Tata Power - The Sakala
ଜିଆରଏଫ୍‌ ନିର୍ଦ୍ଦେଶକୁ ଫୁ’: ୨ ବର୍ଷ ହେଲା ଟ୍ରାନ୍ସଫର୍ମର ହସ୍ତାନ୍ତର ଫାଇଲ୍ ଚାପି ବସିଛି ଟିପିସିଓଡିଏଲ୍‌
ବାଳକାଟି: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF) ର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିବା, ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Even after GRF Order (CC No.127/2025), my transformer handover application (17 May 2023) remains pending for 2+ years at TPCODL.
No action. Only delay.
If a journalist faces this, imagine the plight of common people.@TPCentralOdisha @CMO_Odisha @EnergyOdisha pic.twitter.com/OuegkDdOsw
— Tapas Ranjan Nanda (@tapashnanda) March 24, 2026
ବାଳକାଟିର ପ୍ରତାପ ଶାସନ ନିବାସୀ ତଥା ଗଣମାଧ୍ୟମ ପ୍ରତିନିଧି ତାପସ ରଞ୍ଜନ ନନ୍ଦ, ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଟ୍ରାନ୍ସଫର୍ମରକୁ ବିଭାଗକୁ ସମର୍ପଣ ଓ ହସ୍ତାନ୍ତର କରିବା ପାଇଁ ୧୭ ମଇ ୨୦୨୩ ରେ ଆବେଦନ କରିଥିଲେ। ତେବେ ବାରମ୍ବାର ଅନୁରୋଧ ଓ ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ।
ଜଣେ ସ୍ଥାନୀୟ ବାସିନ୍ଦା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଜିଆରଏଫ୍‌ର ଦ୍ୱାରସ୍ଥ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଟ୍ରାନ୍ସଫର୍ମରଟି ଶ୍ରୀ ନନ୍ଦଙ୍କର ଏବଂ ସେ ପୂର୍ବରୁ ଏଥିପାଇଁ ଅନାପତ୍ତି ପ୍ରମାଣପତ୍ର (NOC) ପ୍ରଦାନ କରିସାରିଛନ୍ତି।
@TPCentralOdisha, I'm Tapas Ranjan Nanda (A/c No-80004275733, ID-3268133) from Pratap Sasan, Balakati. Submitted my 16 KVA Transformer surrender app on 17 May 2023. Still pending at SDO office. Requesting your assistance to expedite. It's quite frustrating. 🙏 @MoSarkar5T
— Tapas Ranjan Nanda (@tapashnanda) September 8, 2023
ଜିଆରଏଫ୍ ନିଜ ଆଦେଶନାମା (CC No.127/2025) ରେ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବିନା ବିଳମ୍ବରେ ନୂତନ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଟିପିସିଓଡିଏଲ୍ ଏହି ନିୟାମକ ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ସମ୍ପର୍କରେ ଶ୍ରୀ ନନ୍ଦ କହିଛନ୍ତି, "ମୁଁ ସମସ୍ତ ନିୟମ ପାଳନ କରି ଏନଓସି (NOC) ଦେଇଥିଲେ ସୁଦ୍ଧା ମୋ ଆବେଦନ ଦୁଇ ବର୍ଷ ଧରି ପଡ଼ିରହିଛି। ଯଦି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବ, ତାହା ସହଜରେ ଜଣାପଡୁଛି।"
ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ
କଟକ: ଟାଟା ପାୱାରକୁ ହାଇକୋର୍ଟ ଛାଟ । ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ । ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଇଆରସି ଏବଂ ଶକ୍ତି ସଚିବଙ୍କୁ ବି ନୋଟିସ ଜାରୀ କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ ।
ସୂଚନା ଅନୁସାରେ, ଭଏସ ଅଫ କଟକ ପକ୍ଷରୁ ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ୍ ନିର୍ଦେଶାବଳୀର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲା ସାମାଜିକ ସଂଗଠନ ‘ଭଏସ୍ ଅଫ୍ କଟକ’। ବିନା ଗ୍ରାହକଙ୍କ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ଲଗାଯିବା କଥାକୁ ପିଟିସନରେ ଉଲ୍ଲେଖ କରାଯାଇଥିଲା । ଏହି ପ୍ରକ୍ରିୟା ବିଦ୍ୟୁତ୍ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନକାରୀ କହିଥିଲେ । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ଅତିରିକ୍ତ ସୁରକ୍ଷା ଜମା ନୋଟିସକୁ ରଦ୍ଦ କରିବାକୁ ଆବଦେନକାରୀ ଦାବି କରିଥିଲେ । ଏହି ମମାଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ OERCକୁ  ପକ୍ଷଭୁକ୍ତ କରାଯାଇଥିଲା । ତେବେ ଏହି ମାମଲାରେ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ଦୁଇ ସପ୍ତାହରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଲଗାଇବା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ବିକ୍ଷୋଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ଜାରି କରିଛନ୍ତି, ତାହା ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦା ଯାଉଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରାଯିବା ସହିତ ରାଜରାସ୍ତାରେ ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଥିଲେ ।
ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ଠାରୁ ଜାତୀୟ ହାର ଠାରୁ ଅଧିକ ଆଦାୟ ହେଉଥିବା ବିଦୁ୍ୟତ୍ ଶୁଳ୍କକୁ ତୁରନ୍ତ ସୁଧ ସହିତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ ବିଜେଡି ଦାବି କରିଛି । ଆନ୍ଧ୍ରପ୍ରଦେଶ ବିଦୁ୍ୟତ୍ ନିୟାମକ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ସେହିଭଳି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ ପଦକ୍ଷେପ ନେବାକୁ ମଧ୍ୟ ବିଜେଡି ଜୋର ଦେଇଛି ।
ସରବରାହ ଜନିତ କ୍ଷତି ଯୋଗୁଁ ଓଡ଼ିଶାର ବିଦୁ୍ୟତ୍ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡୁଛି । ଟାଟା କମ୍ପାନୀର ଅପାରଗତା, ଦୁର୍ନୀତି ଯୋଗୁଁ ରାଜ୍ୟରେ ସରବରାହ ଜନିତ କ୍ଷତି ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି । ବହୁ ଉପଭୋକ୍ତଙ୍କ ମିଟର ସଠିକ୍ ଚାଲୁଥିଲେ ସୁଦ୍ଧା, ଏହାକୁ ଟାଟା ପାୱାର ପକ୍ଷରୁ ଜବରଦସ୍ତ ବଦଳାଯାଇ ସ୍ମାର୍ଟ ମିଟର ଲଗାଯାଇଛି, ଯାହା ଠିକ୍ ନୁହେଁ । ସ୍ମାର୍ଟ ମିଟର ଯୋଗୁଁ ଉପଭୋକ୍ତା ମାନଙ୍କୁ ଅଧିକ ବିଦୁ୍ୟତ୍ ବିଲ୍ ଦେବାକୁ ପଡୁଛି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏହି ଆର୍ଥିକ ଶୋଷଣ ବନ୍ଦ ନହେଲେ ବିଜେଡି ଟାଟା ପାୱାର ବିରୋଧରେ ଦୁର୍ବାର ଆନେ୍ଦାଳନ କରିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି ।
ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧୃତି ମାର୍ଥା, ତନ୍ମୟ ସ୍ୱାଇଁ, ଜ୍ୟୋତି ରଞ୍ଜନ ଜେନା, ମିହିର ରାଉତ, ନାରାୟଣ ଜେନା, ତୁମ୍ୱନାଥ ପଣ୍ଡା, ମିହିର ରାୟ, ଏସ୍.କେ ଅମିର ମହମ୍ମଦ, ବିଜୟ କେତନ ସାହୁ, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ଶୁଭ୍ରାଂଶୁ ପାଢ଼ୀ, ସଂଜିତ୍ ମହାନ୍ତି, ମନୋଜ ସେନାପତି, ସୌମ୍ୟରଂଜନ ତ୍ରିପାଠୀ, ମନୋଜ ମହାନ୍ତି, ଜଗମୋହନ ବଳିଆରସିଂହ, ବିଶ୍ୱ ରଞ୍ଜନ ଭୂୟାଁ, ଜ୍ଞାନରଞ୍ଜନ ମାନସିଂହ, ତାରିଣୀ ପ୍ରସାଦ ନାୟକ, ସ୍ମୃତି ରଂଜନ ପଟ୍ଟନାୟକ, ରଶ୍ମି ରଂଜନ ଦାସ, ଚିନ୍ମୟ ପ୍ରଧାନ, ପୃଥ୍ୱୀରାଜ ପଣ୍ଡା, ଦୀପକ୍ ବେହେରା, ସୁଦୀପ୍ତ କେଶରୀ ସାମଲ, ସ୍ୱଦେଶ ରଂଜନ ସିଂ, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ସୋନାଲୀ ପ୍ରିୟଦର୍ଶିନୀ, ଲଗ୍ନାଦୀପ ମିଶ୍ର, ମଧୁସ୍ମିତା ପରିଡ଼ା, ବିକାଶ ସାହୁ, ପ୍ରଦୀପ୍ତ ବିଶ୍ୱାଳ, ସୁକାନ୍ତ କୁମାର ରାୟ, ଫତିମା ଖାତୁନ୍, ରକି ଦାସ, ସୁଜିତ୍ ପାଲଟା ସିଂହ, ଦେବସ୍ମିତା ଦାସ, ସ୍ନେହାଶିଷ ଜେନା, ଅଶୋକ ନାୟକ, ଅମିତ୍ ଜେନା, ତବ୍ରେଜ୍ ଖାଁ, ସୌମ୍ୟ ରଂଜନ ମହାପାତ୍ର, ଅସ୍ମିତ୍ ଦାସ, ସମିମ୍ ଅଖତର୍, ବିଜୟଲକ୍ଷ୍ମୀ ଦାଶ, ଏସ.କେ ନୱାଜ୍, ସଚ୍ଚିକାନ୍ତ ସାହୁ, ସିପୂଲ୍ ସ୍ୱାଇଁ, ପ୍ରଦୁ୍ୟମ୍ନ ମହାନ୍ତି, ଶଙ୍କର ମଲ୍ଲିକ, ଦୀପକ ମହାପାତ୍ର ଓ ଆଶିଷ ସାହୁ ପ୍ରମୁଖ ସାମିଲ ଥିଲେ ।
ଦୋଷ ଛଡ଼ାଇଲା ଟାଟା ପାୱାର; କହିଲା, 'ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ'
ଭୁବନେଶ୍ୱର: ନିଜ ଉପରୁ ଦୋଷ ଛଡାଇଲା ଟାଟା ପାୱାର । ଅତିରିକ୍ତ ସିକ୍ୟୁରିଟି ଜମା ନେଇ ରଖିଲା ସଫେଇ। ଆଡିସନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌ ବାବଦରେ ସ୍ପଷ୍ଟୀକରଣ ରଖିଲେ TPCODL ସିଇଓ । କହିଲେ, ‘ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା, ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ନିୟମରେ କରୁଛୁ । ଏହା ଏକ ରେଗୁଲେଟେଡ୍‌ ବିଜନେସ୍‌ । ବିଦ୍ୟୁତ ବିଲ, କନେକ୍ସନ, ଚାର୍ଜେସ ସବୁ ରେଗୁଲେଟେଡ। ଯେଉଁ ସିକ୍ୟୁରିଟି ଡିପୋଜିଟ୍‌ ନିଆଯାଉଛି ତାହା ଉପରେ କ୍ରେଡିଟ୍‌ ଇଣ୍ଟରେଷ୍ଟ ଦେଉଛୁ । ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା, ସ୍ମାର୍ଟ ମିଟର ସମାନ ରିଡିଙ୍ଗ ନେଉଛି । ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଉନି ବୋଲି ସଫେଇ ରଖିଛି ଟାଟା ପାୱାର।
ସୂଚନାଯୋଗ୍ୟ, ଟିପିସିଓଡିଏଲ୍‌ ତରଫରୁ ଆସିଥିବା ଅତିରିକ୍ତ ସୁରକ୍ଷା ଜମାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଦ୍ୟୁତ୍ ସମସ୍ୟା ନେଇ ଓଇଆରସିଙ୍କୁ ଭେଟିଥିଲା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନିକଟରେ ବିଦ୍ୟୁତ ବିତରଣ ସଂସ୍ଥା ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ କରିଥିଲା । ଯେଉଁମାନେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରିବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ନୋଟିସ୍ ହୋଇଥିଲା ।
ଅନ୍ୟପଟେ ଟାଟା ପାୱାରର ମନମାନି ବିରୋଧରେ ପ୍ରତିବାଦ କରିଛି ବିଜେଡି। ଭୁବନେଶ୍ବର ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବଡ଼ ବିକ୍ଷୋଭ କରିଛି । କାର୍ଯ୍ୟାଳୟ ଆଗରେ ସ୍ମାର୍ଟ ମିଟର ଭାଙ୍ଗିଲା ବିଜେଡି। କମ୍ପାନୀର ମନମାନି ବିରୋଧରେ ବଢୁଛି ଜନ ଅସନ୍ତୋଷ। ଏହା ବିରୋଧରେ ପୁଣି ଥରେ ଜନତାଙ୍କ ସ୍ୱର ସାଜିଛି ବିରୋଧୀ ବିଜୁ ଜନତା ଦଳ । ଟାଟାପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍ ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିଛି ଦଳ । ବିକ୍ଷୋଭ ସମାବେଶରେ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡ଼ି ସଭାନେତ୍ରୀ ଇପସିତା ସାହୁ, ବରିଷ୍ଠ ବିଜେଡି ନେତାଙ୍କ ସମେତ ଶତାଧିକ କର୍ମୀ ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ।
ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସହ ତଞ୍ଚକତା, ୟୁନିଟ୍‌ ପିଛା ୩୬ ପଇସା ଅଧିକ ଆଦାୟ କରିଛି ଟାଟା ପାୱାର...
ଭୁବନେଶ୍ୱର: ବିଦ୍ୟୁତ୍‌ ଶୁଳ୍କ ଆଦାୟ କ୍ଷେତ୍ରରେ ଉପଭୋକ୍ତାଙ୍କ ସହ ଚଞ୍ଚକତା କରିଛି ଟାଟା ପାୱାର । ଏହାର ୪ଟି ବିତରଣକାରୀ ସଂସ୍ଥା ଓଇଆର୍‌ସିଙ୍କ ଧାର୍ଯ୍ୟ ୟୁନିଟ୍‌ ପିଛା ୫ଟଙ୍କା ୬୭ ପଇସା ପରିବର୍ତ୍ତେ ଉପଭୋକ୍ତାଙ୍କଠାରୁ ଆଦାୟ କରିଛି ୬.୦୩ ପଇସା । ଅର୍ଥାତ୍‌ ପ୍ରତି ୟୁନିଟ୍‌ ପିଛା ଟାଟାପାୱାର ଉପଭୋକ୍ତାଙ୍କଠାରୁ ୩୬ ପଇସା ଅଧିକ ନେଇଛି। ସଦ୍ୟ ପ୍ରକାଶିତ ଟାଟା ପାୱାରର ୪ଟି କମ୍ପାନୀ ଓ ଗ୍ରୀଡ୍‌କୋର ୨୦୨୪-୨୫ ବର୍ଷର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ପ୍ରଦର୍ଶିତ ହୋଇଛି ଏହି ସାଂଘାତିକ ତଥ୍ୟ। ରିପୋର୍ଟ ଅନୁସାରେ ୨୦୨୪-୨୫ ପାଇଁ ଟାଟା ପାୱାରର ୪ ବିତରକ କମ୍ପାନୀକୁ ୟୁନିଟ ପିଛା ହାରାହାରି ଟାରିଫ ୫ ଟଙ୍କା ୬୭ ପଇସା ହିସାବରେ ୩୦୭୯୫ ନିୟୁତ ୟୁନିଟ ବିଦ୍ୟୁତ ବିକ୍ରି ପାଇଁ ଓଇଆର୍‌ସି ଅନୁମୋଦନ ଦେଇଥିଲେ। ଏହ ବିଦ୍ୟୁତ୍‌ ବିକ୍ରି ବାବଦରେ ଟାଟାପାୱାରର ୪ କମ୍ପାନୀ ୧୭୪୬୧ କୋଟିଟଙ୍କା ରାଜସ୍ୱକୁ ମଧ୍ୟ ମଞ୍ଜୁରୀ ମିିଳିଥିଲା।  ମାତ୍ର ଟାଟା ପାୱାର ଉପଭୋକ୍ତାଙ୍କୁ ୨୯୫୭୯ ନିୟୁତ ୟୁନିଟ ହାରାହାରି ୬ ଟଙ୍କା ୩ ପଇସା ହିସାବରେ ବିକ୍ରି କରି ୧୭୮୩୬ କୋଟି ଟଙ୍କା ଅଦାୟ କରିଛି।  ଆୟୋଗ ଅନୁମୋଦନ କରିଥିବା ୟୁନିଟ୍‌ ପିଛା ହାରାହାରି ଟାରିଫ ଠାରୁ ଏହା ୩୬ ପଇସା ଅଧିକ ବୋଲି କୁହାଯାଉଛି। ଟାଟାପାୱାର ପରି  ଗ୍ରୀଡକୋ ମଧ୍ୟ ଏହି ବର୍ଷ ଲାଭବାନ ହୋଇଛି ଏବଂ ଏହାର ପରିମାଣ ୩୪୭.୩୭ କୋଟି ଟଙ୍କା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅନ୍ୟପକ୍ଷରେ ଅନୁମୋଦିତ ବୈଷୟିକ ଓ ବାଣିଜ୍ୟ କ୍ଷତି ହ୍ରାସ ଲକ୍ଷ୍ୟ ୧୮.୭୯ ପ୍ରତିଶତଠାରୁ ଟାଟା ପାୱାର ଉତ୍ତମ ପ୍ରଦର୍ଶନ କରିଛି ଓ ଏହି କ୍ଷତି୧୬.୭୦ ପ୍ରତିଶତକୁ ହ୍ରାସ ପାଇଛି। ପୁନଶ୍ଚ ଉପଭୋକ୍ତାଙ୍କ ମିଟର ସ୍ଥାପନ କ୍ଷେତ୍ରରେ ଟାଟା ୯୯ ପ୍ରତିଶତ ସଫଳ ହୋଇଥିବା ବେଳେ ସ୍ମାର୍ଟ ମିଟର ସ୍ଥାପନ ମାତ୍ର ୧୩ ପ୍ରତିଶତ ସମ୍ଭବ ହୋଇଛି। ଅର୍ଥାତ ରାଜ୍ୟରେ ଏଯାବତ୍‌ ୧୨ ଲକ୍ଷ ୬୭ ହଜାର ଉପଭୋକ୍ତା ସ୍ମାର୍ଟ ମିଟର ବସାଇଛନ୍ତି। ସେହିପରି ଫିିଡର ଓ ଟ୍ରାନ୍ସଫର୍ମର ମିଟରିଙ୍ଗ କାର୍ଯ୍ୟରେ ଟାଟାର ପ୍ରଦର୍ଶନ ଦୁର୍ବଳ ରହିଛି। ଓଡ଼ିଶା ବିଦ୍ୟୁତ ସେବାରେ ନିୟୋଜିତ ସମୁଦାୟ ୨୬୫୯ଟି (୧୪୭/୩୩ ଏମଭିଏ) ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ମାତ୍ର ୧୬୩୦ଟିରେ (୬୧ ପ୍ରତିଶତ) ମିଟରିଙ୍ଗ ହୋଇଛି। ୯୭୮ଟି ୩୩କେଭି ଫିଡର ମଧ୍ୟରୁ ମାତ୍ର ୭୫ ପ୍ରତିଶତ ଅର୍ଥାତ ୭୩୮ଟି ମିଟରିଙ୍ଗ ହୋଇଛି। ବିଦ୍ୟୁତ ସେବାରେ ନିୟୋଜିତ ଥିବା ସମୁଦାୟ ୩ ଲକ୍ଷ ବିତରଣ ଟ୍ରାନ୍ସଫର୍ମର ମଧ୍ୟରୁ ପ୍ରାୟ ୨ ଲକ୍ଷ ଟ୍ରାନ୍ସଫର୍ମର କ୍ଷମତା ୬୩ କେଭିଏରୁ କମ ଥିବାରୁ ଆୟୋଗ ନାପସନ୍ଦ କରି ସେଗୁଡିକୁ ୧୦୦ କେଭିଏ କିମ୍ୱା ତଦୁଦ୍ଧ୍ୱର୍ କ୍ଷମତାକୁ ବୃଦ୍ଧି କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ଉପଭୋକ୍ତା ସୂଚୀକରଣ ଓ ଜିଆଇଏସ ମ୍ୟାପିଙ୍ଗ କାର୍ଯ୍ୟରେ ଟାଟା ପ୍ରାୟ ଶତ ପ୍ରତିଶତ ସଫଳ ହୋଇଥିବାବେଳେ ବିତରଣ ଟ୍ରାନ୍ସଫର୍ମର ମିଟରିଙ୍ଗ ମାତ୍ର ୧୯.୪୦ ପ୍ରତିଶତ ହୋଇଛି। ଅପରପକ୍ଷେ ଗ୍ରୀଡକୋର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ଅନୁସାରେ ୨୦୨୪-୨୫ରେ ଗ୍ରୀଡକୋ ୪୨୪୮୭ ନିୟୁତ ୟୁନିଟ ବ୍ୟବସାୟ କରି ୧୪୫୧୧ କୋଟିଟଙ୍କା ଆୟ କରିଥିବା ବେଳେ ସମୁଦାୟ ବ୍ୟୟ କରିଛି ୧୪୧୬୩ କୋଟି ଟଙ୍କା। ଅର୍ଥାତ ବିଦ୍ୟୁତ ବ୍ୟବସାୟରୁ ଗ୍ରୀଡକୋ ୩୪୭ କୋଟି ଟଙ୍କା ଲାଭ କରିଛି।
ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ଯେହେତୁ ପୂର୍ବ ବର୍ଷରେ (୨୦୨୪-୨୫)ଗ୍ରୀଡକୋର ବ୍ୟବସାୟିକ ଲାଭ ୩୪୭ କୋଟି ଟଙ୍କା ହୋଇଛି ଏବଂ ଟାଟା ବିତରଣ କମ୍ପାନୀ ଗୁଡିକ ଓଇଆରସି ଧାର୍ଯ୍ୟ କରିଥିବା ହାରାହାରି ଟାରିଫ ଠାରୁ ୟୁନିଟ ପିଛା ୩୬ ପଇସା ହିସାବରେ ଉପଭୋକ୍ତାଙ୍କ ଠାରୁ ଅଧିକ ୧୦୬୫ କୋଟିଟଙ୍କା ଅଦାୟ କରିଛନ୍ତି, ତେଣୁ ଆସନ୍ତା ବର୍ଷର ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ। ଟାଟା ଉପଭୋକ୍ତାଙ୍କ ଠାରୁ ଅଧିକ ଅଦାୟ କରିଥିବା ରାଜସ୍ୱକୁ ସୁଧସହ ଫେରସ୍ତ କରିବା ପାଇଁ ଶ୍ରୀ ମହାପାତ୍ର ଆସନ୍ତା ଟାରିଫ ନିର୍ଣ୍ଣୟ ପ୍ରକ୍ରିୟାରେ ଆୟୋଗ ସମ୍ମୁଖରେ ଯୁକ୍ତି ରଖିବେ ବୋଲି ସେ  ସୂଚନା ଦେଇଛନ୍ତି। ତେଣୁ ଆସନ୍ତା ବର୍ଷ ୨୦୨୬-୨୭ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ (ଟାରିଫ) ବୃଦ୍ଧିହେବା ସମ୍ଭାବନା ଖୁବ କମ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।
କେନ୍ଦୁଝରରେ ବାରମ୍ବାର ବିଦ୍ୟୁତକାଟ ବିରୁଦ୍ଧରେ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିନା କାରଣରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ କେନ୍ଦୁଝର ପୁରୁଣା ସହର ଅଞ୍ଚଳର ଶତାଧିକ ଉପଭୋକ୍ତା ଟାଟା ପାୱାର କାର୍ଯ୍ୟଳୟକୁ ଆସି ସେଠାରେ ଥିବା ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଛନ୍ତି। ବିଦ୍ୟୁତ କାଟ ଲୋକଙ୍କ ପାଇଁ ବଡ଼ ସମସ୍ୟା ହେଲାଣି। ଏପଟେ କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କର ନବ ଦିନାତ୍ମକ ରଥଯାତ୍ରା କାର୍ଯ୍ୟକ୍ରମ ଚାଲିଛି। ରଥଯାତ୍ରା ସମୟରେ ବିଦ୍ୟୁତ କାଟକୁ ବନ୍ଦ କରିବା ପ୍ରତିଶୃତି ଦେଇଥିବା ବିଦ୍ୟୁତ ବିଭାଗ ଏଥିରେ ବିଫଳ ହୋଇଛି।
ବଡ଼ଦାଣ୍ଡ ଏବଂ ପୁରୁଣା ସହର ଅଞ୍ଚଳରେ ବିନା କାରଣରେ ଘଣ୍ଟାଘଣ୍ଟା ବିଦ୍ୟୁତ କାଟକୁ ଲୋକେ ପ୍ରତିବାଦ କରିଛନ୍ତି। ରଥଯାତ୍ରା ଅବସରରେ ଜାରି ବିଭିନ୍ନ କାର୍ଯ୍ୟକ୍ରମ ବିଦ୍ୟୁତ କାଟ ପାଇଁ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତ୍ରିରେ ପବିତ୍ର ହେରା ପଞ୍ଚମୀ ଅବସରରେ ମଧ୍ୟ ବଡ଼ଦାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିଲା। ତେଣୁ ଲୋକଙ୍କ ରାଗ ଚରମ ହୋଇଥିଲା। ଏହାର ବିରୁଦ୍ଧରେ ରବିବାର ସକାଳୁ ପୁରୁଣାବଜାର ଅଞ୍ଚଳର ଶତାଧିକଲୋକ ଏହାର ପ୍ରତିବାଦରେ ଏସ ଇ ଙ୍କୁ ଘେରିଛନ୍ତି।
ଓଡ଼ିଶା ଆସୁଥିବା ଶିଳ୍ପ ସଂସ୍ଥାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ୫ହଜାର କୋଟି ନିବେଶ କରିବ ଟାଟାପାୱାର
ଭୁବନେଶ୍ବର : ଓଡ଼ିଶାରେ ଟାଟାପାୱାର ବିଜୁଳି ବିତରଣ ସେବା ଯୋଗାଇବାକୁ ଚୁକ୍ତିବଦ୍ଧ ହୋଇଛି । କେନ୍ଦ୍ରୀୟ ଓଡ଼ିଶାରେ ପ୍ରାୟ ଦୁଇ ବର୍ଷ ହେଲା କମ୍ପାନୀ ବିଜୁଳି ସେବା ଯୋଗାଉଛି ଏବଂ ରାଜ୍ୟର ଅନ୍ୟ ୩ଟି ଜୋନରେ ପ୍ରାୟ ଦେଢ ବର୍ଷ ହେଲା ବିଜୁଳି ବିତରଣ ଦାୟିତ୍ୱ ଟାଟା ପାୱାର ନେଇଛି। ଟାଟା ପାୱାର ସର୍ବଦା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବାକୁ ନିଜର ପ୍ରାଥମିକ ଦାୟିତ୍ୱ ମନେ କରିବା ସହ ସମ୍ପ୍ରତି ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛି । ରାଜ୍ୟରେ ବିଜୁଳି ଭିତ୍ତିଭୂମି ବିକାଶ କରିବା ଏବଂ ଉପଭୋକ୍ତାଙ୍କ ସହ ରାଜ୍ୟକୁ ଆସୁଥିବା ଶିଳ୍ପସଂସ୍ଥାମାନଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବା ଲକ୍ଷ୍ୟରେ ପର୍ଯ୍ୟାୟକ୍ରମେ କମ୍ପାନୀ ଓଡ଼ିଶାରେ ୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ରାଜ୍ୟର ଅନୁକୂଳ ବ୍ୟବସାୟ ବାତାବରଣର ଲାଭ ଉଠାଇବାକୁ ନିବେଦନ କରିବା ପରେ ଟାଟା ପାୱାର ପକ୍ଷରୁ ଏହି ଘୋଷଣା କରାଯାଇଛି। ଏନେଇ ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଶିଳ୍ପକୁ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ମାଧ୍ୟମରେ ଓଡ଼ିଶା ସରକାରଙ୍କ ମେକ୍ ଇନ୍ ଓଡିଶାର ଦୂରଦୃଷ୍ଟି ହାସଲ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆମେ ଓଡ଼ିଶାରେ ୫ ହଜାର କୋଟି ନିବେଶ କରୁଛୁ। ଏଥିରେ ଆମେ ବିଜୁଳି ଭିତ୍ତିଭୂମି ବିକାଶ କରିବୁ,ଯାହା ଦ୍ବାରା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଆସୁଥିବା ଶିଳ୍ପସଂସ୍ଥାମାନ ପାଇଁ ଉପଯୋଗୀ ହେବ।
ମୁଖ୍ୟମନ୍ତ୍ରୀଙ୍କ ‘ମେକ୍‍ ଇନ୍‍ ଓଡ଼ିଶା’ କାର୍ଯ୍ୟକ୍ରମକୁ ନେଇ ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜିନେସ୍‍ କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶାରେ ନିବେଶ ନିମନ୍ତେ ଅନେକ ନିବେଶକ, ଶିଳ୍ପ ଗୋଷ୍ଠୀ ଆଗ୍ରହ ପ୍ରକାଶ କରୁଛନ୍ତି। ବିଦ୍ୟୁତ୍‍ ବିନା କୌଣସି ଶିଳ୍ପ ସଂସ୍ଥା ସ୍ଥାପନ ସମ୍ଭବ ନୁହେଁ। ଯେଉଁ ସଂସ୍ଥାଗୁଡ଼ିକ ନିଜସ୍ୱ ଶକ୍ତି ପ୍ରକଳ୍ପ ସ୍ଥାପନ କରୁଛନ୍ତି; ସେମାନଙ୍କ ନିମନ୍ତେ ଆମର ସହଯୋଗ ଅନିବାର୍ଯ୍ୟ ନୁହେଁ; ମାତ୍ର ଛୋଟଛୋଟ ଶିଳ୍ପ ସଂସ୍ଥାଗୁଡ଼ିକୁ ବିଜୁଳି ଯୋଗାଇବାକୁ ଆମେ ନିଶ୍ଚିତ ପ୍ରାଥମିକତା ଦେବୁ। ଗ୍ରୀଡ଼୍‍କୋ ନିୟମ ଅନୁପାଳନ କରି ଆମେ ସେମାନଙ୍କୁ ଗୋଟିଏ ସପ୍ତାହରୁ ଏକମାସ ମଧ୍ୟରେ ନିଶ୍ଚିତ ବିଦ୍ୟୁତ୍‍ ଯୋଗାଣ କରିବାକୁ ପ୍ରତିବଦ୍ଧତା ଘୋଷଣା କରୁଛୁ। ଆମ କମ୍ପାନୀ ‘ମିନିମମ୍‍ ପେପର ଓ ମ୍ୟାକ୍ସିମମ୍‍ ୱାର୍କ’ରେ ବିଶ୍ୱାସ କରିଥାଏ ବୋଲି ସେ କହିଛନ୍ତି।
ଟାଟା ପାୱାର ବର୍ତ୍ତମାନ ସାରା ରାଜ୍ୟରେ ପ୍ରାୟ ୯୦ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଉଛି ।ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସମେତ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ କମ୍ପାନୀ ଏହାର CAPEX ବିନିଯୋଗକୁ ବୃଦ୍ଧି କରୁଛି। ଏହିପରି, ଟାଟା ପାୱାର ଡିସକମ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ନବ୍ଶେ କରିବାକୁ  ପ୍ରତିଶ୍ରୁତି ଦେଇଛି । ଏହି ଟଙ୍କା ନିବେଶ କରି କମ୍ପାନୀ ଭିତ୍ତିଭୂମିର ଉନ୍ନତିକରଣ କରିବା ସହ ବୈଷୟିକ ଏକୀକରଣ, ଗ୍ରାହକ ସେବା, ନିରାପତ୍ତା ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ କଭର୍ କରିବାକୁ ଯୋଜନା କରିଛି ।
ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବିଜୁଳି ଗ୍ରୀଡ଼, ଟ୍ରାନ୍ସଫରମର୍‍ର ଉନ୍ନତିକରଣ କାର୍ଯ୍ୟ କରାଯାଉଛି। ଏବେ ବି ଗୋଟିଏ ଗୋଟିଏ ସ୍ଥାନରେ ଟ୍ରାନ୍ସଫରମର-ଗ୍ରୀଡ଼ ଦୂରତ୍ୱ ଶତାଧିକ କିଲୋମିଟର ରହିଛି। ପୁଣି ଟ୍ରାନ୍ସଫରମର ଉପରେ ଆବଶ୍ୟକତାଠାରୁ ଅଧିକ ବିଜୁଳି ଚାପ ରହୁଛି। କିନ୍ତୁ ଆଉ ଦୁଇ ବର୍ଷ ପରେ ଏପରି ଅଭିଯୋଗ କରିବା ପାଇଁ କାହାରି ପାଖରେ ସୁଯୋଗ ନ ଥିବ। ୨ ବର୍ଷ ମଧ୍ୟରେ ବିତରଣ ଓ ପରିବହନ କ୍ଷତି ପାଖାପାଖି ୧୦% ହ୍ରାସ କରିବାରେ ଆମେ ସମର୍ଥ ହୋଇଛୁ। ବିତରଣ ଓ ବିଜୁଳି କ୍ଷତି ହ୍ରାସ ପାଇଲେ ସ୍ୱାଭାବିକ ଭାବରେ ବିଜୁଳି ଶୁଳ୍କ ହ୍ରାସ ପାଇବ ବୋଲି ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି।
ଅନ୍ୟପଟେ ରାଜ୍ୟ ସରକାରଙ୍କ ‘ବିଜୁ କୁଟୀର ଯୋଜନା’ରେ ମଧ୍ୟ ଟାଟା ପାୱାର ସହଯୋଗ କରିଆସୁଛି। ରାଜ୍ୟର ଅପହଞ୍ଚ ଓ ବିଜୁଳି ବର୍ଜିତ ଅଞ୍ଚଳରେ ବିଜୁଳି ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ‘ବିଜୁ କୁଟୀର ଯୋଜନା’ ଆରମ୍ଭ କରିଥିଲେ।  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟାଟା ପାୱାର ବିଜୁ କୁଟୀର ଯୋଜନାରେ ବିଜୁଳି ସେବା ଯୋଗାଇ ଦେଉଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଯଥାଶୀଘ୍ର ଏହାକୁ ଶେଷ କରିବାକୁ ଟାଟା ପାୱାର ଯୋଜନା କରିଛି।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଶୀର୍ଷ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମନ୍ତେ ‘ମେକ୍‍ ଇନ୍‍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବିଦେଶ ହେଉ କି ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ଅନୁଷ୍ଠିତ ହେଉଥିବା ନିବେଶକ ସମ୍ମିଳନୀରେ ଯୋଗ ଦେଇ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି। ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ଏବଂ ରାଜ୍ୟରେ ସେମାନେ ନିବେଶ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାର ପ୍ରତିଶ୍ରୂତି ମଧ୍ୟ ପ୍ରଦାନ କରୁଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ରାଜ୍ୟରେ ବ୍ୟବସାୟ ବାତାବରଣର ଉପାଦେୟତା ସମ୍ପର୍କରେ ଜାଣିବା ପରେ ରାଜ୍ୟକୁ ଆସିବାକୁ ବିଭିନ୍ନ ଉଦ୍ୟୋଗପତିମାନେ ମନବଳାଇବା ସହ ପ୍ରାଥମିକ ପର୍ଯ୍ୟାୟରେ ନିବେଶ କରିବା ନେଇ ଘୋଷଣା ମଧ୍ୟ କରିସାରିଛନ୍ତି।
ରାଜକନିକାରେ ଟାଟା ପାୱାରର ମନମାନି : ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ଜନତା, ମନଇଚ୍ଛା ଚାଲିଛି ପାୱାର୍‌କଟ୍‌
ରାଜକନିକା : ଉତ୍ତମ ସେବା ଓ ଉନ୍ନତଧରଣର ବିଦ୍ୟୁତ୍ ସ˚ଯୋଗ ଲକ୍ଷ୍ୟରେ ରାଜ୍ୟ ସରକାର ଟାଟା ପାୱାର୍‌କୁ ବିଦ୍ୟୁତ୍ ସେବା ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିଥିଲେ। ଟାଟା ପାୱାର୍ ଦାୟିତ୍ବ ନେବା ପରେ ଅସଜଡ଼ା ଭିତ୍ତିଭୂମି ପୁଣି ସଜଡ଼ାଯିବ। ଆଉ ଉନ୍ନତମାନର ନିରବଚ୍ଛିନ୍ନ ସେବା ମିଳିବ ବୋଲି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକବାସୀ ଆଶା ବାନ୍ଧିଥିଲେ। ଏହାସହ ଭିତ୍ତିଭୂମି ବିକାଶ ପରେ ଗ୍ରୀଷ୍ମରେ କୌଣସି ପରିସ୍ଥିତିରେ ବି ପାୱାରକଟ୍ ହେବନି ବୋଲି ମଧ୍ୟ ଟାଟା ପାୱାର୍‌ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ରାଜକନିକା ଅଞ୍ଚଳରେ ଠିକ ତାର ଓଲଟା ଦେଖିବାକୁ ମିଳୁଛି।
ପ୍ରାୟ ବର୍ଷେ ହେବ ରାଜକନିକା ବିଜୁଳି ସେକସନକୁ ଟାଟା ପାୱାର୍‌ ନେବା ପରଠୁ ସାରା କନିକାରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡିଲେଣି । ସ୍ଥିତି ଏମିତି ହୋଇଛି ଯେ ରାଜକନିକା ଭଳି ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ପାୱାରର ବିଜୁଳି ଯୋଗାଇବାକୁ ଓଳାଭର ଠାରେ ଗ୍ରୀଡ ସ୍ଥାପନ,ନହୁଲିଆରେ ଷ୍ଟ୍ରକଚର ନିର୍ମାଣ ସହ ମୁଖ୍ୟ ସରବରାହ ରାଜକନିକା ସେକସନରେ ଉନ୍ନତିକରଣ ପରେ ବି ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇନାହିଁ । ଗଛରେ ପତ୍ର ହଲିଲେ କିମ୍ବା ଆକାଶରେ ବିଜୁଳି ଦେଖିବା ମାତ୍ରକେ ସାରା କନିକାକୁ ଅନ୍ଧାର କରିଦେଉଛି ଟାଟା ପାୱାର। ଆଉ ଥରେ ବିଜୁଳି ଗଲେ ଆସିବାକୁ ବି ୩ ରୁ ୪ ଘଣ୍ଟା ସମୟ ନେଉଛି। କେବଳ ସେତିକି ନୁହେଁ ପୂର୍ବରୁ ଘୋଷଣା ନ କରି ପ୍ରତିଦିନ ରାଜକନିକା ଅଞ୍ଚଳରେ ୫ ରୁ ୬ ଘଣ୍ଟା ବିଜୁଳି କଟାଯାଉଛି। ଅଘୋଷିତ ବିଦ୍ୟୁତ କାଟ୍‌ ନେଇ ବିଭାଗୀୟ ଅଧିକାରୀଙ୍କୁ କଲ୍‌ କେଲ ଖୁଣ୍ଟ ଓ ତାର ପରିବର୍ତ୍ତନ କିମ୍ବା ମରାମତି ହେଉଛି କହି ସଫେଇ ଦେଉଛନ୍ତି। ମରାମତି ନାଁରେ ପ୍ରାୟ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳିକାଟ ହେବା ଫଳରେ ବିଜୁଳି ଅଭ୍ୟସ୍ତ ସମସ୍ତ ସେବା ମଧ୍ୟ ପ୍ରତିହତ ହେବାରେ ଲାଗିଛି ।
