Mohammad Bagher Ghalibaf - The Sakala

ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ପାକିସ୍ତାନରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଗତ ସପ୍ତାହ ଶେଷରେ ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା ଏକ ଇରାନୀୟ ଜାହାଜକୁ ଜବତ କରିବା ପରେ ତେହେରାନ ଆଲୋଚନାରେ ଭାଗ ନନେବାକୁ ଧମକ ଦେଇଛି। ଏଥିସହ ଉଭୟ ଦେଶ ମଧ୍ୟରେ ଥିବା ଦୁଇ ସପ୍ତାହର ଅସ୍ତ୍ରବିରତି ଆସନ୍ତା କାଲି ଶେଷ ହେବାକୁ ଯାଉଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତି ଉଲ୍ଲଂଘନ କରି ଇରାନ ଉପରେ ଚାପ ପକାଉଥିବା ନେଇ ତେହେରାନ ଅଭିଯୋଗ କରିଛି। ଇରାନ ସଂସଦର ବାଚସ୍ପତି ତଥା ଶୀର୍ଷ ବୁଝାମଣାକାରୀ ମହମ୍ମଦ ବାଘେର ଘାଲିବାଫ ନିଜ ଏକ୍ସ (X) ଆକାଉଣ୍ଟରେ ଲେଖିଛନ୍ତି ଯେ, "ଆମେ ଧମକ ଛାୟାରେ ଆଲୋଚନାକୁ ଗ୍ରହଣ କରୁନାହୁଁ ଏବଂ ଯଦି ଯୁଦ୍ଧ ପୁଣି ଆରମ୍ଭ ହୁଏ, ତେବେ ଆମେ ଯୁଦ୍ଧକ୍ଷେତ୍ରରେ ନୂଆ କାର୍ଡ ଦେଖାଇବାକୁ ପ୍ରସ୍ତୁତ ଅଛୁ।"

ଅନ୍ୟପକ୍ଷରେ ଆଲୋଚନାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଏକ କଡ଼ା ଚେତାବନୀ ଦେଇଛନ୍ତି। ପିବିଏସ (PBS) ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଯଦି ଅସ୍ତ୍ରବିରତି ବିନା କୌଣସି ନିଷ୍କର୍ଷରେ ଶେଷ ହୁଏ, ତେବେ "ବହୁ ବୋମାମାଡ଼ ଆରମ୍ଭ ହେବ।" ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଅସ୍ତ୍ରବିରତି ଅବଧି ବୃଦ୍ଧି ହେବାର ସମ୍ଭାବନା ଖୁବ୍ କମ୍।

ବିଶ୍ୱର ଏକ ପ୍ରମୁଖ ତୈଳ ବାଣିଜ୍ୟ ପଥ ହର୍ମୁଜ ପ୍ରଣାଳୀ ଏହି ଶାନ୍ତି ଆଲୋଚନାର ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏକ ଆମେରିକୀୟ ପ୍ରତିନିଧି ଦଳ ପାକିସ୍ତାନର ଇସଲାମାବାଦ ଯିବେ। ଏହି ଦଳର ନେତୃତ୍ୱ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ମଧ୍ୟପ୍ରାଚ୍ୟର ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ୍ କୁସନର ନେବେ। ତେବେ ଟ୍ରମ୍ପଙ୍କ ସର୍ବସାଧାରଣ ବିବୃତ୍ତି ଏବଂ ଆମେରିକାର କଟକଣା ହିଁ କୂଟନୈତିକ ପ୍ରଗତିକୁ ବିପଦରେ ପକାଉଥିବା ଜଣେ ବରିଷ୍ଠ ଇରାନୀୟ ଅଧିକାରୀ ଦାବି କରିଛନ୍ତି। ଉଭୟ ପକ୍ଷ ଆଲୋଚନାର ରୂପରେଖ ଉପରେ ପ୍ରାୟତଃ ସହମତ ହୋଇଥିଲେ ମଧ୍ୟ ଏହିସବୁ ବିବାଦ ଯୋଗୁଁ ଆଲୋଚନା ବିଫଳ ହେବାର ଆଶଙ୍କା ଦେଖାଦେଇଛି।

