olympic - The Sakala

ଭାରତ ଫେରିଲେ ବିନେଶ ଫୋଗଟ, ବିମାନ ବନ୍ଦରରେ ବିନେଶଙ୍କୁ ଭବ୍ୟ ସ୍ବାଗତ
ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଛନ୍ତି ପୂର୍ବତନ ଭାରତୀୟ ରେସଲର ବିନେଶ ଫୋଗଟ। ପ୍ଯାରିସ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ହୋଇଥିବା ଭିନେଶଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ଯ ସ୍ବାଗତ କରାଯାଇଥିଲା। ସେଠାରେ ହଜାର ହଜାର ଶୁଭେଚ୍ଛୁ ବିନେଶଙ୍କୁ ସ୍ବାଗତ କରିଥିଲେ।

ମହିଳା ୫୦ କେଜି ଇଭେଣ୍ଟରେ ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ତାଙ୍କୁ ଇଭେଣ୍ଟରୁ ବାଦ ଦିଆଯାଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କମିଟିର ନିଷ୍ପତ୍ତି ବିରୋଧରେ ଭିନେଶ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା ସିଏଏସଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ସେ ଅଲିମ୍ପିକ ମେଡାଲରୁ ବଞ୍ଚିତ ହେବାକୁ ନେଇ ନିଜର ଅସନ୍ତୋଷ ବ୍ଯକ୍ତ କରିଥିଲେ। ଦେଶରେ ମହିଳାଙ୍କ ଅଧିକାରର ସୁରକ୍ଷା ନେଇ ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିବା ଭିନେଶ ଦେଶବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି। ବିମାନ ବନ୍ଦରରେ ନାଚି ନାଚି ତଥା ବାଜା ବଜାଇ ଭିନେଶଙ୍କୁ ସ୍ବାଗତ କରିଥିଲେ ଶୁଭେଚ୍ଛୁ। ଭିନେଶଙ୍କ ଲାଗି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଥିଲା।

କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶାବ୍ୟକ୍ତ କରିଛନ୍ତି।

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରୀ ଜେନା ଏବଂ ଶ୍ରୀ ରୋହିଦାସ କେବଳ ନିଜର ଜନ୍ମମାଟି ନୁହେଁ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିବା ସହିତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ରାସ୍ତା ପରିଷ୍କାର
ଲସ୍‌‌ଏଞ୍ଜେଲ୍ସ: ଆମେରିକାର ଲସ୍‌‌ ଏଞ୍ଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍‌‌ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ସ୍ପୋର୍ଟ୍ସ ଭାବେ ସାମିଲ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଏ ସମ୍ପର୍କରେ ସୋମବାର ଲସ୍‌‌ ଏଞ୍ଜେଲ୍ସ ଅଲିମ୍ପିକ୍‌‌ ଆୟୋଜନ କମିଟି ୨୦୨୮ରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ ଦେବା ପରେ ଏହା ସ୍ପଷ୍ଟ ହୋଇଛି। ଏହି ଖବର କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଲାଗି ଖୁସି ଆଣିଦେଇଛି। ଫଳରେ ଆଇସିସି ଦୀର୍ଘ ଦୁଇବର୍ଷ ହେଲା ଯେଉଁ ପ୍ରଚେଷ୍ଟା କରିଆସୁଥିଲା ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି। ଏହା ପରେ ଆୟୋଜନ କମିଟିର ଏହି ପ୍ରସ୍ତାବକୁ ଅନୁମୋଦନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍‌‌ କମିଟି (ଆଇଓସି)କୁ ପଠାଯିବ। ମୁମ୍ବଇରେ ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁଥିବା ଆଇଓସି ଅଧିବେଶନରେ ଏହା ସ୍ୱୀକୃତି ପାଇବ। ସ୍ୱୀକୃତି ପାଇବା ପରେ ଲସ୍‌‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ଏକ ଖେଳ ଭାବେ ସାମିଲ କରାଯିବ। ଏହି ପ୍ରସ୍ତାବ ଦିଆଯିବା ଫଳରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବା ରାସ୍ତା ପରିଷ୍କାର ହୋଇଯାଇଛି ଓ ଏଥିଲାଗି ଆମେ ବେଶ ଆନନ୍ଦିତ ବୋଲି ଆଇସିସି ସଭାପତି ଗ୍ରେଗ୍‌‌ ବାର୍କଲେ କହିଛନ୍ତି। ଅଲିମ୍ପିକ୍‌‌ ସହ କ୍ରିକେଟର ସମ୍ପର୍କ ବହୁ ପୁରୁଣା। ୧୯୦୦ ପ୍ୟାରିସ୍‌‌ ଅଲିମ୍ପିକ୍ସରେ ପ୍ରଥମ ତଥା ଶେଷଥର ଲାଗି କ୍ରିକେଟ ଖେଳାଯାଇଥିଲା।

କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଶୁଭ ଖବର: ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ !
ଲୌସାନେ: କ୍ରିକେଟ ଖେଳ ଓ ଖେଳାଳିଙ୍କ ଲାଗି ଏକ ଶୁଭ ଖବର। ବିଶ୍ୱର ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୨୦୨୮ ସଂସ୍କରଣରେ ଏହି ଖେଳକୁ ସାମିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ୨୦୨୮ରେ ଲସଏଞ୍ଜେଲ୍ସ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜିତ ହେବ। ଏହି କ୍ରୀଡ଼ା ଲାଗି କ୍ରିକେଟ ସମେତ ୮ଟି ଖେଳକୁ ସାମିଲ କରିବା ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ପ୍ରସ୍ତାବ ରଖିଛି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି (ଆଇସିସି)କୁ ନିଜ ଖେଳ ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିବାକୁ ଆମନ୍ତ୍ରଣ ଜଣାଇଛି। ଏହି ଖେଳକୁ କାହିଁକି ଅଲିମ୍ପିକ୍ସରେ ସାମିଲ କରାଯିବ ସେ ସମ୍ପର୍କରେ ଆଇସିସି ଏକ ଚିଠା ଆଇଓସିକୁ ଦେବ। କିନ୍ତୁ ଏହି ଖେଳକୁ ଲସ୍‍ଏଞ୍ଜେଲ୍ସ ଅଲିମ୍ପିକ୍ସରେ ସାମିଲ କରାଯିବ କି ନାହିଁ ତାହା ମୁମ୍ବାଇରେ ୨୦୨୩ ମଧ୍ୟଭାଗରେ ହେବାକୁ ଥିବା ଆଇଓସି ସେସନ୍‍ରେ ଘୋଷଣା କରାଯିବ। ଅନ୍ୟ ଯେଉଁ ୮ଟି ଖେଳ ସମ୍ପର୍କରେ ଆଲୋଚନା ହେବ ତାହା ହେଉଛି ବେସ୍‍ବଲ/ ସଫ୍ଟବଲ, ଫ୍ଲାଗ୍‍ ଫୁଟବଲ, ଲାକ୍ରୋସେ, ବ୍ରେକ୍‍ ଡ୍ୟାନ୍ସିଂ, କରାଟେ, କିକ୍‍ ବକ୍ସିଂ, ସ୍କ୍ୱାଶ୍‍ ଓ ମୋଟୋରସ୍ପୋର୍ଷ୍ଟ।

ଚଳିତବର୍ଷ ଫେବୃଆରୀ ମାସରେ ଲସ୍‍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ୨୮ଟି ଖେଳକୁ ସାମିଲ କରାଯିବ ବୋଲି ଆଇଓସି ଘୋଷଣା କରିଥିଲା। କିନ୍ତୁ ବିଶ୍ୱର ଯୁବ ପିଢ଼ିଙ୍କୁ ଆଖିଆଗରେ ରଖି କିଛି ନୂଆ ଖେଳକୁ ସାମିଲ କରାଯିବାର ସମ୍ଭାବନାକୁ ଏଡ଼ାଇଦେଇ ହେବ ନାହିଁ ବୋଲି ଆଇଓସି ପକ୍ଷରୁ କୁହାଯାଇଥିଲା। ସୂଚନାଯୋଗ୍ୟ ୧୯୦୦ ପ୍ୟାରିସ୍‍ ଅଲିମ୍ପିକ୍ସରେ ଥରେ ମାତ୍ର କ୍ରିକେଟ ଖେଳାଯାଇଥିଲା। ଏଥିରେ କେବଳ ଗ୍ରେଟବ୍ରିିଟେନ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ।

ଟୋକିଓ ଅଲିମ୍ପିକ୍ସ: ହକିରେ ପଦକ ପରେ ଛୁଟୁଛି ଶୁଭେଚ୍ଛାର ଶୁଅ, ବ୍ରିଲିଆଣ୍ଟ- ଇନ୍-ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ଭାରତର ଏହି ଐତିହାସିକ ଦମଦାର ବିଜୟ ପରେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଭାରତ ପାଇଁ ଆଜି ଐତିହାସିକ ଦିନ। ଭାରତୀୟ ପୁରୁଷ ହକି ଟିମ ପାଇଁ ଭାରତ ଆଜି ଗର୍ବିତ । ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ହକି ଟିମ୍  ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜଣାଇଛନ୍ତି।

प्रफुल्लित भारत! प्रेरित भारत! गर्वित भारत!

टोक्यो में हॉकी टीम की शानदार जीत पूरे देश के लिए गर्व का क्षण है।

ये नया भारत है, आत्मविश्वास से भरा भारत है।

हॉकी टीम को फिर से ढेरों बधाई और शुभकामनाएं। 🏑 #Tokyo2020

— Narendra Modi (@narendramodi) August 5, 2021

ଅଲିମ୍ପିକ୍ସରେ ଚମତ୍କାର ବିଜୟ ପାଇଁ ମଧ୍ଯ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।  ଭାରତୀୟ ପୁରୁଷ ହକି ଟିମ୍‌ର ଆଜିର ବିଜୟ ଭବିଷ୍ୟତ ପିଢ଼ିର ଖେଳାଳିଙ୍କୁ ଉତ୍ସାହିତ କରିବ ବଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି। ଟ୍ବିଟରେ ମଧ୍ଯ ବ୍ରଲିଆଣ୍ଟ -ଇନ -ବ୍ଲୁ ଲେଖି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Brilliant in Blue 👏

Congratulations Indian Men’s #Hockey Team on the spectacular victory to give us an Olympic medal after 41 long years. This historic win at #Tokyo2020 will inspire generation of sportspersons. All the very best for future. #Cheer4India @thehockeyindia

— Naveen Patnaik (@Naveen_Odisha) August 5, 2021

ସେହିପରି ଭାରତୀୟ ପୁରୁଷ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜିର ଐତିହାସକ ବିଜୟ ଭାରତୀୟ ହକି ପାଇଁ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ରାଷ୍ଟ୍ରପତି ଟ୍ବିଟକରି କହିଛନ୍ତି।

Congratulations to our men’s hockey team for winning an Olympic Medal in hockey after 41 years. The team showed exceptional skills, resilience & determination to win. This historic victory will start a new era in hockey and will inspire the youth to take up and excel in the sport

— President of India (@rashtrapatibhvn) August 5, 2021

ଟୋକିଓ ଅଲିମ୍ପିକ୍ସ: ଦୀର୍ଘ ୪୧ ବର୍ଷ ପରେ ପୁରୁଷ ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ପଦକ
ଟୋକିଓ: ପୁରୁଷ ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ । ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ପଦକ ଜିତିଛି । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ଭାରତବାସୀ ଏହି ଐତିହାସିକ ବିଜୟକୁ ପାଳନ କରୁଛନ୍ତି।

ଭାରତ ପକ୍ଷରୁ ଆଜି ସିମରନଜୀତ୍ ସିଂହ ଦୁଇଟି ଗୋଲ କରିଥିବା ବେଳେ ରୁପିନ୍ଦର ପଲ୍‌, ହରମନପ୍ରୀତ୍ ସିଂହ ଓ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖରାପ ଆରମ୍ଭ କରିଥିଲା, କିନ୍ତୁ ତା’ପରେ କ୍ରମାଗତ ଗୋଲ୍ ସ୍କୋର କରି ଏହା ପ୍ରତ୍ୟାବର୍ତ୍ତନ କରିଥିଲା।

ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ। ସିମରନଜୀନ ସିଂହ ଏହି ଗୋଲ୍‌ଟି ଦେଇଥିଲେ। ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଯାଇଥିଲେ। କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇ ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଆଉ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ରହିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।

ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତୀୟ ମହିଳା ହକି ଟିମ୍‌, ଆଶାରେ ବ୍ରୋଞ୍ଜ ପଦକ
ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ ପର୍ଯ୍ଯନ୍ତ ପହଞ୍ଚାଇ ପାରିଛିି । ଭାରତୀୟ ଟିମ ସେମି ଫାଇନାଲ ମ୍ୟାଚ ହାରିଛି କିନ୍ତୁ ପଦକ ଆଶା ଏବେ ମଧ୍ୟ ରହିଛି । ବ୍ରୋଞ୍ଜପଦକ ପାଇଁ ପୁଣି ଲଢାଇ କରିବା ଟିମ । ତେବେ ମ୍ୟାଚ ଆରମ୍ଭରୁ ପ୍ରଥମେ ଭାରତୀୟ ହକି ଟିମ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲା । ଏହା ପରେ ଆର୍ଜେଣ୍ଟିନା ଟିମ ଭାରତ ଉପରେ ଦେଇଥିଲା ଆଉ ଏକ ଗୋଲ । ଯଦ୍ୱାରା ୧-୧ ରେ ବରାବର ଥିଲା ଉଭୟ ଦଳର ସ୍କୋର ।

ସେପଟେ ଦ୍ବିତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା । ଫଳରେ ୨-୧ରେ ଆଗୁଆ ରହିଥିଲା ବିପକ୍ଷ ଦଳ । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା । ଏହା ସହିତ ଆଗାମୀ ଦିନରେ ଭାରତୀୟ ଟିମ ବ୍ରୋଞ୍ଜ ଆଣିବା ନେଇ ଏବେ ମଧ୍ୟ ଆଶାବାଦୀ ଦଳ । ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି ।

ଓଡ଼ିଶା ଅଲିମ୍ପିଆନ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଓଡ଼ିଶା ଅଲିମ୍ପିଆନ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।  ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଲେ ୬କୋଟି, ରୌପ୍ୟପଦକ ବିଜେତାଙ୍କୁ ୪କୋଟି ଏବଂ କାଂସ୍ୟ ପଦକ ପାଇଲେ ୨.୫କୋଟି ଟଙ୍କା ମିଳିବ ପୁରସ୍କାର। ଭଲ କରିବାକୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲିମ୍ପିକରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ।

ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(5T)  ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । କ୍ରୀଡା ବିଭାଗର ପ୍ରମୁଖ ସଚିବ  ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ  ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର , ଉନ୍ନୟନ କମିଶନର  ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ରହିଥିଲେ  ।

ଟୋକିଓ ଅଲମ୍ପିକରେ ଚମକିବେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା
ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ ଖେଳିବେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା । ଟୋକିଓ ଅଲମ୍ପିକ ପାଇଁ ମହିଳା ହକି ଦଳ ଭାରତ ଘୋଷଣା କରିଥିବାବେଳେ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ୨୦୧୬ ରିଓ ଅଲମ୍ପିକରେ ମଧ୍ୟ ଦଳରେ ସାମିଲ ହୋଇଥିଲେ ଦିପଗ୍ରେସ୍ ।

୧୬ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୮ ବରିଷ୍ଠଙ୍କ ସହ ୮ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛି ଦଳ । ଟିମରେ ସବିତାଙ୍କୁ ଗୋଲ କିପର ଭାବେ ମିଳିଛି ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାନି, ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ଗୁରଜିତ କୌର, ଉଦିତା, ବନ୍ଦନା କଟାରିୟା, ନିସା, ନେହା । ଚଳିତବର୍ଷ ଖେଳାଯିବ ଟୋକିଓ ଅଲମ୍ପିକ୍ ।