TPCODL - The Sakala
ଜିଆରଏଫ୍‌ ନିର୍ଦ୍ଦେଶକୁ ଫୁ’: ୨ ବର୍ଷ ହେଲା ଟ୍ରାନ୍ସଫର୍ମର ହସ୍ତାନ୍ତର ଫାଇଲ୍ ଚାପି ବସିଛି ଟିପିସିଓଡିଏଲ୍‌
ବାଳକାଟି: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF) ର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିବା, ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Even after GRF Order (CC No.127/2025), my transformer handover application (17 May 2023) remains pending for 2+ years at TPCODL.
No action. Only delay.
If a journalist faces this, imagine the plight of common people.@TPCentralOdisha @CMO_Odisha @EnergyOdisha pic.twitter.com/OuegkDdOsw
— Tapas Ranjan Nanda (@tapashnanda) March 24, 2026
ବାଳକାଟିର ପ୍ରତାପ ଶାସନ ନିବାସୀ ତଥା ଗଣମାଧ୍ୟମ ପ୍ରତିନିଧି ତାପସ ରଞ୍ଜନ ନନ୍ଦ, ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଟ୍ରାନ୍ସଫର୍ମରକୁ ବିଭାଗକୁ ସମର୍ପଣ ଓ ହସ୍ତାନ୍ତର କରିବା ପାଇଁ ୧୭ ମଇ ୨୦୨୩ ରେ ଆବେଦନ କରିଥିଲେ। ତେବେ ବାରମ୍ବାର ଅନୁରୋଧ ଓ ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।
ଜଣେ ସ୍ଥାନୀୟ ବାସିନ୍ଦା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଜିଆରଏଫ୍‌ର ଦ୍ୱାରସ୍ଥ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଟ୍ରାନ୍ସଫର୍ମରଟି ଶ୍ରୀ ନନ୍ଦଙ୍କର ଏବଂ ସେ ପୂର୍ବରୁ ଏଥିପାଇଁ ଅନାପତ୍ତି ପ୍ରମାଣପତ୍ର (NOC) ପ୍ରଦାନ କରିସାରିଛନ୍ତି।
@TPCentralOdisha, I'm Tapas Ranjan Nanda (A/c No-80004275733, ID-3268133) from Pratap Sasan, Balakati. Submitted my 16 KVA Transformer surrender app on 17 May 2023. Still pending at SDO office. Requesting your assistance to expedite. It's quite frustrating. 🙏 @MoSarkar5T
— Tapas Ranjan Nanda (@tapashnanda) September 8, 2023
ଜିଆରଏଫ୍ ନିଜ ଆଦେଶନାମା (CC No.127/2025) ରେ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବିନା ବିଳମ୍ବରେ ନୂତନ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଟିପିସିଓଡିଏଲ୍ ଏହି ନିୟାମକ ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ସମ୍ପର୍କରେ ଶ୍ରୀ ନନ୍ଦ କହିଛନ୍ତି, "ମୁଁ ସମସ୍ତ ନିୟମ ପାଳନ କରି ଏନଓସି (NOC) ଦେଇଥିଲେ ସୁଦ୍ଧା ମୋ ଆବେଦନ ଦୁଇ ବର୍ଷ ଧରି ପଡ଼ିରହିଛି। ଯଦି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ, ତାହା ସହଜରେ ଜଣାପଡୁଛି।"
ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ
କଟକ: ଟାଟା ପାୱାରକୁ ହାଇକୋର୍ଟ ଛାଟ । ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ । ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଇଆରସି ଏବଂ ଶକ୍ତି ସଚିବଙ୍କୁ ବି ନୋଟିସ ଜାରୀ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ ।
ସୂଚନା ଅନୁସାରେ, ଭଏସ ଅଫ କଟକ ପକ୍ଷରୁ ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ୍ ନିର୍ଦେଶାବଳୀର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲା ସାମାଜିକ ସଂଗଠନ ‘ଭଏସ୍ ଅଫ୍ କଟକ’। ବିନା ଗ୍ରାହକଙ୍କ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ଲଗାଯିବା କଥାକୁ ପିଟିସନରେ ଉଲ୍ଲେଖ କରାଯାଇଥିଲା । ଏହି ପ୍ରକ୍ରିୟା ବିଦ୍ୟୁତ୍ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନକାରୀ କହିଥିଲେ । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ରଦ୍ଦ କରିବାକୁ ଆବଦେନକାରୀ ଦାବି କରିଥିଲେ । ଏହି ମମାଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ OERCକୁ  ପକ୍ଷଭୁକ୍ତ କରାଯାଇଥିଲା । ତେବେ ଏହି ମାମଲାରେ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ଦୁଇ ସପ୍ତାହରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଲଗାଇବା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ବିକ୍ଷୋଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ଜାରି କରିଛନ୍ତି, ତାହା ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦା ଯାଉଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରାଯିବା ସହିତ ରାଜରାସ୍ତାରେ ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଥିଲେ ।
ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ଠାରୁ ଜାତୀୟ ହାର ଠାରୁ ଅଧିକ ଆଦାୟ ହେଉଥିବା ବିଦୁ୍ୟତ୍ ଶୁଳ୍କକୁ ତୁରନ୍ତ ସୁଧ ସହିତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ ବିଜେଡି ଦାବି କରିଛି । ଆନ୍ଧ୍ରପ୍ରଦେଶ ବିଦୁ୍ୟତ୍ ନିୟାମକ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ସେହିଭଳି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ ପଦକ୍ଷେପ ନେବାକୁ ମଧ୍ୟ ବିଜେଡି ଜୋର ଦେଇଛି ।
ସରବରାହ ଜନିତ କ୍ଷତି ଯୋଗୁଁ ଓଡ଼ିଶାର ବିଦୁ୍ୟତ୍ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡୁଛି । ଟାଟା କମ୍ପାନୀର ଅପାରଗତା, ଦୁର୍ନୀତି ଯୋଗୁଁ ରାଜ୍ୟରେ ସରବରାହ ଜନିତ କ୍ଷତି ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି । ବହୁ ଉପଭୋକ୍ତଙ୍କ ମିଟର ସଠିକ୍ ଚାଲୁଥିଲେ ସୁଦ୍ଧା, ଏହାକୁ ଟାଟା ପାୱାର ପକ୍ଷରୁ ଜବରଦସ୍ତ ବଦଳାଯାଇ ସ୍ମାର୍ଟ ମିଟର ଲଗାଯାଇଛି, ଯାହା ଠିକ୍ ନୁହେଁ । ସ୍ମାର୍ଟ ମିଟର ଯୋଗୁଁ ଉପଭୋକ୍ତା ମାନଙ୍କୁ ଅଧିକ ବିଦୁ୍ୟତ୍ ବିଲ୍ ଦେବାକୁ ପଡୁଛି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏହି ଆର୍ଥିକ ଶୋଷଣ ବନ୍ଦ ନହେଲେ ବିଜେଡି ଟାଟା ପାୱାର ବିରୋଧରେ ଦୁର୍ବାର ଆନେ୍ଦାଳନ କରିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି ।
ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧୃତି ମାର୍ଥା, ତନ୍ମୟ ସ୍ୱାଇଁ, ଜ୍ୟୋତି ରଞ୍ଜନ ଜେନା, ମିହିର ରାଉତ, ନାରାୟଣ ଜେନା, ତୁମ୍ୱନାଥ ପଣ୍ଡା, ମିହିର ରାୟ, ଏସ୍.କେ ଅମିର ମହମ୍ମଦ, ବିଜୟ କେତନ ସାହୁ, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ଶୁଭ୍ରାଂଶୁ ପାଢ଼ୀ, ସଂଜିତ୍ ମହାନ୍ତି, ମନୋଜ ସେନାପତି, ସୌମ୍ୟରଂଜନ ତ୍ରିପାଠୀ, ମନୋଜ ମହାନ୍ତି, ଜଗମୋହନ ବଳିଆରସିଂହ, ବିଶ୍ୱ ରଞ୍ଜନ ଭୂୟାଁ, ଜ୍ଞାନରଞ୍ଜନ ମାନସିଂହ, ତାରିଣୀ ପ୍ରସାଦ ନାୟକ, ସ୍ମୃତି ରଂଜନ ପଟ୍ଟନାୟକ, ରଶ୍ମି ରଂଜନ ଦାସ, ଚିନ୍ମୟ ପ୍ରଧାନ, ପୃଥ୍ୱୀରାଜ ପଣ୍ଡା, ଦୀପକ୍ ବେହେରା, ସୁଦୀପ୍ତ କେଶରୀ ସାମଲ, ସ୍ୱଦେଶ ରଂଜନ ସିଂ, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ସୋନାଲୀ ପ୍ରିୟଦର୍ଶିନୀ, ଲଗ୍ନାଦୀପ ମିଶ୍ର, ମଧୁସ୍ମିତା ପରିଡ଼ା, ବିକାଶ ସାହୁ, ପ୍ରଦୀପ୍ତ ବିଶ୍ୱାଳ, ସୁକାନ୍ତ କୁମାର ରାୟ, ଫତିମା ଖାତୁନ୍, ରକି ଦାସ, ସୁଜିତ୍ ପାଲଟା ସିଂହ, ଦେବସ୍ମିତା ଦାସ, ସ୍ନେହାଶିଷ ଜେନା, ଅଶୋକ ନାୟକ, ଅମିତ୍ ଜେନା, ତବ୍ରେଜ୍ ଖାଁ, ସୌମ୍ୟ ରଂଜନ ମହାପାତ୍ର, ଅସ୍ମିତ୍ ଦାସ, ସମିମ୍ ଅଖତର୍, ବିଜୟଲକ୍ଷ୍ମୀ ଦାଶ, ଏସ.କେ ନୱାଜ୍, ସଚ୍ଚିକାନ୍ତ ସାହୁ, ସିପୂଲ୍ ସ୍ୱାଇଁ, ପ୍ରଦୁ୍ୟମ୍ନ ମହାନ୍ତି, ଶଙ୍କର ମଲ୍ଲିକ, ଦୀପକ ମହାପାତ୍ର ଓ ଆଶିଷ ସାହୁ ପ୍ରମୁଖ ସାମିଲ ଥିଲେ ।
ଦୋଷ ଛଡ଼ାଇଲା ଟାଟା ପାୱାର; କହିଲା, 'ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ'
ଭୁବନେଶ୍ୱର: ନିଜ ଉପରୁ ଦୋଷ ଛଡାଇଲା ଟାଟା ପାୱାର । ଅତିରିକ୍ତ ସିକ୍ୟୁରିଟି ଜମା ନେଇ ରଖିଲା ସଫେଇ। ଆଡିସନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌ ବାବଦରେ ସ୍ପଷ୍ଟୀକରଣ ରଖିଲେ TPCODL ସିଇଓ । କହିଲେ, ‘ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା, ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ନିୟମରେ କରୁଛୁ । ଏହା ଏକ ରେଗୁଲେଟେଡ୍‌ ବିଜନେସ୍‌ । ବିଦ୍ୟୁତ ବିଲ, କନେକ୍ସନ, ଚାର୍ଜେସ ସବୁ ରେଗୁଲେଟେଡ। ଯେଉଁ ସିକ୍ୟୁରିଟି ଡିପୋଜିଟ୍‌ ନିଆଯାଉଛି ତାହା ଉପରେ କ୍ରେଡିଟ୍‌ ଇଣ୍ଟରେଷ୍ଟ ଦେଉଛୁ । ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା, ସ୍ମାର୍ଟ ମିଟର ସମାନ ରିଡିଙ୍ଗ ନେଉଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନି ବୋଲି ସଫେଇ ରଖିଛି ଟାଟା ପାୱାର।
ସୂଚନାଯୋଗ୍ୟ, ଟିପିସିଓଡିଏଲ୍‌ ତରଫରୁ ଆସିଥିବା ଅତିରିକ୍ତ ସୁରକ୍ଷା ଜମାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଦ୍ୟୁତ୍ ସମସ୍ୟା ନେଇ ଓଇଆରସିଙ୍କୁ ଭେଟିଥିଲା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନିକଟରେ ବିଦ୍ୟୁତ ବିତରଣ ସଂସ୍ଥା ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ କରିଥିଲା । ଯେଉଁମାନେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରିବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ନୋଟିସ୍ ହୋଇଥିଲା ।
ଅନ୍ୟପଟେ ଟାଟା ପାୱାରର ମନମାନି ବିରୋଧରେ ପ୍ରତିବାଦ କରିଛି ବିଜେଡି। ଭୁବନେଶ୍ବର ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବଡ଼ ବିକ୍ଷୋଭ କରିଛି । କାର୍ଯ୍ୟାଳୟ ଆଗରେ ସ୍ମାର୍ଟ ମିଟର ଭାଙ୍ଗିଲା ବିଜେଡି। କମ୍ପାନୀର ମନମାନି ବିରୋଧରେ ବଢୁଛି ଜନ ଅସନ୍ତୋଷ। ଏହା ବିରୋଧରେ ପୁଣି ଥରେ ଜନତାଙ୍କ ସ୍ୱର ସାଜିଛି ବିରୋଧୀ ବିଜୁ ଜନତା ଦଳ । ଟାଟାପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛି ଦଳ । ବିକ୍ଷୋଭ ସମାବେଶରେ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁ, ବରିଷ୍ଠ ବିଜେଡି ନେତାଙ୍କ ସମେତ ଶତାଧିକ କର୍ମୀ ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ।
ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଡିମାଣ୍ଡକୁ ନେଇ ବଢୁଛି ବିବାଦ, ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ
ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ଗ୍ରାହକଙ୍କ ନିକଟରୁ ଅତିରିକ୍ତ ସୁରକ୍ଷା ଜମା ବାବଦରେ ଅତିରିକ୍ତ ଦେୟ ଦାଖଲ ପାଇଁ ନୋଟିସକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏପରିକି ୪ ବର୍ଷ ଧରି ବିଜୁଳି ଦର ବୃଦ୍ଧି କରାଯାଇ ନ ଥିବା ବେଳେ, କମ୍ପାନୀ କାହିିଁକି ସୁରକ୍ଷା ଜମା ସମୀକ୍ଷା କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅତିରିକ୍ତ ଜମାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ପ୍ରରିପେକ୍ଷୀରେ ସ୍ପଷ୍ଟୀକରଣ ରଖିଛି ଟିପିସିଓଡିଏଲ (ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ)। କିଛି ଉପଭୋକ୍ତାଙ୍କୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଡିମାଣ୍ଡ ନୋଟିସ୍‌ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍‌, ୨୦୧୯ ଦ୍ୱାରା ପରିଚାଳିତ ଅଟେ। ଏହା ଏକ ବାଧ୍ୟତାମୂଳକ ବାର୍ଷିକ ବୈଧାନିକ ଅନୁପାଳନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଟାଟା ପାୱାରର ଉପରୋକ୍ତ ସ୍ପଷ୍ଟୀକରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଶକ୍ତି ସମୀକ୍ଷକ। ଓଡ଼ିଶା ବିଦ୍ୟୁତ୍‌ ଆୟୋଗ ଜାରି କରିଥିବା ଅଧିନିୟମ ଧାରା ୫୨, ୫୩, ୫୪ ଓ ୫୫ ଅନୁସାରେ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ ନୁହେଁ।  ଏହା ଟାଟାର ଇଚ୍ଛାଧିନ ବ୍ୟାପାର ବୋଲି ଶକ୍ତି ସମୀକ୍ଷକମାନେ ଦାବି କରିଛନ୍ତି।
ଟିପିସିଓଡିଏଲର ଯୁକ୍ତି ଅନୁଯାୟୀ ବିଦ୍ୟୁତ୍‌ ଆଇନ, ୨୦୦୩ର ଧାରା ୪୭ ଅନୁଯାୟୀ ସୁରକ୍ଷା ଜମା ସଂଗ୍ରହ କରିବା ବାଧ୍ୟତାମୂଳକ ଅଟେ। ଏହି ଆଇନ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ ବାବଦରେ ଉପଭୋକ୍ତାଙ୍କଠାରୁ ଉପଯୁକ୍ତ ସୁରକ୍ଷା ରାଶି ଦାବି କରିବାକୁ କ୍ଷମତା ପ୍ରଦାନ କରେ। ଏହି ଆଇନକୁ ଆଧାର କରି ଓଇଆରସି ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍‌, ୨୦୧୯ର ନିୟମାବଳୀ ୫୨, ୫୩, ୫୪ ଏବଂ ୫୫ ପ୍ରଣୟନ କରିଛନ୍ତି, ଯାହା ଏହି ପ୍ରକ୍ରିୟାକୁ କଠୋର ଭାବରେ ନିୟନ୍ତ୍ରଣ କରିଥାଏ। ନିୟମାବଳୀ ୫୩ ଅନୁଯାୟୀ ଉପଭୋକ୍ତାଙ୍କ ସୁରକ୍ଷା ଜମା ପର୍ଯ୍ୟାପ୍ତ ଅଛି କି ନାହିଁ ତାହା ପ୍ରତି ବର୍ଷ ସମୀକ୍ଷା କରାଯାଏ। ଏହି ସମୀକ୍ଷା ଗତ ଆର୍ଥିକ ବର୍ଷ (୨୦୨୪-୨୫)ରେ ଉପଭୋକ୍ତାଙ୍କ ହାରାହାରି ବିଦ୍ୟୁତ୍‌ ବ୍ୟବହାର ଉପରେ ଆଧାରିତ। ଟିପିସିଓଡିଏଲ ଆହୁରି ମଧ୍ୟ କହିଛି ଯେ ଯଦି ଜଣେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବ୍ୟବହାର ବୃଦ୍ଧି ପାଇଛି, ତେବେ ପୂର୍ବରୁ ଥିବା ସୁରକ୍ଷା ଜମା (୨ ମାସର ବିଲିଂ ପାଇଁ ଗଣନା କରାଯାଇଥିବା) କମ୍‌ ପଡିଥାଏ। ତେଣୁ ଉପଭୋକ୍ତାଙ୍କୁ ଏହି ପାର୍ଥକ୍ୟ ରାଶିକୁ ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଭାବରେ ପୈଠ କରିବାକୁ ପଡିଥାଏ।  ଅନ୍ୟ ପକ୍ଷରେ, ଯେଉଁ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍‌ ବ୍ୟବହାର ୨୦୨୪-୨୫ ଆର୍ଥିକ ବର୍ଷରେ ହ୍ରାସ ପାଇଛି ଏବଂ ଫଳସ୍ୱରୂପ ସୁରକ୍ଷା ଜମା ଅଧିକ (ଆବଶ୍ୟକ ରାଶିର ୧୦%ରୁ ଅଧିକ) ରହିଛି, ସେମାନେ ସେମାନଙ୍କ ବିଦ୍ୟୁତ୍‌ ବିଲରେ ଆଡଜଷ୍ଟମେଣ୍ଟ ମାଧ୍ୟମରେ ଅତିରିକ୍ତ ରାଶି ଫେରସ୍ତ ପାଇବାକୁ ଯୋଗ୍ୟ ଅଟନ୍ତି ବୋଲି କମ୍ପାନୀ ସ୍ପଷ୍ଟ କରିଛି।
ଅପରପକ୍ଷେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ରଙ୍କ ଅନୁଯାୟୀ  ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ ନୁହେଁ, ଏହା ଟାଟାର ଇଚ୍ଛାଧିନ ବ୍ୟାପାର। ଆୟୋଗଙ୍କ ଅଧିନିୟମ ଅନୁସାରେ ଯେଉଁ ବର୍ଷ ଆୟୋଗ ଟାରିଫ୍‌ ବୃଦ୍ଧି କରିବେ ତାର ପରବର୍ଷ ବିତରଣ କମ୍ପାନୀ ନିଜ ପାଖରେ ଗଛିତ ଥିବା ସୁରକ୍ଷା ଜମାଟଙ୍କାକୁ ସମୀକ୍ଷା କରିବ। ଏଥିପାଇଁ ଉପଭୋକ୍ତାର ପୂର୍ବବର୍ଷରେ ବ୍ୟବହାର କରିଥିବା ବିଦ୍ୟୁତ୍‌ ପରିମାଣର ଦୁଇ ମାସର ହାରାହାରି ବ୍ୟବହାର ନିର୍ଣ୍ଣୟ କରି ସୁରକ୍ଷା ଜମାଟଙ୍କା ହିସାବ କରନ୍ତି। ଯଦି ଅକଳିତ ସୁରକ୍ଷା ଜମା ଗଚ୍ଛିତ ଥିବା ସୁରକ୍ଷା ଜମାର ୧୦% ଠାରୁ ଅଧିକ ହୁଏ, ତେବେ ବିତରଣ କମ୍ପାନୀ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବେ। ଆୟୋଗ ଏପରି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଗତ ଚାରି ବର୍ଷ ଧରି ରାଜ୍ୟରେ ଟାରିଫ ବୃଦ୍ଧି ହୋଇନାହିଁ। ଏପରିସ୍ଥଳେ କେଉଁ କାରଣରୁ ବିତରଣ କମ୍ପାନୀ ସୁରକ୍ଷା ଜମା ସମୀକ୍ଷା କଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତବର୍ଷ ବିବାଦୀୟ ଭାବେ ଟାଟା ଅଧିକ ଆଦାୟ କରିଥିବା ଅତିରିକ୍ତ ସୁରକ୍ଷା ଜମାଟଙ୍କାକୁ ନେଇ ଦାୟର ମାମଲା ଆୟୋଗଙ୍କ ବିଚାରାଧୀନ ଥିବାବେଳେ ଓ ଟାଟା ତାହାକୁ ଫେରସ୍ତ ନକରି ପୁଣି ଚଳିତ ବର୍ଷରେ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ପାଇଁ ନୋଟିସ ଦେବା ଓ ତାହାକୁ ଆଦାୟ କରିବା ପାଇଁ ନିଶ୍ଚିତ ପ୍ରକ୍ରିୟା ଆରମ୍ଭ କରିବା ସଂପୂର୍ଣ୍ଣ ବେଆଇନ୍‌ ଅଟେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଏହା ଉପରେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବା ପାଇଁ  ଉପଭୋକ୍ତା ମହଲରେ ଦାବି ହେଉଥିବା ସେ  କହିଛନ୍ତି ।
ଜୁନ୍‌ ୧୫ ପର୍ଯ୍ୟନ୍ତ ହେବନାହିଁ ବିଦ୍ୟୁତ୍‌ କାଟ୍‌: ଟିପିସିଓଡିଏଲ୍‌
ଭୁବନେଶ୍ୱର: ଆସନ୍ତା ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ନିୟମିତ ରକ୍ଷଣବେକ୍ଷଣ ପାଇଁ ବିଦ୍ୟୁତ କାଟ୍‌ ହେବ ନାହିଁ। ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବଧିରେ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍‌ କରାଯିବ ନାହିଁ। ନୂତନ ସେବା ସଂଯୋଗ, ବିପଦଜନକ ସ୍ଥିତିର ମୁକାବିଲାରେ ସୁରକ୍ଷା ସମ୍ପର୍କିତ ଜରୁରୀକାଳୀନ ପଦକ୍ଷେପ କିମ୍ୱା ଜରୁରୀକାଳୀନ ପ୍ରକଳ୍ପ କାର୍ଯ୍ୟ ଭଳି ସ୍ଥିତି ଉପୁଜିଲେ ବିଦ୍ୟୁତ୍‌ ବିଭ୍ରାଟ ଘଟିପାରେ। ଏଭଳି କ୍ଷେତ୍ରରେ ପ୍ରଭାବିତ ହେବାକୁ ଥିବା ଗ୍ରାହକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ। ଗ୍ରୀଷ୍ମ ଋତୁରେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ବୁଝୁଛୁ। ଏହି ଗୁୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବା ସହିତ ବିଶ୍ୱସନୀୟ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ବୋଲି ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି।
ଟିପିସିଓଡିଏଲ୍‌ ପକ୍ଷରୁ ସଫଳତାର ସହ ୨୧୪୦ ମେଗାୱାଟ୍‌ର ସର୍ବକାଳୀନ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ପୂରଣ
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ୍‌ ଏପ୍ରିଲ ମାସରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ ଚାହିଦାକୁ ବିନା ନେଟୱାର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି। ଏପ୍ରିଲ ୩୦ ରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ସେଲସିୟସ ଥିବା ବେଳେ ବିଦ୍ୟୁତ ଚାହିଦା ୬୨୭ ମେଗାୱାଟରେ ପହଂଚିଥିଲା।
ଗତବର୍ଷ ଟିପିସିଓଡିଏଲ୍‌ ଅଂଚଳରେ ସର୍ବାଧିକ ବିଦ୍ୟୁତ ଚାହିଦା ୧୮୭୬ ମେଗାୱାଟ୍‌ ଥିବା ବେଳେ ସେଥିମଧ୍ୟରୁ ୫୧୪ ମେଗାୱାଟ୍‌ କେବଳ ଭୁବନେଶ୍ୱରରେ ଥିଲା। ଚଳିତ ଋତୁରେ ବର୍ତମାନ ସୁଦ୍ଧା କଂପାନିର ପରିଚାଳନା କ୍ଷେତ୍ରରେ ସର୍ବାଧିକ ଚାହିଦା ୧୫% ଏବଂ ଭୁବନେଶ୍ୱର ସହରରେ ୨୨% ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ ଅନୁଯାୟୀ, ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱର ସମେତ ଓଡ଼ିଶାର ୯ଟି ଜିଲ୍ଲା ବିଶ୍ୱର ସବୁଠାରୁ ଉତପ୍ତ ସହର ମଧ୍ୟରେ ଥିଲା। ଗ୍ରୀଷ୍ମ ଲହର ଜାରି ରହିଥିବାରୁ ଚଳିତ ଋତୁରେ ସର୍ବୋଚ୍ଚ ଚାହିଦା ୨୩୨୯ ମେଗାୱାଟକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ଚଳିତ ଗ୍ରୀଷ୍ମ ଋତୁରେ ବଢୁଥିବା ବିଦ୍ୟୁତ ଚାହିଦା ମଧ୍ୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିସ୍‌କମ୍‌ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ ବିତରଣ ନେଟୱାର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହାର ୩୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ଥର୍ମୋସ୍କାନିଂ, ଅଲ୍‌ଟ୍ରା-ସୋନିକ୍‌ ଟେଷ୍ଟିଂ, ୱେଜ୍‌ କନେକ୍ଟର ସ୍ଥାପନ, ଟ୍ରାନ୍ସଫର ମନିଟରିଂ ୟୁନିଟ୍‌କୁ ବ୍ୟବହାର କରି ଅଟୋ ଟ୍ୟାପ୍‌ ଚେଂଜର୍‌ ଭଳି ପ୍ରଯୁକ୍ତି କାର୍ଯ୍ୟକାରୀ କରାଯାଇଥିଲା ଏବଂ ୩୩ କେଭି ରିଙ୍ଗ ମେନ୍‌ ୟୁନିଟ୍‌ର ଅଟୋମେସନ, ଫଲ୍ଟ ପାସେଜ୍‌ ଇଣ୍ଡିକେଟର ବ୍ୟବହାର କରି ଦ୍ରୁତ ଗତିରେ ତ୍ରୁଟି ଚିହ୍ନଟ କରି ଅଲଗା କରିବା, ବିତରଣ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦଢ଼ କରିବା ପାଇଁ ଏଲ୍‌ଟି ପାଶ୍ୱର୍ରେ ତ୍ରୁଟିକୁ ସମାଧାନ କରି ଏଲ୍‌ଟି ସୁରକ୍ଷା ଭରସାରେ ଉନ୍ନତି ଆଣିବା ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏହି ଗ୍ରୀଷ୍ମ ଋତୁରେ, ଟିପିସିଓଡିଏଲର ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି) ସମଗ୍ର ବିତରଣ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣ ପାଇଁ ଏକ ହବ୍‌ ଭାବରେ କାର୍ଯ୍ୟ କରୁଛି ଏବଂ ସାଇଟ୍‌ ଗୁଡ଼ିକରେ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁପରଭାଇଜରି କଂଟ୍ରୋଲ୍‌ ଆଣ୍ଡ ଡାଟା ଅକ୍ୱିଜିସନ୍‌ (ସ୍କାଡା), ପରମିଟ୍‌-ଟୁ-ୱାର୍କ (ପିଟିଡବ୍ଲ୍ୟୁ) ମ୍ୟାନେଜମେଂଟ୍‌ ସିଷ୍ଟମ ପରି ଆଇଟି ଏବଂ ଓଟି ଟେକ୍ନୋଲୋଜିର କାର୍ଯ୍ୟକାରିତା ମାଧ୍ୟମରେ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି। ପିଏସସିସି ମଧ୍ୟ ବିଦ୍ୟୁତ ସ୍ଥିତି ସମ୍ପର୍କରେ ବାସ୍ତବ ସମୟ ଅପଡେଟ୍‌ ଉପରେ କାର୍ଯ୍ୟକାରୀ ଦଳକୁ ସତର୍କ ସୂଚନା ପଠାଏ, ଏସ୍‌ଏମ୍‌ଏସ୍‌ ସେବା, ସୋସିଆଲ ୍‌ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଉପଭୋକ୍ତାଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ କଲ୍‌ ସେଂଟରରକୁ ଏହି ସୂଚନା ପ୍ରଦାନ କରାଯାଏ।
ଏହି ପିଏସସିସି ଗୁଡ଼ିକୁ ଅପରେସନ୍‌ ଇଞ୍ଜିନିୟରମାନଙ୍କର ଏକ ଉତ୍ସର୍ଗୀକୃତ ଦଳ ଦ୍ୱାରା ପରିଚାଳିତ କରାଯାଉଛି ଯେଉଁମାନେ ଟିପିସିଓଡିଏଲର ୫ଟି ସର୍କଲରେ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନଗୁଡିକର ତଦାରଖ ଏବଂ ନିୟନ୍ତ୍ରଣ କରନ୍ତି ।
“ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଗ୍ରାହକଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କରୁଛୁ। ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ। ଆମେ ଆମର ସମସ୍ତ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛୁ । ଆମେ ପ୍ରଯୁକ୍ତିରେ ଉନ୍ନତି ଆଣୁଛୁ, ଭୂମି ରକ୍ଷଣାବେକ୍ଷଣ ପାଇଁ ୮୦୦୦ରୁ ଅଧିକ ଲାଇନମ୍ୟାନ୍‌ ନିୟୋଜନ କରିଛୁ ଏବଂ ସୁରୁଖୁରୁରେ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆମର ନେଟୱାର୍କ କ୍ଷମତାକୁ ସୁଦୃଢ଼ କରୁଛୁ ବୋଲି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍‌ ସିଂହ କହିଛନ୍ତି।’’
ଏହାବ୍ୟତୀତ ୩୩ କେଭି ଓ ୧୧ କେଭି ବ୍ରେକଡାଉନକୁ ତୁରନ୍ତ ସମାଧାନ କରିବା ପାଇଁ ସବ୍‌ ଡିଭିଜନ ସ୍ତରରେ ନାଇଟ୍‌ ବ୍ରେକଡାଉନ୍‌ ଟିମ୍‌ ନିୟୋଜିତ କରାଯାଇଛି, ଅଭିଯୋଗର ସମାଧାନ ପାଇଁ ଫ୍ୟୁଜ୍‌ କଲ୍‌ ସେଂଟର ପ୍ରତିଷ୍ଠା କରାଯାଇଛି ଏବଂ ୮୫୦୦ରୁ ଅଧିକ କର୍ମଚାରୀଙ୍କୁ ତୁରନ୍ତ ବିଭ୍ରାଟ ଦୂର କରିବା ଏବଂ ପିକ୍‌ ଆୱାରରେ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଟିପିସିଓଡିଏଲର ୫ଟି ସର୍କଲରେ ୬ଟି ଭ୍ରାମ୍ୟମାଣ ବିତରଣ ସବ୍‌ଷ୍ଟେସନ ମୁତୟନ କରାଯାଇଛି ଯାହା ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ଏବଂ ସମଗ୍ର ଗ୍ରୀଷ୍ମ ଋତୁରେ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବ ।
ଟିପିସିଓଡିଏଲ୍‌ର ଏକକାଳୀନ ସମାଧାନ ଯୋଜନା, ବକେୟା ବିଦ୍ୟୁତ୍‌ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିଆତି
ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦନ ମିଳିଛି। ଏହି ସ୍କିମ୍ ରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିଆତି ପାଇପାରିବେ।
ନିର୍ଦ୍ଦିଷ୍ଟ ଭାବେ ଦୀର୍ଘଦିନରୁ ବିଦ୍ୟୁତ ବିଲ୍ ବକେୟା ରଖିଥିବା ସମସ୍ତ ଲୋ-ଟେନ୍‌ସନ୍ ବିଦ୍ୟୁତ ଗ୍ରାହକମାନେ ସେମାନଙ୍କ ଅତୀତ ବକେୟାର ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିଆତି ପାଇପାରିବେ। ସେମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ଅତିରିକ୍ତ ୮୦% ରିଆତି ମଧ୍ୟ ପାଇପାରିବେ। ସେହିପରି, ସମସ୍ତ ହାଇଟେନ୍‌ସନ୍ ଓ ଏକ୍ସଟ୍ରା ହାଇ ଟେନ୍‌ସନ୍ ଗ୍ରାହକମାନେ ବିଳମ୍ବିତ ପେମେଣ୍ଟ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିଆତି ପାଇପାରିବେ। ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୯୧୨/୧୮୦୦-୩୪୫-୭୧୨୨କୁ କଲ୍ କରି ଏବଂ ୯୧୨୪୯୯୮୭୨୯କୁ ହ୍ୱାଟ୍ସଆପ୍ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ଏହି ଯୋଜନାର ଶେଷ ତାରିଖ ଜୁଲାଇ ୩୧ ରହିଛି।
ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଆଜି ଏହାର ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ଶୁଭାରମ୍ଭ କରିଛି ।ଏହି ଆପ ଜରିଆରେ ବିଦ୍ୟୁତ ଉପଭୋକ୍ତାମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ବିଦ୍ୟୁତ ଦେୟ କରିପାରିବେ । ଏହି ଆପ ବ୍ୟବହାର କରିବା ପାଇଁ ନିମ୍ନରେ ଉଲ୍ଲେଖ କରାଯାଇଥିବା ତିନୋଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ…
ଏଥିପାଇଁ ପ୍ରଥମେ ଗ୍ରାହକମାନଙ୍କୁ ସେଲ୍ଫ ମିଟର ରିଡିଂ ସେବା ପଂଜୀକରଣ କରିବାକୁ ପଡ଼ିବ ।
ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ ଓ ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ ।
ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନେର ପେମେଣ୍ଟ କରିପାରିବେ ।
ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ରିପୋର୍ଟ କରିପାରିବେ କିମ୍ବା ‘TPCODL MITRA’ ଆପ୍ ମାଧ୍ୟମରେ ପାୱାର୍ କଟ୍ ସୂଚନା ଗ୍ରହଣ କରିପାରିବେ |
ଏହି ଆପର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’’