Anil Rajbhar - The Sakala

ନୋଏଡ଼ା ଶ୍ରମିକ ଆନ୍ଦୋଳନରେ ପାକିସ୍ତାନ ଲିଙ୍କ୍ ! ସନ୍ଦେହରେ ପୋଲିସର ତଦନ୍ତ ଜାରି
ନୋଏଡା: ଦରମା ବୃଦ୍ଧି ଦାବିରେ ସୋମବାର ଦିନ ନୋଏଡା ଠାରେ କାରଖାନା ଶ୍ରମିକମାନଙ୍କର ଏକ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ କାରଣରୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତେବେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ, ଏହା ପଛରେ ପାକିସ୍ତାନର ଷଡ଼ଯନ୍ତ୍ର ଥାଇପାରେ ବୋଲି ଉତ୍ତରପ୍ରଦେଶ ସରକାର ସନ୍ଦେହ ପ୍ରକାଶ କରିଛନ୍ତି।

ଉତ୍ତରପ୍ରଦେଶର ଶ୍ରମ ମନ୍ତ୍ରୀ ଅନୀଲ ରାଜଭର ଏହି ଘଟଣାକୁ ଏକ "ସୁଚିନ୍ତିତ ଷଡ଼ଯନ୍ତ୍ର" ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଦେଶବିରୋଧୀ ଶକ୍ତିମାନେ ଅସନ୍ତୁଷ୍ଟ ଅଛନ୍ତି। ନିକଟରେ ମିରଟ ଏବଂ ନୋଏଡା ଅଞ୍ଚଳରୁ ଗିରଫ ହୋଇଥିବା ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କର ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କ ଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ ଏବଂ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ପାଇଁ ଏହି ବିକ୍ଷୋଭ କରାଯାଇଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ବିଗତ ଚାରି ଦିନ ଧରି ଚାଲିଥିବା ଏହି ବିକ୍ଷୋଭ ସୋମବାର ସକାଳେ ଉଗ୍ର ରୂପ ଧାରଣ କରିଥିଲା। ଡିଏନଡି ଫ୍ଲାଏୱେ, ଦିଲ୍ଲୀ-ନୋଏଡା ଲିଙ୍କ୍ ରୋଡ୍ ଏବଂ ଏନଏଚ-୯ ଓ ଏନଏଚ-୨୪ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ପ୍ରାୟ ୬ ଘଣ୍ଟା ଧରି ଜାମ୍ ରହିଥିଲା। ପୋଲିସର ସୂଚନା ଅନୁଯାୟୀ ପ୍ରାୟ ୪୨,୦୦୦ ଶ୍ରମିକ ୮୩ଟି ସ୍ଥାନରେ ଏକାଠି ହୋଇଥିଲେ। ଫେଜ୍-୨, ସେକ୍ଟର ୬୦, ୬୨ ଏବଂ ୮୪ ଭଳି ଶିଳ୍ପାଞ୍ଚଳରେ ପଥରମାଡ଼, ଭଙ୍ଗାରୁଜା ଏବଂ ଗାଡ଼ି ପୋଡ଼ାଜଳା ଭଳି ଘଟଣା ଘଟିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀମାନେ ଲୁହବୁହା ଗ୍ୟାସ୍ ଏବଂ ଲାଠିଚାର୍ଜର ବ୍ୟବହାର କରିଥିଲେ। ଏହି ଘଟଣାରେ ପୋଲିସ ୭ଟି ଏଫଆଇଆର ରୁଜୁ କରିବା ସହ ଅନେକ ଲୋକଙ୍କୁ ଅଟକ ରଖିଛି।

ପ୍ରଦର୍ଶନକାରୀ ଶ୍ରମିକମାନେ ଦାବି କରିଥିଲେ ଯେ ସେମାନଙ୍କର ମାସିକ ଦରମା ୧୦,୦୦୦-୧୫,୦୦୦ ଟଙ୍କାରୁ ୧୮,୦୦୦-୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଉ। ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ଏବଂ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ। ନୂତନ ନିୟମ ଅନୁଯାୟୀ ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରେ ଅଣକୁଶଳୀ ଶ୍ରମିକମାନେ ଏବେ ୧୩,୬୯୦ ଟଙ୍କା, ଅର୍ଦ୍ଧ-କୁଶଳୀ ଶ୍ରମିକ ୧୫,୦୫୯ ଟଙ୍କା ଏବଂ କୁଶଳୀ ଶ୍ରମିକମାନେ ୧୬,୮୬୮ ଟଙ୍କା ପାଇବେ।