Preparation - The Sakala

ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ
ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପୂର୍ବଥର ପରି ଆଖିଦୃଶିଆ ସଫଳତା ପାଇବାକୁ ବିଜେଡି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏହିକ୍ରମରେ ବୁଧବାର ଦିଲ୍ଲୀରୁ ଫେରିବା ପରେ ଜିଲ୍ଲା ସଭାପତିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।  ସାଙ୍ଗଠନିକ କାର୍ଯ୍ୟ, ପଞ୍ଚାୟତ ନିର୍ବାଚନ ଏବଂ ରାଜ୍ୟରେ ଜାରି ରହିଥିବା ଏସଆଇଆର ସମ୍ପର୍କରେ ଜିଲ୍ଲା ସଭାପତିମାନଙ୍କ ସହ ନବୀନ ଏହି ଅବସରରେ ବିସ୍ତୃତ ଆଲୋଚନା କରିଛନ୍ତି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ଗଠନ କରିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟରେ ଜାରି ରହିଥିବା ଏସଆଇଆରର ଦ୍ୱିତୀୟ ପର୍ଯ୍ୟାୟରେ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ ନପଡେ ସେଥିପ୍ରତି ସଜାଗ ରହି ଦଳର ବୁଥ୍‌ ସ୍ତରୀୟ ଏଜେଣ୍ଟମାନଙ୍କୁ ସଚେତନ କରାଯିବ। ଏହାକୁ ଗୁରୁତର ସହ ଗ୍ରହଣ କରି ଏସଆଇଆର ଉପରେ ଧ୍ୟାନ କେନ୍ଦ୍ରୀୟ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ରାଜ୍ୟରେ ବିଜେପି ସରକାରଙ୍କ ବିରୋଧରେ ସାଧାରଣରେ ବ୍ୟାପକ ଜନ ଅସନ୍ତୋଷ ରହିଛି। ଚାଷୀ ଠାରୁ ଆରମ୍ଭ କରି ମହିଳା, ଯୁବକ ସମସ୍ତେ ନିରାଶା ମଧ୍ୟରେ ରହିଛନ୍ତି। ତେଣୁ ଏପରି ସମୟରେ ସାଧାରଣ ଲୋକଙ୍କର ସୁବିଧା, ଅସୁବିଧାରେ ଛିଡ଼ା ହୋଇ ସେମାନଙ୍କୁ ସହାୟତା ପ୍ରଦାନ ସହ ରାଜ୍ୟ ସରକାରଙ୍କର ଦୋଷ, ଦୁର୍ବଳତା ବିରୋଧରେ ସ୍ୱର ଉତ୍ତୋଳନକୁ ତୀବ୍ର କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଜେଡି ସବୁବେଳେ ଛାତ୍ରମାନଙ୍କ ସହ ରହିଛି ଓ ଛାତ୍ରମାନଙ୍କୁ ଆମର ନୈତିକ ସମର୍ଥନ ଜାରି ରହିବ ବୋଲି ନବୀନ ଏହି ଅବସରରେ ସ୍ପଷ୍ଟ କରିଛନ୍ତି।

ବୈଠକ ସମ୍ପର୍କରେ ଦଳର ବରିଷ୍ଠ ବିଧାୟିକା ତଥା ପିଏସି ସଦସ୍ୟା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଗତକାଲି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ସଭାପତି ଏକାଧିକ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ଆମେ କାର୍ଯ୍ୟକାରୀ କରିବୁ। ତୃଣମୂଳସ୍ତରରେ  ଆମର ସଂଗଠନ କିଭଳି ସୁଦୃଢ଼ ହବ, ୱାର୍ଡ କମିଟିଠାରୁ ଆରମ୍ଭ କରି ବର୍ତ୍ତମାନ ଯେଉଁ ଏସ୍‌ଆଇଆର ଚାଲିଛି, ସେନେଇ ବ୍ୟାପକ ଆଲୋଚନା ହୋଇଛି। ଏସଆଇଆର କାମ କେମିତି ତ୍ୱରାନ୍ୱିତ ହବ ଏବଂ ଜଣେ ବି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍‌ ନ ପଡ଼ନ୍ତି ସେନେଇ ବିଜେଡିର ଏଜେଣ୍ଟମାନେ କିପରି କାର୍ଯ୍ୟ କରିବେ ସେ ବିଷୟରେ ଆଲୋଚନା ହେଲ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷେ ନବୀନଙ୍କ ସହ ବୈଠକ ପରେ ଆମେ ବେଶ୍‌ ଉତ୍ସାହିତ ଅଛୁ ବୋଲି ଯୋଗ ଦେଇଥିବା ଜିଲ୍ଲା ସଭାପତିମାନେ ମତବ୍ୟକ୍ତ କରିଛନ୍ତି। ନବୀନଙ୍କ ପରାମର୍ଶ ଏବଂ ନିର୍ଦ୍ଦେଶ ଆମକୁ ସଂଗଠନ ସ୍ତରରେ ଅଧିକ କ୍ରିୟାଶୀଳ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛି। ଆସନ୍ତା ପଞ୍ଚୟାତ ଓ ପୌର ନିର୍ବାଚନରେ ଦଳ ଗତ ନିର୍ବାଚନ ତୁଳନାରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ହାଇଆଲର୍ଟରେ ଅଗ୍ନିଶମ ବାହିନୀ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ । ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଆଇଜି ଉମାଶଙ୍କର ଦାଶ ଏକ ସମୀକ୍ଷା ବୈଠକ କରି ରାଜ୍ୟର ସମସ୍ତ ଉଦ୍ଧାରକାରୀ ଦଳକୁ ‘ହାଇଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖାଯାଇଥିବାବେଳେ, ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବାକୁ ବିଭାଗ ପ୍ରସ୍ତୁତ ରହିଛି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ସକ୍ରିୟ କରାଯାଇଛି।ବନ୍ୟା ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ୩୨୪ଟି ମୋଟରଚାଳିତ ରବର ବୋଟ୍, ୩,୧୪୩ଟି ଲାଇଫ୍ ଜାକେଟ୍ ଓ ୨,୭୧୨ଟି ଲାଇଫ୍ ବୁୟେ ପ୍ରସ୍ତୁତ ରଖାଯାଇଛି।

ସେହିପରି ଜଳମଗ୍ନ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ଟି ହାଇ-କ୍ୟାପାସିଟି ଓ ପୋର୍ଟେବଲ୍ ପମ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି।ଝଡ଼ ଓ ବର୍ଷା ଯୋଗୁଁ ଗଛ ଉପୁଡ଼ିବା କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବା ପରି ସ୍ଥିତିର ମୁକାବିଲା ପାଇଁ ୧,୫୫୧ଟି ଚେନ୍-ସ’ ଓ ଅତ୍ୟାଧୁନିକ ହାଇଡ୍ରୋଲିକ୍ ରେସକ୍ୟୁ ଟୁଲ୍ସ ମହଜୁଦ ରଖାଯାଇଛି। ରାତ୍ରିକାଳୀନ ଉଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ୬୨୮ଟି ଟାୱାର ଲାଇଟ୍ ମଧ୍ୟ ବ୍ୟବସ୍ଥା କରାଯାଇଛି।ପ୍ରବଳ ବର୍ଷା ଓ ବନ୍ୟା ଜନିତ ଯେକୌଣସି ବିପର୍ଯ୍ୟୟରେ ତୁରନ୍ତ ପ୍ରତିକ୍ରିୟା ଦେବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଅଗ୍ନିଶମ ବିଭାଗ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ସୂଚନା ମିଳିଛି।

୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି । ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ । ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୪ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ନିର୍ବାଚନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ପରିଷଦ ସଦସ୍ୟରେ ସଂରକ୍ଷଣ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ୧୭ ତାରିଖ ଭିତରେ ଅଭିଯୋଗ ଆବେଦନ ଏବଂ ୨୭ ତାରିଖ ସୁଦ୍ଧା ଅଭିଯୋଗ ଶୁଣାଣି କରି ୨୯ ତାରିଖ ସୁଦ୍ଧା ସରକାରଙ୍କ ଅନୁମୋଦନ କ୍ରମେ ୩୦ ସୁଦ୍ଧା ଚୂଡାନ୍ତ ସଂରକ୍ଷଣ ତାଲିକା ନିର୍ବାଚନକୁ ଜଣାଇବେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯାଏଁ ସଂରକ୍ଷଣ ରହିବ । ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ।