Dubai Arrest - The Sakala

ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ତଥା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତକୁ ଦୁବାଇରେ ଗିରଫ କରାଯାଇଛି। ଦୁବାଇ ପୋଲିସ ଏହି ଗିରଫଦାରୀ ନେଇ ଭାରତୀୟ ଏଜେନ୍ସିଗୁଡ଼ିକୁ ସୂଚନା ଦେଇଛି। ବର୍ତ୍ତମାନ ହରିୟାଣା ଏସଟିଏଫ୍ (STF) ଟିମ୍ ତାକୁ ଖୁବଶୀଘ୍ର ଭାରତ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲମ୍ବା ସମୟ ଧରି ଫେରାର ଥିବା ଏହି ଅପରାଧୀ ନାମରେ ପୂର୍ବରୁ ଲୁକ୍-ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା।

ଫାଇନାନ୍ସରରୁ ପାଲଟିଥିଲା ଗ୍ୟାଙ୍ଗଷ୍ଟର

ହରିୟାଣା କୋସଲି ଅଞ୍ଚଳର ବାସିନ୍ଦା ରାଓ ଇନ୍ଦ୍ରଜିତ ପ୍ରଥମେ ଏକ ମ୍ୟୁଜିକ୍ କମ୍ପାନୀ 'ଜେମ୍ସ ଟ୍ୟୁନ୍' ଚଳାଉଥିଲା। ତେବେ ଧୀରେ ଧୀରେ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା ଏବଂ କୁଖ୍ୟାତ ଅପରାଧୀ ରୋହିତ ଗୋଦାରା ଓ ହିମାଂଶୁ ଭାଉ ଗ୍ୟାଙ୍ଗ ସହିତ ମିଶି କାମ କରିବା ଆରମ୍ଭ କରିଥିଲା। ଆୟକର ବିଭାଗ ଚଢ଼ାଉ ବେଳେ ତା'ର କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଥିଲା, ଯାହାକୁ ପରେ ଜବତ କରାଯାଇଥିଲା।

ଅନେକ ସାଙ୍ଘାତିକ ମାମଲାରେ ସମ୍ପୃକ୍ତି

ଏହି ଗ୍ୟାଙ୍ଗଷ୍ଟର ବିରୋଧରେ ହରିୟାଣା ଏବଂ ଉତ୍ତରପ୍ରଦେଶରେ ୧୫ରୁ ଅଧିକ ହତ୍ୟା, ଲୁଟ୍, ଜବରଦସ୍ତ ଆଦାୟ ଏବଂ ଠକେଇ ମାମଲା ରହିଛି। ରୋହତକରେ ଜଣେ ଫାଇନାନ୍ସରଙ୍କ ହତ୍ୟା, ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରେ ଗୁଳିମାଡ଼ ଏବଂ ଗାୟକ ଫାଜିଲପୁରିଆଙ୍କ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ତା'ର ନାମ ସାମ୍ନାକୁ ଆସିଥିଲା। ୨୦୨୪ ମସିହାରେ ରୋହତକ ହତ୍ୟାକାଣ୍ଡ ପରେ ସେ ଦେଶ ଛାଡି ଦୁବାଇ ପଳାଇଥିଲା।

ପୋଲିସ ଅଧିକାରୀଙ୍କ ସହ ଡିଲ୍ ନେଇ ଥିଲା ଚର୍ଚ୍ଚା

ଏଏସଆଇ ସନ୍ଦୀପ ଲାଠର ନିଜ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓରେ ରାଓ ଇନ୍ଦ୍ରଜିତ ବିଷୟରେ ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଆଇପିଏସ୍ ଅଧିକାରୀ ୱାଇ. ପୂରନ କୁମାର ଏହି ଗ୍ୟାଙ୍ଗଷ୍ଟରକୁ ଖସାଇ ଦେବା ପାଇଁ ୫୦ କୋଟି ଟଙ୍କାର ଡିଲ୍ କରିଥିଲେ। ଏହି ଘଟଣା ସେତେବେଳେ ହରିୟାଣା ପୋଲିସ ବିଭାଗରେ ବଡ଼ ଧରଣର କମ୍ପନ ସୃଷ୍ଟି କରିଥିଲା। ବର୍ତ୍ତମାନ ଦୁବାଇରୁ ତାକୁ ଭାରତ ଅଣାଯିବା ପରେ ଆହୁରି ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।