ରାଜକନିକା ବ୍ଲକର ବିଭିନ୍ନ ଗ୍ରାମଞ୍ଚଳରେ ଘନ ଘନ ଘନ ପାୱାରକଟ୍ ସାଙ୍ଗକୁ ଲୋଭୋଲଟେଜ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ପଟେ ଠିକ୍ ସମୟରେ ବିଲ୍ ପୈଠ କରିବାକୁ ଖାଉଟିଙ୍କ ଉପରେ ଚାପ ପଡ଼ୁଥିବା ବେଳେ ଅନ୍ୟପଟେ ଟାଟା ପାୱାର୍‌ର ଏଭଳି ମନମୁଖି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମାଳ ମାଳ ଯନ୍ତ୍ରୀ ଥାଇ ବି କୌଣସି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି। ଏହାରି ମଧ୍ୟରେ ଗତ କିଛି ଦିନ ହେବ ରାଜକନିକା ଆୟତନ କ୍ୟାମ୍ପ ଅଧିନରେ ଥିବା ଗ୍ରାମ ଗୁଡିକରେ ଦିନକୁ ୨୪ ଘଣ୍ଟାରୁ ପ୍ରାୟ ୨୦ ଘଣ୍ଟା ପାୱାରକଟ୍ କରାଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଆୟତନ କ୍ୟାମ୍ଭ ଅଧିନରେ ତ୍ରୈଲକପୁର, କୋଇଲିପୁର,କାଟଣା ପଞ୍ଚାୟତର ସମସ୍ତ ଗ୍ରାମ ଗୁଡିକ ଆସୁଥିବା ବେଳେ ଏପରି ପାୱାରକଟ୍ ପରେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଅଞ୍ଚଳରେ ୧୦ ମିନିଟ ଲାଇନ ଆସିଲେ ୨ ଘଣ୍ଟା କାଟି ଦେଉଛନ୍ତି, ପୁଣି ୧୦ ମିନିଟ ଦେଇ ସମାନ ଢଙ୍ଗରେ ୨ ଘଣ୍ଟା କାଟୁଛନ୍ତି। ରାତ୍ରୀ ସମୟରେ ଏହି ଅଞ୍ଚଳବାସୀଙ୍କୁ ଟାଟା ପାୱାର୍‌ ଅଧିକ ଯନ୍ତ୍ରଣା ଦେଉଛି। ରାତିରେ ଲଗାତର ଭାବେ ଲାଇନ କାଟାଯାଉଛି। ମଝିରେ ମଝିରେ ଟିକେ ଆଲୁଅ କରି ରାତି ୨ଟା ପରେ ଟୋଟାଲ  ଲାଇନ କଟାଯାଉଛି। ଯାହା ଫଳରେ ଲୋକ ରାତିରେ ଶୋଇପାରୁନାହାନ୍ତି।
ଏନେଇ ରାଜକନିକା ଜେଇ ଦୁର୍ଗା ଚରଣ ବେହେରାଙ୍କ ଯୋଗାଯୋଗ କରିବାରୁ ବହୁତ ଚେଷ୍ଟା ପରେ କଲ୍‌ ରସିଭ୍‌ କରିଥିଲେ। ଆୟତନ କ୍ୟାମ୍ପ ଅଧିନରେ ଏପରି ଅଘୋଷିତ ବିଦ୍ୟୁତ କାଟ୍‌ ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ କାମ ଚାଲିଛି ସେଥିପାଇଁ ଲାଇନ୍‌ କଟାଯାଉଛି। ଆୟତନ କ୍ୟାମ୍ପ ଅଧିନରେ ଥିବା ଗ୍ରାମ ଗୁଡିକରେ ଦିନକୁ ୨୪ ଘଣ୍ଟାରୁ ପ୍ରାୟ ୨୦ ଘଣ୍ଟା ପାୱାରକଟ୍ କରାଯାଉଛି ବୋଲି ଲୋକମାନେ ଅଭିଯୋଗ ବିଷୟରେ ପଚରାଯିବାରୁ କହିଥିଲେ ଯେ ନହୁଲିଆରେ ଷ୍ଟ୍ରକଚରେ ଗୋଟିଏ ଟ୍ରାସ୍‌ଫର୍ମର ପୋଡି ଯାଇଛି, ଆଉ ଗୋଟିଏ ନୂଆ ଲାଗିବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗିରହିବ। ତେବେ ଏଭଳି ଗ୍ରୀଷ୍ମ ଗୁଳୁଗୁଳିରେ ଲୋକମାନେ ହାଇରାଣ ହେଉଥିବା ବେଳେ ଟାଟା ପାୱାର୍‌ର ଏପରି ମନମୁଖୀ ଭାବେ କାମ କରିବାକୁ ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି।
ଅନ୍ୟପଟେ ରାଜକନିକା ଅଞ୍ଚଳରେ ବିଜୁଳି ବିଲରେ ମାତ୍ରାଧିକ ପରିମାଣର ଶୋଷଣ ଏବେ ଉପଭୋକ୍ତାଙ୍କୁ ଅଡୁଆରେ ପକାଇଛି । ବଢି ଚାଲିଥିବା ବିଜୁଳିବିଲକୁ ନେଇ ଦୈନିକ ରାଜକନିକା ଓ ଓଳାଭର ସେକସନରେ ପାଟିତୁଣ୍ଡ ଗାଁ ଗାଁରେ ଲାଇନମ୍ୟାନକୁ ଅଟକାଯିବା ଭଳି ଘଟଣାର କୌଣସି ବିଜୁଳି ଫଳପ୍ରଦ ସମାଧାନ ନ ହେବାରୁ ବିଜୁଳି ଅଭ୍ୟସ୍ତ ଜନଜୀବନ ଏବେ ଆତଙ୍କରେ ଦିନ କାଟୁଛି । ଯେଉଁ ଉପଭୋକ୍ତାମାନେ ୮ ମାସ ପୁର୍ବରୁ ସମାନ ୟୁନିଟର ବିଜୁଳି ବ୍ୟବହାର କରି ୩୦୦ ରୁ ୬୦୦ ଟଙ୍କା ମଧ୍ୟରେ ବିଲ ଦେଇଥିଲେ ,ସେହି ଉପଭୋକ୍ତା ଏବେ ସମାନ ଧରଣର ବିଜୁଳି ବୟବହାରରେ ଅହେତୁକ ଭାବରେ ୧୭ ଶହରୁ ୨୬ ଶହ ଟଙ୍କାର ବିଲ ପାଇ ଜଳକା ହୋଇ ଯାଉଛନ୍ତି । ସେପଟେ ବିଜୁଳି ବିଲ ଆଦାୟରେ ବିଳମ୍ବ ହେଉ ବା ଅଧିକ ୱାଟର ବିଜୁଳି କାହିଁକି ସଂଯୋଗ କରିନାହଁ ଦର୍ଶାଯାଇ ତଥାକଥିତ ସ୍କ୍ୱାଡର ଚଢାଉ ମଧ୍ୟ ଆତଙ୍କ ସୃଷ୍ଟି କରିଛି । ବିନା ନୋଟିସରେ ଘରେ ଝିଅବୋହୁ ଥିବା ବେଳେ ଏହି ସବୁ ସ୍କ୍ୱାଡ ଘରେ ପଶି ହଠାତ ଜୁଲମ କରିବା ମନଇଚ୍ଛା ଫାଇନ ଧାର୍ଯ୍ୟ କରି ବ୍ରିଟିଶରାଜ ଚଳାଇଛି ।
ଗ୍ରାହକଙ୍କୁ ଶୋଷଣ କରୁଛି ଟାଟା ପାୱାର, ୩୦ ଦିନ ପରିବର୍ତ୍ତେ ୨୫ ଦିନର କରୁଛି ବିଲ୍‍
ପଦ୍ମପୁର: ରାଜ୍ୟ ସରକାର ଗତ ୧ ଜାନୁଆରୀ ୨ରୁ ଟାଟା ପାୱାରକୁ ବିଦ୍ୟୁତ ବିତରଣ ଭାର ହସ୍ତାନ୍ତର କରିଥିଲେ। ଏହାପରଠାରୁ ଏହି କମ୍ପାନୀ ବିଭିନ୍ନ ଆଳ ରେ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ବିଦ୍ୟୁତ ସେବାକୁ ନିରବଚ୍ଛିନ୍ନ ଭାବେ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଏହି କମ୍ପାନୀ ଉପଭୋକ୍ତାଙ୍କୁ ଅତିରିକ୍ତ ଅର୍ଥ ଚାପ ଦେଇ ଲୁଟୁଥିବା ଅଭିଯୋଗ ହେଉଛି। ବିଭିନ୍ନ ବର୍ଗର ପାଇଁ ଭିନ୍ନ ଭିନ୍ନ ସ୍ଲାବ୍‍ ଥିବା ବେଳେ ବିନା ସୂଚନାରେ କମ୍ପାନୀ ପରିବର୍ତ୍ତନ କରୁଛି। ପ୍ରଥମ ୫୦ ୟୁନିଟ ବ୍ୟବହାର ପାଇଁ ଘରୋଇ ଉପଭୋକ୍ତା ୟୁନିଟ ପିଛା ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ଯାଏ ଟଙ୍କା ୪.୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଟଙ୍କା୫.୮୦ ପଇସା, ଓ ୪୦୦ ରୁ ଅଧିକ ୟୁନିଟ ପାଇଁ ୟୁନିଟ ପିଛା ୬ଟଙ୍କା୨୦ ପଇସା ଆଦାୟ କରିବା ନିୟମ ଅଛି। ମାତ୍ର ଟାଟା ପାୱାର ଏହି ସ୍ଲାବ୍‍ ନିୟମ ଠାରୁ ଅଧିକ ଆଦାୟ କରୁଥିବା ଅଭିଯୋଗ ହେଉଛି।
ଅଭିଯୋଗ ମୁତାବକ, ପ୍ରଥମ ସ୍ଲାବ୍‍ ୧ ରୁ ୫୦ ୟୁନିଟ ହୋଇଥିବା ବେଳେ କମ୍ପାନୀ ପ୍ରଥମ ସ୍ଲାବ୍କୁ ୧ ରୁ ୪୫ ୟୁନିଟ ରେ ହିସାବ କରୁଛି। ପଦ୍ମପୁର ମୈତ୍ରୀ ନଗରର ନବୀନ ସାହୁ ନାମକ ଜଣେ ଉପଭୋକ୍ତା ମୋଟ ୨୪୪ ୟୁନିଟ ବିଦ୍ୟୁତ ବ୍ୟବହାରପାଇଁ ତାଙ୍କ ଠାରୁ ଚଞ୍ଚକତା କରି ଅଧିକ ୭୪ ଟଙ୍କା ବିଲ୍‍ ଆଦାୟ ହୋଇଛି।ତାଙ୍କ ଠାରୁ ୩ ଟଙ୍କିଆ ସ୍ଲାବ୍‍ରେ ୫ ୟୁନିଟ ଓ ୪ ଟଙ୍କା ୮୦ପଇସା ସ୍ଲାବରେ ୨୧ ୟୁନିଟ ବିଜୁଳି ବାଦ୍‍ ଦିଆଯାଇ ସର୍ବୋଚ୍ଚ ଦରରେ ହିସାବ ହୋଇଛି। ସେହିପରି ଉପଭୋକ୍ତା ମାନେ ଇଲେକ୍ଟ୍ରି ଡ୍ୟୁଟି , ଫିକ୍ସଡ ଚାର୍ଜ ଓ ମିଟର ଭଡା ବାବଦରେ ମଧ୍ୟ ଟଙ୍କା ଦେଉଛନ୍ତି। ମୋବାଇଲ ସେବା ଯୋଗାଉ ଥିବା ବିଭିନ୍ନ କମ୍ପାନୀ ଯେପରି ମାସିକ ରିଚାର୍ଜ ସମୟ ସୀମାକୁ ୨୮ ଦିନ ରେ ସୀମିତ କରିଛନ୍ତି ଓ ଅତିରିକ୍ତ ଏକ ମାସର ରିଚାର୍ଜ କରାଇନେବା ଯୋଜନାବଦ୍ଧକୁ ଟାଟା ପାୱାର ଆପଣାଇ ୩୦ ଦିନ ପରିବର୍ତ୍ତେ ୨୫ ଦିନରେ ବିଲ୍‍ ଦେଉଛି। ଏହା ଏକ ସୁଚିନ୍ତିତ ଠକେଇ ଏବଂ ଉପଭୋକ୍ତା ଏହାର ଟେର ମଧ୍ୟ ପାଉନହାନ୍ତି। ୧୨ ମାସରେ ୧୨ ବିଲ୍‍ ପରିବର୍ତ୍ତେ ଏକ ମାସ ଅଧିକ ବିଲ୍‍ ଆଦାୟ କରି ଅତିରିକ୍ତ ବିଦ୍ୟୁତ ସେବା କର ( ଇଲେକ୍ଟ୍ରି ଡ୍ୟୁଟି , ମିଟର ଭଡା, ଫିକ୍ସଡ ଚାର୍ଜ )ନାମରେ ଅର୍ଥ ଲୁଟୁଛନ୍ତି। ଏହି କଂପାନୀ ନେବା ଠାରୁ ଉପଭୋକ୍ତା ନିରୁପାୟ ହୋଇ କେବଳ ଠକାମୀ ର ଶିକାର ହେଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।
ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଆଜି ଏହାର ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ଶୁଭାରମ୍ଭ କରିଛି ।ଏହି ଆପ ଜରିଆରେ ବିଦ୍ୟୁତ ଉପଭୋକ୍ତାମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ବିଦ୍ୟୁତ ଦେୟ କରିପାରିବେ । ଏହି ଆପ ବ୍ୟବହାର କରିବା ପାଇଁ ନିମ୍ନରେ ଉଲ୍ଲେଖ କରାଯାଇଥିବା ତିନୋଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ…
ଏଥିପାଇଁ ପ୍ରଥମେ ଗ୍ରାହକମାନଙ୍କୁ ସେଲ୍ଫ ମିଟର ରିଡିଂ ସେବା ପଂଜୀକରଣ କରିବାକୁ ପଡ଼ିବ ।
ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ ଓ ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ ।
ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନେର ପେମେଣ୍ଟ କରିପାରିବେ ।
ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ରିପୋର୍ଟ କରିପାରିବେ କିମ୍ବା ‘TPCODL MITRA’ ଆପ୍ ମାଧ୍ୟମରେ ପାୱାର୍ କଟ୍ ସୂଚନା ଗ୍ରହଣ କରିପାରିବେ |
ଏହି ଆପର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’’