Aluminium Park - The Sakala

ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ପାଇଁ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ ଆଲୁମିନିୟମ୍
ଭୁବନେଶ୍ବର: ଭାରତର ବୃହତ୍ତମ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥା ସିଂଘଲ ଷ୍ଟିଲ୍ ଏଣ୍ଡ୍ ପାଓ୍ବାର ଲିଃ ( ସିଂଘଲ୍ ଗ୍ରୁପ୍ ଅଫ ଇଣ୍ଡଷ୍ଟ୍ରିଜ୍ର ଏକ ଅଂଶ) ଓ ସ୍କଟ୍-ଏଲ୍ ମେଟକନ ପ୍ରା. ଲିଃ (ସ୍କଟିସ୍ କେମିକାଲ ଓ ୟୁଏଏଲ୍ ଇଣ୍ଡଷ୍ଟ୍ରିଜ୍ର ଏକ ସହଯୋଗୀ କମ୍ପାନି) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏହି ବୁଝାମଣା ଅନୁସାରେ ଉଭୟ କମ୍ପାନି ଝାରସୁଗୁଡ଼ାରେ ବେଦାନ୍ତର ଆଗାମୀ ଆଲୁମିନିୟମ ପାର୍କ ପରିସରରେ ଆନୁଷଙ୍ଗିକ ଆଲୁମିନିୟମ ଉତ୍ପାଦନ କାରଖାନା ସ୍ଥାପନ କରିବେ।

ଭୁବନେଶ୍ବରରେ ଅନୁଷ୍ଠିତ ଏହି ଏମଓୟୁ ସ୍ବାକ୍ଷର ସମାରୋହ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ଉପସ୍ଥିତିରେ ହୋଇଥିଲା।

ଡାଉନଷ୍ଟ୍ରିମ୍ ଶିଳ୍ପ ଲାଗି ଏକ ବିଶ୍ବସ୍ତରୀୟ ଶିଳ୍ପ ଇକୋସିଷ୍ଟମଭାବେ ପରିକଳ୍ପିତ ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମ୍ ପାର୍କ ମୂଲ୍ୟ ସଂଯୁକ୍ତିକୁ ପ୍ରେତ୍ସାହନ ଦେବା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଅଭିବୃଦ୍ଧିରେ ସହାୟକ ହେବ ଓ ଏକ ଆଲୁମିନିୟମ ଶିଳ୍ପକେନ୍ଦ୍ରରେ ପରିଣତ ହେବାରେ ଓଡ଼ିଶାର ସ୍ଥିତିକୁ ମଝବୁତ କରିବ। ଏହି ପଦକ୍ଷେପ ଓଡିଶାର ଔଦ୍ୟୋଗିକ ପ୍ରତିଯୋଗିତାକ୍ଷମତାକୁ ଉନ୍ନତ କରିବା ସହ ପ୍ରାୟ ୫୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବ ଓ ପ୍ରାୟ ୧୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହି ଅବସରରେ ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, "ଏହି ପଦକ୍ଷେପ ଏକ ଅଗ୍ରଣୀ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ। ବେଦାନ୍ତ ଆଲୁମିନିୟମ ପାର୍କ ନିବେଶକୁ ତ୍ୱରାନ୍ୱିତ କରିବ, ବଡ଼ ପରିମାଣର ନିଯୁକ୍ତି ସୃଷ୍ଟି କରିବ ଏବଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବ।"

ଏହି ପ୍ରସ୍ତାବିତ ଆଲୁମିନିୟମ ପାର୍କ ଆନୁଷଙ୍ଗିକ ଶିଳ୍ପଙ୍କ ବିସ୍ତାର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରି ରାଜ୍ୟରେ ଶିଳ୍ପ ବିବିଧତାକୁ ପ୍ରେତ୍ସାହିତ କରିବ। ଏହା ଓଡ଼ିଶା ସରକାରଙ୍କ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିଳ୍ପ ଭିତ୍ତିଭୂମି ନିର୍ମାଣର ବ୍ୟାପକ ଦୃଷ୍ଟିକୋଣ ସହିତ ସମନ୍ୱିତ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି, "ବେଦାନ୍ତ ଆଲୁମିନିୟମ ପାର୍କ ଓଡ଼ିଶାର ଶିଳ୍ପ ମୂଲ୍ୟ ଶୃଙ୍ଖଳକୁ ଆହୁରି ସୁଦୃଢ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୀତିଗତ ସମର୍ଥନ ସହିତ ଭିତ୍ତିଭୂମି ପ୍ରସ୍ତୁତିକୁ ମିଶ୍ରଣ କରି, ଆମେ ଏକ ପ୍ଲାଟଫର୍ମ ସୃଷ୍ଟି କରୁଛୁ ଯାହା ଶିଳ୍ପଗୁଡ଼ିକୁ ଦକ୍ଷତାର ସହ ପ୍ରସାର ଏବଂ ପ୍ରତିଯୋଗିତାକ୍ଷମ କରିବାକୁ ସକ୍ଷମ କରିଥାଏ।"

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି “ଯେ ବେଦାନ୍ତ ଆଲୁମିନିୟମ ପାର୍କ, ପ୍ରାଥମିକ ଉତ୍ପାଦନରୁ ଆଗକୁ ବଢି ମୂଲ୍ୟ ସଂଯୁକ୍ତ ଉତ୍ପାଦନ ଲାଗି ଆମ ପ୍ରତିବଦ୍ଧତାକୁ ଦର୍ଶାଏ। ଏକ ସୁଦୃଢ଼ ଡାଉନଷ୍ଟ୍ରିମ୍ ଇକୋସିଷ୍ଟମ ନିର୍ମାଣ କରି, ଆମେ ଶିଳ୍ପ, ଏମଏସଏମଇ ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ, ଏବଂ ବିଶ୍ୱ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛୁ।”

ବେଦାନ୍ତ ଝାରସୁଗୁଡ଼ାର ସିଇଓ ସି.ଚନ୍ଦ୍ରୁ କହିଛନ୍ତି, “ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଅଭିବୃଦ୍ଧି ଯାତ୍ରାର କେନ୍ଦ୍ରରେ ରହିଆସିଛି। ପ୍ରସ୍ତାବିତ ଆଲୁମିନିୟମ ପାର୍କ କେବଳ ଡାଉନଷ୍ଟ୍ରିମ୍ ଇକୋସିଷ୍ଟମକୁ ସୁଦୃଢ କରିବ ନାହିଁ ବରଂ ସ୍ଥାୟୀ ଜୀବିକା ସୃଷ୍ଟି କରିବ, ଉଦ୍ୟୋମିତାକୁ ପ୍ରେତ୍ସାହିତ କରିବ ଓ ଏ ଅଂଚଳର ବିକାଶରେ ସହାୟକ ହେବ। ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାକ୍ଷମ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାରେ ଓଡ଼ିଶା ସରକାରଙ୍କ ସହ ସହଯୋଗିତା କରି ଆମେ ଗର୍ବିତ” ।

ପ୍ରାୟ ୫୬ ଏକର ପରିମିତ ଅଂଚଳରେ ପରିବ୍ୟାପ୍ତ ପ୍ରସ୍ତାବିତ ବେଦାନ୍ତ ଆଲୁମିନିୟମ ପାର୍କର ପ୍ରଥମ ପର୍ଯ୍ୟାୟ ବିକାଶ, ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଭୟ ଶିଳ୍ପ ଦକ୍ଷତା ଓ ନିବେଶ ମାଧ୍ୟମରେ ଏହା ସମଗ୍ର ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ନୂଆ ସୁଯୋଗ ସୃଷ୍ଟି କରିବ ଓ ରାଜ୍ୟର ସାମାଜିକ-ଅର୍ଥନୈତିକ ଉନ୍ନତିରେ ସହାୟକ ହେବ।  ଏହି ପାର୍କକୁ ଏକ ପ୍ରମୁଖ ଡାଉନଷ୍ଟ୍ରିମ୍ ଉତ୍ପାଦନ କେନ୍ଦ୍ର ଭାବରେ କଳ୍ପନା କରାଯାଇଛି ଯାହା ଶିଳ୍ପଗୁଡ଼ିକୁ ଲଜିଷ୍ଟିକ୍ସ, ଶକ୍ତି ବ୍ୟବହାର ଏବଂ ଉତ୍ପାଦନ ସମୟ ହ୍ରାସ କରିବାରେ ସାହାଯ୍ୟ କରିବ।