ ବିକ୍ରି କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝରର ଜ୍ୟୋତି ପେପର ମାସେ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପେପର ମାସେ ଷ୍ଟେସନାରୀ ଓ ଡେକୋରେଟିଭ ସାମଗ୍ରୀ ସହିତ ମୟୂରଭଞ୍ଜ ସବାଇ ଘାସରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ, ଯାଜପୁର ଟସର ସାମଗ୍ରୀ ଏବଂ ଅନୁଗୋଳ ଜିଲ୍ଲାର ହସ୍ତତନ୍ତ ଓ ବାଉଁଶରୁ ପ୍ରସ୍ତୁତ ଜିନିଷ ମିଳିବାର ବ୍ୟବସ୍ଥା କରାଯାଇଛି। ଏହି ବିକ୍ରୟ କେନ୍ଦ୍ରକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳନା କରୁଛନ୍ତି। ଯାହା ଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇପାରିଛନ୍ତି। ପ୍ରତି ୧୫ଦିନରେ ଥରେ ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱଭାର ଦିଆଯାଇଛି। ଏହି ଷ୍ଟଲରେ ପ୍ରାୟ ୩୦-୪୦ଟି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଖାଦ୍ୟ ସାମଗ୍ରୀ ରହିଛି।
ଓଡ଼ିଶାକୁ ଆସୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ରାଜ୍ୟର ଗ୍ରାମୀଣ ମହିଳା କାରିଗରଙ୍କ ଏହି ହସ୍ତଶିଳ୍ପ ସାମଗ୍ରୀ ଚାହିଦା ସୃଷ୍ଟି କରୁଛି। ବିଶେଷକରି ହସ୍ତଶିଳ୍ପ କାରିଗରୀ ଓ ମାସ୍କ ଅଧିକ ବିକ୍ରି ହେଉଛି। ଏଥିପାଇଁ ଦିନ ପ୍ରାୟ ୩-୪ହଜାର ଟଙ୍କାର ବ୍ୟବସାୟ ମଧ୍ୟ ହେଉଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହି ସବୁ ସାମଗ୍ରୀର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ମଧ୍ୟ ଏହି ଷ୍ଟଲ ସହାୟକ ହୋଇପାରିବ ବୋଲି ଓରମାସ ତରଫରୁ ସୂଚନା ଦିଆଯାଇଛି। ଓରମାସ ଆଉଟଲେଟରେ ବିକ୍ରି ପାଇଁ ଉପଲବ୍ଧ ସାମଗ୍ରୀଗୁଡ଼ିକର ଗୁଣବତ୍ତା, ବ୍ରାଣ୍ଡିଂ ଓ ପ୍ୟାକେଜିଂ ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଗ୍ରାହକମାନଙ୍କଦ୍ୱାରା ସେଗୁଡ଼ିକ ଭଲ ଆଦୃତି ଲାଭ କରିପାରୁଛି।