ଇସଲାମାବାଦ ଆଲୋଚନା ପୂର୍ବରୁ ଇରାନର କଡ଼ା ବାର୍ତ୍ତା: ବିମାନରେ ମିନାବ୍ ଆକ୍ରମଣରେ ନିହତ ପିଲାଙ୍କ ଫଟୋ ରଖିଲେ ବାଚସ୍ପତି ଘାଲିବାଫ୍
ଇରାନ ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚଳିତ ସପ୍ତାହ ଶେଷରେ ପାକିସ୍ତାନର ଇସଲାମାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଆଲୋଚନା ପାଇଁ ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର୍ ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚୀ ବିମାନ ଯୋଗେ ଯାତ୍ରା କରିଛନ୍ତି। କିନ୍ତୁ ଆଲୋଚନା ପୂର୍ବରୁ ଇରାନ ପକ୍ଷରୁ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦିଆଯାଇଛି।

ବିମାନରେ ନିହତ ସ୍କୁଲ ପିଲାଙ୍କ ଫଟୋ

ଯାତ୍ରା ସମୟରେ ବାଚସ୍ପତି ମହମ୍ମଦ ବାଘେର୍ ଘାଲିବାଫ୍ ବିମାନ ଭିତରୁ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ସେ ବିମାନର ଖାଲି ସିଟ୍ ଗୁଡ଼ିକ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି, ଯେଉଁଥିରେ ଇରାନର ମିନାବ୍ ଠାରେ ଏକ ସ୍କୁଲ ଉପରେ ହୋଇଥିବା ମିସାଇଲ ଆକ୍ରମଣରେ ନିହତ ହୋଇଥିବା ସ୍କୁଲ ପିଲାମାନଙ୍କର ଫଟୋ ଲଗାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଭୟାବହ ଆକ୍ରମଣରେ ୧୬୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଇରାନ ଏହି ଆକ୍ରମଣ ପାଇଁ ସିଧାସଳଖ ଆମେରିକା କୁ ଦାୟୀ କରୁଥିବା ବେଳେ ୱାଶିଂଟନ୍ ଏହାକୁ ଖଣ୍ଡନ କରିଆସୁଛି।

ପିଲାମାନଙ୍କୁ ନିଜର 'ସାଥୀ' କହିଲେ ବାଚସ୍ପତି

ଏହି ଫଟୋ ସେୟାର କରି ଘାଲିବାଫ୍ ନିହତ ପିଲାମାନଙ୍କୁ ନିଜର 'ସାଥୀ' ବୋଲି ସମ୍ବୋଧନ କରିଛନ୍ତି। ଯୁଦ୍ଧ କିପରି ଆରମ୍ଭ ହେଲା ଏବଂ କେଉଁ ପରିସ୍ଥିତି ଇରାନକୁ ଯୁଦ୍ଧକୁ ଠେଲିଦେଲା, ତାହା ବିଶ୍ୱବାସୀଙ୍କୁ ମନେ ପକାଇଦେବା ପାଇଁ ଏହା ଏକ ପ୍ରୟାସ ଥିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହି ଅତ୍ୟାଧୁନିକ ଯୁଦ୍ଧରେ କେବଳ ଡ୍ରୋନ୍ କିମ୍ବା ମିସାଇଲ୍ ବ୍ୟବହାର ହେଉନାହିଁ, ବରଂ ଏକ ବଡ଼ ଧରଣର କୂଟନୈତିକ ଲଢ଼େଇ ମଧ୍ୟ ଦେଖିବାକୁ ମିଳିଛି। ଇରାନ ସର୍ବଦା ଦାବି କରିଆସିଛି ଯେ, ସେ କେବଳ ଆତ୍ମରକ୍ଷା ପାଇଁ ପଦକ୍ଷେପ ନେଇଛି।

ଆମେରିକା ଉପରେ ଭରସା ନାହିଁ

ଇସଲାମାବାଦରେ ପହଞ୍ଚିବା ପରେ ବାଚସ୍ପତି ଘାଲିବାଫ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦିଓ ଇରାନ ଆମେରିକା ସହ ଆଲୋଚନା କରିବାକୁ ଆସିଛି, ତଥାପି ଆମେରିକୀୟମାନଙ୍କ ଉପରେ ସେମାନଙ୍କର କୌଣସି ବିଶ୍ୱାସ ନାହିଁ। ଅତୀତରେ ଆମେରିକା ନିଜର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଆଲୋଚନାରେ ମିନାବ୍ ଆକ୍ରମଣ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି।