SBI - The Sakala
ଫେବୃଆରୀ ୧୨ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ସେବା ପ୍ରଭାବିତ ହେବା ନେଇ SBIର ସତର୍କ ସୂଚନା
ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକମାନଙ୍କୁ ସତର୍କ କରାଇଛି ଯେ ଫେବୃଆରୀ ୧୨ (ଗୁରୁବାର) ରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ। ବିଭିନ୍ନ ଦାବି ନେଇ ବ୍ୟାଙ୍କ ୟୁନିୟନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଶାଖାଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
କାହିଁକି ହେଉଛି ଧର୍ମଘଟ?
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ୪ଟି ନୂତନ ଶ୍ରମ ଆଇନ (Labour Codes) ବିରୋଧରେ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-day work week) ଲାଗୁ କରିବା ଦାବିରେ ଏହି ଧର୍ମଘଟ କରାଯାଉଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ସମେତ AIBEA, AIBOA ଏବଂ BEFI ଭଳି ପ୍ରମୁଖ ସଂଗଠନଗୁଡ଼ିକ ଏଥିରେ ସାମିଲ ହେଉଛନ୍ତି। ଏହାବ୍ୟତୀତ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।
ଗ୍ରାହକଙ୍କ ଉପରେ କି ପ୍ରଭାବ ପଡ଼ିବ?
ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ ଶାଖାରେ ନଗଦ ଜମା, ଟଙ୍କା ଉଠାଣ, ଚେକ୍ କ୍ଲିୟରାନ୍ସ ଏବଂ ଅନ୍ୟାନ୍ୟ କାଉଣ୍ଟର ସେବା ବାଧାପ୍ରାପ୍ତ ହୋଇପାରେ। ତେବେ ଗ୍ରାହକମାନଙ୍କ ସୁବିଧା ପାଇଁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଯଥା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ଆପ୍ ଏବଂ ୟୁପିଆଇ (UPI) ସେବା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି। ଏସ୍‌ବିଆଇ ବ୍ୟତୀତ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ନିଜ ଗ୍ରାହକମାନଙ୍କୁ ସମ୍ଭାବ୍ୟ ଅସୁବିଧା ପାଇଁ ଆଗୁଆ ସୂଚନା ଦେଇଛି।
ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ଶାଖାଗୁଡ଼ିକ ଖୋଲା ରହିବ ଏବଂ କାର୍ଯ୍ୟ ସ୍ୱାଭାବିକ ରଖିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି, କିନ୍ତୁ କର୍ମଚାରୀଙ୍କ ଅନୁପସ୍ଥିତି କାରଣରୁ କାର୍ଯ୍ୟରେ ବିଳମ୍ବ ଘଟିପାରେ। ତେଣୁ ଗ୍ରାହକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାର୍ଯ୍ୟ ଆଗୁଆ ସାରିଦେବାକୁ ପରାମର୍ଶ ଦିଆଯାଇଛି।
ଖରାପ ସିବିଲ ସ୍କୋର ପାଇଁ ମିଳିଲାନି ଚାକିରି
ନୂଆଦିଲ୍ଲୀ: ଖରାପ ସିବିଲ ସ୍କୋର ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ। ତେବେ ସିବିଲ ସ୍କୋର ଖରାପ ଥିଲେ ଆପଣ ସରକାରୀ ଚାକିରି ପାଇ ନ ପାରନ୍ତି। ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ପି. କାର୍ତ୍ତିକେୟନ ନାମକ ଜଣେ ଯୁବକଙ୍କ ନିଯୁକ୍ତି ରଦ୍ଦ କରାଯାଇଛି। କାର୍ତ୍ତିକେୟନ ଏସବିଆଇର ପରୀକ୍ଷା ପାସ୍ କରିଥିଲେ, ମାତ୍ର ତାଙ୍କର ସିବିଲ ସ୍କୋର ଖରାପ ଥିବା କାରଣରୁ ତାଙ୍କୁ ଚାକିରି ମିଳିନଥିଲା। ସବୁଠାରୁ ବଡ଼ କଥା ହେଉଛି ମାଡ୍ରାସ ହାଇକୋର୍ଟ ଏସବିଆଇର ଏହି ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଛନ୍ତି।
ଏହି ମାମଲାରୁ ଏହା ସ୍ପଷ୍ଟ ହେଉଛି ଯେ, ଏବେ ସରକାରୀ ଚାକିରି ଓ ବଡ଼ ସଂଗଠନ ଶିକ୍ଷାଗତ ଯୋଗ୍ୟତା ସହ ବିତ୍ତୀୟ ବ୍ୟବହାର ମଧ୍ୟ ଯାଞ୍ଚ କରୁଛନ୍ତି। ତେଣୁ ଆପଣ ଯଦି ସରକାରୀ ଚାକିରି କରିବାକୁ ଇଚ୍ଛୁକ, ତେବେ ଠିକ୍ ସମୟରେ ଲୋନ ଓ କ୍ରେଡିଟ କାର୍ଡର ପେମେଣ୍ଟ କରିବା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ। ଏକ ସ୍ବଚ୍ଛ ସିବିଲ ସ୍କୋର ଆପଣଙ୍କ କ୍ୟାରିୟର ପାଇଁ ବହୁତ ବେନିଫିଟ୍ ହୋଇପାରେ। ଯୁବକଙ୍କୁ ଆପଏଣ୍ଟମେଣ୍ଟ ଲେଟର ମିଳିସାରିଥିଲା, ମାତ୍ର ପରେ ଏସବିଆଇ ତରଫରୁ ତାଙ୍କର ନିଯୁକ୍ତି ରଦ୍ଦ କରିଦିଆଯାଇଥିଲା। ଯଦି ଜଣଙ୍କର ସିବିଲ ସ୍କୋର ୮୦୦-୯୦୦ ଭିତରେ ଥାଏ, ତେବେ ତାହାକୁ ଏକ୍ସଲାଣ୍ଟ ବର୍ଗରେ ରଖାଯାଇଥାଏ।
ବଦଳିଲା SBI ଏଟିଏମ୍‌ କାରବାର ନିୟମ: ଲକ୍ଷେ ଟଙ୍କା ବାଲାନ୍ସ ଥିଲେ ଏଟିଏମ୍‌ରୁ ଅସୀମିତ ଉଠାଣ ସୁବିଧା
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ତାର ଗ୍ରାହକମାନଙ୍କ ପାଇଁ ଏଟିଏମ୍‌ କାରବାର ଚାର୍ଜ ଏବଂ ମାଗଣା ଏଟିଏମ୍‌ ବ୍ୟବହାର ସୀମା ବୃଦ୍ଧି କରିଛି। ବ୍ୟାଙ୍କର ଏହି ନୂତନ ନିୟମ ଚଳିତବର୍ଷ ଫେବୃଆରୀ ପହିଲାଠାରୁ କାର୍ଯ୍ୟକାରୀ ହେବ। ଫି ଢ଼ାଞ୍ଚାକୁ ସୁଗମ କରିବା ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଯାହା ଫଳରେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ପ୍ରଭାବିତ ହେବ।
ନୂତନ ନିୟମାନୁଯାୟୀ, ଯେଉଁ ଆକାଉଣ୍ଟଧାରୀ ବ୍ୟାଙ୍କ ଖାତାରେ ହାରାହାରି ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ବଜାୟ ରଖିବେ, ସେମାନେ ଏସ୍‌ବିଆଇ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମ୍‌ ଉଭୟରୁ ଅସୀମିତ ମାଗଣା କାରବାରର ସୁବିଧା ପାଇବେ। ଫଳରେ ସମସ୍ତ ମେଟ୍ରୋ କିମ୍ବା ଅଣ-ମେଟ୍ରୋ ଗ୍ରାହକମାନେ ଏବେ ପ୍ରତି ମାସରେ ଏସ୍‌ବିଆଇ ଏଟିଏମ୍‌ରୁ ୫ଟି ମାଗଣା ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ୧୦ଟି ମାଗଣା କାରବାର କରିପାରିବେ। ଯେଉଁ ଗ୍ରାହକମାନେ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ମଧ୍ୟରେ ହାରାହାରି ମାସିକ ବାଲାନ୍ସ ବଜାୟ ରଖିବେ, ସେମାନେ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ୫ଟି ମାଗଣା କାରବାର ସୁବିଧା ପାଇବେ।
ମାସିକ ମାଗଣା ଏଟିଏମ୍‌ କାରବାର ସୀମା ସମାପ୍ତ ହେବା ପରେ, ଏସ୍‌ବିଆଇ ଏଟିଏମ୍‌ରେ ପ୍ରତ୍ୟେକ କାରବାର ପାଇଁ ୧୫ ଟଙ୍କା + ଜିଏସ୍‌ଟି ​​(ମେଟ୍ରୋ କିମ୍ବା ଅଣ-ମେଟ୍ରୋ) ଚାର୍ଜ ନିଆଯିବ। ଅନ୍ୟ ବ୍ୟାଙ୍କଗୁଡ଼ିକର ମାସିକ ମାଗଣା ଏଟିଏମ୍‌ କାରବାର ସୀମା ସମାପ୍ତ ହେବା ପରେ, ଏଟିଏମ୍‌ରେ ପ୍ରତ୍ୟେକ କାରବାର ପାଇଁ ୨୧ ଟଙ୍କା + ଜିଏସ୍‌ଟି​​(ମେଟ୍ରୋ କିମ୍ବା ଅଣ-ମେଟ୍ରୋ) ଚାର୍ଜ ଦେବାକୁ ପଡିବ। ମାଗଣା ସୀମା ସରିଯିବା ପରେ ମଧ୍ୟ ଏସ୍‌ବିଆଇ ଏଟିଏମ୍‌ରେ ବାଲାନ୍ସ ଚେକ୍‌ ଏବଂ ମିନି ଷ୍ଟେଟମେଣ୍ଟ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବନାହିଁ। ତଥାପି, ଅନ୍ୟ ବ୍ୟାଙ୍କ ଏଟିଏମ୍‌ରେ ବାଲାନ୍ସ ଚେକ୍‌ ଏବଂ ମିନି ଷ୍ଟେଟମେଣ୍ଟ ପାଇଁ, ମାଗଣା ସୀମା ପରେ ୧୦ ଟଙ୍କା + ଜିଏସ୍‌ଟି ​​ଚାର୍ଜ ଲାଗୁ ହେବ।
ଆର୍‌ବିଆଇ ଏଡାର ଟଙ୍କା ଉଠାଣ ଶୁଳ୍କ ୨ଟଙ୍କା ବୃଦ୍ଧି କରିଛି। ଏହା ମେ’ ପହିଲାରୁ ଲାଗୁ ହେବ। ବର୍ତ୍ତମାନ, ମାଗଣା କାରବାର ସୀମା ଅତିକ୍ରମ କରିଥଲେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କଗୁଡ଼ିକ ୨୧ ଟଙ୍କା ଚାର୍ଜ ଆଦାୟ କରନ୍ତି। ମେ ’ ପହିଲାରୁ ଏହି ଚାର୍ଜ ୨୩ ଟଙ୍କା ନେବେ। ପୂର୍ବରୁ, ଆର୍‌ବିଆଇ ମଧ୍ୟ ଏଟିଏମ୍‌ ଏକ୍ସଚେଞ୍ଜ ଫି’ ବୃଦ୍ଧି କରିବାକୁ ଘୋଷଣା କରିଥିଲା। ଆରବିଆଇ ମଧ୍ୟ ଇଣ୍ଟରଚେଞ୍ଜ ଫି’ରେ ୨ ଟଙ୍କା ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଏବେ ପ୍ରତ୍ୟେକ କାରବାର ପାଇଁ ୧୯ ଟଙ୍କା ଇଣ୍ଟରଚେଞ୍ଜ ଚାର୍ଜ ଦେବାକୁ ପଡିବ, ଯାହା ପୂର୍ବରୁ ୧୭ ଟଙ୍କା ଥିଲା। ଏଟିଏମ୍‌ ଇଣ୍ଟରଚେଞ୍ଜ ଫି ହେଉଛି ଏକ ଶୁଳ୍କ ଯାହା ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଏଟିଏମ୍‌ ସେବା ପ୍ରଦାନ କରିବା ପାଇଁ ଦେଇଥାଏ।
ଆଜି ବ୍ୟାହତ ହେବ SBI ଇଣ୍ଟରନେଟ୍‌ ବ୍ୟାଙ୍କିଂ ଓ ମୋବାଇଲ ଆପ୍ ସେବା
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ମାର୍ଚ୍ଚ ୨୩ ତାରିଖରେ ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ। ଏ ସମ୍ପର୍କରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି। କାରଣ ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍‌, ୟୋନୋ ବିଜ୍‌ନେସ ଆଦି ସେବାକୁ ଗ୍ରାହକମାନେ ଠିକ୍‌ ଭାବରେ ବ୍ୟବହାର କରିପାରିବେନାହିଁ। ଗ୍ରାହକ ସିଡ୍ୟୁଲ ଆକ୍ଟିଭିଟି କାରଣରୁ ଗ୍ରାହକମାନେ ଆସନ୍ତାକାଲି ୧ ଘଣ୍ଟା ପାଇଁ ଏଭଳି ସମସ୍ୟାର ସମ୍ମୁଖୀନ ହେବେ।
ଏସ୍‌ବିଆଇ ୱେବସାଇଟ ମୁତାବକ, ମାର୍ଚ୍ଚ ୨୩ରେ ଗ୍ରାହକଙ୍କ ପାଇଁ ଇଣ୍ଟରନେଟ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ ୱେବ ସମେତ ସମସ୍ତ ଆପ୍ ଏକ ଘଣ୍ଟା ପାଇଁ ଡାଉନ୍ ରହିବ। ଏଥିସହିତ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଂ ମଧ୍ୟ ବ୍ୟବହାର କରିପାରିବେନାହିଁ। ଶନିବାର ସକାଳ ୧ଟା ୧୦ ମିନିଟ୍‌ଠାରୁ ୨ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ସମସ୍ୟା ଦେଖିବାକୁ ମିଳିବ। ତେବେ ବେସିକ ସର୍ଭିସ ପାଇଁ ଗ୍ରାହକମାନେ ହ୍ୱାଟସଆପ ବ୍ୟାଙ୍କିଂ ସେବାର ଫାଇଦା ଉଠାଇପାରିବେ। ଏଥିସହିତ ଆପଣମାନେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏସବିଆଇର ଟୋଲ ଫ୍ରି ନମ୍ବରରେ ମଧ୍ୟ କଲ୍ କରିପାରିବେ।
ନିର୍ବାଚନୀ ବଣ୍ଡ: ତଥ୍ୟ ଦେଲା ଏସବିଆଇ, ୧୫ ତାରିଖ ସୁଦ୍ଧା ନିର୍ବାଚନ କମିଶନ ନିଜ ଓ୍ୱେବ ସାଇଟ୍‌ରେ କରିବେ ସାର୍ବଜନୀନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଏସ୍‌ବିଆଇ ବ୍ୟାଙ୍କ ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଦେଇଛି। ଏହି ତଥ୍ୟକୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନ କମିଶନ ନିଜ ଓ୍ୱେବ ସାଇଟ୍‌ରେ ସାର୍ବଜନୀନ କରିବେ।
ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ପୂର୍ବରୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ମାର୍ଚ୍ଚ ୧୨ ସୁଦ୍ଧା କାର୍ଯ୍ୟ ସମୟ ଶେଷ ହେବା ଭିତରେ ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୧୫ ତାରିଖ ସୁଦ୍ଧା ଡାଟା ଉପଲବ୍ଧ କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
SBIରେ ନିଯୁକ୍ତି ସୁଯୋଗ, ୫୨୮୦ଟି ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ପକ୍ଷରୁ  ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।  ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୨ ନଭେମ୍ବର ୨୦୨୩ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ୧୨ ଡିସେମ୍ବର ୨୦୨୩ ରହିଛି। ଖାଲି ପଦବୀ:
ତେବେ ସାଧାରଣ ବର୍ଗଙ୍କ ପାଇଁ ୨୧୫୭ଟି ପୋଷ୍ଟ ଖାଲି ରହିଛି। ଓବିସିଙ୍କ ପାଇଁ ୧୪୨୧ଟି,  ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ( EWS )ରେ ୫୨୭ଟି, ଅନୁସୂଚିତ ଜାତି (SC)ଙ୍କ ପାଇଁ ୭୮୭ଟି ପଦବୀ ଖାଲି ରହିଥିବା ବେଳେ ଅନୁସୂଚିତ ଜନଜାତି  (ST)ରେ ୩୮୮ଟି ପୋଷ୍ଟ ଖାଲି ରହିଛି। ଏଥିସହ ମୋଟ ୫୨୮୦ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶିକ୍ଷାଗତ ଯୋଗ୍ୟତା:
ଅଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପ୍ରାର୍ଥୀଙ୍କ ଆଞ୍ଚଳିକ ଭାଷାରେ ଜ୍ଞାନ ରହିବା ଉଚିତ । ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି। ତେବେ  ଆରକ୍ଷଣ ବର୍ଗ କ୍ଷେତ୍ରରେ ବୟସ କୋହଳ ହେବ ।
ଆବେଦନ ଶୁଳ୍କ:
SC/ST/PwBD – ଦେୟମୁକ୍ତ
ଅନ୍ୟମାନେ – ୭୫୦ ଟଙ୍କା
ଗର୍ଭବତୀ ମହିଳାଙ୍କ ପାଇଁ ଜାରି କରିଥିବା ବିବାଦୀୟ ନିୟମକୁ ପ୍ରତ୍ୟାହାର କଲା ଏସବିଆଇ
ନୂଆଦିଲ୍ଲୀ: ଗର୍ଭବତୀ କର୍ମଚାରୀଙ୍କୁ ନେଇ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଜାରି କରିଥିବା ନୂଆ ନିୟମକୁ ଚାରିଆଡ଼ୁ ବିରୋଧ ହେବା ପରେ ଏହାକୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ। ଏନେଇ ଏସ୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଏ ବାବଦରେ ବ୍ୟାଙ୍କ ଏକ ବିବୃତ୍ତି ଜାରି କରିଛି। ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗର୍ଭବତୀ ମହିଳାଙ୍କ ନିଯୁକ୍ତି ସମ୍ପର୍କିତ ସର୍କୁଲାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏସବିଆଇ ନିକଟରେ ‘ବ୍ୟାଙ୍କରେ ନିଯୁକ୍ତି ପାଇଁ ଫିଟନେସ୍ ଷ୍ଟାଣ୍ଡାର୍ଡ’ର ସମୀକ୍ଷା କରି ଗର୍ଭବତୀ ମହିଳାଙ୍କ ପାଇଁ କିଛି ନୂଆ ଗାଇଡ ଲାଇନ୍ ଜାରି କରିଥିଲା । ନୂଆ ନିୟମ ଅନୁଯାୟୀ, ତିନି ମାସରୁ ଅଧିକ ଗର୍ଭବତୀ ଥିବା ଜଣେ ମହିଳା ପ୍ରାର୍ଥୀଙ୍କୁ “ସାମୟିକ ଅଯୋଗ୍ୟ” ବିବେଚନା କରାଯିବ ଏବଂ ପ୍ରସବ ପରେ ଚାରିମାସ ମଧ୍ୟରେ ସେ ବ୍ୟାଙ୍କରେ ଯୋଗ ଦେଇପାରିବେ ।
ଏସବିଆଇର ଏହି ପଦକ୍ଷେପକୁ ସର୍ବଭାରତୀୟ ବ୍ୟାଙ୍କ୍ କର୍ମଚାରୀ ସଂଘ ଏବଂ ଦିଲ୍ଲୀ ମହିଳା ଆୟୋଗ ସମେତ ଚାରିଆଡୁ ସମାଲୋଚିତ ହୋଇଥିଲା। ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ପ୍ରାର୍ଥୀ ନିଯୁକ୍ତି ସମ୍ବନ୍ଧରେ ସଂଶୋଧିତ ଗାଇଡ ଲାଇନକୁ ସ୍ଥଗିତ ରଖିବାକୁ ଏବଂ ପୂର୍ବରୁ ପ୍ରଚଳିତ ନିୟମ ଜାରି ରଖିବାକୁ ଏସବିଆଇ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ, ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଶନିବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଗର୍ଭବତୀଙ୍କ ପାଇଁ ନୂଆ ନିୟମ ପ୍ରତ୍ୟାହାର କରିବାକୁ ନୋଟିସ ଜାରି କରିଥିଲା ।
SBI ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କୁ ଏଟିଏମ୍ କାର୍ଡ ନେବା କଷ୍ଟକର ହୁଏ କିମ୍ବା ଘରେ ଆପଣ ଆପଣଙ୍କ ଏଟିଏମ୍ କାର୍ଡ ଭୁଲିଯାଇଛନ୍ତି ଏବଂ ଆପଣଙ୍କୁ ଟଙ୍କା ଉଠାଇବା ପାଇଁ ଆବଶ୍ୟକ ପଡେ, ତେବେ ଏଥର ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ବର୍ତ୍ତମାନ ଆପଣ ଡେବିଟ୍ କାର୍ଡ ବିନା ଏଟିଏମରୁ ଟଙ୍କା ଉଠାଇ ପାରିବେ । ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏଟିଏମ୍ / ଡେବିଟ୍ କାର୍ଡ ବିନା YONO କ୍ୟାଶ୍ ମାଧ୍ୟମରେ ଟଙ୍କା ଉଠାଇବାକୁ ଅନୁମତି ଦେଇଛି । ଏହାର ସାହାଯ୍ୟରେ, ଆପଣ ଯେ କୌଣସି ସ୍ଥାନରେ ଏଟିଏମରୁ, POS ଟର୍ମିନାଲ୍ ଏବଂ ଗ୍ରାହକ ସେବା ପଏଣ୍ଟ (CSP) ରୁ ନଗଦ ଟଙ୍କା ଉଠାଇବାକୁ ସକ୍ଷମ ହେବେ । SBI ର YONO App ଆପ୍ ଜରିଆରେ ଆପଣ ଦେଶର ଯେ କୌଣସି ସ୍ଥାନରେ ଏସବିଆଇ ଏଟିଏମରୁ ନଗଦ ଟଙ୍କା ଉଠାଇ ପାରିବେ । ତେବେ ଏହା କିପରି କରିବେ ଆସନ୍ତୁ ଜାଣିବା…
ବିନା ATM କାର୍ଡରେ ଟଙ୍କା ଉଠାଇବାକୁ ହେଲେ ପ୍ରଥମେ ଆପଣଙ୍କ ଫୋନରେ SBIର ୟୋନୋ ଆପ୍(YONO App) ଡାଉନଲୋଡ କରି ଲଗ୍ ଇନ୍ କରନ୍ତୁ ।
ଏହାପରେ ହୋମ ପେଜରେ YONO Cash ଉପରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ YONO Cash ରେ ATM ବିଭାଗରେ କ୍ଲିକ୍ କରନ୍ତୁ
ଆସୁଥିବା ବକ୍ସରେ ଆବଶ୍ୟକ ଟଙ୍କାର ପରିମାଣ ଲେଖନ୍ତୁ ।
ଏହାପରେ ୬ ଅଙ୍କ ବିଶିଷ୍ଟ ଏକ ପିନ୍ କୋଡ୍ ବନାନ୍ତୁ ।
ଏହାପରେ ଏକ YONO ନଗଦ କାରବାର ନମ୍ବର ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପହଞ୍ଚିବ ଏବଂ ଏହା କେବଳ ୬ ଘଣ୍ଟା ପାଇଁ ବୈଧ ରହିବ ।
ବର୍ତ୍ତମାନ ଆପଣ ATM ରେ ଥିବା YONO କ୍ୟାଶ୍ ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ ।
ଏହା ପରେ, ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପଠାଯାଇଥିବା YONO କ୍ୟାଶ୍ କାରବାର ନମ୍ବର ଏବଂ ଆପଣଙ୍କ ଦ୍ୱାରା ଉତ୍ପାଦିତ ୬ ଅଙ୍କ ବିଶିଷ୍ଟ PIN ପ୍ରବେଶ କରନ୍ତୁ
ଏହି ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ଏଟିଏମ୍ ମେସିନରୁ ,ପିଓଏସ ଟର୍ମିନାଲ ଏବଂ ଗ୍ରାହକ ସେବା ପଏଣ୍ଟରୁ ନଗଦ ଟଙ୍କା ସଂଗ୍ରହ କରିପାରିବେ ।
ଏହି ସୁବିଧା ମାଧ୍ୟମରେ, ଆପଣ ଯେକୌଣସି ସ୍ଥାନରେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।
ନିୟମ ଭାଙ୍ଗିଲା ଏସ୍‌ବିଆଇ, ୧ କୋଟି ଜରିମାନା ଲଗାଇଲା ଆରବିଆଇ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଉପରେ ଏକ କୋଟି ଟଙ୍କାର ଜମିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ)(Frauds classification and reporting by commercial banks and select FIs) ଥିବା ନିର୍ଦ୍ଦେଶନାମାକୁ ପାଳନ ନକରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଉପରେ ଏକ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।
RBI has imposed a monetary penalty of Rs 1 crore on State Bank of India for non-compliance with the directions contained in ‘Reserve Bank of India (Frauds classification and reporting by commercial banks and select FIs) directions 2016’: Reserve Bank of India (RBI) pic.twitter.com/yZv4EIjh8Q
— ANI (@ANI) October 18, 2021
ଏକ ବିବୃତ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଏହି ୧ କୋଟି ଜରିମାନା ହୋଇଛି। ବ୍ୟାଙ୍କ ଏବଂ ଗ୍ରାହକ ମାନଙ୍କ କାରବାର ସହିତ ଏହାର କୌଣସି ସମ୍ପର୍କ ନାହିଁ।
ହ୍ରଦ ଭିତରେ ଉଠାଇ ପାରିବେ ଟଙ୍କା, କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଭସା ଏଟିଏମ ସେବା ଆରମ୍ଭ
ଶ୍ରୀନଗର : ହ୍ରଦ ଭିତରେ ଉଠାଇ ପାରିବେ ଟଙ୍କା। ପରିବାର ସହ ଦ୍ରହରେ ବୁଲୁଥିବା ସମୟରେ ଟଙ୍କାର ଆବଶ୍ୟକତା ପଡିଲେ ଚିନ୍ତା ନାହିଁ। କାରଣ ହ୍ରଦ ଭିତରେ ଆପଣଙ୍କୁ ମିଳିବ ଏଟିଏମ୍‌ର ସୁବିଧା। ଏଭଳି ସୁବିଧା ମିଳୁଛି କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ। କାରଣ ଏସବିଆଇ ଜମ୍ମୁକଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଭସା ଏଟିଏମ ସେବା ଆରମ୍ଭ କରିଛି । ଶ୍ରୀନଗରର ସ୍ଥାନୀୟ ବାସିନ୍ଦା ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଡାଲ ହ୍ରଦର ଏକ ହାଉସ ବୋଟରେ ଏକ ଭାସମାନ ଏଟିଏମ୍ ଖୋଲିଛି। ଏହି ଭାସମାନ ଏଟିଏମକୁ ଏସବିଆଇ ଅଧ୍ୟକ୍ଷ ଦୀନେଶ ଖେର ଉଦଘାଟନ କରିଛନ୍ତି। ଏହା ଦ୍ବାରା ସ୍ଥାନୀୟ ଲୋକ,ବେପାରୀ ଏବଂ ପର୍ଯ୍ୟଟକଙ୍କୁ ସାହାଯ୍ୟ ମିଳିପାରିବ।
ଡାଲ୍‌ ହ୍ରଦରେ ଫ୍ଲୋଟିଂ ଏଟିଏମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଏନେଇ ଏସବିଆଇ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଏସବିଆଇ ପକ୍ଷରୁ ହୋଇଥିବା ଟ୍ବିଟ୍‌ରେ ଲେଖାଯାଇଛି, ‘ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଶ୍ରୀନଗରର ଡାଲ୍‌ ହ୍ରଦରେ ଗୋଟିଏ ଡଙ୍ଗା ଉପରେ ଏଟିଏମ୍‌ ଖୋଲାଯାଇଛି । ଏହାର ଉଦଘାଟନ୍‌ ଏସବିଆଇ ନିର୍ଦେଶକ ୧୬ ଅଗଷ୍ଟରେ କରିଛନ୍ତି। ଦୀର୍ଘ ଦିନରୁ ଥିବା ଆବଶ୍ୟକତାକୁ ପୂରା କରିବ ଡାଲ୍‌ ହ୍ରଦର ଏହି ଫ୍ଲୋଟିଂ ଏଟିଏମ।’
SBI opened an ATM on a Houseboat at #DalLake, Srinagar for the convenience of locals & tourists. It was inaugurated by the Chairman, SBI, on 16th August. The #FloatingATM in the popular Dal Lake fulfills a long-standing need & will be an added attraction to the charm of Srinagar. pic.twitter.com/nz3iddHIdp
— State Bank of India (@TheOfficialSBI) August 19, 2021
ସୂଚନା ଥାଉ କି ଯେ ଏହି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୪ ମସିହାରେ ପ୍ରଥମ ଥର ପାଇଁ କେରଳରେ ଭସା ଏଟିଏମ୍ ଆରମ୍ଭ କରିଥିଲା।
ଆଜି ୨ ଘଣ୍ଟା ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍: ମିଳିବନି ୟୁପିଆଇ, ୟୁନୋ, ୟୁନୋ ଲାଇଟ୍ ସେବା
ନୂଆଦିଲ୍ଲୀ: ଚଳିତମାସ ୧୭ ଅର୍ଥାତ୍ ଗୁରୁବାର କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ । କାରଣ ଏହି ଦିନ ବ୍ୟାଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦୁଇ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ଫଳରେ ଏସ୍‌ବିଆଇର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ), ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ପାଇପାରିବେ ନାହିଁ। ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଜୁନ୍ ୧୭ ମଧ୍ୟରାତ୍ର ୧୨ଟା ୩୦ ମିନିଟ୍‌ରୁ ୨ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ଉପଲବ୍ଧ ହେବ ନାହିଁ । ଏହି ସମୟରେ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମର ନବୀକରଣ ସମ୍ପର୍କିତ ପ୍ରସ୍ତାବିତ କାର୍ଯ୍ୟ କରାଯିବ।
ଏଠାରେ ସୂଚନାଯୋଗ୍ୟ ଗତ ମେ’ ମାସରେ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଏସ୍‌ବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ , ୟୁପିଆଇ, ୟୁନୋ ଏବଂ ୟୁନୋ ଲାଇଟ୍ ଭଳି ସେବା ସହିତ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଏସବିଆଇର ୧୩.୫ କୋଟି ୟୁପିଆଇ ବ୍ୟବହାରକାରୀ ରହିଛନ୍ତି।